ଗ୍ୟାସ ସିଲିଣ୍ଡର ଲଗାଇବାବେଳେ ଫାଟିଲା, ଉଡିଗଲା ଘର ଛାତ

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ରୋଷେଇ ଘର ଛାତ ଉଡ଼ିଯାଇଛି। ଏହି ଦୁର୍ଘଟଣାରେ ପ୍ରଫୁଲ୍ଲ ପାତ୍ର ନାମକ ଜଣେ ଯୁବକ ଗୁରୁତର ଆହାତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁବାର ରାତି ପ୍ରାୟ ସାଢେ ୮ ଟାରେ ଗ୍ରାମର ସ୍ବର୍ଗତ ପ୍ରମୋଦ ପାଣିଗ୍ରାହୀଙ୍କ ସ୍ତ୍ରୀ ଡଲି ପାଣିଗ୍ରାହୀ ନୂଆରେ ଆଣିଥିବା ଗ୍ୟାସ ସିଲିଣ୍ଡର ଲଗାଇବା ପାଇଁ ଚେଷ୍ଟାକରି ବିଫଳ ହେବାପରେ ପଡୋଶୀ ପ୍ରଫୁଲ୍ଲଙ୍କୁ ଘରକୁ ଡାକି ରୋଷେଇ ଘରେ ଥିବା ଗ୍ୟାସ ସିଲିଣ୍ଡରକୁ ଲଗାଇ ଦେବା ପାଇଁ ଅନୁରୋଧ କରିଥିଲେ। ପ୍ରଫୁଲ୍ଲ ଗ୍ୟାସ ସିଲିଣ୍ଡର ସହ ଚୁଲା କନେକସନ କରି ଲାଇଟର ମାରିବା ପରେ ସିଲିଣ୍ଡରରୁ ଗ୍ୟାସ ନିର୍ଗତ ହୋଇ ଜଳି ଯାଇଥିଲା। ପରେ ପ୍ରଚଣ୍ଡ ବିସ୍ଫୋରଣ ହୋଇ ରୋଷେଇ ଘରର ଛାତ ଉଡ଼ିଯାଇଥିଲା। ପ୍ରଫୁଲ୍ଲଙ୍କ ଦେହରେ ନିଆଁ ଲାଗି ଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ବିଧାୟକଙ୍କ ବଡ଼ ସୂଚନା, ସମସ୍ତ ଉଚ୍ଚ ବିଦ୍ୟାଳୟରେ ହେବ ଯୁକ୍ତ ୨

ଭଞ୍ଜନଗର,୧୬।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ୍ ରାସ୍ତାରେ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଂଗଠନର କାର୍ଯ୍ୟାଳୟ ଶନିବାର ରାତିରେ ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri