ଚାଲିଲାନି ଗ୍ୟାସ୍‌ଚୁଲା, ମଶାଣିରୁ ଫେରିଲା ମୃତଦେହ

ଭୁବନେଶ୍ୱର, ୭।୧୨ (ବନ୍ଦନା ସେଠୀ)ଚାଲିଲାନି ଗ୍ୟାସ୍‌ ଚୁଲା ମେଶିନ। ଫଳରେ ମଶାଣିରୁ ଫେରିଲା ମୃତଦେହ। ମଙ୍ଗଳବାର ବିଏମ୍‌ସି ଅଧୀନ ପଟିଆସ୍ଥିତ ଜଳିମୁଣ୍ଡା ସାହି ଶ୍ମଶାନରେ ଏଭଳି ଅବ୍ୟବସ୍ଥା ଦେଖାଯାଇଥିଲା। ଶେଷରେ ମୃତଦେହକୁ ସତ୍ୟନଗର ଶ୍ମଶାନକୁ ନିଆଯାଇ ସେଠାରେ ଦାହ କରାଯାଇଥିଲା। ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ନିନ୍ଦା କରାଯାଇଛି।
ଶୈଳଶ୍ରୀ ବିହାର ଅଞ୍ଚଳର ରାଧାଚରଣ ସାହୁ ନାମକ ଜନୈକ ବରିଷ୍ଠ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ପରିବାର ଓ ଆମତ୍ୀୟସ୍ବଜନ ତାଙ୍କୁ ଘର ନିକଟସ୍ଥ ଜଳିମୁଣ୍ଡା ଶ୍ମଶାନକୁ ଶବ ସତ୍କାର ଲାଗି ନେଇଥିଲେ। ମାତ୍ର ଶବସତ୍କାର କରିବା ପୂର୍ବରୁ କରେଣ୍ଟ ଚାଲିଯାଇଥିଲା। ୧ଘଣ୍ଟା ପରେ ଅର୍ଥାତ୍‌ ଦିବା ୩ଘଟିକା ସମୟରେ କରେଣ୍ଟ ଆସିଥିଲେ ମଧ୍ୟ ଶବଦାହ ପାଇଁ ଥିବା ଗ୍ୟାସ୍‌ଚୁଲା ମେଶିନ୍‌ ଷ୍ଟାର୍ଟ ହୋଇ ନ ଥିଲା। ଜେନେରେଟର ଥିଲେ ମଧ୍ୟ ଖୋଲାମେଲାରେ ପଡି ରହୁଥିବାରୁ ତାହା ଅକାମୀ ହୋଇପଡିଥିଲା। ଦାୟିତ୍ୱରେ ଥିବା ମେଶିନ୍‌ ଅପରେଟର ମେସିନ୍‌କୁ ଷ୍ଟାର୍ଟ କରିପାରି ନ ପାରିବାରୁ ଶେଷରେ ଅନ୍ୟ ଉପାୟ ନ ପାଇ ମୃତଦେହକୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା। ଏନେଇ ସାମାଜିକକର୍ମୀ ତଥା ପରିବେଶବିତ୍‌ ସୁଶାନ୍ତ ସାହୁ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ଏହାର ମରାମତି କାର୍ଯ୍ୟ କରିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି। ଅପରପକ୍ଷେ ବିଏମ୍‌ସି ପକ୍ଷରୁ ଶ୍ମଶାନ ଦାୟିତ୍ୱରେ ଥିବା ଅଧିକାରୀ ପ୍ରମୋଦ ସାମଲ କହିଛନ୍ତି, ମେଶିନ୍‌ ଠିକଭାବେ କାର୍ଯ୍ୟ କରୁଛି। ଏପରି କିଛି ଘଟଣା ଘଟିଥିବା ନେଇ ମୋ ପାଖରେ କୌଣସି ସୂଚନା ନାହିଁ। ବ୍ୟକ୍ତିଗତଭାବେ ନିଜେ ଯାଇ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଶବଦାହ ପାଇଁ ମୋଟ ୪୨ଟି ଶ୍ମଶାନ ରହିଛି। ତେବେ ଦାହ ସଂସ୍କାରକୁ ସରଳୀକରଣ କରିବା ତଥା ପରିବେଶ ପ୍ରଦୂଷଣକୁ ରୋକିବା ନିମନ୍ତେ ବିଏମ୍‌ସି ପକ୍ଷରୁ ୨ଟି ଶ୍ମଶାନ ଯଥା ପଟିଆ ଜଳିମୁଣ୍ଡା ଶ୍ମଶାନ ଏବଂ ଜାଗମରା ଧର୍ମବିହାର ଠାରେ ଦେୟମୁକ୍ତ ଗ୍ୟାସ୍‌ଚୁଲାର ବ୍ୟବସ୍ଥା କରାଯାଇଛି। ଆଧୁନିକ ଜ୍ଞାନକୌଶଳ ସହାୟତାରେ କୋଟି କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ପରିବେଶ ଅନୁକୂଳ ଶବଦାହ ଚୁଲା ତିଆରି ହୋଇଛି। ଏଥିପାଇଁ ଅନେକ କର୍ମଚାରୀ ନିଯୁକ୍ତ ହେବା ସହ ମାସକୁ ମାସ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ଯେଉଁ ମହତ୍‌ ଉଦ୍ଦେଶ୍ୟରେ ଏହାର ନିର୍ମାଣ ହୋଇଥିଲା, କର୍ମଚାରୀଙ୍କ ଖାମଖିଆଲ ମନୋଭାବ ପାଇଁ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri