Posted inଖେଳ

ଗମ୍ଭୀରଙ୍କୁ ଚକିତ କଲା ନୂଆ ପ୍ରତିଭା

ନୂଆଦିଲ୍ଲୀ,୨।୧୨: ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତଗ ଗମ୍ଭୀର ମଙ୍ଗଳବାର ଦିଲ୍ଲୀର ଯମୁନା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଇଷ୍ଟ ଦିଲ୍ଲୀ ପ୍ରିମିୟର ଲିଗ୍‌ (ଇଡିପିଏଲ) ଉଦ୍‌ଘାଟନ କରିଛନ୍ତି। ଦିଲ୍ଲୀରେ ଯୁବ ପ୍ରତିଭାଙ୍କୁ ଭଲ ପ୍ଲାଟଫର୍ମ ଦେବା ଏହି ଲିଗ୍‌ର ଉଦ୍ଦେଶ୍ୟ। ସେହିଭଳି ଜଣେ ପ୍ରତିଭାଶାଳୀ ଖେଳାଳି ହେଲେ ମହମ୍ମଦ ଓ୍ବାସିମ। ଗୁରୁବାର ଏକ ଟୁଇଟ ଜରିଆରେ ଗମ୍ଭୀର ୧୯ ବର୍ଷୀୟ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି।

ମହମ୍ମଦ ଓ୍ବାସିମଙ୍କ ଫଟୋ ଶେୟାର କରିବା ସହ ଗମ୍ଭୀର କ୍ୟାପଶନରେ ଲେଖିଛନ୍ତି, ଦିନେ ଖବରକାଗଜ ବିତରଣ କରୁଥିଲେ, ଏବେ ତାଙ୍କ ଫଟୋ ଖବରକାଗଜରେ ବାହାରିବ।

ଇଷ୍ଟ ଦିଲ୍ଲୀ ପ୍ରିମିୟର ଲିଗ୍‌ ପାଇଁ ଟ୍ରାଏଲ ବେଳେ ମହମ୍ମଦ ଓ୍ବାସିମ ଚୟନକର୍ତ୍ତାଙ୍କୁ ଚକିତ କରି ଦେଇଥିଲେ। ପୂର୍ବ ଦିଲ୍ଲୀ ଏମ୍‌ପି ଗମ୍ଭୀରଙ୍କ ଦ୍ୱାରା କରାଯାଇଥିବା ଟ୍ରାଏଲରେ ଓ୍ବାସିମ ଘଣ୍ଟା ପ୍ରତି ପ୍ରାୟ ୧୪୦ କିମି ବେଗରେ ବୋଲିଂ କରିଥିଲେ। ତାହା ପୁଣି ଖାଲି ସ୍ଲିପରରେ।

”ମୋ କାର୍ଯ୍ୟକାଳରେ ପୂର୍ବ ଦିଲ୍ଲୀକୁ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। କଥାକୁ କାର୍ଯ୍ୟରେ ପରିଣତ କରିବାକୁ ସକ୍ଷମ ହୋଇଥିବାରୁ ଆମେ ଗର୍ବିତ। ପ୍ରତିଭା ମାନେ ରଖେ, ବ୍ୟାକଗ୍ରାଉଣ୍ଡ ନାହିଁ“ ବୋଲି ଗମ୍ଭୀର କହିଛନ୍ତି।

କ୍ରିକେଟର ହେବା ନିଶାରେ ପେପର ବାଣ୍ଟୁଥିବା ଓ୍ବାସିମ କହିଛନ୍ତି, ଛୋଟ ବେଳୁ ବାପା ମା’ଙ୍କୁ ହରାଇ ଥିଲି। ଏଣୁ ପରିବାର ଚଳାଇବା ପାଇଁ ମୁଁ ଓ ମୋ ଭାଇ ବିଭିନ୍ନ ପ୍ରକାର କାମ କରୁଛୁ। ଏହାସତ୍ତ୍ୱେ ଆମ ଆର୍ଥିକ ସ୍ଥିତି ଭଲ ନାହିଁ। ଏହି ଟୁର୍ନାମେଣ୍ଟ ମୋ କ୍ରିକେଟିଂ କ୍ୟାରିୟର ପାଇଁ ଭୟ ସୁଯୋଗ। ଆୟୋଜକମାନେ ମୋତେ ପ୍ରାକ୍ଟିସ ଲାଗି ଯୋତା ଭଳି କ୍ରିକେଟ କିଟ୍ସ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri