କର୍ତ୍ତୃପକ୍ଷ ଗିରଫ ହୁଅନ୍ତୁ

ନିକଟରେ ପଶ୍ଚିମବଙ୍ଗ ଯାଦବପୁର ବିଶ୍ୱବିଦ୍ୟାଳୟର ଏକ ଛାତ୍ରାବାସରେ ଜଣେ ଛାତ୍ରଙ୍କୁ ରାଗିଂ ପରେ ଦ୍ୱିତୀୟ ମହଲା ବାଲ୍‌କୋନିରୁ କେତେଜଣ ସିନିୟର ଛାତ୍ର ଠେଲି ହତ୍ୟା କରିଥିଲେ। ଏହି ଘଟଣାର ସପ୍ତାହେ ପରେ ଅର୍ଥାତ୍‌ ୨୦ ଅଗଷ୍ଟରେ ଓଡ଼ିଶାର ପୁରୀସ୍ଥିତ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟର ରାଗିଂ ଘଟଣା ଛାତ୍ର ମାନସିକତାର କୁତ୍ସିତ ରୂପକୁ ସାମ୍ନାକୁ ଆଣିଛି। କୋଭିଡ୍‌ ପରେ ଅଫ୍‌ଲାଇନ ଶିକ୍ଷା ଅରମ୍ଭ ହେବାଠାରୁ ଦେଶରେ ଏପରିକି ଆମ ରାଜ୍ୟରେ ଲଗାତର ରାଗିଂଜନିତ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ହେଲେ ଆହୁରି ଅନେକ ଘଟଣା ଲୋକଲୋଚନକୁ ଆସିପାରୁନାହିଁ। ୨୦୧୬ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଭାରତର ବିଭିନ୍ନ କଲେଜରେ ପାଖାପାଖି ୪୦% ଛାତ୍ର କୌଣସି ପ୍ରକାରର ରାଗିଂର ସମ୍ମୁଖୀନ ହେଉଛନ୍ତି। ସେଥିମଧ୍ୟରୁ ମାତ୍ର ୮.୬% ସାଧାରଣରେ ପ୍ରକାଶ ପାଉଛି, ଯାହା ଅତ୍ୟନ୍ତ ଉଦ୍‌ବେଗଜନକ।
ଶିକ୍ଷାନୁଷ୍ଠାନରେ ଉଚ୍ଚଶ୍ରେଣୀର ଛାତ୍ର କିମ୍ବା ଛାତ୍ରୀମାନେ ତଳ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ରାଗିଂ କରି ସେମାନଙ୍କ ବାହୁବଳୀ ସ୍ବଭାବ ଓ ଅନୁଶାସନର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିଥାଆନ୍ତି। ଏଭଳି ଦମନ ଚିନ୍ତାଧାରା ରଖୁଥିବା ବିଦ୍ୟାର୍ଥୀମାନେ ଏଥିରୁ ସାମୟିକ ଖୁସି ପାଉଥିବା ବେଳେ ଅନ୍ୟପଟେ ନବାଗତ ପିଲାମାନେ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଉଛନ୍ତି। କେବଳ ଏତିକି ନୁହେଁ, ଅନେକେ ମାନସିକ ଭାରସାମ୍ୟ ହରାଇ କ୍ୟାମ୍ପସରେ ଆମତ୍ହତ୍ୟା କରୁଥିବା ଦେଖାଯାଉଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ମଧ୍ୟ ଏ ବିଷୟକୁ ତା’ ତଥ୍ୟରେ ଦର୍ଶାଇଛି। ସାଧାରଣ ଶିକ୍ଷାୟତନ ଅପେକ୍ଷା ବୃତ୍ତିଗତ ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂ ଅଧିକ ଦେଖାଯାଏ। ପୂର୍ବରୁ ରାଗିଂରେ ପୁଅମାନେ ଅଧିକ ସକ୍ରିୟ ଥିବା ଦେଖାଯାଉଥିବା ବେଳେ ବିଗତ କିଛି ବର୍ଷ ହେବ ସେହି କୁତ୍ସିତ କାର୍ଯ୍ୟରେ ଝିଅମାନେ ଖୁବ୍‌ ଆଗ୍ରହର ସହିତ ସାମିଲ ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି। ବର୍ଷେ ତଳେ ଭୁବନେଶ୍ୱରସ୍ଥିତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ସିନିୟର ଛାତ୍ରୀଙ୍କ ଅତ୍ୟାଚାର ସହି ନ ପାରି ରୁଚିକା ମହାନ୍ତି ଆତ୍ମହତ୍ୟା କରିବା ଘଟଣା ରାଜ୍ୟରେ ଚହଳ ପକାଇଥିଲା। କିନ୍ତୁ ତା’ ପରେ ସେହି ତିନି ଜଣ ସିନିୟର ଛାତ୍ରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା କେହି ଜାଣିପାରିଲେ ନାହିଁ ଏବଂ ମୃତ ଛାତ୍ରୀଙ୍କ ପରିବାର ସବୁ ଦିନ ପାଇଁ ତାଙ୍କ ପିଲାକୁ ହରାଇବସିଲେ। ଚିନ୍ତାର ବିଷୟ ହେଉଛି, ରାଗିଂ ରୋକିବା ଲାଗି ୨୦୦୭ରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହ ଏହାକୁ ଅପରାଧ ଶ୍ରେଣୀଭୁକ୍ତ କରିଛନ୍ତି। ୨୦୦୯ରେ ୟୁଜିସି ନିୟମାବଳୀ ସ୍ଥିର କରିବା ପରେ ମଧ୍ୟ ରାଗିଂକୁ ନେଇ ଛାତ୍ର ମାନସିକତାରେ ପରିବର୍ତ୍ତନ ଆସିପାରୁନାହିଁ। ଏହାର ପ୍ରମୁଖ କାରଣ ହେଲା ଦୃଷ୍ଟାନ୍ତମୂଳକ ଦଣ୍ଡର ଅଭାବ। ରାଗିଂକୁ ନେଇ କେତେ ଜଣ ଛାତ୍ର କହିଥାଆନ୍ତି ଯେ, ଜୁନିୟରମାନଙ୍କୁ ସ୍ମାର୍ଟ କରିବା ଲାଗି ଏହା ଉଦ୍ଦିଷ୍ଟ। ଏଠାରେ ସ୍ମାର୍ଟର ସଂଜ୍ଞା ବୁଝିବା କଷ୍ଟକର। ଯଦି ଶାରୀରିକ ଓ ମାନସିକ ନିର୍ଯାତନା ଦିଆ ନ ଯାଇ ସିନିୟରମାନେ ଜୁନିୟରଙ୍କୁ ପାଠପଢ଼ାଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ରରେ ମାର୍ଗଦର୍ଶନ କରାନ୍ତେ, ତା’ ହେଲେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ହେବା ସହିତ ସ୍ମାର୍ଟର ଯଥାର୍ଥତାର ପ୍ରତିପାଦନ ହୋଇପାରନ୍ତା। କିନ୍ତୁ ଏହା ସ୍ପଷ୍ଟ ଭାବେ ବୁଝାପଡ଼ୁଛି ଯେଉଁ ଛାତ୍ରୀଛାତ୍ର ହିଂସାତ୍ମକ ରାଗିଂ କରି ମଜା ନେଉଛନ୍ତି, ସେମାନେ କଦାପି ପାଠପଢ଼ା କିମ୍ବା ଖେଳକୁଦରେ ସଫଳତା ପାଇପାରୁଥିବେ ବୋଲି ବିଶ୍ୱାସ ହେଉନାହିଁ।
ଆଜିର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଶିକ୍ଷାରେ ପିଲାମାନେ ପେଷି ହୋଇଯାଉଛନ୍ତି। ଏହା ସତ୍ତ୍ୱେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଯେଉଁମାନେ ଲକ୍ଷ୍ୟ ନେଇ ନୂତନ ଶିକ୍ଷାନୁଷ୍ଠାନରେ ପ୍ରବେଶ କରୁଛନ୍ତି, ସେମାନେ ରାଗିଂକୁ ନେଇ ଭୟଭୀତ ହେଉଛନ୍ତି। ଏମିତି ଉଦାହରଣ ଦେଖିବାକୁ ମିଳୁଛି ଯେ ରାଗିଂ ଯୋଗୁ ପ୍ରବଳ ହିଂସାର ଶିକାର ହେଉଥିବା ବିଦ୍ୟାଥର୍ର୍ୀ ସେହି ଶିକ୍ଷାନୁଷ୍ଠାନ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି।
ରାଗିଂ ରୋକିବାର ଏକମାତ୍ର ପନ୍ଥା ଭାବେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ। ଏବେ ବୁଝାପଡ଼ୁଛି ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଏହି ଘଟଣାରେ ସମ୍ପୂର୍ଣ୍ଣ ନୀରବ ରହିଯାଉଛନ୍ତି, ଯେଉଁଥିରେ ଅସାମାଜିକ ଛାତ୍ରୀଛାତ୍ର ଅତ୍ୟଧିକ ମାତ୍ରାରେ ଉତ୍ପାତ ହେବାକୁ ସୁଯୋଗ ପାଉଛନ୍ତି। ଏହାପଛରେ ସେହିଭଳି ପିଲାଙ୍କ ଅଭିଭାବକମାନେ ଦେଉଥିବା ବିପୁଳ ଅର୍ଥର ଭୂମିକା ଥାଇପାରେ। କିନ୍ତୁ ସରକାରୀ ସ୍ତରରେ ଏଭଳି କୌଣସି ଉଦାହରଣ ଦେଖାଗଲେ ତାହାର ପ୍ରତିକ୍ରିୟା ଭାବେ ତତ୍‌କ୍ଷଣାତ୍‌ ସେହି ଅନୁଷ୍ଠାନର ମ୍ୟାନେଜିଂ କମିଟି ଅଧ୍ୟକ୍ଷ, ସଦସ୍ୟ ଏବଂ ପ୍ରିନ୍ସିପାଲ କିମ୍ବା ନିର୍ଦ୍ଦେଶକ ପୋଲିସ ଦ୍ୱାରା ଜାମିନବିହୀନ ଦଫାରେ ଗିରଫ ହେବା ଦରକାର। ସେଥିପାଇଁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଏବଂ ବିଶ୍ୱବିଦ୍ୟାଳୟ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। କର୍ତ୍ତୃପକ୍ଷଙ୍କୁ ଦାୟୀ କରା ନ ଯିବା ପର୍ଯ୍ୟନ୍ତ ଏହି ସ୍ଥିତିରେ ପରିବର୍ତ୍ତନ ଆସିପାରିବ ନାହିଁ।

ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଏବଂ ବିଶ୍ୱବିଦ୍ୟାଳୟ ତରଫରୁ ରାଗିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। କର୍ତ୍ତୃପକ୍ଷଙ୍କୁ ଦାୟୀ କରା ନ ଯିବା ପର୍ଯ୍ୟନ୍ତ ଏହି ସ୍ଥିତିରେ ପରିବର୍ତ୍ତନ ଆସିପାରିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?