Posted inଜାତୀୟ

ଧନୀ ତାଲିକାର ଟପ୍‌-୨୦ରୁ ବାଦ୍‌ ପଡିଲେ ଆଦାନୀ

ନୂଆଦିଲ୍ଲୀ,୩।୨: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ହିଣ୍ଡେନବର୍ଗ ରିପୋର୍ଟ ସାର୍ବଜନୀନ ହେବା ପରଠାରୁ ଆଦାନୀଙ୍କ ନିଟ୍‌ ମୂଲ୍ୟ ହ୍ରାସ ପାଇଛି। କିଛି ଦିନ ପୂର୍ବରୁ ସେ ବିଶ୍ୱର ଧନୀ ତାଲିକାରେ ତିନି ନମ୍ବରରେ ଥିବା ଆଦାନୀ ଏବେ ଟପ୍‌ ୨୦ରୁ ବାଦ୍‌ ପଡିଛନ୍ତି।
ବ୍ଲୁମବର୍ଗର ବିଲିନେୟାର ଇଣ୍ଡେକ୍ସ ଅନୁଯାୟୀ ଗୌତମ ଆଦାନୀ ଶ୍ରେଷ୍ଠ ଧନୀ ତାଲିକାର ୨୨ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଆଦାନୀ ଗୋଟିଏ ଦିନରେ ପ୍ରାୟ ୧୦ ବିଲିୟନ ଡଲାର ହରାଇଛନ୍ତି। ଅନ୍ୟପକ୍ଷରେ, ଫେସବୁକ ପ୍ରତିଷ୍ଠାତା ଜୁକରବର୍ଗଙ୍କ ସମ୍ପତ୍ତି ୧୨.୫ ବିଲିୟନ ଡଲାରରେ ବୃଦ୍ଧି ପାଇଛି ଏବଂ ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୧୩ତମ ସ୍ଥାନରେ ପହଞ୍ଚିଛନ୍ତି। ଗତ ସେପ୍ଟେମ୍ବରରେ ଆଦାନୀଙ୍କ ନିଟ ମୂଲ୍ୟ ୧୫୫.୭ ବିଲିୟନ ଡ଼ଲାର୍‌ ଥିଲା। ସୋମବାର ଏହି ମୂଲ୍ୟ ୯୨.୭ ବିଲିୟନ ଡଲାରରେ ପହଞ୍ଚିଛି।
ସୂଚନାଯୋଗ୍ୟ, ଜାନୁୟାରୀ ୨୪ରେ ନ୍ୟୁୟର୍କର ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ କର୍ପୋରେଟ୍‌ ଜାଏଣ୍ଟ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲା। ଏହି ଗ୍ରୁପ୍‌ ଅଧୀନ ଆଦାନୀ ଏଣ୍ଟରପ୍ରାଇଜେସ୍‌ ସମେତ ୭ଟି କମ୍ପାନୀର ଶେୟାର ମୂଲ୍ୟକୁ ଅଧିକ ଲାଭ ଆଶାରେ ଜାଣିଶୁଣି ବଢ଼ାଇ ଦିଆଯାଇଛି। ଏପରି କି କମ୍ପାନୀଗୁଡ଼ିକର ଆକାଉଣ୍ଟରେ ମଧ୍ୟ ଅନେକ ଅନିୟମିତତା ରହିଥିବା ନେଇ ନାଥନ୍‌ ଆଣ୍ଡର୍ସନଙ୍କ ଫରେନ୍ସିକ୍‌ ଫାଇନାନ୍ସିଆଲ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ନିଜ ଓ୍ବେବ୍‌ସାଇଟ୍‌ରେ ପ୍ରଘଟ କରିଥିଲା। ଏଥିସହ ଜାଲିଆତି ସମ୍ପର୍କରେ ଆଦାନୀ ଗ୍ରୁପ୍‌କୁ ୮୮ଟି ପ୍ରଶ୍ନ କରିଥିଲା। ଆଦାନୀ ଗ୍ରୁପ୍‌ ରବିବାର ୪୧୩ ପୃଷ୍ଠା ସମ୍ବଳିତ ଏକ ବିବୃତି ଜାରି କରି ହିଣ୍ଡେନ୍‌ବର୍ଗକୁ ଜବାବ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଜଳିଲା ବସ୍‌: ୫୬ ଯାତ୍ରୀ ଉଦ୍ଧାର

ଅହମ୍ମଦାବାଦ୍‌, ୧୬।୬: ଗୁଜରାଟର ଅହମ୍ମଦାବାଦ୍‌-ବଡ଼ୋଦରା ଏକ୍ସପ୍ରେସ୍‌ ହାଇଓ୍ବେରେ ଘଟିଛି ଏକ ଅଭାବନୀୟ ଘଟଣା। ଆନନ୍ଦ ଜିଲାର ବାସଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ରେ ମଝି ରାସ୍ତାରେ...

ହୃଦଘାତରେ ଚାଲିଗଲା ୪ ପୋଲିଂ କର୍ମଚାରୀ ଜୀବନ

ଲକ୍ଷ୍ନୌ/ଭୋପାଳ, ୧୯।୫: ଶେଷ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ ପ୍ରକ୍ରିୟା। ଭୋଟ ଚାଲିଥିବାବେଳେ ଉତ୍ତର ପ୍ରଦେଶରେ ଦୁଇ ଏବଂ ମଧ୍ୟ ପ୍ରଦେଶରେ...

ନାଗରିକତ୍ୱ ପ୍ରମାଣ ମାଗିଲା ୟୁଆଇଡିଏଆଇ

ହାଇଦ୍ରାବାଦ,୧୯ା୨: ଆଧାର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ହାଇଦ୍ରାବାଦର ଜଣେ ୪୦ ବର୍ଷୀୟ ରିକ୍ସାଚାଳକଙ୍କୁ ନାଗରିକତ୍ୱ ପ୍ରମାଣ ଦେବାକୁ କହିବାରୁ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଉକ୍ତ...

ବିପଦ ଉପରେ ବିପଦ: ୧୫ ରାଜ୍ୟରେ ୯,୩୨୦ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ, ସର୍ବାଧିକ ଗୁଜରାଟରେ…

ନୂଆଦିଲ୍ଲୀ,୨୨।୫: ଭାରତ ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ଦେଶରେ କରୋନା ମହାମାରୀ ଅଣାୟତ୍ତ ସ୍ଥିତିରେ ରହିଥିବାବେଳେ ବ୍ଲାକ୍‌ ଫଙ୍ଗସ୍‌ ଯୋଗୁ ଆତଙ୍କ...

ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ଶହୀଦ୍‌, ୫ ଆହତ

ଶ୍ରୀନଗର, ୫।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାରେ ସିଆର୍‌ପିଏଫ୍‌ ୧୧୦ ବାଟାଲିୟନ ଯବାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୨ ଜଣ ଯବାନ ଶହୀଦ୍‌ ହେବା...

ଜୀବନ ସାଥୀଙ୍କ ବିରୋଧରେ ମିଥ୍ୟା ଅନୈତିକ ସମ୍ପର୍କ ଅଭିଯୋଗ ଆଣିବା କ୍ରୁରତା: ହାଇକୋର୍ଟ…

ଅହମଦାବାଦ,୨୬।୧୨ : ଗୁଜରାଟ ହାଇକୋର୍ଟ ଏକ ବିବାହିତ ଦମ୍ପତିଙ୍କ ମଧ୍ୟରେ ପାରସ୍ପରିକ ମତଭେଦ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଠାରେ ଥିବା ବନାସକାଣ୍ଠାର ଜଣେ ବ୍ୟକ୍ତ...

୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୧୨: ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏକ ବଡ ନିଷ୍ପତ୍ତି ନିଆଯାଇଛି। ୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଉପକରଣଗୁଡ଼ିକରେ ଅନେକ...

୨୦୨୦ର ପୂରା ଯୋଜନା ବିଷୟରେ କହିଲେ ଇସ୍ରୋ ମୁଖ୍ୟ: ଥୁଥୁକୋଡିରେ ହେବ ସ୍ପେସ୍‌ ପୋର୍ଟ

ନୂଆଦିଲ୍ଲୀ,୧।୧: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ କେ. ଶିବନ୍‌ ନୂଆବର୍ଷରେ ଦେଶବାସୀଙ୍କ ଆଗରେ ଚଳିତବର୍ଷର ଲକ୍ଷ୍ୟ ଏବଂ ଯୋଜନା ଉପସ୍ଥାନ କରିଛନ୍ତି। ଦେଶର...

Advertisement
Archives

Model This Week