ଜମିରହୁଛି ଆବର୍ଜନା ଜଳ

ବଅଁରପାଳ, ୧୪ା୧୨ (ଡି.ଏନ.ଏ.): ଶେଷହେଉନି ରାଜପଥ ସମ୍ପ୍ରସାରଣ କି ଡ୍ରେନ୍‌ ନିର୍ମାଣ। କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲୁଥିବାରୁ ଏହାକୁ ନେଇ ଅନୁଗୋଳ ଜିଲାରେ ବଢ଼ୁଛି ଜନ ଅସନ୍ତୋଷ। ବିଶେଷକରି ବଅଁରପାଳ ବ୍ଲକର ନାଲ୍‌କୋ ଏଫସିଆଇ ଛକଠାରୁ ସିପିପି ବଜାର ପର୍ଯ୍ୟନ୍ତ ୨ କିଲୋମିଟର ଡ୍ରେନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନାହଁ। ୨ ବର୍ଷ ହେଲା ଏହା ନିର୍ମାଣ ହେଉଥିଲେ ମଧ୍ୟ ଏଯାଏ ଗୋଟିଏ ପାର୍ଶ୍ୱ ମଧ୍ୟ ଶେଷ ହୋଇନାହିଁ। ଫଳରେ ରାସ୍ତା ପାର୍ଶ୍ୱ ଆବର୍ଜନା ଜଳ ନିଷ୍କାସନ ହୋଇ ନ ପାରି ଜମି ରହୁଛି। ଏଥିଯୋଗୁ ସିପିପି ବଜାରବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବଜାରବାସୀଙ୍କ କହିବା ଅନୁଯାୟୀ, କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସିପିପି ବଜାର ଏକ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ। ନିକଟରେ ନାଲ୍‌କୋ ଥିବାରୁ ଏହି ବଜାରକୁ ଦୈନିକ ସହସ୍ରାଧିକ ଲୋକ ଆସୁଛନ୍ତି। ସେହିପରି ଜାତୀୟ ରାଜପଥରେ ସର୍ବଦା ଗାଡ଼ିର ଗହଳି ରହୁଛି। ତେଣୁ ଏହି ଅଞ୍ଚଳରେ ରାସ୍ତା ଓ ଡ୍ରେନ୍‌ କାର୍ଯ୍ୟକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି। କିନ୍ତୁ ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଏଥିପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ଡ୍ରେନ୍‌ କାମ ଆଗେଇପାରୁ ନାହିଁ। ୨ବର୍ଷ ହେଲା ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଜୋର୍‌ଧରୁ ନ ଥିବାରୁ ବର୍ଷାଦିନେ ଏଠାରେ ଯାତାୟାତ ଅତ୍ୟନ୍ତ ମୁସ୍କିଲ ହୋଇଯାଉଛି। ରାଜପଥ ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ଓ ଡ୍ରେନ୍‌ ଜଳ ଜମି ରହୁଥିବାରୁ ବଡ଼ ବଡ଼ ଖାଲ ସୃଷ୍ଟି ହେଉଛି। ଏଥିପାଇଁ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି। ଏବେ ବର୍ଷା ଜଳ ନ ଥିଲେ ମଧ୍ୟ ବଜାରର ଆବର୍ଜନା ପାଣି ନିଷ୍କାସନ ହେବାର ଉପାୟ ନାହିଁ। ତେଣୁ ଏହା ରାସ୍ତା ପାର୍ଶ୍ୱରେ ଜମି ରହି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଦୋକାନ ଆଗରେ ଆବର୍ଜନା ପାଣି ରହୁଥିବାରୁ ବ୍ୟବସାୟୀ ଓ ଗ୍ରାହକମାନେ ଚଳପ୍ରଚଳ କରିପାରୁ ନାହାନ୍ତି। ଏହାଦ୍ୱାରା ବ୍ୟବସାୟ ବାଧାପ୍ରାପ୍ତ ହେଉଥିବା ଦୋକାନୀମାନେ ମତ ଦେଇଛନ୍ତି। ଜିଲା ପ୍ରଶାସନ ତୁରନ୍ତ ଏଠାରେ କିପରି ଡ୍ରେନ୍‌ ନିର୍ମାଣ ଶେଷ ହେବ ସେ ଦିଗରେ ଦୃଷ୍ଟି ଦେବା ସହ ଠିକା ସଂସ୍ଥାକୁ ତାଗିଦ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri