Posted inUncategorized

ଭତ୍ତା ଟଙ୍କା ଆତ୍ମସାତ୍‌: ୫ଜଣଙ୍କୁ ନିଲମ୍ବନ ନିର୍ଦ୍ଦେଶ

ବଲାଙ୍ଗୀର ଅଫିସ,୨୩।୪: ବଲାଙ୍ଗୀର ମ୍ୟୁନିସିପାଲିଟି ଅଫିସ କର୍ମଚାରୀ କୋଭିଡ୍‌ ମହାମାରୀ ସମୟରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିବାକୁ ନେଇଥିବା ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରିଥିବା ଘଟଣା ଏବେ ଅଡିଟ୍‌ ବେଳେ ଧରାପଡିଛି। ଏହି ଘଟଣା ଧରାପଡିବା ପରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତ୍ତେ ରିକଭରି ଆଦେଶ ଦେଇଥିଲେ। ମ୍ୟୁନିସିପାଲିଟିର ୫ ଜଣ କର୍ମଚାରୀ ଟଙ୍କା ରିକଭରି ଦେଇଥିବା ସମ୍ପର୍କରେ ଜାଣିବା ପରେ ଜିଲାପାଳ ଚଞ୍ଚଳ ରାଣା ସେମାନଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରିଛନ୍ତି। ପ୍ରାୟ ୩ ବର୍ଷ ତଳର ଏହି ଘଟଣାକୁ ଚପାଇ ଦିଆଯାଇଥିବାବେଳେ ଏବେ ଅଡିଟ୍‌ ସମୟରେ ଖୋଲିଛି ସରକାରୀ ଟଙ୍କା ଆତ୍ମସାତ୍‌ର କଳା କାରମାନା। ତେବେ ଘଟଣା ସମ୍ପର୍କରେ ମୁହଁ ଖୋଲୁନାହାନ୍ତି ନିର୍ବାହୀ ଅଧିକାରୀ।
ମିଳିଥିବା ସୂଚନା ମୁତାବକ ୨୦୨୦-୨୧ କୋଭିଡ୍‌ ମହାମାରୀ ଲକ୍‌ଡାଉନ୍‌ ସମୟରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଥିଲା। ଲୋକେ ଘର ଭିତରେ ମାସ ମାସ ଧରି ରହିଥିବାରୁ ମ୍ୟୁନିସିପାଲିଟି କର୍ମଚାରୀଙ୍କୁ ଭତ୍ତାବଣ୍ଟନ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହାକୁ କେତେକ କର୍ମଚାରୀ ସୁଯୋଗ ଭାବି ବହୁ ହିତାଧିକାରୀଙ୍କ ଭତ୍ତାଟଙ୍କା ଆତ୍ମସାତ୍‌ କରିଦେଇଥିଲେ। ୨୦୨୦ ମସିହାରୁ ଏହି ସରକାରୀ ଟଙ୍କା ଆତ୍ମସାତ୍‌ ଘଟଣା ଘଟିସାରିଥିଲେ ମଧ୍ୟ ଏହାକୁ ଚପାଇ ରଖାଯାଇଥିଲା। ପ୍ରାରମ୍ଭିକ ସୂଚନାରୁ ପ୍ରାୟ ୧୨ଲକ୍ଷ ଟଙ୍କା ଆତ୍ମସାତ୍‌ କରାଯାଇଥିବା କୁଆଡେ ଅଡିଟ୍‌ ବେଳେ ଜଣାପଡିଛି। ଦୀର୍ଘ ତିନିବର୍ଷ ପରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟର ଅଡିଟ୍‌ ବେଳେ ଏହି ଘଟଣା ଜଣାପଡିବାରୁ ନିର୍ବାହୀ ଅଧିକାରୀ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ଛାଡି ରିକଭରି କରିବାକୁ କୁଆଡେ ନିର୍ଦ୍ଦେଶ ଦେଇଥିଲେ। ଫଳରେ କର୍ମଚାରୀ ଆଶିଷ ମହାପାତ୍ର ୧ଲକ୍ଷ ୫ଶହ ଟଙ୍କା ଏବଂ ଅଶୋକ କୁମ୍ଭାର ୨୦ ହଜାର ଟଙ୍କା ରିକଭରି ଦେଇଥିବା କୁହାଯାଉଛି। ଘଟଣା ସମ୍ପର୍କରେ ଜଣାପଡିବା ପରେ ଜିଲାପାଳ ରାଣା ୫ ଜଣ ଦୋଷୀ କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଏମାନଙ୍କ ବିରୋଧରେ ବହିଷ୍କାର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସାମିରେଡ୍ଡି ଜୟଶ୍ରୀଙ୍କୁ ତାଙ୍କ ମୋବାଇଲ ଫୋନ ନଂ ୯୯୩୭୯୯୫୮୩୫ରେ ଯୋଗାଯୋଗ କରାଯାଇଥିଲା। ରିଂ ହେବା ସତ୍ତ୍ୱେ ସେ ରିସିଭ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଡିଭିଜନ ବେଞ୍ଚରେ ରାଜ୍ୟ ସରକାରଙ୍କ ଅପିଲ

କଟକ,୨୫ା୪(କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ମାମଲାର ରାୟ ପ୍ରକାଶ କରି...

ନାବାଳିକାଙ୍କୁ ବାରମ୍ବାର ବଳାତ୍କାର : ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡ

ବାଲେଶ୍ୱର,୨୫।୪(ମାନସ ବିଶ୍ୱାଳ): ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ...

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ...

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ...

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri