Posted inଜାତୀୟ

ଭାରତରେ ପହଞ୍ଚିଲେ ଜର୍ମାନୀ ବୈଦେଶିକ ମନ୍ତ୍ରୀ, କହିଲେ ଭାରତ ଏକ ବିକଶିତ ହେଉଥିବା ଆର୍ଥିକ ଶକ୍ତି…

ନୂଆଦିଲ୍ଲୀ,୫।୧୨ : ଦୁଇ ଦିନିଆ ଭାରତ ଗସ୍ତରେ ଆସି ଜର୍ମାନୀ ବୈଦେଶିକ ମନ୍ତ୍ରୀ ଏନାଲେନା ବେୟରବୋକ ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସମେତ ଅନେକ ନେତାଙ୍କୁ ଭେଟିବେ। ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ସେ କହିଥିଲେ ଯେ ଭାରତ ହେଉଛି ବିକଶିତ ହେଉଥିବା ଏକ ଅଥନୈତିକ ଶକ୍ତି ଏବଂ ସୁଦୃଢ଼ ଗଣତନ୍ତ୍ର। ସେ ଅନେକ ଦେଶ ପାଇଁ ଭାରତ ଏକ ଆଦର୍ଶ ପାଲଟିଛି।

ଏନାଲେନା କହିଛନ୍ତି ଯେ ସମସ୍ତ ଆଭ୍ୟନ୍ତରୀଣ ତଥା ସାମାଜିକ ଆହ୍ବାନ ସତ୍ତ୍ୱେ ଭାରତ ବିଶ୍ୱର ଅନେକ ଦେଶ ପାଇଁ ସମନ୍ବୟର ଏକ ସେତୁ ସାଜିଛି। ଭାରତ ମଧ୍ୟ ଜର୍ମାନୀର ଏକ ପ୍ରାକୃତିକ ଅଂଶୀଦାର।

ଏନାଲେନା ଟୁଇଟ କରି କହିଛନ୍ତି, ଜି-୭ର ଜର୍ମାନୀର ଅଧ୍ୟକ୍ଷତାର ଶେଷ ମାସରେ ମୁଁ ଭାରତ ଗସ୍ତ କରୁଛି। ଭାରତ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିଛି। ମୋର ଆଲୋଚନା ଆମ ସମୟର ସବୁଠାରୁ ଜରୁରୀ କାର୍ଯ୍ୟ ଉପରେ କେନ୍ଦ୍ରୀତ ହେବ।

ଭାରତ ଏବଂ ଜର୍ମାନୀ ଦୁଇ ଦେଶ ମିଳିତ ଭାବେ ଜଳବାୟୁ ସଙ୍କଟକୁ ମୁକାବିଲା କରିବା ଏବଂ ଏକ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାର ରକ୍ଷଣାବେକ୍ଷଣ କରିବେ। ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଭାରତ ଦର୍ଶାଇଛି ଯେ ଏହା ବିଶ୍ୱସ୍ତରରେ ନିଜର ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ। ଜି -୨୦ ଶିଖର ସମ୍ମିଳନୀରେ ଭାରତ ସ୍ପଷ୍ଟ କରିଛି ଯେ ଏହା ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବିରୋଧ କରେ। ଏଥିପାଇଁ ଭାରତକୁ ଧନ୍ୟବାଦ ଜଣାଉଛି ବୋଲି ଏନାଲେନା କହିଛନ୍ତି।

ଏହାପୂର୍ବରୁ ଜର୍ମାନ ଦୂତାବାସ କହିଛି ଯେ ଭାରତର ବହିର୍ବ୍ୟପାର ମନ୍ତ୍ରୀ ସୁବ୍ରହ୍ମଣ୍ୟମ ଜୟଶଙ୍କରଙ୍କ ସହ ଏନାଲେନାଙ୍କ ଆଲୋଚନା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାର ଆଶା ରହିଛି। ବର୍ଲିନରେ ଜର୍ମାନୀର ଫେଡେରାଲ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର କହିଛନ୍ତି ଯେ ଦୁଇ ଦିନିଆ ଗସ୍ତ ସମୟରେ ତୈଳ, କୋଇଲା ଏବଂ ଗ୍ୟାସ ବ୍ୟତୀତ ଶକ୍ତି କ୍ଷେତ୍ରରେ ସହଯୋଗ ଉପରେ ମଧ୍ୟ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଦାଦନ ଖଟିବାକୁ ପୁଣେ ଯାଇଥିଲେ ରୂପଧର: ହଠାତ୍‌ ଘଟିଲା…

ନୂଆପଡ଼ା,୨ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ତରବୋଡ ଗଁାର ଜଣେ ଶ୍ରମିକ ମହାରାଷ୍ଟ୍ରର ପୁଣେକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ…

ଫେମ୍‌ ଇଣ୍ଡିଆର ଟପ୍‌ ୨୫ରେ ଝାରସୁଗୁଡ଼ା ଏସ୍‌ପି: ଓଡ଼ିଶା ପୋଲିସ ପାଇଁ ଆଣିଲେ ଗୌରବ

ଝାରସୁଗୁଡ଼ା,୨ା୯(ଆଶିଷ ରଞ୍ଜନ ଦାଶ):ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ପ୍ରକାଶିତ ଦେଶର ୨୫ ଜଣ ପ୍ରମୁଖ ପୋଲିସ ଅଧିକାରୀଙ୍କ ତାଲିକାରେ ଝାରସୁଗୁଡ଼ା ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ…

ଟିମ ଇଣ୍ଡିଆରେ ହେଲା ବଡ଼ ଓଲଟପାଲଟ: ବୈଭବଙ୍କୁ ମିଳିଲା ସ୍ଥାନ, ୩ ବଡ଼ ଖେଳାଳି ପଡିଲେ ବାଦ୍‌

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ବିସିସିଆଇ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱରେ ୧୫ ଜଣିଆ ଦଳରେ…

ତଳେ ଘଣ୍ଟାଏ ଜଗିରହିଲା ଦନ୍ତା: ଗଛରେ ଚଢ଼ି ଜୀବନ ବଞ୍ଚାଇଲେ ବନ କର୍ମଚାରୀ

ଛେଣ୍ଡିପଦା,୨ା୯(ଅଜିତ ଧଳ):ଗଁାରେ ପଶିଥିବା ହାତୀ ଘଉଡ଼ାଇବାକୁ ଯାଇଥିବା ହାତୀ ସ୍କ୍ବାଡ୍‌ଙ୍କୁ ମାରି ଗୋଡ଼ାଇଲା ଦନ୍ତା। ଏପରି କି ଜୀବନ ବଞ୍ଚାଇବାକୁ ସ୍କ୍ବାଡ୍‌ର ଜଣେ ସଦସ୍ୟ ଆମ୍ବ ଗଛ…

ଛାତରୁ ଝରୁଛି ପାଣି, ଖସୁଛି ପ୍ଲାଷ୍ଟର: ଅବ୍ୟବସ୍ଥା ମଧ୍ୟରେ ବଡ଼ଛତ୍ରଙ୍ଗ ହାଇସ୍କୁଲ

ଥୁଆମୂଳ ରାମପୁର,୨ା୯ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବଡ଼ଛତ୍ରଙ୍ଗ ହାଇସ୍କୁଲ ସମ୍ପ୍ରତି ଘୋର ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି। ୧୯୬୬ ମସିହାରେ ସ୍ଥାପିତ ଏହି ପୁରାତନ…

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri