Posted inଫୁରସତ

ଘାଟଦେବୀ ଥିଲେ ମା’ ଭଗବତୀ

ଅନେକ ଇତିହାସକାର ଦେବୀ ଗଙ୍ଗେଶ୍ୱରୀ ମନ୍ଦିର ଗଙ୍ଗବଂଶ ରାଜତ୍ୱ କାଳରେ ନିର୍ମିତ ହୋଇଥିଲା ବୋଲି ସମ୍ଭାବନା କରିଛନ୍ତି। ‘ବାୟା ଚକଡ଼ା’ ଅନୁଯାୟୀ ଗଜପତି ନରସିଂହ ଦେବଙ୍କ ଅମଳରେ ଏହା ନିର୍ମାଣ ଆରମ୍ଭ ହୋଇଥିଲା, ଯେତେବେଳେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ପାଇଁ ଏଠାରେ ଶିଳ୍ପୀମାନଙ୍କ ଶିବିର ଥିଲା। ପୂର୍ବରୁ ଜାଣିଲେ ଏହି ମନ୍ଦିରର ମାପଚୁପ କରିଥିଲେ ଧର୍ମପଦ। ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ପୂର୍ବରୁ ଏହି ମନ୍ଦିରରେ ଦେବୀ ପ୍ରତିଷ୍ଠା ହୋଇ ଉପାସନା ଆରମ୍ଭ ହୋଇ ସାରିଥିଲା। ‘ବାୟା ଚକଡ଼ା’ରୁ ସ୍ପଷ୍ଟ ଜଣାଯାଉଛି, ମନ୍ଦିରର ସେବକମାନଙ୍କୁ ବର୍ତ୍ତନ ଆକାରରେ ଧାନ ଦିଆଯାଉଥିଲା। ତିନିଥର ଧାନ ଦିଆଯିବା କଥା ରହିଛି। ଏହା ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣର ୮ମ ଓ ୯ମ ବର୍ଷ ବୋଲି ଆମ୍ଭେ ମନେକରୁ। ସେତେବେଳେ କିଲାବୟାଳିଶି ବାଟି ଗଡ଼ର ଗଡ଼ନାୟକ ବା ସାଆନ୍ତ ଥିଲେ ଶ୍ରୀ ଭଟ୍ଟ ନାରାୟଣ ଭ୍ରମରବର ସାମନ୍ତ। ତାଙ୍କୁ ଗଜପତି ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ କାର୍ଯ୍ୟର ଅଧୀକ୍ଷକ ଭାବରେ ଦାୟିତ୍ୱ ଦେଇଥିଲେ।
ବିରଜାଇ ଜଙ୍ଗଲରୁ ୧୪୦୧ ଖଣ୍ଡ ଶାଳକାଠ ଆସିଥିଲା। ପୂର୍ବରୁ ସୂଚନା ଦେଇଥିଲୁ ବିରଜାଇ ମନ୍ଦିର ନିକଟରେ ଶାଳିଆ ନଦୀ ବହିଆସିଛି। ଶାଳିଆ ନଦୀ ଗବପଦର ଗ୍ରାମର ପଶ୍ଚିମ ଦିଗରେ ଆସି ଚିଲିକାରେ ମିଶିଛି। ମୁହାଣ ସିଧାରୁ ବାହାରିଲେ ଦେଢ଼ କି.ମି. ଦୂରରେ ଚଢ଼େଇହଗା ପାହାଡ଼। ଗବପଦର ତଥା ଶାଳିଆ ନଦୀ ମୁହାଣ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର। ଶାଳକାଠ ଶାଳିଆ ନଦୀ ଦେଇ ଚିଲିକାକୁ ଆସିବା ପରେ ଭାର୍ଗବୀ ନଦୀପଥ ଦେଇ ଗୋବା ଗ୍ରାମ ପାଖରୁ ପଥରବୁହା ନଦୀ ଓ କଞ୍ଚିନଦୀ ଦେଇ ଗଡ଼ମୃଗଶିରା ଦେଇ କୋଣାର୍କର ପଥରପଦା ନିକଟରେ ପହଞ୍ଚତ୍ଥିବାର ସମ୍ଭାବନା ହୁଏ।
କଞ୍ଚତ୍ନଦୀରୁ ପଥରବୁହା ନଦୀ ବର୍ତ୍ତମାନ ମାଳତୀପାଟପୁରଠାରୁ ଚାଶ୍ରୀ ଦେଇ ଯାଇଥିବା ସଡ଼କର ଡାହାଣପଟେ ଯାଇଥିଲା। ତାହା ଗଡ଼ମୃଗଶିରା ଦେଇ ଯାଇଥିବାର ପ୍ରମାଣ ଏବେ ବି ରହିଛି। ବାସ୍ତବରେ ଏହି ନଦୀ ‘ବେଙ୍ଗବତୀ ନଦୀ’ ନାମରେ ପରିଚିତ ଥିଲା। ତା’ପରେ ‘ବେଙ୍ଗେଇ’ ନଈ ନାମରେ ଲୋକମୁଖରେ ପ୍ରସିଦ୍ଧ ହେଲା। ଏହି ନଦୀ ଦେଇ କୋଣାର୍କକୁ ପଥରବୁହା ହେବା ପରେ ନଦୀଟି ‘ପଥରବୁହା’ ନଦୀ ଭାବରେ ସମାଜରେ ରୂଢ଼ି ହୋଇଗଲା। ଏହି ନଦୀ ଭାର୍ଗବୀ ନଦୀର ଏକ ଶାଖା। ଚନ୍ଦନପୁର ଗୋବା ଗ୍ରାମ ନିକଟ ଶ୍ରୀପାତାଳେଶ୍ୱର ମନ୍ଦିର ନିକଟରୁ ଏହି ଶାଖା ନଦୀ ବାହାରି ଗଡ଼ମୃଗଶିରା, ଗଡ଼ରୂପାସ ଓ ବଳରାମ ଦାସଙ୍କ ସମାଧିପୀଠ ଦେଇ କୋଣାର୍କର ପଥରପଦା ନିକଟ ଦେଇ ଚନ୍ଦ୍ରଭାଗାରେ ମିଶିଥିଲା। ଚାପରେ ପଥର ନେବାବେଳେ ଚାପ ଦଳେଇମାନେ ଗଡ଼ମୃଗଶିରାରେ ଥିବା ଶ୍ରୀବଟେଶ୍ୱର ମହାଦେବଙ୍କ ଘାଟରେ ବିଶ୍ରାମ ନେଉଥିଲେ। ଗଡ଼ ସାମନ୍ତଙ୍କ ସାଙ୍ଗିଆ ଥିଲା ‘ରାଉତରାୟ’। ବର୍ତ୍ତମାନର ସାମନ୍ତ କୁହନ୍ତି, ପୂର୍ବ ପୁରୁଷଙ୍କଠାରୁ ଶୁଣିଛୁ ପଥରଚାପକୁ ସୁରକ୍ଷା ଦେଇ ଏହି ଗଡ଼ର କ୍ଷତ୍ରିୟମାନେ ଗଡ଼ ରୂପାସରେ ପହଞ୍ଚାଉଥିଲେ। ଶ୍ରୀବଟେଶ୍ୱର ମହାଦେବଙ୍କ ମନ୍ଦିରରେ ଥିବା ଏକ ଅଭିଲେଖରୁ ଜଣାଯାଏ, ମନ୍ଦିରଟି କୋଣାଦିତ୍ୟର ଶ୍ରୀପଦ୍ମକେଶର ମନ୍ଦିରଠାରୁ ପୁରାତନ।
ପଦ୍ମତୋଳା ଗଣ୍ଡର ଉତ୍ତର-ପଶ୍ଚିମ ଦିଗରେ ରହିଥିଲେ ମା’ ଭଗବତୀ। ତାଙ୍କରି ଦାଢ଼ ଦେଇ ବହିଯାଇଥିଲା ପଥରବୁହା ନଦୀ। ନଦୀର ସେପଟେ ଥିଲା ‘ପଥରପଦା’। ଏଇ ପଦାରେ ହିଁ ଜମି ରହୁଥିଲା ପଥର। ଆଜି ପଥରପଦା ଅଛି। ପଥରବୁହା ନଦୀର ଘାଟଦେବୀ ମା’ ଭଗବତୀଙ୍କ ବିଗ୍ରହ ଦିନେ ବିଡ଼ମ୍ବିତ ଅନ୍ଧାରରେ ସ୍ଥାନାନ୍ତର ହୋଇଗଲେ। ଖୋଜିନେ ଆମେ, ଠାବ ହୋଇନି ଏଯାଏଁ। ଯେମିତି ତରିକାରେ ତାଙ୍କ ମନ୍ଦିରକୁ ସାଇତିବା କଥା ଆମେ ସେଥିରେ ବି ଆନମନା ହୋଇଯାଇଛେ। ଭୁଲିଯାଇଛେ ଚନ୍ଦ୍ରଭାଗା ମୁହାଣର କୋନ୍ନାଗର (ଟଲେମୀଙ୍କ ଭୂଗୋଳ, ୧ମ ଶତାବ୍ଦୀ) ବନ୍ଦର ଦେଇ ଦିନେ କଳିଙ୍ଗର ସାଧବମାନେ ବୋଇତ ମେଲିଦେଲାବେଳେ ମା’ ଭଗବତୀଙ୍କୁ ଜୁହାରଟିଏ ହୋଇ ଯିବାକୁ ଭୁଲୁ ନ ଥିଲେ। ମଙ୍ଗଳମୟୀ ଭଗବତୀ ଆମର ଦୁଇ ହଜାର ବର୍ଷର ପ୍ରାଚୀନ ଐତିହ୍ୟ। ଦିନେ କଥା କହୁଥିଲା କୋଣାଦିତ୍ୟ, ଦିନେ ଓଁକାର ତୋଳୁଥିଲା ମୈତ୍ରେୟବନ, ଦିନେ ସଂପ୍ରୀତିର ବାର୍ତ୍ତା ଦେଉଥିଲା ଚନ୍ଦ୍ରଭାଗା, ଦିନେ ସଂସ୍କୃତିର ଗୀତ ବୋଲୁଥିଲା ପଦ୍ମତୋଳାଗଣ୍ଡ, ଦିନେ ବାଧ୍ୟ କରୁଥିଲା ବିଶ୍ୱର ବାଟୋଇକୁ- ଦଣ୍ଡେ ଅବାକ୍‌ ହୋଇ ଚାହିଁ ରହୁଥିଲା ସେ ଫୁଟିଲା ପଦ୍ମ ଉପରେ ଠିଆ ହୋଇଥିବା ପଦ୍ମକେଶର ମନ୍ଦିରକୁ, ପ୍ରଣାମ କରିବା ଜାତିର ପ୍ରଣମ୍ୟ ବିଶ୍ୱକର୍ମାମାନଙ୍କୁ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri