ଘାଟିଶୁଳା,ଚକରା ଘାଟିକୁ ପର୍ଯ୍ୟଟନ ମାନଚିତ୍ରରେ ଯୋଡାଯିବ: ପ୍ରଦ୍ୟୁମ୍ନ

ଭଞ୍ଜନଗର,୩ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିର୍ବାଚିତ ହେବା ପରଠାରୁ ନିଜ ନିର୍ବାଚନ ମଣ୍ଡଳୀର ଅଧିକ ବିକାଶ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି। ପର୍ଯ୍ୟଟନ କ୍ଷେତ୍ରର କିପରି ବିକାଶ ହୋଇ ଭଞ୍ଜନଗର ପର୍ଯ୍ୟଟକଙ୍କ ମନ ଜିଣିବ ସେଥିପ୍ରତି ଧ୍ୟାନ ଦେଉଛନ୍ତି। ଇତି ମଧ୍ୟରେ ସେ ଘୁମୁସର ଇତିହାସର ମୁକସାଖୀ ଘାଟିଶୁଳା ଏବଂ ଚକରା ଘାଟିର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ବିଧାୟକ ନାୟକ ସୋମବାର ଉଭୟ ସ୍ଥଳ ପରିଦର୍ଶନ କରି ବର୍ତ୍ତମାନ ଅନୁଦାନ ଆସିଥିବା ଅର୍ଥ କିଭଳି ବ୍ୟୟ ହେଉଛି ତାହାର ସମୀକ୍ଷା କରିଥିଲେ। ଚକରା ଘାଟିର ଉନ୍ନତି ପାଇଁ ୬ କୋଟି ଟଙ୍କା ଆସିଛି। ଚକରା ଘାଟିରେ ସଫାରୀ ବ୍ୟବସ୍ଥା ହେବ। ଏହାକୁ କେବଳ ଡେ ଟୁରିଜିମରେ ସାମିଲ କରାଯିବ। ସେହିଭଳି ଘାଟିଶୁଳାର ବିକାଶ ମଧ୍ୟ କରାଯାଉଛି। ପର୍ଯ୍ୟଟକମାନେ ଏହି ଦୁଇ ସ୍ଥାନରେ ରହିବା ଭଳି ବ୍ୟବସ୍ଥା କରାଯାଉଛି। ଉକ୍ତ ସ୍ଥାନକୁ ବିଦ୍ୟୁତ ସୁବିଧା ନ ଥିବାରୁ ସୋଲାର ଲାଇଟ ବ୍ୟବସ୍ଥା ହେବ ବୋଲି ସେ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି। ଘାଟିଶୁଲାରେ କଟେଜ, ବୋଟିଂ ବ୍ୟବସ୍ଥା ହେବ। ସେଠାରେ ଥିବା ପୋଖରୀର ପୁନରୁଦ୍ଧାର କରାଯିବ। ଇକୋ ଟୁରିଜିୟମରେ ଏହାକୁ ସାମିଲ କରାଯିବ। ଉଭୟ ସ୍ଥଳ ଘୁମୁସର ବୀର ସ୍ବାଧୀନତା ସଂଗ୍ରାମୀ ଚକରା ବିଶୋୟୀଙ୍କ ଘାଟି ଥିଲା। ଏଠାରେ ରହି ସେ ବ୍ରିଟିଶ ଶାସକଙ୍କ ବିରୋଧରେ ଲଢେଇ କରୁଥିଲେ। ଏହି ଦୁଇ ସ୍ଥାନର ବିକାଶ କରାଯାଇ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଯେପରି ମିଳିବ ସେଦିଗରେ ବିଧାୟକ ନାୟକ ପଦକ୍ଷେପ ନେଇଛନ୍ତି। ଏହି ସ୍ଥଳ ବୁଲିବା ସମୟରେ ବିଧାୟକ ନାୟକ କାଳଞ୍ଜି ନୂଆଁପଲ୍ଲୀ ଛକଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ବିଧାୟକଙ୍କ ଗସ୍ତ ସମୟରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରତାପ ନାୟକ, ଗ୍ରାମ୍ୟ ପାଇପ ଜଳ ଯୋଗାଣର ସହକାରୀ ଯନ୍ତ୍ରୀ ନିହାର ରଞ୍ଜନ ସ୍ବାଇଁ, ଜିଲା ପରିଷଦ ଏମ୍‌ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ, ଭାଜପା ନେତା ଧୋବା ଗୌଡ, ବ୍ଲକ ଏମପି ପ୍ରତିନିଧି ରବିନ୍ଦ୍ର ଗୌଡ, ଗାଲେରି ରେଞ୍ଜର ଆଶାଲତା ଦିଗାଲ, ବନପାଳ ଶୁଭସ୍ମିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ସରକାରୀ ଜମି ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୯ ଅଭିଯୁକ୍ତ ଗଲେ ଜେଲ, ଫୋର୍ସ ମୁତୟନ

ଦିଗପହଣ୍ଡି, ୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମରେ ସରକାରୀ ଜମି ଦଖଲ ଏବଂ ଚାଷକୁ ନେଇ…

କମେ ଗାଁ ଜଙ୍ଗଲରୁ ହାତୀଛୁଆର ମୃତଦେହ ଉଦ୍ଧାର: ନର୍ଲା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ…

ନର୍ଲା, ୭।୮(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ କମେ ଗାଁ ଜଙ୍ଗଲରୁ ଶୁକ୍ରବାର ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି।…

“କାମ କର, ନଚେତ୍ ଅନ୍ୟପାଇଁ ବାଟ ଛାଡ଼”: କଡ଼ା ଚେତାବନୀ ଦେଇ…

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଦେଶ ଏବଂ ଜାତୀୟ ସ୍ତରର ପ୍ରମୁଖ ଦଳୀୟ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

ଛାତ୍ରଛାତ୍ରୀଙ୍କୁ ମିଳିଲା ସ୍ୱାସ୍ଥ୍ୟ ପରାମର୍ଶ: ଏଚ୍‌ଆଇଭି-ଏଡ୍‌ସ୍ ଏବଂ ଯକ୍ଷ୍ମା ରୋଗରୁ ବର୍ତ୍ତିବାର ଉପାୟ ସମ୍ପର୍କରେ ସଚେତନ…

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡ଼ାମାରି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଏଚ୍‌ଆଇଭି (HIV), ଏଡ୍‌ସ୍ ଏବଂ ଯକ୍ଷ୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri