Posted inଖେଳ

ୟୁଏଇ କଣ୍ଡିଶନ ସହ ଅଭ୍ୟସ୍ତ ହେବା ବଡ଼ ଚ୍ୟାଲେଞ୍ଜ: ବୋଲ୍ଟ

ଦୁବାଇ, ୧୫ା୯ (ପି.ଟି.)-ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆର୍ଦ୍ର ଓ ଉତ୍ତାପ କଣ୍ଡିଶନ ସହ ଅଭ୍ୟସ୍ତ ହେବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସମସ୍ତ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। ଏକଥା କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ବାମହାତି ପେସ୍‌ ବୋଲର ଟ୍ରେଣ୍ଟ ବୋଲ୍ଟ। ନ୍ୟୁଜିଲାଣ୍ଡର ଏହି କ୍ରିକେଟର ଗତବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳୁଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ସେ ପ୍ରଥମଥର ଖେଳିବାକୁ ଯାଉଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଶ୍ରୀଲଙ୍କା ପେସ୍‌ ବୋଲର ଲସିଥ୍‌ ମାଲିଙ୍ଗା ଏଥର ଆଇପିଏଲ୍‌ରୁ ଓହରିଯାଇଛନ୍ତି। ଫଳରେ ବୋଲ୍ଟଙ୍କୁ ୪ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ନେତୃତ୍ୱ ନେବାକୁ ପଡ଼ିବ। ତେବେ ଏହି ଦଳରେ ବହୁ ବ୍ୟାଟିଂ ହେଭିଓ୍ବେଟ୍‌ ରହିଥିବାରୁ ସେ ଅନେକ ପରିମାଣରେ ଆଶ୍ୱସ୍ତ ବୋଲି କହିଛନ୍ତି। ବୋଲ୍ଟ କହିଛନ୍ତି, ନ୍ୟୁଜିଲାଣ୍ଡ ଭଳି ଏକ କ୍ଷୁଦ୍ର ଦେଶରୁ ସେ ଆସିଛନ୍ତି। ବର୍ତ୍ତମାନ ସେଠାରେ ଶୀତଋତୁ ଚାଲିଛି। ସେଠାରେ ତାପମାତ୍ରା ୭ରୁ ୮ ଡିଗ୍ରୀ ରହିଛି। ମାତ୍ର ଏଠାରେ ମରୁଭୂମିର ମଧ୍ୟଭାଗରେ ରହିଥିବା ଷ୍ଟାଡିୟମରେ ୪୫ଡିଗ୍ରୀ ସେଲସିଅସ୍‌ ତାପମାତ୍ରାରେ ଅଭ୍ୟାସ କରିବା ଏକ ବଡ଼ ଚ୍ୟାଲେଞ୍ଜ। ସ୍ବଳ୍ପ ହେଲେ ମଧ୍ୟ ପୂର୍ବରୁ ୟୁଏଇରେ କ୍ରିକେଟ ଖେଳିଛନ୍ତି। ବର୍ଷର ବିଭିନ୍ନ ସମୟରେ ସ୍ଥାନୀୟ ପରିବେଶ ଖେଳ ଉପରେ ପ୍ରଭାବ ପକାଇଥାଏ ବୋଲି ୩୧ ବର୍ଷୀୟ ନ୍ୟୁଜିଲାଣ୍ଡ ବୋଲର କହିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ୟୁନିଟ୍‌ରେ ପ୍ରଚୁର ବିଭିନ୍ନତା ରହିଛି। ଦଳ ପାଇଁ ଏହା ଏକ ଭଲ ଲକ୍ଷଣ। ଆଇପିଏଲ୍‌ ୨୦୨୦ର ଉଦ୍‌ଘାଟନୀ ମ୍ୟାଚ୍‌ ସେପ୍ଟେମ୍ବର ୧୯ରେ ଆବୁଧାବିରେ ଖେଳାଯିବ। ଏଥିରେ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ରନର୍ସଅପ୍‌ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଲଜ୍ଜାଜନକ ରେକର୍ଡ କଲେ କେକେଆର୍‌ର ଏହି କ୍ରିକେଟର; ଆସନ୍ତା ନିଲାମୀରେ କେହି…

ଦୁବାଇ,୧୬।୧୦: ଆଇପିଏଲ୍‌ ୨୦୨୧ ଫାଇନାଲ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସଠାରୁ ୨୭ ରନ୍‌ରେ ପରାସ୍ତ ହୋଇଛି କୋଲକାତା ନାଇଟ୍‌ ରାଇଡର୍ସ। ଜିତିବା ପାଇଁ ଚେନ୍ନାଇ କୋଲକାତାକୁ ୧୯୩...

ରୋହିତଙ୍କୁ ପ୍ରଶଂସକ କହିଲେ ‘ସନ୍ୟାସ ନେବା ବେଳ ହୋଇଗଲାଣି’

ଦୁବାଇ,୨୬।୮: ରବିବାର ପାକିସ୍ତାନ ବିପକ୍ଷରେ ଏସିଆ କପ୍‌ର ପ୍ରଥମ ମୁକାବିଲା ଖେଳିବ ଭାରତ। ଏହାପୂର୍ବରୁ ଖେଳାଳିମାନେ ଦୁବାଇରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି। ଗୁରୁବାର ଅଭ୍ୟାସ...

ସିଓଏ କାର୍ଯ୍ୟକାଳ ଶେଷ: ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ଦାୟିତ୍ୱ ନେବେ

ମୁମ୍ବାଇ, ୨୩।୧୦(ପି.ଟି.)- ଭାରତର ଅନ୍ୟତମ ସଫଳତମ ଅଧିନାୟକ ବିବେଚିତ ହେଉଥିବା ସୌରଭ ଗାଙ୍ଗୁଲି ବୁଧବାର ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ମା’ ହେଲେ ଏହି ପ୍ରସିଦ୍ଧ ଖେଳାଳି

ରେସଲର ବବିତା ଫୋଗାଟ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସେ ସୋସିଆଲ ମିଡିଆରେ ପୁଅର ପ୍ରଥମ ଫଟୋ ଶେୟାର କରିଥିଲେ। ଫଟୋ ଶେୟାର କରି...

ବ୍ୟାଡ୍‌ମିଣ୍ଟନରୁ ମାଥିଆସଙ୍କ ଅବସର

ନୂଆଦିଲ୍ଲୀ, ୨୫ା୪ (ପି.ଟି.)- ଡେନମାର୍କର ଅଗ୍ରଣୀ ବ୍ୟାଡ୍‌ମିଣ୍ଟନ ଡବଲ୍ସ ଖେଳାଳି ମାଥିଆସ ବୋଏ ଖେଳରୁ ଅବସର ନେଇଛନ୍ତି। ଦୁଇ ଦଶନ୍ଧି ଧରି ତାଙ୍କ କ୍ୟାରିୟରରେ ସେ...

ଅଷ୍ଟ୍ରେଲିଆ ସମୀକ୍ଷକଙ୍କ ବଡ଼ ଭୁଲ: ସିରାଜଙ୍କ ପରିବର୍ତ୍ତେ ନବଦିପଙ୍କ ପିତାଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ସିଡନୀ, ୨୭।୧୧: କରୋନା ମହାମାରି ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ୍‌ ଶୁକ୍ରାବରଠାରୁ ଆରମ୍ଭ ହୋଇଯାଇଛି। ଦୀର୍ଘ ୯ ମାସ ପରେ...

ପର୍ଥରେ ଅଭ୍ୟାସ କଲା ଭାରତୀୟ ଦଳ

ମୁମ୍ବାଇ,୭ା୧୦: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଶୁକ୍ରବାର ଅଷ୍ଟ୍ରେଲିଆରେ ପହଞ୍ଚିଛି। ଅଧିନାୟକ ରୋହିତ ଶର୍ମା ଓ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କ...

ଅମନ ଗୁପ୍ତା କ୍ୱାର୍ଟରଫାଇନାଲରେ

ଓରେଗନ୍‌ (ୟୁଏସ୍‌ଏ), ୧୫ା୮ (ପି.ଟି.)-ୟୁଏସ୍‌ ଆମେଚର ଗଲ୍ଫ ଟୁର୍ନାମେଣ୍ଟରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅମନ ଗୁପ୍ତା ତାଙ୍କର ଉଭୟ ମ୍ୟାଚ ଜିତି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।...

Advertisement
Archives

Model This Week