ଜେଲ୍‌ରୁ ବାହାରି ଶୋଭାଯାତ୍ରାରେ ଯିବା ମହଙ୍ଗା ପଡ଼ିଲା: ୪ ଗିରଫ

ଭୁବନେଶ୍ୱର,୧୫।୯ (ବ୍ୟୁରୋ)ଏୟାରଫିଲ୍ଡ ଥାନାଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ଅମରେଶ ନାୟକ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଜାମିନ ମିଳିବା ପରେ ଗତ ଗୁରୁବାର ଝାରପଡ଼ା ଜେଲରୁ ମୁକୁଳିଥିଲେ। ବିନା ପୋଲିସ ଅନୁମତି ତଥା କୋଭିଡ୍‌ ନିୟମକୁ ଉଲ୍ଲଂଘନ କରି ସେମାନେ ବାଇକ୍‌ ଶୋଭାଯାତ୍ରା କରିଥିଲେ। ଏନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ଏୟାରଫିଲ୍ଡ ଥାନା ପୋଲିସ ୪ଜଣଙ୍କୁ ଗିରଫ କରିବା ସହ ୩ ବାଇକ୍‌ ଏବଂ ଗୋଟିଏ ଜିପ୍‌ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରପଦାର କାଶୀନାଥ ବାରିକ, ରୋଶନ ଜେନା, ଜ୍ଞାନରଞ୍ଜନ ବଡ଼ଜେନା ଓ ଚିତ୍ତରଞ୍ଜନ ପ୍ରଧାନ। ଏନେଇ ଥାନାରେ ଏକ ମାମଲା (ନଂ.୧୭୮/୨୦)ରୁଜୁ କରିଛି। ହେଲେ ଜାମିନରେ ଆସିଥିବା ୪ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଅମରେଶ ହତ୍ୟା ମାମଲାରେ ପୋଲିସର ଦୁର୍ବଳ ତଦନ୍ତ ଏବଂ ଅଭିଯୁକ୍ତମାନଙ୍କୁ ଅନୁକମ୍ପା ଦେଖାଇ କୋହଳ ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରିଥିଲେ। ଫଳରେ ୪ ଅଭିଯୁକ୍ତ ଜାମିନ ପାଇଥିଲେ। ପୋଲିସ ଜାଣିଶୁଣି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ବଦଳାଇବା ପାଇଁ ଚାପ ପକାଇଥିବା ଅମରେଶଙ୍କ ପରିବାର ଏବଂ ସାଙ୍ଗମାନେ କହିଛନ୍ତି। ଏନେଇ ଡିସିପି ଡା.ଉମାଶଙ୍କର ଦାଶ କହିଛନ୍ତି, ପ୍ରଥମେ କୋର୍ଟଙ୍କ ଜାମିନ ଅର୍ଡରକୁ ପରଖିବୁ। କେଉଁ ଗ୍ରାଉଣ୍ଡରେ କୋର୍ଟ ଜାମିନ ଦେଲେ ତାହା ଦେଖିବା ପରେ ଆଇନ ବିଭାଗର ପରାମର୍ଶ ନେବୁ। ଯଦି ଆଇନରେ ସେଭଳି କିଛି ବାଟ ଥିବ ତେବେ ସେହି ଅନୁସାରେ ଅଭିଯୁକ୍ତମାନଙ୍କୁ ଜାମିନ ଖାରଜ ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ଭାଜପା ଆଗରେ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ରବିବାର ସକାଳ ୮ରୁ ଭୋଟଗଣନା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତେବେ ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ଭାଜପା ଆଗରେ ରହୁଛି...

୨ ଆଇଏଏସ୍‌ ଅଫିସରଙ୍କୁ ହକି ବିଶ୍ୱକପ୍‌ ଦାୟିତ୍ୱ

ଭୁବନେଶ୍ୱର,୪।୧୦(ବ୍ୟୁରୋ): ହକି ବିଶ୍ୱକପ୍‌ ପରିଚାଳନା ପାଇଁ ୨ ଆଇଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ଉଭୟଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ଭୂପେନ୍ଦ୍ର ସିଂହ...

ହାଉସିଂ ବୋର୍ଡ, ଉନ୍ନୟନ କର୍ତ୍ତୃପକ୍ଷଙ୍କ ଲିଜ୍‌ ଜମିକୁ ଫ୍ରି ହୋଲ୍ଡ କରାଯିବ

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ବାସଗୃହ ପ୍ରକଳ୍ପ ପାଇଁ ଲିଜ୍‌ ସୂତ୍ରରେ ଆବଣ୍ଟିତ ଜମିକୁ ସରକାର ଫ୍ରି ହୋଲ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ପିପିପି ମୋଡ୍‌ରେ ବିକଶିତ ପ୍ରକଳ୍ପଗୁଡ଼ିକ...

ଭୁବନେଶ୍ୱରର ଏହି ବିଧାୟକଙ୍କୁ କରୋନା: ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରାଇନେବାକୁ ପରାମର୍ଶ

ଭୁବନେଶ୍ୱର,୧।୯(ବ୍ୟୁରୋ): ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ କରୋନା। ସଂକ୍ରମିତ ହେବା ନେଇ ଚିହ୍ନଟ ହେବା ପରେ ସେ ହୋମ୍‌ ଆଇସୋଲେଶନରେ ଅଛନ୍ତି। ଏବେ ତାଙ୍କ...

ଧନ୍‌ତେରସରେ ଜମୁଛି ଗହଣା କ୍ରୟ, ଶୋ’ରୁମ୍‌ରେ ଗ୍ରାହକଙ୍କ ଭିଡ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ଆଜି ଧନ୍‌ତେରସ। ଏହି ଦିନ ସୁନା କିଣିଲେ ଶୁଭ ବୋଲି କୁହାଯାଉଥିବାରୁ ରାଜ୍ୟର ପ୍ରମୁଖ ଶୋ’ରୁମ୍‌ଗୁଡ଼ିକରେ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହେଉଛି। ଗ୍ରାହକଙ୍କ ଚାହିଦାକୁ...

ଭାରିଆଣ୍ଟ ଘାତକ ହେଉ କି ନ ହେଉ ସତର୍କ ରହିବାକୁ ପଡ଼ିବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲା ଉପରେ ନଜର ରଖାଯାଇଛି। ସର୍ଭିଲାନ୍ସ ଓ ଭ୍ୟାକ୍ସିନେସନକୁ ଗୁରୁତ୍ୱ ଦିଆଯାଉଛି। ବାହାରୁ ଆସୁଥିବା ଲୋକମାନଙ୍କର ସର୍ଭିଲାନ୍ସକୁ କଡ଼ାକଡ଼ି...

ଅସହାୟଙ୍କୁ ସହାୟତାର ହାତ ବଢ଼ାଇଲା ସମୁତ୍କର୍ଷ

ବଳଙ୍ଗା, ୧୯ା୫(ଡି.ଏନ୍‌.ଏ.)-ପ୍ରଳଙ୍କରୀ ବାତ୍ୟା ଫନୀରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଜିଲା। ବାତ୍ୟାରେ ନିଜର ସର୍ବସ୍ବ ହରାଇ ବେସାହାରା ହୋଇପଡ଼ିଛନ୍ତି ଲକ୍ଷ ଲକ୍ଷ ଲୋକ। ବାତ୍ୟାକୁ...

ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ବାରଣ କରିବାକୁ ପ୍ରୋଟୋକଲ ଅଫିସରଙ୍କୁ ବଦଳି

ପୁରୀ ଅଫିସ,୧।୩: ମୁସଲିମ ହୋଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ଘଟଣାକୁ ନେଇ ଆଇଆର୍‌ଏସ୍‌ ରେସମା ଲେଖାନୀ ତାଙ୍କ ପ୍ରୋଟୋକଲ ଅଫିସରଙ୍କୁ ବଦଳି କରିଦେଇଛନ୍ତି। ତେବେ ଅଫିସରଙ୍କୁ...

Advertisement
Archives

Model This Week