Posted inଖେଳ

ଭାରତ ‘ଏ’ରୁ ରେଡ୍‌ ବଲ୍‌ରେ ସୁଯୋଗ ନ ପାଇବାର ଅବସୋସ

ଦୀର୍ଘ ୧୬ ବର୍ଷ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାପରେ ଘଟଣାବହୁଳ କ୍ୟାରିୟରର ଅନ୍ତ ଘଟାଇଛନ୍ତି ଦ୍ରୁତ ବୋଲର ବସନ୍ତ ମହାନ୍ତି । କ୍ରିକେଟକୁ କ୍ୟାରିୟର କରି ସେ ଅନେକ କିଛି ପାଇଛନ୍ତି। ମାତ୍ର ଭାରତ ‘ଏ’ ପକ୍ଷରୁ ରେଡ୍‌ ବଲ୍‌ରେ ସୁଯୋଗ
ନ ପାଇବାର ଅବସୋସ ରହିଛି । ନିଜ କ୍ୟାରିୟର, ଅନୁଭୂତି ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ବସନ୍ତଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର…
ପ୍ର: ଦୀର୍ଘ ୧୬ ବର୍ଷର କ୍ୟାରିୟର କେତେ ଘଟଣାବହୁଳ ଥିଲା ?
ଉ: ମୋର କ୍ରିକେଟ ଯାତ୍ରା ବହୁତ ମଜାଦାର ଥିଲା। ସତ କହିବାକୁ ଗଲେ ମୁଁ ଏତେବାଟ ଆସିବି ବୋଲି କେବେ ଭାବି ନ ଥିଲି। କ୍ୟାରିୟର ଆରମ୍ଭରେ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ରଶ୍ମିରଞ୍ଜନ ପରିଡ଼ା, ପି. ଜୟଚନ୍ଦ୍ର ଆଦି ସବୁ ଚାପ ନେଉଥିଲେ। ମୋତେ କେବଳ କ୍ରିକେଟକୁ ଉପଭୋଗ କରି ଖେଳିବା ପାଇଁ ପରାମର୍ଶ ଦେଉଥିଲେ। ମୋ ଉପରେ କିଛି ଚାପ ନ ଥିବାରୁ ମୁଁ ଅନ୍ୟ କିଛି କଥା ନ ଭାବି କେବଳ ଖେଳି ଚାଲିଥିଲି। ଦେବାଶିଷ ଓ ଶିବସୁନ୍ଦର ଆଦି ଅବସର ନେବାପରେ ଚାପ କ’ଣ ଅନୁଭବ କରିଥିଲି। ୨୦୧୯ରେ କ୍ୱାର୍ଟର ଫାଇନାଲ ଖେଳିବା ଅବସରରେ ୪୦୦ ଉଇକେଟ ପୂରଣ କଥା ମନକୁ ଆସିଥିଲା। ସେବେଠାରୁ ଲାଗିଥିଲି। ତାହା ପୂରଣ ପାଇଁ ଅଢ଼େଇ ବର୍ଷ ଲାଗିଗଲା। ତେବେ ୧୬ ବର୍ଷର କ୍ୟାରିୟରରେ କେବେ ଆହତ ସମସ୍ୟା କ’ଣ ଜାଣି ନ ଥିଲି।
ପ୍ର: କେଉଁ ଘଟଣା ଅବିସ୍ମରଣୀୟ ଥିଲା ?
ଉ: ଜୀବନର ପ୍ରଥମ ମ୍ୟାଚ ଓ ଉଇକେଟ ମୋ ପାଇଁ ଅବିସ୍ମରଣୀୟ। ଏହାକୁ କେବେ ବି ଭୁଲି ପାରିବିନି। ଏହା ବ୍ୟତୀତ କ୍ୟାରିୟରରେ ଗୁଜରାଟ ଓ ବେଙ୍ଗଲ ବିପକ୍ଷରେ ୨ ଥର କ୍ୱାର୍ଟର ଫାଇନାଲ ଖେଳିବା ମଧ୍ୟ ସ୍ମରଣୀୟ।
ପ୍ର: କ’ଣ ଅବସୋସ ରହିଯାଇଛି ?
ଉ: ମୋର ଫିଟ୍‌ନେସ ଓ ରନିଂ ଷ୍ଟାଇଲ୍‌କୁ ଦେଖିଲେ ମୁଁ କେବେ ଏତେବାଟ ଆସିବି ବୋଲି କେହି ଭାବି ନ ଥିବେ। ମାତ୍ର ଏ ସବୁ କେବେ ମୋ ପାଇଁ ପ୍ରତିବନ୍ଧକ ହୋଇନାହିଁ। ଭାରତୀୟ ଦଳ ପକ୍ଷରୁ ଖେଳିବି ବୋଲି କେବେ ମନକୁ ଆସି ନ ଥିଲା। ତେବେ ଭାରତ ‘ଏ’ ଦଳ ପକ୍ଷରୁ ରେଡ୍‌ ବଲ୍‌ରେ ଅଧିକ ମ୍ୟାଚ ନ ପାଇବା ମୋ ପାଇଁ ବଡ଼ ଅବସୋସ ହୋଇରହିଛି। ସତ କହିବାକୁ ଗଲେ ହ୍ବାଇଟ ବଲ୍‌ ଅପେକ୍ଷା ରେଡ୍‌ ବଲ୍‌ରେ ମୋ ପ୍ରଦର୍ଶନ ପ୍ରଭାବୀ ରହିଥିଲା। ୨୦୦୭ରୁ ୨୦୧୨ ମଧ୍ୟରେ ମୋତେ ଯଦି ଭାରତ ‘ଏ’ ପକ୍ଷରୁ ରେଡ୍‌ ବଲ୍‌ରେ ସୁଯୋଗ ମିଳିଥାନ୍ତା ତେବେ ନିଶ୍ଚିତ ମୋ ପ୍ରତିଭା ପ୍ରଦର୍ଶନ କରି ପାରିଥାନ୍ତି।
ପ୍ର: କ୍ରିକେଟ ଆପଣଙ୍କୁ କେତେ ଆତ୍ମସନ୍ତୋଷ ଦେଇଛି ?
ଉ: ଏହା ଭାଷାରେ ପ୍ରକାଶ କରି ହେବନି। ପିଲାଦିନରୁ ମୁଁ ଘର ନିକଟରେ ବିପିନ ସିଂ, ବିଘ୍ନେଶ ମହାନ୍ତି, ରାକେଶ ମହାନ୍ତି ଆଦିଙ୍କୁ ଦେଖି କ୍ରିକେଟ ପ୍ରତି ଉତ୍ସାହିତ ହୋଇଥିଲି। ଭାଇ ଜୟନ୍ତ ମହାନ୍ତିଙ୍କ ମାଧ୍ୟମରେ ପ୍ରଗତି ସ୍ପୋର୍ଟିଂକୁ ଯାଇଥିଲି। ଜଣେ ସ୍ପିନରଭାବେ ମୁଁ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଥିଲି। ମାତ୍ର ସେଠାରେ ସଞ୍ଜୟ ଶତପଥୀଙ୍କ ପରି ସ୍ପିନରଙ୍କୁ ଦେଖିବାପରେ ଦ୍ରୁତ ବୋଲିଂ ଆଡ଼କୁ ମନ ବଳାଇଥିଲି। ଏହା ହିଁ ମୋ କ୍ରିକେଟ ଜୀବନକୁ ବାଟ ଦେଖାଇଥିଲା ଏବଂ ମୁଁ ଦ୍ରୁତ ବୋଲିଂକୁ କ୍ୟାରିୟର କରିଥିଲି। ମୋ ପାଇଁ କ୍ଲବର ଅବଦାନ ଅନେକ ରହିଛି।
ପ୍ର: ଭବିଷ୍ୟତର ଲକ୍ଷ୍ୟ କ’ଣ ଅଛି ?
ଉ: ୨୦୦୭ରୁ କ୍ରିକେଟ ମୋ ଜୀବନର ଅଙ୍ଗ ପାଲଟି ଯାଇଛି। ତେଣୁ ମୁଁ କ୍ରିକେଟକୁ କେବେହେଲେ ଛାଡ଼ି ପାରିବି ନାହିଁ। ମୋ କ୍ଲବ ପାଇଁ ମୁଁ କିଛି କରିବାକୁ ନିଶ୍ଚିତ ଚାହିଁବି। ଏହା ବ୍ୟତୀତ ମୋତେ ନେଇ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର କ’ଣ ଯୋଜନା ରହିଛି ତା’ ଉପରେ ମଧ୍ୟ ନଜର ରହିବ।
ପ୍ର: ଯୁବ ପିଢ଼ିଙ୍କୁ କ’ଣ କହିବେ ?
ଉ: କ୍ରିକେଟକୁ କ୍ୟାରିୟର କରୁଥିବା ପିଲାମାନେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଖେଳନ୍ତୁ। ଖେଳକୁ ଭଲ ପାଆନ୍ତୁ ଏବଂ କଠିନ ପରିଶ୍ରମ କରନ୍ତୁ। କେବଳ ଘରୋଇ କ୍ରିକେଟରେ ଅଟକିଗଲେ ହେବନି, କିପରି ଜାତୀୟ ଦଳର ସଦସ୍ୟ ହୋଇପାରିବେ ସେଥିପାଇଁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?