ଦାଦନ ଖଟିବାକୁ ଯାଇ ହଜି ଯାଇଥିଲେ ଘାସିରାମ, ଉଦ୍ଧାର ପରେ ବଖାଣିଲେ ଲୋମ ଟାଙ୍କୁର ସତ…

ଥୁଆମୂଳ ରାମପୁର,୯।୮(ଦୁର୍ଗା କୀର୍ତ୍ତି): ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀଙ୍କୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଶେଷ ହୋଇଛି। କେରଳରେ ଭୟ, ଭାଷାଗତ ସମସ୍ୟା ଓ ମାନସିକ ଚାପ ଯୋଗୁ ଦିଗହରା ହୋଇ ବୁଲୁଥିବା କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଡ଼ିଗୁନା ଗ୍ରାମର ଘାସିରାମ(୩୦) ଶେଷରେ ପୂର୍ବରୁ କାମ କରୁଥିବା କମ୍ପାନୀରେ ସୁରକ୍ଷିତ ଭାବେ ପହଞ୍ଚିଛନ୍ତି। ନିଖୋଜ ହେବାର ପ୍ରକୃତ କାରଣ ଓ ସେ ଦିନର ଘଟଣା ସମ୍ପର୍କରେ ଧରିତ୍ରୀ ପ୍ରତିନିଧିଙ୍କ ସହ ଫୋନ ଯୋଗେ କଥା ହୋଇ ସବୁ ସତ କଥା ବଖାଣିଛନ୍ତି ଘାସିରାମ।

ଘାସିରାମଙ୍କ କହିବା ଅନୁଯାୟୀ, ଗତ ମାସ ୩୦ ତାରିଖରେ ସେ ଗାଁର ବୀରେନ୍ଦ୍ର ମାଝୀ ଓ ସୁରେନ୍ଦ୍ର ମାଝୀଙ୍କ ସହ କେସିଙ୍ଗା ରେଳ ଷ୍ଟେଶନରୁ କେରଳର ଏର୍ଣ୍ଣାକୁଲମ ଜିଲା କୋଚି ସ୍ଥିତ ଏକ କମ୍ପାନୀରେ କାମ କରିବା ପାଇଁ ଯାଇଥିଲେ।

ଘାସିରାମ ଟ୍ରେନ୍‌ ଯୋଗେ ଏର୍ଣ୍ଣାକୁଲମ ଷ୍ଟେଶନ ଯାଉଥିଲେ। ହେଲେ ସେ ଶୋଇପଡ଼ିବାରୁ ଏର୍ଣ୍ଣାକୁଲମ ଷ୍ଟେଶନରେ ନ ଓହ୍ଲାଇ ଆଲପୁଝା (ଆଲେପ୍ପି) ଷ୍ଟେଶନରେ ଓହ୍ଲାଇ ଥିଲେ। ହେଲେ ଟିକେଟ ନ ଥିବାରୁ ସେଠାରେ ରେଲୱେ ପୋଲିସ ତାଙ୍କୁ ଅଟକାଇ ପଚରାଉଚୁରା କରିବା ପରେ ଛାଡ଼ି ଦେଇଥିଲା। କିନ୍ତୁ ଭାଷା ନ ବୁଝିପାରିବା ଏବଂ ପ୍ରଥମ ଥର ପୋଲିସର ସାମ୍ନା କରିଥିବାରୁ ସେ ଭୟ ଓ ମାନସିକ ଚାପରେ ସେଠାରୁ ପ୍ରାୟ ୧୩ କିଲୋ ମିଟର ଦୂର ସେଲୱାଇ ଅଞ୍ଚଳକୁ ଚାଲି ଯାଇଥିଲେ।

ରାତି ପ୍ରାୟ ୧ଟା ସମୟରେ କାଞ୍ଜିକୋଡେ(କାଞ୍ଜିକୁଡି) ନାମକ ଗାଁରେ ତାଙ୍କୁ ଏକୁଟିଆ ବୁଲୁଥିବା ଦେଖି ଗାଁ ଲୋକେ ତାଙ୍କୁ ଘେରି ଯାଇଥିଲେ। ପ୍ରଥମ ଥର କେରଳ ଯାଇଥିବା ସୁରେନ୍ଦ୍ର ଓ ଘାସିରାମଙ୍କୁ ଗାଁ ଲୋକେ ମାଲାୟାଲମ ଭାଷାରେ ପରିଚୟ ଓ ଆଧାରକାର୍ଡ ମାଗିବାରୁ, ଭୟଭୀତ ହୋଇ ଦୁହେଁ ସେଠାରୁ ଦୌଡ଼ି ପଳାଇଥିଲେ। ମାନସିକ ସ୍ତରରେ ଅସୁସ୍ଥ ହୋଇପଡ଼ିଥିବା ଘାସିରାମ ୨ରୁ ୩ ଦିନ ଧରି ଏଣେତେଣେ ବୁଲିବା ପରେ ବହୁ କଷ୍ଟରେ ସୁରେନ୍ଦ୍ର ଗାଁ ଲୋକଙ୍କ ସହ ଯୋଗାଯୋଗ କରି ନିଜ କାମ ଜାଗାକୁ ଯାଇଥିଲେ। ଘାସିରାମ କିଛି ଦିନ ମାନସିକ ଅସନ୍ତୁଳନ ସ୍ଥିତିରେ ବୁଲିବା ପରେ ଧୀରେ ଧୀରେ ସ୍ବାଭାବିକ ହୋଇଥିଲେ। ସେ ପ୍ରଥମେ ଆଲେପ୍ପି ରେଳ ଷ୍ଟେଶନରୁ ଏର୍ଣ୍ଣାକୁଲମ ଆସିଥିଲେ ଏବଂ ସେଠାରୁ ଅଟୋ ଯୋଗେ ପୁଦୁକାଲାଭାଟସ୍ଥିତ କମ୍ପାନୀକୁ ୮ ତାରିଖ ସକାଳ ୮:୩୦ରେ ପହଞ୍ଚି ଥିଲେ।ସେଠାରେ ଥିବା ଅନ୍ୟ ଓଡ଼ିଆ ଭାଇମାନେ ତୁରନ୍ତ ଗାଁ ଓ ପରିବାର ଲୋକଙ୍କୁ ଏହି ଖବର ଦେଇଥିଲେ।

ସୂଚନା ପାଇ ପରିବାର ଲୋକେ ଥୁଆମୂଳ ରାମପୁର ଥାନା ଅଧିକାରୀଙ୍କୁ ଅବଗତ କରାଇଥିଲେ। ପୂର୍ବରୁ ଥାନାରେ ରୁଜୁ ହୋଇଥିବା ନିଖୋଜ ମାମଲା (କେସ ନଂ: ୧୯/୨୬) ଅନୁଯାୟୀ ଯୁବକ ଜଣକ ସୁରକ୍ଷିତ ଥିବା ନେଇ ଥାନା ଅଧିକାରୀ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି। ଘାସିରାମ ସୁରକ୍ଷିତ ଥିବା ଖବର ପାଇବା ପରେ ସ୍ତ୍ରୀ ସୁମିତ୍ରା ମାଝୀ, ପରିବାର ଲୋକେ ଏବଂ ଆଡ଼ିଗୁଡ଼ା ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ରେଡ ଆଲର୍ଟ: ବର୍ଷା ପରିସ୍ଥିତି ଉପରେ ପ୍ରଶାସନର କଡ଼ା ନଜର

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ନବରଙ୍ଗପୁର ସମେତ ବିଭିନ୍ନ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ଚମକିବା ନେଇ ସତର୍କ…

ପୁଣି ଘାଟିରେ ଅଟକିଲା ଭାରୀଯାନ:ବାଲିଗୁଡ଼ାରୁ ବ୍ରହ୍ମପୁର ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି, ୨୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦେଇ ଯାଇଥିବା ଗୋପାଳପୁର-ରାୟପୁର ୫୯ ନମ୍ବର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ପୁଣି ଏକ ମାଲବୋଝେଇ ଟ୍ରକ ଫସି…

ରିଚ ଲିଷ୍ଟ ୨୦୨୬: ନେଟୱର୍ଥ କମିବା ପରେ ତଥାପି ଦେଶର ସବୁଠୁ ଧନୀ ଅଭିନେତା ହେଲେ ଶାହରୁଖ; ଜାଣନ୍ତୁ କେଉଁ ସ୍ଥାନରେ ସଲମାନ-ଅମିତାଭ

ମୁମ୍ବାଇ,୨୪।୯: ହୁରୁନ ଇଣ୍ଡିଆ ରିଚ ଲିଷ୍ଟ ୨୦୨୬ ପ୍ରକାଶ ପାଇଛି। ଗତବର୍ଷ ଭଳି ଏଥର ମଧ୍ୟ ବଲିଉଡର ସବୁଠାରୁ ଧନୀ ଅଭିନେତା ଭାବେ ଶାହରୁଖ ଖାନ ଶୀର୍ଷ…

ମଙ୍ଗଳ-ବୃହସ୍ପତିଙ୍କ ନୀଚଭଙ୍ଗ ରାଜଯୋଗ: ଅକ୍ଟୋବର ପହିଲାରୁ ମାଲାମାଲ ହେବେ କନ୍ୟା ସମେତ ୪ ରାଶି, ଧନଲାଭର ପ୍ରବଳ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ଚଳନର ବିଶେଷ ପ୍ରଭାବ ରାଶିଚକ୍ର ଉପରେ ପଡ଼ିଥାଏ। ବର୍ତ୍ତମାନ ମଙ୍ଗଳ ନିଜର ନୀଚ ରାଶି କର୍କଟରେ ଗୋଚର କରୁଛନ୍ତି ଏବଂ…

ସଞ୍ଜୁଙ୍କୁ ଛାଡ଼ି ବୈଭବଙ୍କୁ ସୁଯୋଗ ଦେବା ଥିଲା ଗମ୍ଭୀରଙ୍କ ପାଇଁ କଠିନ ନିଷ୍ପତ୍ତି: କହିଲେ- ସେହି ରାତିରେ ମୁଁ…

ନୂଆଦିଲ୍ଲୀ,୨୪।୯: IPL ୨୦୨୬ ପରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଟି-୨୦ ଦଳରେ ଲଗାତାର ସୁଯୋଗ ମିଳୁଛି। ପ୍ରଥମେ ଆୟର୍ଲାଣ୍ଡ ବିପକ୍ଷ ୨ ମ୍ୟାଚ୍ର ଟି-୨୦…

ସଚିନଙ୍କ ରେକର୍ଡ ଚୁର୍‌ମାର୍‌: କ୍ରିକେଟ୍‌ର ନୂଆ ବାଦ୍‌ଶାହା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଷ୍ଟାର୍‌ ବ୍ୟାଟର୍‌ ଜୋ ରୁଟ ଅନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ରୁଟ ୨୩…

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବଡ଼ ଖବର: ଏଥର ଆଗୁଆ ମିଳିବ ଦରମା, ଜାଣନ୍ତୁ କାହିିଁକି

ନୂଆଦିଲ୍ଲୀ୨୪।୯: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବଡ଼ ଖବର। ସାଧାରଣତଃ ମାସର ଶେଷ କାର୍ଯ୍ୟଦିବସରେ କର୍ମଚାରୀଙ୍କ ଦରମା ଓ ପେନସନଭୋଗୀଙ୍କ ପେନସନ ଆକାଉଣ୍ଟରେ ଜମା…

ତାୱାରେ ପିଟି ସ୍ତ୍ରୀଙ୍କୁ ହତ୍ୟା: ଦେଢ଼ବର୍ଷ ତଳେ କରିଥିଲେ ପ୍ରେମ ବିବାହ

ଭୁବନେଶ୍ୱର,୨୪।୯ (ପ୍ରସନଜିତ୍‌ ସାହୁ):ରାଜଧାନୀ ଭୁବନେଶ୍ବରରେ ବୁଧବାର ସାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ନୟାପଲ୍ଲୀ ଗଡ଼ସାହିରେ ତାୱାରେ ପିଟି ଜଣେ ଯୁବକ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?