ରାଉରକେଲାରେ ବୃଦ୍ଧି ହେଉଛି ଆବର୍ଜନାଜନିତ ପ୍ରଦୂଷଣ

ରାଉରକେଲା, ୯ା୧୧(ବିପ୍ଳବରଞ୍ଜନ ଦାଶ): ଦିନକୁ ଦିନ ସ୍ମାର୍ଟସିଟି ରାଉରକେଲାରେ ଜନବସତି ବଢି ଚାଲିଛି। ଜନସଂଖ୍ୟା ବୃଦ୍ଧି ସହ ଅଳିଆ ଆବର୍ଜନା ମାତ୍ରା ବି ବୃଦ୍ଧି ପାଇବାକୁ ଲାଗିଛି। ସହରକୁ ଆବର୍ଜନା ଜନିତ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଆର୍‌ଏମ୍‌ସି ତରଫରୁ ବାର୍ଷିକ ୧୧ କୋଟି ୧୧ ଲକ୍ଷ ୨୦ ହଜାର ୧୨ଟଙ୍କା ବ୍ୟୟବରାଦ ହେଉଛି। ଏଥିସହିତ ୮ଟି ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ରହିଛି। ଏହା ସତ୍ତ୍ୱେ ବି ସ୍ମାର୍ଟସିଟି ସମ୍ପୂର୍ଣ୍ଣ ଭାବେ ପରିମଳ ନଗରୀରେ ରୂପାନ୍ତରିତ ହୋଇପାରୁନାହିଁ। ୨୦୦୧ ମସିହାରେ ସହରରେ ୩୨ଟି ଓ୍ବାର୍ଡ ଥିଲା। ଜନସଂଖ୍ୟା ୨ ଲକ୍ଷ ୩୦ ହଜାର ଥିଲା। ସାନିଟାଇଜ ବିଭାଗରେ ୯୮୫ ଜଣ କର୍ମଚାରୀ ଥିଲେ। ଅପଶିଷ୍ଟ ଅଳିଆ ମୁଣ୍ଡପିଛା ୦.୫ କେଜି ରହିଥିଲା। ସହରରେ ସମୁଦାୟ ଅଳିଆକୁଣ୍ଡ ବା ଗାର୍ବେଜ ୧୧୫ଟି ଥିଲା। ଦୈନିକ ୭୦ଟି ଗାର୍ବେଜରୁ ଅଳିଆ ଉଠୁଥିଲା। ବାଲୁଘାଟରେ ୧୦ଏକର ବିଶିଷ୍ଟ ଆବର୍ଜନା ବିଶୋଧନ ହୋଇ କମ୍ପୋଷ୍ଟ ଖତ ତିଆରି ହେଉଥିଲା। ଏଥିସହ ଛେଣ୍ଡ ଅଞ୍ଚଳରେ ୬୦ଏକର ଜମିରେ ସାନିଟାଇଜ ଲାଣ୍ଡଫିଲ କରାଯାଇ ସହରକୁ ଆବର୍ଜନା ଜନିତ ପ୍ରଦୂଷଣରୁ ମୁକ୍ତ କରିବା ପ୍ରୟାସ ହେଉଥିଲା। ମାତ୍ର ୨୦୧୧ ମସିହାରେ ଜନସଂଖ୍ୟା ୪ ଲକ୍ଷକୁ ବୃଦ୍ଧି ପାଇବା ସହିତ ଦୈନିକ ୧୫୦ଏମଟି ଆବର୍ଜନା ସଲିଡ ଓ୍ବଷ୍ଟ ପୁନଃଚକ୍ରଣ ଓ ବିଶୋଧନ ହେବା ଆରମ୍ଭ ହେଲା।  ମାତ୍ର ପରିତାପର ବିଷୟ ବର୍ତ୍ତମାନ ସହରର ଜନସଂଖ୍ୟା ପାଖାପାଖି ୭ ଲକ୍ଷ ଛୁଇଁଲାଣି। ଏଥିସହିତ ସହରରେ ୮ଟି ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ରରେ କଠିନ ବର୍ଜ୍ୟବସ୍ତୁ (ସଲିଡ ଓ୍ବଷ୍ଟ) ପୁନଃଚକ୍ରଣ ହେଉଛି। ତଥାପି ଆବର୍ଜନା ଜନିତ ପ୍ରଦୂଷଣରୁ ସହର ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହୋଇପାରୁନାହିଁ। ମୁଖ୍ୟରାସ୍ତା ବ୍ୟତୀତ ସହରର ସବୁ ସ୍ଥାନରେ ଅଳିଆ ଗଛିତ ରହୁଛି। ସହରରେ ଗାର୍ବେଜ ବ୍ୟବସ୍ଥା ବା ଅଳିଆକୁଣ୍ଡ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ସିଧାସଳଖ ଅଳିଆ ଉଠା ବାହାନରେ ଦୈନିକ ସହରର ୪୧ଟି ଓ୍ବାର୍ଡରୁ ଅଳିଆ ଉଠା ଯାଉଥିଲେ ସୁଦ୍ଧା ବିଶ୍ରା ଛକସ୍ଥିତ ବସଷ୍ଟାଣ୍ଡ, ତରକେରା, ପାନପୋଷ ବସ୍ତି ଅଞ୍ଚଳର ଶବ ବ୍ୟବଚ୍ଛେଦ ପରିସର, ଛେଣ୍ଡର ବିଭିନ୍ନ ବସ୍ତି ଏମିତିକି ବାଲୁଘାଟ ଏବଂ ବାସନ୍ତୀ ନଗର ଅଞ୍ଚଳ ଏବଂ ଶ୍ରମବିଭାଗ ପଛପଟରେ ଗଛିତ ଥିବା ଅଳିଆ ଆବର୍ଜନା ଦେଖିଲେ ସହରରେ ଚାଲିଥିବା ସ୍ବଚ୍ଛତା ଅଭିଯାନ କଥା ଠିକ୍‌ ଜଣାପଡେ। ସହରାଞ୍ଚଳ ସାନିଟାଇଜ ପାଇଁ ଏନ୍‌ଭିକେର ନାମକ ଏକ ସଂସ୍ଥା ଓ ଦିଲ୍ଲୀପ କୁମାର ସ୍ବାଇଁ ନାମକ ବ୍ୟକ୍ତି ମିଳିତ ଭାବରେ ୨୩୦ ସଫେଇ କର୍ମଚାରୀ ଓ ରାଉରକେଲା ସାନିଟାଇଜ ବିଭାଗ ଅନ୍ତର୍ଭୁକ୍ତ ୭୪୫ ଜଣ ସଫେଇ କର୍ମଚାରୀଙ୍କ ଜରିଆରେ ସହରରେ ପରିମଳ କାମ ପରିଚାଳିତ ହେଉଛି। ୪ ଜଣ ସାନିଟାଇଜ ଏକ୍ସପର୍ଟ, ୨୦ଜଣ ସାନିଟାଇଜ ସୁପର-ଭାଇଜର ଓ ୭ ଜଣ ସାନିଟାଇଜ ଇନ୍ସପେକ୍ଟରଙ୍କ ଦ୍ୱାରା ସହର ସାରା ସଫେଇ ଅଭିଯାନ ଚାଲିଛି। ମୁଖ୍ୟତଃ ସହରର ପ୍ରତ୍ୟେକ ବସ୍ତି, ରାସ୍ତା, ଡ୍ରେନରୁ କମ୍ପୋଷ୍ଟ ଜନିତ ଆବର୍ଜନା ଚିହ୍ନଟିକରଣ କରିବା ସହିତ ପ୍ଲାଷ୍ଟିକ, କାଗଜ, ଧାତବ ପଦାର୍ଥ, କାଚ ବ୍ୟତିରେକ ବିଭିନ୍ନ ଫିଙ୍ଗାଫୋପଡା ଖାଦ୍ୟ, ବସ୍ତ୍ର, ରାସାୟନିକ ସାମଗ୍ରୀ ଆଦି ପୁନଃଚକ୍ରଣ ପାଇଁ ଅନ୍ୟତ୍ର କରାଯିବାର ନିର୍ଦ୍ଧାରିତ ରହିଛି। ଉପରୋକ୍ତ ଆବର୍ଜନାରୁ ସଂଗୃହୀତ ପ୍ଲାଷ୍ଟିକ ସିମେଣ୍ଟ ଫେକ୍ଟ୍ରିକୁ ପଠାଯାଇଥାଏ।  ଏନେଇ ଆର୍‌ଏମ୍‌ସି ସାନିଟାଇଜ ନିର୍ବାହୀ ସହଯୋଗୀ ରୋହିତ ଗିଧିଙ୍କୁ ପଚାରିବାରୁ ସେ କହିଥିଲେ, ସହରକୁ ସମ୍ପୂର୍ଣ୍ଣ ସ୍ବଚ୍ଛ ପରିମଳ ରଖିବା ନିମନ୍ତେ ଆପ୍ରାଣ ଉଦ୍ୟମ ଚାଲିଛି। ସହରର ସଲିଡ ଓ୍ବଷ୍ଟକୁ ଉଠାଯାଇ ପୁନଃଚକ୍ରଣ ମାଧ୍ୟମରେ ବିଶୋଧନ ହେଉଛି। ଆଗକୁ ସହରାଞ୍ଚଳ ଯେଭଳି ସମ୍ପୂର୍ଣ୍ଣ ପରିମଳ ରହିବ ସେ ଉପରେ ଯୋଜନା ପ୍ରସ୍ତୁତ ଚାଲିଛି। ଏନେଇ ରାଉରକେଲା ପ୍ରଦୂଷଣ ବିଭାଗ ଆଞ୍ଚଳିକ ଅଧିକାରୀ ଅନୁପ କୁମାର ମଲିକ କୁହନ୍ତି, ଆର୍‌ଏମ୍‌ସିର ୮ଟି ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ରହିଛି। ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରରେ ସେଡ୍ରିଗେଟ ହେଉଛି। ରାଜ୍ୟରେ ରାଉରକେଲା ଏମିତି ଏକ ସହର ଯେଉଁଠାରେ କି ଆଡଭାନ୍ସ ପ୍ରୋସେସରେ କମ୍ପୋଷ୍ଟ ହେଉଛି। ଏହିଭଳି ଅନୁଗୋଳ ଓ ବ୍ରହ୍ମପୁରରେ ହୋଇଛି। ସହରର ପ୍ଲାଷ୍ଟିକ ଆବର୍ଜନା ରାଜଗାଙ୍ଗପୁର ସିମେଣ୍ଟ କାରଖାନାକୁ ଯାଉଛି। ପୂର୍ଣ୍ଣମାତ୍ରରେ ଅଳିଆ ଆବର୍ଜନା ମୁକ୍ତ ହୋଇପାରୁନି। ମୁଖ୍ୟ ଶକ୍ତି ଅଭାବ ଓ ଆଧୁନିକ ଟେକ୍ନୋଲୋଜୀ ବିନା ସମ୍ପୂର୍ଣ୍ଣ ଆବର୍ଜନାମୁକ୍ତ ସମ୍ଭବ ନୁହେଁ। ଚେଷ୍ଟା ଚାଲିଛି ରାଉରକେଲା ସମ୍ପୂର୍ଣ୍ଣ ସ୍ବଚ୍ଛ ପରିମଳ ନଗରୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?