Posted inଖେଳ

ଆଇପିଏଲ୍‌ ପୂର୍ବରୁ ଗାଭାସ୍କରଙ୍କ ବଡ଼ ବୟାନ: କହିଲେ ଆସନ୍ତା ସଂସ୍କରଣରେ ଏହି ଦଳକୁ ହରାଇବା ମୁସ୍କିଲ

ନୂଆଦିଲ୍ଲୀ,୩୦।୩: ଇଂଲଣ୍ଡ ବିପକ୍ଷ ସିରିଜ ଶେଷ ହେବା ପରେ ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ପାଇଁ ଅଣ୍ଟା ଭିଡିଛନ୍ତି ଭାରତୀୟ ଖେଳାଳି। ସମସ୍ତ ଫ୍ରାଞ୍ଚାଇଜ୍‌ ଟୁର୍ନାମେଣ୍ଟ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଆଇପିଏଲ୍‌କୁ ନେଇ ପୂର୍ବ ଅଭିଜ୍ଞ କ୍ରିକେଟର ସୁନିଲ ଗାଭାସ୍କର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ସଂସ୍କରଣରେ ଅଧିନାୟକ ରୋହିତ ଶର୍ମାଙ୍କ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବା କଷ୍ଟକର ହେବ। ଦଳ ଏଯାବତ ପାଞ୍ଚଥର ଆଇପିଏଲ୍‌ ବିଜେତା ହୋଇଥିବା ବେଳେ ଲଗାତାର ଦୁଇ ବର୍ଷ ଧରି ଟ୍ରଫି ଉପରେ କବ୍ଜା କରିଛି। ଏଣୁ ଚଳିତ ସିଜନ୍‌ ଜିତିଲେ ଏମ୍‌ଆଇ ପାଇଁ ଏହା ହାଟ୍ରିକ୍‌ ବିଜୟ ହେବ।

ଭାରତ-ଇଂଲଣ୍ଡ ମଧ୍ୟରେ ହୋଇଥିବା ଧଳା ବଲ୍‌ ସିରିଜରେ ଯେଉଁ ଖେଳାଳି(ରୋହିତ, ସୂର୍ଯ୍ୟକୁମାର ଯାଦବ, ଈଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା) ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି। ଏଣୁ ଏହି ଟିମ୍‌ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିବା ଆଶା କରାଯାଉଛି। ଅନ୍ୟ ଟିମ୍‌ ମାନଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବା କଠିନ ହେବ ବୋଲି ଗାଭାସ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

କୁଆଁରମୁଣ୍ଡା,୧୪।୬(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଦୁମକିଶିହିରିଆ ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

‘ମୋତେ ମୋ ପ୍ରେମିକର କର୍ତ୍ତବ୍ୟ ମଧ୍ୟ ପାଳନ କରିବାକୁ ପଡିବ…’ କାହିଁକି ଏମିତି କହିଲେ ଜଷ୍ଟିନ ଟ୍ରୁଡୋ? ଜାଣନ୍ତୁ ଏହା ପଛର ରହସ୍ୟ

ଓଟାଓ୍ବା,୧୪।୬: ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବର୍ତ୍ତମାନ ତାଙ୍କ ପ୍ରେମ ଜୀବନ ଏବଂ ଫିଫା ବିଶ୍ୱକପ 2026 ପାଇଁ ଖବରରେ ଅଛନ୍ତି। ବିଶ୍ୱକପ ଉଦଘାଟନୀ ଦିନରେ…

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା, ହେଜବୋଲା ଉପରେ ଆକ୍ରମଣ କଲା ଇସ୍ରାଏଲ

ଜେରୁଜେଲମ,୧୪।୬: ଯେତେବେଳେ ଆମେରିକା ଏବଂ ଇରାନ ଶାନ୍ତି ଆଲୋଚନା ବିଷୟରେ ଦାବି କରୁଛନ୍ତି, ସେତେବେଳେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଇସ୍ରାଏଲ ହେଜବୋଲା ପଦାଧିକାରୀମାନଙ୍କ ଉପରେ…

ଦିଦିଙ୍କ ହାତରୁ ଗଲା ଟିଏମସି? କାକୋଲି କହିଲେ, ‘ନୂଆ ଦଳ ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିବୁ’

କୋଲକାତା,୧୪।୬: ୧୫ ବର୍ଷ ଧରି ପଶ୍ଚିମବଙ୍ଗରେ ଶାସନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ହରାଉଥିବା ଜଣାପଡ଼ିଛି। ୨୦ ରୁ…

ପହିଲି ରଜରେ ଅଘଟଣ: ବଜ୍ରପାତରେ ଚାଲିଗଲା ବାପା-ମା’ଙ୍କର ଏକମାତ୍ର ପୁଅର ଜୀବନ

ରାଜନଗର,୧୪ା୬(ଭାସ୍କର ରାଉତରାୟ): ପହିଲି ରଜରେ ଅଘଟଣ। ବଜ୍ରପାତରେ ଚାଲିଗଲା ବାପା-ମା’ଙ୍କର ଏକମାତ୍ର ପୁଅର ଜୀବନ। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଘଡ଼ିଆମାଳ ଗାଁର ଦୈତାରୀ…

ରଜରେ ବଡ଼ ଅଘଟଣ; ୧୦ ମିନିଟ୍‌ ବ୍ୟବଧାନରେ ୨ ଦୁର୍ଘଟଣା, କେନ୍ଦୁଝରରେ ୫ ମୃତ

କେନ୍ଦୁଝର,୧୪।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ପ୍ରଥମ ରଜ ପାଇଁ ଚାରିଆଡ଼େ ଉତ୍ସବର ପରିବେଶ ରହିଥିବା ବେଳେ କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଏନଏଚ ୪୯ ରେ…

ଦାମୀଗାଡ଼ିରେ ଗଞ୍ଜେଇ ଚାଲାଣ, ପାଟ୍ରୋଲିଂବେଳେ ଦୁଇ ଅଭିଯୁକ୍ତଙ୍କୁ…

ବଲାଙ୍ଗୀର,୧୪ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଅବକାରୀ ବିଭାଗ ରବିବାର ଭୋରରୁ ତୁଷୁରା-ଆଟଗାଁ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଏକ ଧଳା ରଙ୍ଗର ଦାମୀ ଥାର ଗାଡ଼ିରେ ଚାଲାଣ ହେଉଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତାର ରାଜ ଖୋଲିଲେ କୋଚ, ଆପଣବି ଜାଣିଲେ…

ନୂଆଦିଲ୍ଲୀ,୧୪।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ମୋହିତ କରିଛନ୍ତି। କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ସମସ୍ତେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri