ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣ: ୯ ଜୀବନ୍ତ ଦଗ୍ଧ…

କେପଟାଉନ,୨୪।୧୨ : ଦକ୍ଷିଣ ଆଫ୍ରିକାର ବକ୍ସବର୍ଗ ସହରରେ ରେଳ ବ୍ରିଜ ତଳେ ଫସି ରହିଥିବା ଏକ ଗ୍ୟାସ ଟ୍ୟାଙ୍କର ଶନିବାର ବିସ୍ଫୋରଣ ଘଟି ଏଥିରେ ଦୁଇଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ ନଅ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହି ଘଟଣାରେ ବହୁ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

ଏକୁରୁହୁଲେନି ଜରୁରୀକାଳୀନ ସେବା ପରିଚାଳନା ସେବା (ଇଏମଏସ) ର ମୁଖପାତ୍ର ୱିଲିୟମ ନାଟାଲାଡି କହିଛନ୍ତି ଯେ ଏହି ଘଟଣାରେ ଏକ ଡାକ୍ତରଖାନା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ମୁଖପାତ୍ରଙ୍କ ଅନୁଯାୟୀ ୬ଜଣ ଅଗ୍ନିଶମ ବିଭାଗର ଆହତ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣ ହେବାପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ।

ସେ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ବିସ୍ଫୋରଣ ସ୍ଥାନ ନିକଟରେ ଥିବା ଡାକ୍ତରଖାନା ବାହାରେ ଘାସ ଉପରେ ବସିଥିବା ଲୋକମାନେ ଜୀବନ୍ତ ଜଳିଯାଇଛନ୍ତି। ଅନେକ ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ନିଆଯାଇଛି। ବିସ୍ଫୋରଣରେ ଆହତଙ୍କ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ଅଧିକାରୀମାନେ ଦେଇନାହାଁନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏହି ଘଟଣାର ଖବର ଭାଇରାଲ ହେବାପରେ ପରିବାରର ସଦସ୍ୟମାନେ ନିଜ ପ୍ରିୟଜନଙ୍କ ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ। ଫୋରେନ୍ସିକ ବିଶେଷଜ୍ଞମାନେ ଉକ୍ତ ଅଞ୍ଚଳରେ ତଦନ୍ତ କରୁଥିବାରୁ ସେମାନଙ୍କୁ ଭିତରକୁ ଅନୁମତି ଦିଆଯାଇନଥିଲା।

ଜଣେ ଇଏସଏସ ମୁଖପାତ୍ର କହିଛନ୍ତି ଯେ ଏହି ଘଟଣାରେ ରେଳ ବ୍ରିଜ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ଏବଂ ନିକଟସ୍ଥ ଦୁଇଟି ଘର ମଧ୍ୟ ନଷ୍ଟ ହୋଇଯାଇଛି। ସେ କହିଛନ୍ତି, ବ୍ରିଜର ଉଭୟ ପାର୍ଶ୍ୱରୁ ନିଆଁର ତାପମାତ୍ରାରେ କଂକ୍ରିଟ ଷ୍ଟିଲ ରଡ଼ ଗୁଡିକ ବଙ୍କା ହୋଇଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା

ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍‌ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି...

ନେତାନ୍ୟାହୁଙ୍କୁ ଇସ୍ରାଏଲ୍‌ରେ ବିରୋଧ

ଜେରୁଜେଲମ୍‌,୩୧।୪:ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ଓ ଇରାନକୁ ଟାର୍ଗେଟ କରୁଥିବାବେଳେ ଦେଶ ଭିତରେ ତାଙ୍କୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଅକ୍ଟୋବର ୭ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri