Posted inଖେଳ

ଆଇପିଏଲ୍‌ ପୂର୍ବରୁ ଗାଭାସ୍କରଙ୍କ ବଡ଼ ବୟାନ: କହିଲେ ଆସନ୍ତା ସଂସ୍କରଣରେ ଏହି ଦଳକୁ ହରାଇବା ମୁସ୍କିଲ

ନୂଆଦିଲ୍ଲୀ,୩୦।୩: ଇଂଲଣ୍ଡ ବିପକ୍ଷ ସିରିଜ ଶେଷ ହେବା ପରେ ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ପାଇଁ ଅଣ୍ଟା ଭିଡିଛନ୍ତି ଭାରତୀୟ ଖେଳାଳି। ସମସ୍ତ ଫ୍ରାଞ୍ଚାଇଜ୍‌ ଟୁର୍ନାମେଣ୍ଟ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଆଇପିଏଲ୍‌କୁ ନେଇ ପୂର୍ବ ଅଭିଜ୍ଞ କ୍ରିକେଟର ସୁନିଲ ଗାଭାସ୍କର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ସଂସ୍କରଣରେ ଅଧିନାୟକ ରୋହିତ ଶର୍ମାଙ୍କ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବା କଷ୍ଟକର ହେବ। ଦଳ ଏଯାବତ ପାଞ୍ଚଥର ଆଇପିଏଲ୍‌ ବିଜେତା ହୋଇଥିବା ବେଳେ ଲଗାତାର ଦୁଇ ବର୍ଷ ଧରି ଟ୍ରଫି ଉପରେ କବ୍ଜା କରିଛି। ଏଣୁ ଚଳିତ ସିଜନ୍‌ ଜିତିଲେ ଏମ୍‌ଆଇ ପାଇଁ ଏହା ହାଟ୍ରିକ୍‌ ବିଜୟ ହେବ।

ଭାରତ-ଇଂଲଣ୍ଡ ମଧ୍ୟରେ ହୋଇଥିବା ଧଳା ବଲ୍‌ ସିରିଜରେ ଯେଉଁ ଖେଳାଳି(ରୋହିତ, ସୂର୍ଯ୍ୟକୁମାର ଯାଦବ, ଈଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା) ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି। ଏଣୁ ଏହି ଟିମ୍‌ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିବା ଆଶା କରାଯାଉଛି। ଅନ୍ୟ ଟିମ୍‌ ମାନଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବା କଠିନ ହେବ ବୋଲି ଗାଭାସ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଏହି କ୍ରିକେଟର୍‌: ଏକଦିବସୀୟ କ୍ରିକେଟରେ ହାସଲ କଲେ ବିରଳ ରେକର୍ଡ

ଜୋହାନ୍ସବର୍ଗ,୫।୪: ପାକିସ୍ତାନର ଓପନର୍‌ ଫାଖର ଜମାନ ପୁଣି ଥରେ ଏକ ବିସ୍ଫୋରକ ଇନିଂଶ ଖେଳିଛନ୍ତି। ସେ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୯୩ ରନ୍‌ର ଅପରାଜିତ...

ପଶ୍ଚିମବଙ୍ଗ ଚାମ୍ପିୟନ, ଓଡ଼ିଶା ରନରଅପ୍‌

ଭୁବନେଶ୍ୱର, ୨୨ା୩(କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ ପ୍ରଧାନ ମହାଲେଖାକାର ଅଡିଟ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଭାରତୀୟ ଅଡିଟ ଓ ଆକାଉଣ୍ଟ୍ସ ପୂର୍ବାଞ୍ଚଳ ହକି ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର କଳିଙ୍ଗ...

ଅକ୍ଷରଙ୍କ ବୋଲିଂ ଦେଖି ଖୁସିରେ ଝୁମିଲେ ‘କ୍ରିକେଟର ଭଗବାନ’; ଟୁଇଟ୍‌ କରି କହିଲେ…

ଅହମ୍ମଦାବାଦ,୨୫।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଲଂଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳ ଜାରି ରହିଛି। ଏହି ଦିବାରାତ୍ର ମ୍ୟାଚ୍‌ର ପ୍ରଥମ ଦିନରେ ଚମକିଛନ୍ତି ଭାରତୀୟ...

ସୁନ୍ଦରଙ୍କ ଚମତ୍କାର ଇନିଂସ: ଭାରତ ପ୍ରଥମ ଇନିଂସରେ ୩୩୭ ରନ୍‌ରେ ଅଲଆଉଟ୍‌

ଚେନ୍ନାଇ,୮।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୩୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଇଂଲଣ୍ଡର ପ୍ରଥମ ଇନିଂଶ...

ଆଜି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ବାସେଟେରୀ,୧ା୮:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଆଜି ଖେଳାଯିବ। ଏହି ମୁକାବିଲାରେ ନିଜ ବିଜୟଧାରା ଅବ୍ୟାହତ ରଖିବା ଲାଗି ପ୍ରୟାସ...

ବାଉନ୍ସର ପକାଇ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ଙ୍କ ନାକ ହାଡ଼ ଭାଙ୍ଗିଥିଲେ ଏହି ବୋଲର୍‌, ଉଇକେଟ ବି ନେଇ କରିଥିଲେ…

ନୂଆଦିଲ୍ଲୀ,୧୮।୨: କ୍ରିକେଟ ମଇଦାନରେ ଅନେକ ଅବିସ୍ମରଣୀୟ ଘଟଣା ଦେଖିବାକୁ ମିଳିଥାଏ। ସେଥିରୁ ଗୋଟିଏ ହେଉଛି ୧୯୮୬ ଫେବୃୟାରୀ ୧୮ ତାରିଖରେ ଖେଳାଯାଇଥିବା ଏକ ମ୍ୟାଚ୍‌ର ଘଟଣା।...

ଦ୍ୱିତୀୟ ଟେଷ୍ଟ: ଇନିଂସ ପରାଜୟ ଏଡ଼ାଇଲା ଜିମ୍ବାଓ୍ବେ

ଆବୁଧାବି,୧୪।୩: ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଚାଲିଥିବା ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଜିମ୍ବାଓ୍ବେ ଫଲୋଅନ ହେବା ପରେ ଦ୍ୱିତୀୟ ଇନିଂସରେ ଲଢୁଆ ବ୍ୟାଟିଂ...

ଦ୍ୱିତୀୟ ଟେଷ୍ଟ: ନେଟ୍ସରେ ଅକ୍ଷରଙ୍କ ଅଭ୍ୟାସ, ପ୍ରଥମ ଦିନରୁ ବଲ୍‌ ଟର୍ନ ହେବା ସମ୍ଭାବନା

ନୂଆଦିଲ୍ଲୀ,୧୧।୨(ପି.ଟି.): ଚେନ୍ନାଇରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ଅତିକମ୍‌ରେ ଗୋଟିଏ ପରିବର୍ତ୍ତନ ହେବା ନିଶ୍ଚିତ...

Advertisement
Archives

Model This Week