Posted inଫୁରସତ

ଘାଟଦେବୀ ଥିଲେ ମା’ ଭଗବତୀ

ଅନେକ ଇତିହାସକାର ଦେବୀ ଗଙ୍ଗେଶ୍ୱରୀ ମନ୍ଦିର ଗଙ୍ଗବଂଶ ରାଜତ୍ୱ କାଳରେ ନିର୍ମିତ ହୋଇଥିଲା ବୋଲି ସମ୍ଭାବନା କରିଛନ୍ତି। ‘ବାୟା ଚକଡ଼ା’ ଅନୁଯାୟୀ ଗଜପତି ନରସିଂହ ଦେବଙ୍କ ଅମଳରେ ଏହା ନିର୍ମାଣ ଆରମ୍ଭ ହୋଇଥିଲା, ଯେତେବେଳେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ପାଇଁ ଏଠାରେ ଶିଳ୍ପୀମାନଙ୍କ ଶିବିର ଥିଲା। ପୂର୍ବରୁ ଜାଣିଲେ ଏହି ମନ୍ଦିରର ମାପଚୁପ କରିଥିଲେ ଧର୍ମପଦ। ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ପୂର୍ବରୁ ଏହି ମନ୍ଦିରରେ ଦେବୀ ପ୍ରତିଷ୍ଠା ହୋଇ ଉପାସନା ଆରମ୍ଭ ହୋଇ ସାରିଥିଲା। ‘ବାୟା ଚକଡ଼ା’ରୁ ସ୍ପଷ୍ଟ ଜଣାଯାଉଛି, ମନ୍ଦିରର ସେବକମାନଙ୍କୁ ବର୍ତ୍ତନ ଆକାରରେ ଧାନ ଦିଆଯାଉଥିଲା। ତିନିଥର ଧାନ ଦିଆଯିବା କଥା ରହିଛି। ଏହା ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣର ୮ମ ଓ ୯ମ ବର୍ଷ ବୋଲି ଆମ୍ଭେ ମନେକରୁ। ସେତେବେଳେ କିଲାବୟାଳିଶି ବାଟି ଗଡ଼ର ଗଡ଼ନାୟକ ବା ସାଆନ୍ତ ଥିଲେ ଶ୍ରୀ ଭଟ୍ଟ ନାରାୟଣ ଭ୍ରମରବର ସାମନ୍ତ। ତାଙ୍କୁ ଗଜପତି ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ କାର୍ଯ୍ୟର ଅଧୀକ୍ଷକ ଭାବରେ ଦାୟିତ୍ୱ ଦେଇଥିଲେ।
ବିରଜାଇ ଜଙ୍ଗଲରୁ ୧୪୦୧ ଖଣ୍ଡ ଶାଳକାଠ ଆସିଥିଲା। ପୂର୍ବରୁ ସୂଚନା ଦେଇଥିଲୁ ବିରଜାଇ ମନ୍ଦିର ନିକଟରେ ଶାଳିଆ ନଦୀ ବହିଆସିଛି। ଶାଳିଆ ନଦୀ ଗବପଦର ଗ୍ରାମର ପଶ୍ଚିମ ଦିଗରେ ଆସି ଚିଲିକାରେ ମିଶିଛି। ମୁହାଣ ସିଧାରୁ ବାହାରିଲେ ଦେଢ଼ କି.ମି. ଦୂରରେ ଚଢ଼େଇହଗା ପାହାଡ଼। ଗବପଦର ତଥା ଶାଳିଆ ନଦୀ ମୁହାଣ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର। ଶାଳକାଠ ଶାଳିଆ ନଦୀ ଦେଇ ଚିଲିକାକୁ ଆସିବା ପରେ ଭାର୍ଗବୀ ନଦୀପଥ ଦେଇ ଗୋବା ଗ୍ରାମ ପାଖରୁ ପଥରବୁହା ନଦୀ ଓ କଞ୍ଚିନଦୀ ଦେଇ ଗଡ଼ମୃଗଶିରା ଦେଇ କୋଣାର୍କର ପଥରପଦା ନିକଟରେ ପହଞ୍ଚତ୍ଥିବାର ସମ୍ଭାବନା ହୁଏ।
କଞ୍ଚତ୍ନଦୀରୁ ପଥରବୁହା ନଦୀ ବର୍ତ୍ତମାନ ମାଳତୀପାଟପୁରଠାରୁ ଚାଶ୍ରୀ ଦେଇ ଯାଇଥିବା ସଡ଼କର ଡାହାଣପଟେ ଯାଇଥିଲା। ତାହା ଗଡ଼ମୃଗଶିରା ଦେଇ ଯାଇଥିବାର ପ୍ରମାଣ ଏବେ ବି ରହିଛି। ବାସ୍ତବରେ ଏହି ନଦୀ ‘ବେଙ୍ଗବତୀ ନଦୀ’ ନାମରେ ପରିଚିତ ଥିଲା। ତା’ପରେ ‘ବେଙ୍ଗେଇ’ ନଈ ନାମରେ ଲୋକମୁଖରେ ପ୍ରସିଦ୍ଧ ହେଲା। ଏହି ନଦୀ ଦେଇ କୋଣାର୍କକୁ ପଥରବୁହା ହେବା ପରେ ନଦୀଟି ‘ପଥରବୁହା’ ନଦୀ ଭାବରେ ସମାଜରେ ରୂଢ଼ି ହୋଇଗଲା। ଏହି ନଦୀ ଭାର୍ଗବୀ ନଦୀର ଏକ ଶାଖା। ଚନ୍ଦନପୁର ଗୋବା ଗ୍ରାମ ନିକଟ ଶ୍ରୀପାତାଳେଶ୍ୱର ମନ୍ଦିର ନିକଟରୁ ଏହି ଶାଖା ନଦୀ ବାହାରି ଗଡ଼ମୃଗଶିରା, ଗଡ଼ରୂପାସ ଓ ବଳରାମ ଦାସଙ୍କ ସମାଧିପୀଠ ଦେଇ କୋଣାର୍କର ପଥରପଦା ନିକଟ ଦେଇ ଚନ୍ଦ୍ରଭାଗାରେ ମିଶିଥିଲା। ଚାପରେ ପଥର ନେବାବେଳେ ଚାପ ଦଳେଇମାନେ ଗଡ଼ମୃଗଶିରାରେ ଥିବା ଶ୍ରୀବଟେଶ୍ୱର ମହାଦେବଙ୍କ ଘାଟରେ ବିଶ୍ରାମ ନେଉଥିଲେ। ଗଡ଼ ସାମନ୍ତଙ୍କ ସାଙ୍ଗିଆ ଥିଲା ‘ରାଉତରାୟ’। ବର୍ତ୍ତମାନର ସାମନ୍ତ କୁହନ୍ତି, ପୂର୍ବ ପୁରୁଷଙ୍କଠାରୁ ଶୁଣିଛୁ ପଥରଚାପକୁ ସୁରକ୍ଷା ଦେଇ ଏହି ଗଡ଼ର କ୍ଷତ୍ରିୟମାନେ ଗଡ଼ ରୂପାସରେ ପହଞ୍ଚାଉଥିଲେ। ଶ୍ରୀବଟେଶ୍ୱର ମହାଦେବଙ୍କ ମନ୍ଦିରରେ ଥିବା ଏକ ଅଭିଲେଖରୁ ଜଣାଯାଏ, ମନ୍ଦିରଟି କୋଣାଦିତ୍ୟର ଶ୍ରୀପଦ୍ମକେଶର ମନ୍ଦିରଠାରୁ ପୁରାତନ।
ପଦ୍ମତୋଳା ଗଣ୍ଡର ଉତ୍ତର-ପଶ୍ଚିମ ଦିଗରେ ରହିଥିଲେ ମା’ ଭଗବତୀ। ତାଙ୍କରି ଦାଢ଼ ଦେଇ ବହିଯାଇଥିଲା ପଥରବୁହା ନଦୀ। ନଦୀର ସେପଟେ ଥିଲା ‘ପଥରପଦା’। ଏଇ ପଦାରେ ହିଁ ଜମି ରହୁଥିଲା ପଥର। ଆଜି ପଥରପଦା ଅଛି। ପଥରବୁହା ନଦୀର ଘାଟଦେବୀ ମା’ ଭଗବତୀଙ୍କ ବିଗ୍ରହ ଦିନେ ବିଡ଼ମ୍ବିତ ଅନ୍ଧାରରେ ସ୍ଥାନାନ୍ତର ହୋଇଗଲେ। ଖୋଜିନେ ଆମେ, ଠାବ ହୋଇନି ଏଯାଏଁ। ଯେମିତି ତରିକାରେ ତାଙ୍କ ମନ୍ଦିରକୁ ସାଇତିବା କଥା ଆମେ ସେଥିରେ ବି ଆନମନା ହୋଇଯାଇଛେ। ଭୁଲିଯାଇଛେ ଚନ୍ଦ୍ରଭାଗା ମୁହାଣର କୋନ୍ନାଗର (ଟଲେମୀଙ୍କ ଭୂଗୋଳ, ୧ମ ଶତାବ୍ଦୀ) ବନ୍ଦର ଦେଇ ଦିନେ କଳିଙ୍ଗର ସାଧବମାନେ ବୋଇତ ମେଲିଦେଲାବେଳେ ମା’ ଭଗବତୀଙ୍କୁ ଜୁହାରଟିଏ ହୋଇ ଯିବାକୁ ଭୁଲୁ ନ ଥିଲେ। ମଙ୍ଗଳମୟୀ ଭଗବତୀ ଆମର ଦୁଇ ହଜାର ବର୍ଷର ପ୍ରାଚୀନ ଐତିହ୍ୟ। ଦିନେ କଥା କହୁଥିଲା କୋଣାଦିତ୍ୟ, ଦିନେ ଓଁକାର ତୋଳୁଥିଲା ମୈତ୍ରେୟବନ, ଦିନେ ସଂପ୍ରୀତିର ବାର୍ତ୍ତା ଦେଉଥିଲା ଚନ୍ଦ୍ରଭାଗା, ଦିନେ ସଂସ୍କୃତିର ଗୀତ ବୋଲୁଥିଲା ପଦ୍ମତୋଳାଗଣ୍ଡ, ଦିନେ ବାଧ୍ୟ କରୁଥିଲା ବିଶ୍ୱର ବାଟୋଇକୁ- ଦଣ୍ଡେ ଅବାକ୍‌ ହୋଇ ଚାହିଁ ରହୁଥିଲା ସେ ଫୁଟିଲା ପଦ୍ମ ଉପରେ ଠିଆ ହୋଇଥିବା ପଦ୍ମକେଶର ମନ୍ଦିରକୁ, ପ୍ରଣାମ କରିବା ଜାତିର ପ୍ରଣମ୍ୟ ବିଶ୍ୱକର୍ମାମାନଙ୍କୁ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?