ଗାୟିକା ରତ୍ନ

୧୯୮୧ ଅକ୍ଟୋବର ୧୫ରେ ଲକ୍ଷ୍ମୀପ୍ରିୟାଙ୍କ ଜନ୍ମ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ବାଲୁଙ୍କେଶ୍ୱର ଗ୍ରାମରେ। ମାତା ସଂଯୁକ୍ତା ଓ ପିତାଙ୍କ ନାମ ପ୍ରଫୁଲ୍ଲ କୁମାର ଦାଶ। ତିନିଭଉଣୀ ଓ ଜଣିଏ ଭାଇକୁ ନେଇ ତାଙ୍କ ପରିବାର। ପିଲାଟି ଦିନରୁ ତାଙ୍କର ପାଲା ପ୍ରତି ରହିଥିଲା ଆକର୍ଷଣ। କଅଁଳ ବୟସରେ ପାଲା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକାଗ୍ର ହୋଇ ଦେଖୁଥିଲେ। ବୟସ ବଢ଼ିବା ସହ ତାଙ୍କର ପାଲା ନିଶା ବଢ଼ିଲା। ଏପରିକି ପଡୋଶୀ ଗାଁକୁ ବି ସେ ପାଲା ଦେଖିବାକୁ ଯାଉଥିଲେ। ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ପାଲା ଗାୟିକା ହେବାକୁ ମନ ଉଚ୍ଚାଟ ହେଲା। ଆଉ ଗାୟକ ବାଣୀଭୂଷଣ ଅର୍ଜୁନ ଚରଣ ଦାଶଙ୍କ ପାଲା ପରିବେଷଣ ତାଙ୍କୁ ପାଲାଗାୟିକା ହେବା ଲାଗି ପ୍ରେରଣା ଦେଇଥିଲା। ଏଇ ସମୟରେ ଦିନେ ସ୍ବପ୍ନରେ ସେ ଦେଖିଲେ ମା’ ଶାରଳା ତାଙ୍କୁ କହୁଛନ୍ତି ତୁ ପାଲା ଗାୟିକା ହେବୁ। ବାସ୍‌, ତା ପରେ ତାଙ୍କ ଲକ୍ଷ୍ୟ ସ୍ଥିର ହୋଇଗଲା। ୧୯୯୬ରେ ମାଟ୍ରିକ୍‌ ପରୀକ୍ଷା ପରେ ସମ୍ପର୍କୀୟ ଶଙ୍କର ଚରଣ ଦାଶଙ୍କ ଠାରୁ ଆରମ୍ଭ ହେଲା ବିଦ୍ଧିବଦ୍ଧ ପାଲା ଶିକ୍ଷା। ମାସ କେଇଟା ଭିତରେ ସେ ପ୍ରସ୍ତୁତ ହେଲେ। ଆଉ ଚାମର ଧରି ମଞ୍ଚରେ ଠିଆ ହେଲେ। ସ୍ବପ୍ନ ବାସ୍ତବ ରୂପ ନେଲା। ଏଇଠୁ ଆରମ୍ଭ ହେଲା- ପାଲା ଗାୟିକା ଜୀବନ। ତିନିମାସ ପରେ ନିକଟବର୍ତ୍ତୀ ମହିଲୋ ଗ୍ରାମର ପାର୍ବତୀ ଠାକୁରାଣୀଙ୍କ ପୀଠରେ ହୋଇଥିଲା ପାଲାପରିବେଷଣ। ମାତ୍ର ୧୫ବର୍ଷ ବୟସରେ ହାତରେ ଚାମର ଧରି ଏଇଠି ପାଲା ଗାୟିକା ଜୀବନ ଆରମ୍ଭ କଲେ ସେ। ପ୍ରଥମ ପରିବେଷିତ ପାଲାର ବିଷୟବସ୍ତୁ ଥିଲା ‘ଗୟାତୀର୍ଥ’। ସେଦିନ ତାଙ୍କୁ ମିଳିଥିବା ପ୍ରଶଂସା ଉତ୍ସାହିତ କରିଥିଲା ଏ କ୍ଷେତ୍ରରେ ଆଗକୁ ଯିବା ପାଇଁ।
ପରବର୍ତ୍ତୀ ସମୟରେ ଗାୟକ ଶେଖର ଜଗନ୍ନାଥ ବେହେରା, ଗାୟକ ଲକ୍ଷ୍ମୀଧର ଦାଶଙ୍କଠାରୁ ସେ ପାଲା ଶିକ୍ଷା କଲେ । ଗାୟନଶୈଳୀ, ବିଷୟବସ୍ତୁ ଉପସ୍ଥାପନ, ପ୍ରାଚୀନ ସାହିତ୍ୟର ଆବଶ୍ୟକ ଉଦ୍ଧୃତି ଇତ୍ୟାଦିରେ ଦକ୍ଷତା ହାସଲ ଲାଗି ଚାଲିଲା ସାଧନା। ୧୯୯୭ ମସିହା କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ କଟକ ଜିଲା ତ୍ରିଶୂଳିଆ ନିକଟବର୍ତ୍ତୀ ଗୋଠପୁରରେ ପାଲା ପରିବେଷଣ ପାଇଁ ନିମନ୍ତ୍ରଣ ମିଳିଲା। ପୁଣି ଏକାଦି କ୍ରମେ ୫ରାତି, ଆଉ ବାଦୀପାଲା। ଅପରପକ୍ଷ ଗାୟିକା ଥାଆନ୍ତି କଟକ ଜିଲା ସାଲେପୁରର ମଞ୍ଜୁଲତା ସ୍ବାଇଁ। ଏଠାରେ ଶ୍ରୋତାଙ୍କ କରତାଳି, ପୁରସ୍କାର ତାଙ୍କୁ ଆହୁରି ଅଧିକ ଉତ୍ସାହିତ କଲା। ଏହାପରେ ଧୀରେ ଧୀରେ ଓଡ଼ିଶାର ବିଭିନ୍ନ ଜିଲାରୁ ପାଲା ପରିବେଷଣ ପାଇଁ ନିମନ୍ତ୍ରଣ ଆସିଲା। କୋଲକାତା ସମେତ ଝାଡ଼ଖଣ୍ଡର ଷଢ଼େଇକଳା, ଡୁମୁରିଆରୁ ଆରମ୍ଭକରି କଟକ ଆକାଶବାଣୀ କେନ୍ଦ୍ର, ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର, ପ୍ରାର୍ଥନା ଚ୍ୟାନେଲରେ ବି ପାଲା ପରିବେଷଣ କରିଛନ୍ତି।
ପାଲା ପାଇଁ ରହିଲେ ଅବିବାହିତ: ଦିନକୁ ଦିନ ପାଲା ପରିବେଷଣ ବଢିବା ସହ ପରିଚୟ ବି ବଢିଲା। ଆଉ ଏହି ସମୟରେ ତାଙ୍କ ଲାଗି ବିଭିନ୍ନ ସ୍ଥାନରୁ ବିବାହ ପ୍ରସ୍ତାବ ଆସିବାକୁ ଲାଗିଲା। ଏ ସମ୍ପର୍କରେ ଲକ୍ଷ୍ମୀପ୍ରିୟା କୁହନ୍ତି, ସବୁ ବିବାହ ପ୍ରସ୍ତାବରେ ସର୍ତ୍ତ ରହିଥିଲା ବିବାହ ପରେ ପାଲା ଛାଡ଼ିବାକୁ ପଡ଼ିବ। ପାଲା କରିବା ପାଇଁ ମା’ଶାରଳା ଯେତେବେଳେ ସ୍ବପ୍ନାଦେଶ ଦେଇଛନ୍ତି, କୌଣସି ପ୍ରକାରେ ପାଲାଠାରୁ ଦୂରେଇ ରହିପାରିବି ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣେଇଦେଲି।
ପାଲା ପାଇଁ ସମ୍ମାନ
ନିଜର ସ୍ବକୀୟ ଶୈଳୀ ପାଇଁ ପରିଚିତା ଲକ୍ଷ୍ମୀପ୍ରିୟାଙ୍କୁ ମିଳିଛି ଗାୟିକା ରତ୍ନ, ଗାୟିକା ଶିରୋମଣୀ, ଗାୟିକା ବାଣିଶ୍ରୀ, ଗାୟିକା ମନ୍ଦାକିନୀ ଆଦି ଉପାଧି। ଏଥିସହ ଦ୍ୱିତୀୟ ଭଞ୍ଜ ଗୋଲକ ପ୍ରଧାନ ସ୍ମୃତି ସମ୍ମାନ,ଜଗତ୍‌ସିଂହପୁର ଜିଲା ମହୋତ୍ସବର କଲ୍ଲୋଳ ସମ୍ମାନ, କଳା ପ୍ରତିଭା ସମ୍ମାନ, ପ୍ରଫୁଲ୍ଲ ପାଠାଗାର, ଓଡ଼ିଶା ପାଲାଗାୟକ ପରିଷଦ,ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସମ୍ମାନ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର(୨୦୦୬), ଲୋକ ସଙ୍ଗୀତ ବର୍ଗରେ ଉସ୍ତାଦ ବିସ୍‌ମିଲ୍ଲା ଖଁା ଜାତୀୟ ଯୁବ ପୁରସ୍କାର(୨୦୧୩-୧୪) ସହ ବହୁ ପୁରସ୍କାରର ଅଧିକାରିଣୀ ହୋଇଛନ୍ତି ଲକ୍ଷ୍ମୀପ୍ରିୟା।
ଘଣ୍ଟାଏ ବଦଳରେ ଦୁଇ ଘଣ୍ଟା: ପାଲା ପରିବେଷଣ ବେଳର ଏକ ଅନୁଭୂତି ସମ୍ପର୍କରେ ଲକ୍ଷ୍ମୀପ୍ରିୟା କୁହନ୍ତି- କେନ୍ଦ୍ରାପଡ଼ା ଜିଲା ଓଳାଭରରେ ଜାଗର ଉପଲକ୍ଷେ ୫ରାତି ପାଲା ପରିବେଷଣ ଲାଗି ନିମନ୍ତ୍ରଣ ଆସିଥିଲା। ଅବଶ୍ୟ ସେତେବେଳେ ମାଧ୍ୟମ ଥିଲା କେବଳ ଚିଠି। ଚିଠି ଦେଖି ଖାତାରେ ତାରିଖ ଲେଖିଲୁ। ସେହି ଅନୁସାରେ ଆମେ ୧୯ ତାରିଖରେ ଯାଇ ସେହି ସ୍ଥାନରେ ପହଞ୍ଚତ୍ ଶୁଣିଲୁ ପାଲା ୧୬ରୁ ଆରମ୍ଭ ହୋଇଯାଇଛି। ସେଦିନ ୪ର୍ଥ ରାତି। ଏହା ଜାଣିବା ପରେ ବଡ଼ ବ୍ୟସ୍ତ ଲାଗିଲା। ଅପରପକ୍ଷେ ପାଲା ଆୟୋଜକମାନେ ମୋ ସ୍ଥାନରେ ଅନ୍ୟ ଜଣେ ଗାୟିକାଙ୍କୁ ଆଣି ପାଲା ଚଳାଇଥାନ୍ତି। ଆମକୁ ଦେଖିବା ପରେ ଆୟୋଜକମାନେ ବିରକ୍ତି ପ୍ରକାଶ କଲେ। ଆମେ ଗୋଟିଏ ସ୍ଥାନରେ ଠିଆ ହୋଇଥାଉ। ଏଇଭଳି ବେଶ୍‌ କିଛି ସମୟ ବିତିଗଲା। ଆୟୋଜକଙ୍କ ମଧ୍ୟରୁ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଆସି ମୋତେ ପଚାରିଲେ- ତୁମ ଗୁରୁ କିଏ? ମୋ’ଠୁ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ନାମ ଶୁଣିଲା ପରେ ସେ ଟିକେ ଶଙ୍କିଗଲେ। ଅନ୍ୟ ଆୟୋଜକଙ୍କୁ କହିଲେ, ଯଦି ଲକ୍ଷ୍ମୀପ୍ରିୟାଙ୍କୁ ଫେରାଇଦେବା ଆଉ ସେ ତାଙ୍କ ଗୁରୁଙ୍କୁ କହିଦେବେ ଏ କଥା ନିଶ୍ଚିତ ସଂଘରେ ଉଠିବ। ଭବିଷ୍ୟତରେ କିଛି ବିଭ୍ରାଟ ବି ହୋଇପାରେ। ତେଣୁ ସେମାନେ ସ୍ଥିର କଲେ ଦୁଇ ଗାୟିକାଙ୍କ ମଝି ସମୟ ଅର୍ଥାତ୍‌ ପ୍ରଥମ ପାଳିର ଗାୟିକାଙ୍କ ପରିବେଷଣ ଶେଷ ଏବଂ ଦ୍ୱିତୀୟ ଗାୟିକାଙ୍କ ଆରମ୍ଭ ପୂର୍ବରୁ ମୋତେ ଘଣ୍ଟାଏ ପାଲା ପରିବେଷଣ ପାଇଁ ସୁଯୋଗ ଦିଆଯିବ। ସେଥିରେ ମୁଁ ରାଜି ହେଲି। ସେଦିନ ପ୍ରଥମପାଳି ଶେଷ ହେଲା ପରେ ଆମ ପାଲା ପରିବେଷଣ ଆରମ୍ଭ କଲୁ। ନିୟମ ଅନୁଯାୟୀ ଘଣ୍ଟାଏ ପାଖାପାଖି ହେବାବେଳକୁ ମୁଁ ପରିବେଷଣ ବନ୍ଦ କରିବା ଲାଗି ଅନୁମତି ମାଗିବା ମାତ୍ରେ ଉପସ୍ଥିତ ଶ୍ରୋତା, ଆୟୋଜକମାନେ ବି କହିଲେ ବନ୍ଦ କରନ୍ତୁ ନାହିଁ। ଚାଲୁ , ପାଲା ଘଣ୍ଟାଏରୁ ଦୁଇଘଣ୍ଟା ହୋଇଗଲା। ମୋତେ ଛାଡ଼ିବାକୁ ସେମାନେ ନାରାଜ। ଶେଷପାଳିର ଗାୟିକାଙ୍କ ସାଥୀମାନେ ବି ଆସି ମଞ୍ଚରେ ବସି ରହିଥାନ୍ତି। ସେଦିନ ଢେର ପ୍ରଶଂସା ମିଳିଥିଲା। ସେହି ଘଟଣା ମୋ ମନରେ ଅଭୁଲା ହୋଇ ରହିଯାଇଛି।
ପାଲାର ସାମ୍ପ୍ରତିକ ଅବସ୍ଥା ସମ୍ପର୍କରେ ସେ କୁହନ୍ତି- ‘ଆଜିବି ଅନେକ ସହର ଓ ଗ୍ରାମାଞ୍ଚଳରେ ମହିଳା ପାଲାର ଆଦର ରହିଛି। ନ ହେଲେ ଗାୟିକା ସଂଖ୍ୟା ବର୍ଷକୁ ବର୍ଷ ବଢନ୍ତା ନାହିଁ’। ବାୟକ ସୁରେନ୍ଦ୍ରନାଥ ଜେନା,ପାଳିଆ ରଘୁନାଥ କର,ବଳରାମ ପାତ୍ର, ରତ୍ନାକର ତ୍ରିପାଠୀ, ଶ୍ରୀପାଳିଆ ଶଙ୍କର ଚରଣ ଦାଶଙ୍କୁ ନେଇ ଲକ୍ଷ୍ମୀପ୍ରିୟାଙ୍କ ଏବେର ପାଲା ଦଳ। ତେବେ ଜିଇଁଥିବା ଯାଏଁ ପାଲା ପରିବେଷଣ କରୁଥିବି ବୋଲି କୁହନ୍ତି କଳାର ପୂଜାରିଣୀ ଲକ୍ଷ୍ମୀପ୍ରିୟା।
-ବୀରଭଦ୍ର ବିଶ୍ୱାଳ

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?