ଦଳର ବିଜୟ ପରେ ବି ରାଗିଗଲେ ଗମ୍ଭୀର, ହରାଇଲେ ନିୟନ୍ତ୍ରଣ

ପୁଣେ,୨।୫: ଆଇପିଏଲ ୨୦୨୨ର ୪୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ଲକ୍ଷ୍ନୌ ଦଳ ଶେଷରେ ୬ ରନ୍‌ରେ ଏହି ମ୍ୟାଚ ଜିତିଥିଲା। ଏହି ମ୍ୟାଚ ଜିତିବା ପରେ ଲକ୍ଷ୍ନୌ କ୍ୟାମ୍ପରେ ସମସ୍ତେ ସେଲିବ୍ରେଶନ୍‌ ଆରମ୍ଭ କରିଲେ। କିନ୍ତୁ ଦଳର ପରାମର୍ଶଦାତା ଗୌତମ ଗମ୍ଭୀର ବିଜୟ ପରେ ହଠାତ୍‌ ଏତେ ରାଗିଯାଇଥିଲେ ଯେ ତାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଲକ୍ଷ୍ନୌର ବିଜୟ ପରେ ଗୌତମ ଗମ୍ଭୀର ନିଜର ନିୟନ୍ତ୍ରଣ ହରାଇଲେ। ସେ ନିଜ ଆସନ ଛାଡି ଏପରି ଉତ୍ସବ ପାଳନ କରିଥିଲେ ଯେ ସମସ୍ତଙ୍କ ଦୃଷ୍ଟି ତାଙ୍କ ଆଡକୁ ଯାଇଥିଲା। ଏପରିକି ସେ ଏତେ ଉତ୍ସାହିତ ଥିଲେ ଯେ ତାଙ୍କ ପାଟିରୁ ଖରାପ ଭାଷା ବାହାରିଥିଲା। ଲକ୍ଷ୍ନୌ ଏବଂ ଦିଲ୍ଲୀ ମଧ୍ୟରେ ମ୍ୟାଚ ଶେଷ ଓଭରରେ ପହଞ୍ଚିଥିବାରୁ ଉଭୟ ଦଳ ଏହାକୁ ଜିତି ପାରିଥାନ୍ତେ। ରୋମାଞ୍ଚକର ମ୍ୟାଚ ଦେଖି ଗମ୍ଭୀର ନିଜକୁ ନିୟନ୍ତ୍ରଣ କରିପାରି ନ ଥିଲେ।
ଏହି ମ୍ୟାଚର ଶେଷ ଓଭରରେ ଦିଲ୍ଲୀକୁ ୨୧ ରନ ସ୍କୋର କରିବାକୁ ଥିଲା। ଲକ୍ଷ୍ନୌ ପାଇଁ ମାର୍କସ ଷ୍ଟୋଇନିସ ଶେଷ ଓଭର ବୋଲିଂ କରିଥିଲେ। ଶେଷ ଦୁଇଟି ବଲରୁ ଦିଲ୍ଲୀର ୧୩ ରନ ଆବଶ୍ୟକ ଥିଲା। କିନ୍ତୁ ଷ୍ଟୋଇନିସ ଏହାକୁ ରକ୍ଷା କରିବାରେ ସଫଳ ହୋଇଥିଲେ। ଏହି ବିଜୟ ସହିତ ଲକ୍ଷ୍ନୌ ୧୪ ପଏଣ୍ଟ ରହିଛି ଏବଂ ଏହି ଦଳ ଲିଗ ଟେବୁଲରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଇଟଲରୁ ସାନିଆଙ୍କ ଅଲିମ୍ପିକ୍ସ ବର୍ଷ ଆରମ୍ଭ

ହୋବାର୍ଟ,୧୮।୧- ଦୀର୍ଘ ଦୁଇ ବର୍ଷ ପରେ କୋର୍ଟକୁ ଫେରିଥିବା ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ତାଙ୍କ ପାର୍ଟନର ନାଡିଆ କିଚେନୋକଙ୍କ ସହ ମିଶି...

ସଚିନଙ୍କୁ ବୁଢା କହୁଥିଲେ ଏହି କ୍ରିକେଟର୍‌, ସେହ୍ବାଗ ଦେଇଥିଲେ ଉଚିତ୍‌ ଜବାବ

ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ କୁହାଯାଏ। ତାଙ୍କ କ୍ୟାରିୟର୍‌ରେ ତେନ୍ଦୁଲକର ବିନା କାରଣରେ କୌଣସି ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କ ସହ ଝଗଡା କରୁ...

ରାଜସ୍ଥାନ ରୟାଲ୍ସର ସହଜ ବିଜୟ…

କୋଲକାତା,୧୧।୫: ଆଇପିଏଲ ୨୦୨୩ର ୫୬ତମ ମ୍ୟାଚ ଗୁରୁବାର କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଖେଳାଯାଇଛି। ମ୍ୟାଚରେ କେକେଆର...

ବୋପାନ୍ନା-ଶାପୋଭାଲୋଭ ରନର୍ସଅପ୍‌

ଷ୍ଟଟ୍‌ଗାର୍ଟ, ୧୭ା୬ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ତାଙ୍କ କାନାଡିଆନ ପାର୍ଟନର ଡେନିସ ସାପୋଭାଲୋଭ ଏଠାରେ ଚାଲିଥିବା ଏଟିପି ମର୍ସିଡିଜ କପ୍‌ ଟେନିସ ଟୁର୍ନାମେଣ୍ଟର...

ଅନ୍ତିମ ଓଭରରେ ସ୍ଥିତି ବଦଳି ଦେଲେ ଡି’ ଭିଲର୍ସ

ଅହମ୍ମଦାବାଦ,୨୭।୪ : ଦିଲ୍ଲୀ କ୍ୟାପିଟାଲ୍ସ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚି ପାରିବ ଲାଗୁ ନ ଥିଲା। କିନ୍ତୁ...

ଆରସିବି ପାଇଁ ଖେଳିବେ ନାହିଁ ଏହି ବିଦେଶୀ ଖେଳାଳି

ବାଙ୍ଗାଲୋର, ୧୧।୩ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଷ୍ଟ୍ରେଲିଆର ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶ ଫିଲିପ୍‌ଙ୍କୁ ବାଦ୍‌ ଦେଇଛି। ଗତ ସଂସ୍କରଣରେ ଆରସିବି ପାଇଁ ଓପନିଂ...

କୋହଲିଙ୍କୁ କ୍ଷମା ମାଗିଲେ ଷ୍ଟେନ୍‌

ଜୋହାନ୍ସବର୍ଗ,୧୪।୮- ଆହତ ସମସ୍ୟା ଯୋଗୁ ପେସର ଡେଲ ଷ୍ଟେନଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବହୁ ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ଏବେ ସମ୍ପୂର୍ଣ୍ଣ ଫିଟ୍‌ ଓ ଉପଲବ୍ଧ ଥିଲେ...

ରଣଜୀ ଟ୍ରଫି: କର୍ଫ୍ୟୁ ଲାଗି ୪ର୍ଥ ଦିନ ଖେଳ ବାଧାପ୍ରାପ୍ତ

ନୂଆଦିଲ୍ଲୀ, ୧୨।୧୨ (ପି.ଟି.)- ନାଗରିକତ୍ୱ ସଂଶୋଧନ ବିଲ୍‌ (ସିଏବି) ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିବା ପରେ ଉତ୍ତର-ପୂର୍ବ ସମେତ ଭାରତର ବିଭିନ୍ନ ରାଜ୍ୟରେ ଏହାକୁ ଜୋର୍‌ଦାର...

Advertisement
Archives

Model This Week