Posted inଖେଳ

ଭାରତୀୟ ଦଳର କୋଚ୍‌ ହେବାକୁ ଆଗ୍ରହୀ ଗୌତମ ଗମ୍ଭୀର, କିନ୍ତୁ ରହିଛି ଗୋଟିଏ ସର୍ତ୍ତ

ମୁମ୍ବାଇ,୨୬।୫: ଭାରତୀୟ ପୁରୁଷ କ୍ରିକେଟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକଙ୍କ ପାଇଁ ବହୁ ନାମୀଦାମୀ ପୂର୍ବତନ କ୍ରିକେଟରଙ୍କ ନାମ ସାମ୍ନାକୁ ଆସିଛି। ରାହୁଲ ଦ୍ରାବିଡଙ୍କ ସ୍ଥାନରେ ନିଯୁକ୍ତି ପାଇବାକୁ ବୋର୍ଡ ବିଜ୍ଞାପନ ବାହାର କରିଥିବା ବେଳେ ଭିଭିଏସ ଲକ୍ଷ୍ମଣ ଏବଂ ଗୌତମ ଗମ୍ଭୀର ଶୀର୍ଷ ଭାରତୀୟ ନାମ ଭାବରେ ଉଭା ହୋଇଛି। ଏହାବ୍ୟତିତ ରିକି ପଣ୍ଟିଂ, ଜଷ୍ଟିନ ଲାଙ୍ଗର, ଷ୍ଟିଫେନ ଫ୍ଲେମିଙ୍ଗ ଇତ୍ୟାଦ ବୋର୍ଡର ସର୍ଟଲିଷ୍ଟରେ ଥିଲେ ମଧ୍ୟ ସେମାନେ ଏହି ପଦବୀ ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି। କିନ୍ତୁ, ଲାଗୁଛି ଯେ ବିସିସିଆଇର ରାଡାରରେ ୧ ନମ୍ବର ପ୍ରାର୍ଥୀ ହେଉଛନ୍ତି କୋଲକାତା ନାଇଟ ରାଇଡର୍ସ ମେଣ୍ଟର ଗୌତମ ଗମ୍ଭୀର।

ଦୈନିକ ଜାଗରଣରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗମ୍ଭୀର ମଧ୍ୟ ଭାରତର ମୁଖ୍ୟ ପ୍ରଶିକ୍ଷକ ଦୟିତ୍ୱ ନେବାକୁ ଆଗ୍ରହୀ, ଯଦିଓ ଏହା କେକେଆରର ମେଣ୍ଟର ଭାବରେ ତାଙ୍କର ପ୍ରଥମ ବର୍ଷ। କିନ୍ତୁ, ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଆବେଦନ ଫର୍ମ ପୂରଣ କରିବା ପୂର୍ବରୁ ତାଙ୍କର ଗୋଟିଏ ସର୍ତ୍ତ ରହିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ଯଦି ତାଙ୍କୁ ’ଚୟନ ଗ୍ୟାରେଣ୍ଟି’ ଦିଆଯାଏ ତେବେ ଗମ୍ଭୀର ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ। ପୂର୍ବତନ ଭାରତ ଓପନିଂ ବ୍ୟାଟର୍‌ ଏହି ପଦ ପାଇଁ ଦ୍ରାବିଡଙ୍କ ପରି ଚଲାଇବାକୁ ଆଗ୍ରହି ନୁହନ୍ତି।

ମୁଖ୍ୟ ପ୍ରଶିକ୍ଷକଙ୍କ ଭୂମିକା ପାଇଁ ଆବେଦନ କରିବାର ଶେଷ ତାରିଖ ମେ ୨୭ ରହିଛି। ଏହି ଭୂମିକା ପାଇଁ କେତେ ସମ୍ଭାବ୍ୟ କୋଚ ସେମାନଙ୍କ ନାମ ରଖିଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ନିକଟରେ ବିସିସିଆଇ ମୁଖ୍ୟ ପ୍ରଶିକ୍ଷକ ପାଇଁ ରିକି ପଣ୍ଟିଂ ଏବଂ ଜଷ୍ଟିନ ଲାଙ୍ଗରଙ୍କ ସହ ଯୋଗାଯୋଗ କରିବା ଖବରକୁ ଜୟ ଶାହା ଖଣ୍ଡନ କରିଥିଲେ, ଯଦିଓ ଏହି ଦ୍ୱୟ ଦାବି କରିଛନ୍ତି ଯେ ସେମାନଙ୍କ ନିକଟକୁ ଆସିଛନ୍ତି କିନ୍ତୁ ଅଫରକୁ ପ୍ରତ୍ୟାଖ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଯଦି ଗମ୍ଭୀର ଏହି ପଦ ପାଇଁ ଆବେଦନ କରନ୍ତି ଏବଂ ଏହି ଭୂମିକା ଗ୍ରହଣ କରନ୍ତି, ତେବେ ତାଙ୍କୁ ନାଇଟ ରାଇଡର୍ସଙ୍କ ପରାମର୍ଶଦାତା ଭାବରେ ତାଙ୍କ ପଦ ଛାଡିବାକୁ ପଡିବ। ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ, ଯିଏ କି ଦୁଇଥର ସେମାନଙ୍କ ଅଧିନାୟକ ଭାବରେ କେକେଆର୍‌ ସହିତ ଆଇପିଏଲ ଜିତିଛନ୍ତି, ଫ୍ରାଞ୍ଚାଇଜ ଚଳିତ ବର୍ଷର ପ୍ରଦର୍ଶନ ପାଇଁ ତାଙ୍କୁ ଶ୍ରେୟ ଦିଆଯାଉଛି। ଆଇପିଏଲ ୨୦୨୪ ରେ କେକେଆରର ପ୍ରଦର୍ଶନ ହିଁ ଭାରତର ସମ୍ଭାବ୍ୟ ମୁଖ୍ୟ ପ୍ରଶିକ୍ଷକ ପାଇଁ ଗମ୍ଭୀରଙ୍କ ଦାବିଦାର ବଢାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଦର୍ସ ଡେ’ରେ କୋହଲିଙ୍କୁ ମିଳିଲା ବଡ଼ ଉପହାର: ଫଟୋ ଶେୟାର କଲେ ଅନୁଷ୍କା

ଆଜିକାଲି ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ପିଲାମାନଙ୍କ ସହ ନ୍ୟୁୟର୍କରେ ଅଛନ୍ତି। ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପରେ ସମର୍ଥନ କରିବାକୁ...

ଟି-୨୦ ବିଶ଼୍ବକପ୍‌: ସୁପର ୮ରେ ଭାରତ, ଜାଣନ୍ତୁ କେବେ କାହାକୁ ଭେଟିବ

ନୂଆଦିଲ୍ଲୀ, ୧୭।୬: ଜାରି ରହିଥିବା ଟି-୨୦ ବିଶ଼୍ବକପ୍‌ରେ ଭାରତ ସୁପର-୮ରେ ସ୍ଥାନ ପକ୍କା କରିସାରିଛି । ଏ ପର୍ଯ୍ୟନ୍ତ ୩୮ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଆଜି...

ବିଜୟ ସହ ଟି-୨୦ ବିଶ୍ୱକପ୍‌ରୁ ବିଦାୟ ନେଲା ପାକିସ୍ତାନ

ଫ୍ଳୋରିଡା,୧୭ା୬: ପାକିସ୍ତାନ ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୩ ଉଇକେଟରେ ପରାସ୍ତ କରି ଟି୨୦ ବିଶ୍ୱକପ ଅଭିଯାନ ଶେଷ କରିଛି। ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି...

କମାଲ୍‌ କଲେ ମନ୍ଧାନା: ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟେଇଲା ଭାରତ

ବେଙ୍ଗାଲୁରୁ, ୧୬ା୬: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ମହିଳା ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୪୩ ରନରେ ବିଜୟ ହାସଲ କରିଛି। ସ୍ଥାନୀୟ ଏମ୍‌....

ସ୍କଟ୍‌ଲାଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ: ସୁପର-୮ରେ ପହଞ୍ଚିଲା ଇଂଲଣ୍ଡ

ଗ୍ରସ୍‌ ଆଇଲେଟ୍‌,୧୫ା୬: ଟି୨୦ ବିଶ୍ୱକପ୍‌ରେ ରବିବାର ସ୍କଟ୍‌ଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଏହି ପରାଜୟ ସହିତ ସ୍କଟ୍‌ଲାଣ୍ଡ ଟୁର୍ନାମେଣ୍ଟରୁ ବିଦାୟ ନେଇଥିବା ବେଳେ...

ଟି-୨୦ ବିଶ୍ୱକପ ଚାଲିଥିବାବେଳେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନ୍ୟୁୟର୍କ,୧୬।୬: ଟି-୨୦ ବିଶ୍ୱକପ ୨୦୨୪ ଚାଲିଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଦୁଇଟି ଦଳ ପାଇଁ ଖେଳିଥିବା ଷ୍ଟାର ଅଲରାଉଣ୍ଡର ଡେଭିଡ ଓ୍ବିଜେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି।...

ଟି-୨୦ ବିଶ୍ୱକପର ସୁପର୍‌-୮ରେ କାହାକୁ ଭେଟିବ ଟିମ୍‌ ଇଣ୍ଡିଆ: ଜାଣନ୍ତୁ କାର୍ଯ୍ୟସୂଚୀ

ନ୍ୟୁୟର୍କ,୧୬।୬: ଇଂଲଣ୍ଡ ଦଳ ଶେଷରେ ଟି-୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି। ଏପର୍ଯ୍ୟନ୍ତ ୭ଟି ଦଳ ସୁପର ୮...

ଇତିହାସ ରଚିବାକୁ ଯାଉଛନ୍ତି ହିଟ୍‌ମ୍ୟାନ୍‌: ଟି-୨୦ରେ ଏମିତି ହାସଲ କରିବାରେ ହେବେ ପ୍ରଥମ ବ୍ୟାଟ୍ସମ୍ୟାନ୍‌

ନ୍ୟୁୟର୍କ,୧୬।୬: ଭାରତୀୟ ଦଳ ଆଫଗାନିସ୍ତାନ ସହିତ ଜୁନ ୨୦ରେ ଟି-୨୦ ବିଶ୍ୱକପ ୨୦୨୪ର ସୁପର ୮ ରାଉଣ୍ଡରେ ଖେଳିବ। ସୁପର ୮ ରାଉଣ୍ଡରେ ଭାରତକୁ ତିନୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri