ଗାୟିକା ରତ୍ନ

୧୯୮୧ ଅକ୍ଟୋବର ୧୫ରେ ଲକ୍ଷ୍ମୀପ୍ରିୟାଙ୍କ ଜନ୍ମ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ବାଲୁଙ୍କେଶ୍ୱର ଗ୍ରାମରେ। ମାତା ସଂଯୁକ୍ତା ଓ ପିତାଙ୍କ ନାମ ପ୍ରଫୁଲ୍ଲ କୁମାର ଦାଶ। ତିନିଭଉଣୀ ଓ ଜଣିଏ ଭାଇକୁ ନେଇ ତାଙ୍କ ପରିବାର। ପିଲାଟି ଦିନରୁ ତାଙ୍କର ପାଲା ପ୍ରତି ରହିଥିଲା ଆକର୍ଷଣ। କଅଁଳ ବୟସରେ ପାଲା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକାଗ୍ର ହୋଇ ଦେଖୁଥିଲେ। ବୟସ ବଢ଼ିବା ସହ ତାଙ୍କର ପାଲା ନିଶା ବଢ଼ିଲା। ଏପରିକି ପଡୋଶୀ ଗାଁକୁ ବି ସେ ପାଲା ଦେଖିବାକୁ ଯାଉଥିଲେ। ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ପାଲା ଗାୟିକା ହେବାକୁ ମନ ଉଚ୍ଚାଟ ହେଲା। ଆଉ ଗାୟକ ବାଣୀଭୂଷଣ ଅର୍ଜୁନ ଚରଣ ଦାଶଙ୍କ ପାଲା ପରିବେଷଣ ତାଙ୍କୁ ପାଲାଗାୟିକା ହେବା ଲାଗି ପ୍ରେରଣା ଦେଇଥିଲା। ଏଇ ସମୟରେ ଦିନେ ସ୍ବପ୍ନରେ ସେ ଦେଖିଲେ ମା’ ଶାରଳା ତାଙ୍କୁ କହୁଛନ୍ତି ତୁ ପାଲା ଗାୟିକା ହେବୁ। ବାସ୍‌, ତା ପରେ ତାଙ୍କ ଲକ୍ଷ୍ୟ ସ୍ଥିର ହୋଇଗଲା। ୧୯୯୬ରେ ମାଟ୍ରିକ୍‌ ପରୀକ୍ଷା ପରେ ସମ୍ପର୍କୀୟ ଶଙ୍କର ଚରଣ ଦାଶଙ୍କ ଠାରୁ ଆରମ୍ଭ ହେଲା ବିଦ୍ଧିବଦ୍ଧ ପାଲା ଶିକ୍ଷା। ମାସ କେଇଟା ଭିତରେ ସେ ପ୍ରସ୍ତୁତ ହେଲେ। ଆଉ ଚାମର ଧରି ମଞ୍ଚରେ ଠିଆ ହେଲେ। ସ୍ବପ୍ନ ବାସ୍ତବ ରୂପ ନେଲା। ଏଇଠୁ ଆରମ୍ଭ ହେଲା- ପାଲା ଗାୟିକା ଜୀବନ। ତିନିମାସ ପରେ ନିକଟବର୍ତ୍ତୀ ମହିଲୋ ଗ୍ରାମର ପାର୍ବତୀ ଠାକୁରାଣୀଙ୍କ ପୀଠରେ ହୋଇଥିଲା ପାଲାପରିବେଷଣ। ମାତ୍ର ୧୫ବର୍ଷ ବୟସରେ ହାତରେ ଚାମର ଧରି ଏଇଠି ପାଲା ଗାୟିକା ଜୀବନ ଆରମ୍ଭ କଲେ ସେ। ପ୍ରଥମ ପରିବେଷିତ ପାଲାର ବିଷୟବସ୍ତୁ ଥିଲା ‘ଗୟାତୀର୍ଥ’। ସେଦିନ ତାଙ୍କୁ ମିଳିଥିବା ପ୍ରଶଂସା ଉତ୍ସାହିତ କରିଥିଲା ଏ କ୍ଷେତ୍ରରେ ଆଗକୁ ଯିବା ପାଇଁ।
ପରବର୍ତ୍ତୀ ସମୟରେ ଗାୟକ ଶେଖର ଜଗନ୍ନାଥ ବେହେରା, ଗାୟକ ଲକ୍ଷ୍ମୀଧର ଦାଶଙ୍କଠାରୁ ସେ ପାଲା ଶିକ୍ଷା କଲେ । ଗାୟନଶୈଳୀ, ବିଷୟବସ୍ତୁ ଉପସ୍ଥାପନ, ପ୍ରାଚୀନ ସାହିତ୍ୟର ଆବଶ୍ୟକ ଉଦ୍ଧୃତି ଇତ୍ୟାଦିରେ ଦକ୍ଷତା ହାସଲ ଲାଗି ଚାଲିଲା ସାଧନା। ୧୯୯୭ ମସିହା କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ କଟକ ଜିଲା ତ୍ରିଶୂଳିଆ ନିକଟବର୍ତ୍ତୀ ଗୋଠପୁରରେ ପାଲା ପରିବେଷଣ ପାଇଁ ନିମନ୍ତ୍ରଣ ମିଳିଲା। ପୁଣି ଏକାଦି କ୍ରମେ ୫ରାତି, ଆଉ ବାଦୀପାଲା। ଅପରପକ୍ଷ ଗାୟିକା ଥାଆନ୍ତି କଟକ ଜିଲା ସାଲେପୁରର ମଞ୍ଜୁଲତା ସ୍ବାଇଁ। ଏଠାରେ ଶ୍ରୋତାଙ୍କ କରତାଳି, ପୁରସ୍କାର ତାଙ୍କୁ ଆହୁରି ଅଧିକ ଉତ୍ସାହିତ କଲା। ଏହାପରେ ଧୀରେ ଧୀରେ ଓଡ଼ିଶାର ବିଭିନ୍ନ ଜିଲାରୁ ପାଲା ପରିବେଷଣ ପାଇଁ ନିମନ୍ତ୍ରଣ ଆସିଲା। କୋଲକାତା ସମେତ ଝାଡ଼ଖଣ୍ଡର ଷଢ଼େଇକଳା, ଡୁମୁରିଆରୁ ଆରମ୍ଭକରି କଟକ ଆକାଶବାଣୀ କେନ୍ଦ୍ର, ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର, ପ୍ରାର୍ଥନା ଚ୍ୟାନେଲରେ ବି ପାଲା ପରିବେଷଣ କରିଛନ୍ତି।
ପାଲା ପାଇଁ ରହିଲେ ଅବିବାହିତ: ଦିନକୁ ଦିନ ପାଲା ପରିବେଷଣ ବଢିବା ସହ ପରିଚୟ ବି ବଢିଲା। ଆଉ ଏହି ସମୟରେ ତାଙ୍କ ଲାଗି ବିଭିନ୍ନ ସ୍ଥାନରୁ ବିବାହ ପ୍ରସ୍ତାବ ଆସିବାକୁ ଲାଗିଲା। ଏ ସମ୍ପର୍କରେ ଲକ୍ଷ୍ମୀପ୍ରିୟା କୁହନ୍ତି, ସବୁ ବିବାହ ପ୍ରସ୍ତାବରେ ସର୍ତ୍ତ ରହିଥିଲା ବିବାହ ପରେ ପାଲା ଛାଡ଼ିବାକୁ ପଡ଼ିବ। ପାଲା କରିବା ପାଇଁ ମା’ଶାରଳା ଯେତେବେଳେ ସ୍ବପ୍ନାଦେଶ ଦେଇଛନ୍ତି, କୌଣସି ପ୍ରକାରେ ପାଲାଠାରୁ ଦୂରେଇ ରହିପାରିବି ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣେଇଦେଲି।
ପାଲା ପାଇଁ ସମ୍ମାନ
ନିଜର ସ୍ବକୀୟ ଶୈଳୀ ପାଇଁ ପରିଚିତା ଲକ୍ଷ୍ମୀପ୍ରିୟାଙ୍କୁ ମିଳିଛି ଗାୟିକା ରତ୍ନ, ଗାୟିକା ଶିରୋମଣୀ, ଗାୟିକା ବାଣିଶ୍ରୀ, ଗାୟିକା ମନ୍ଦାକିନୀ ଆଦି ଉପାଧି। ଏଥିସହ ଦ୍ୱିତୀୟ ଭଞ୍ଜ ଗୋଲକ ପ୍ରଧାନ ସ୍ମୃତି ସମ୍ମାନ,ଜଗତ୍‌ସିଂହପୁର ଜିଲା ମହୋତ୍ସବର କଲ୍ଲୋଳ ସମ୍ମାନ, କଳା ପ୍ରତିଭା ସମ୍ମାନ, ପ୍ରଫୁଲ୍ଲ ପାଠାଗାର, ଓଡ଼ିଶା ପାଲାଗାୟକ ପରିଷଦ,ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସମ୍ମାନ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର(୨୦୦୬), ଲୋକ ସଙ୍ଗୀତ ବର୍ଗରେ ଉସ୍ତାଦ ବିସ୍‌ମିଲ୍ଲା ଖଁା ଜାତୀୟ ଯୁବ ପୁରସ୍କାର(୨୦୧୩-୧୪) ସହ ବହୁ ପୁରସ୍କାରର ଅଧିକାରିଣୀ ହୋଇଛନ୍ତି ଲକ୍ଷ୍ମୀପ୍ରିୟା।
ଘଣ୍ଟାଏ ବଦଳରେ ଦୁଇ ଘଣ୍ଟା: ପାଲା ପରିବେଷଣ ବେଳର ଏକ ଅନୁଭୂତି ସମ୍ପର୍କରେ ଲକ୍ଷ୍ମୀପ୍ରିୟା କୁହନ୍ତି- କେନ୍ଦ୍ରାପଡ଼ା ଜିଲା ଓଳାଭରରେ ଜାଗର ଉପଲକ୍ଷେ ୫ରାତି ପାଲା ପରିବେଷଣ ଲାଗି ନିମନ୍ତ୍ରଣ ଆସିଥିଲା। ଅବଶ୍ୟ ସେତେବେଳେ ମାଧ୍ୟମ ଥିଲା କେବଳ ଚିଠି। ଚିଠି ଦେଖି ଖାତାରେ ତାରିଖ ଲେଖିଲୁ। ସେହି ଅନୁସାରେ ଆମେ ୧୯ ତାରିଖରେ ଯାଇ ସେହି ସ୍ଥାନରେ ପହଞ୍ଚତ୍ ଶୁଣିଲୁ ପାଲା ୧୬ରୁ ଆରମ୍ଭ ହୋଇଯାଇଛି। ସେଦିନ ୪ର୍ଥ ରାତି। ଏହା ଜାଣିବା ପରେ ବଡ଼ ବ୍ୟସ୍ତ ଲାଗିଲା। ଅପରପକ୍ଷେ ପାଲା ଆୟୋଜକମାନେ ମୋ ସ୍ଥାନରେ ଅନ୍ୟ ଜଣେ ଗାୟିକାଙ୍କୁ ଆଣି ପାଲା ଚଳାଇଥାନ୍ତି। ଆମକୁ ଦେଖିବା ପରେ ଆୟୋଜକମାନେ ବିରକ୍ତି ପ୍ରକାଶ କଲେ। ଆମେ ଗୋଟିଏ ସ୍ଥାନରେ ଠିଆ ହୋଇଥାଉ। ଏଇଭଳି ବେଶ୍‌ କିଛି ସମୟ ବିତିଗଲା। ଆୟୋଜକଙ୍କ ମଧ୍ୟରୁ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଆସି ମୋତେ ପଚାରିଲେ- ତୁମ ଗୁରୁ କିଏ? ମୋ’ଠୁ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ନାମ ଶୁଣିଲା ପରେ ସେ ଟିକେ ଶଙ୍କିଗଲେ। ଅନ୍ୟ ଆୟୋଜକଙ୍କୁ କହିଲେ, ଯଦି ଲକ୍ଷ୍ମୀପ୍ରିୟାଙ୍କୁ ଫେରାଇଦେବା ଆଉ ସେ ତାଙ୍କ ଗୁରୁଙ୍କୁ କହିଦେବେ ଏ କଥା ନିଶ୍ଚିତ ସଂଘରେ ଉଠିବ। ଭବିଷ୍ୟତରେ କିଛି ବିଭ୍ରାଟ ବି ହୋଇପାରେ। ତେଣୁ ସେମାନେ ସ୍ଥିର କଲେ ଦୁଇ ଗାୟିକାଙ୍କ ମଝି ସମୟ ଅର୍ଥାତ୍‌ ପ୍ରଥମ ପାଳିର ଗାୟିକାଙ୍କ ପରିବେଷଣ ଶେଷ ଏବଂ ଦ୍ୱିତୀୟ ଗାୟିକାଙ୍କ ଆରମ୍ଭ ପୂର୍ବରୁ ମୋତେ ଘଣ୍ଟାଏ ପାଲା ପରିବେଷଣ ପାଇଁ ସୁଯୋଗ ଦିଆଯିବ। ସେଥିରେ ମୁଁ ରାଜି ହେଲି। ସେଦିନ ପ୍ରଥମପାଳି ଶେଷ ହେଲା ପରେ ଆମ ପାଲା ପରିବେଷଣ ଆରମ୍ଭ କଲୁ। ନିୟମ ଅନୁଯାୟୀ ଘଣ୍ଟାଏ ପାଖାପାଖି ହେବାବେଳକୁ ମୁଁ ପରିବେଷଣ ବନ୍ଦ କରିବା ଲାଗି ଅନୁମତି ମାଗିବା ମାତ୍ରେ ଉପସ୍ଥିତ ଶ୍ରୋତା, ଆୟୋଜକମାନେ ବି କହିଲେ ବନ୍ଦ କରନ୍ତୁ ନାହିଁ। ଚାଲୁ , ପାଲା ଘଣ୍ଟାଏରୁ ଦୁଇଘଣ୍ଟା ହୋଇଗଲା। ମୋତେ ଛାଡ଼ିବାକୁ ସେମାନେ ନାରାଜ। ଶେଷପାଳିର ଗାୟିକାଙ୍କ ସାଥୀମାନେ ବି ଆସି ମଞ୍ଚରେ ବସି ରହିଥାନ୍ତି। ସେଦିନ ଢେର ପ୍ରଶଂସା ମିଳିଥିଲା। ସେହି ଘଟଣା ମୋ ମନରେ ଅଭୁଲା ହୋଇ ରହିଯାଇଛି।
ପାଲାର ସାମ୍ପ୍ରତିକ ଅବସ୍ଥା ସମ୍ପର୍କରେ ସେ କୁହନ୍ତି- ‘ଆଜିବି ଅନେକ ସହର ଓ ଗ୍ରାମାଞ୍ଚଳରେ ମହିଳା ପାଲାର ଆଦର ରହିଛି। ନ ହେଲେ ଗାୟିକା ସଂଖ୍ୟା ବର୍ଷକୁ ବର୍ଷ ବଢନ୍ତା ନାହିଁ’। ବାୟକ ସୁରେନ୍ଦ୍ରନାଥ ଜେନା,ପାଳିଆ ରଘୁନାଥ କର,ବଳରାମ ପାତ୍ର, ରତ୍ନାକର ତ୍ରିପାଠୀ, ଶ୍ରୀପାଳିଆ ଶଙ୍କର ଚରଣ ଦାଶଙ୍କୁ ନେଇ ଲକ୍ଷ୍ମୀପ୍ରିୟାଙ୍କ ଏବେର ପାଲା ଦଳ। ତେବେ ଜିଇଁଥିବା ଯାଏଁ ପାଲା ପରିବେଷଣ କରୁଥିବି ବୋଲି କୁହନ୍ତି କଳାର ପୂଜାରିଣୀ ଲକ୍ଷ୍ମୀପ୍ରିୟା।
-ବୀରଭଦ୍ର ବିଶ୍ୱାଳ

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri