ଜମିରହୁଛି ଆବର୍ଜନା ଜଳ

ବଅଁରପାଳ, ୧୪ା୧୨ (ଡି.ଏନ.ଏ.): ଶେଷହେଉନି ରାଜପଥ ସମ୍ପ୍ରସାରଣ କି ଡ୍ରେନ୍‌ ନିର୍ମାଣ। କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲୁଥିବାରୁ ଏହାକୁ ନେଇ ଅନୁଗୋଳ ଜିଲାରେ ବଢ଼ୁଛି ଜନ ଅସନ୍ତୋଷ। ବିଶେଷକରି ବଅଁରପାଳ ବ୍ଲକର ନାଲ୍‌କୋ ଏଫସିଆଇ ଛକଠାରୁ ସିପିପି ବଜାର ପର୍ଯ୍ୟନ୍ତ ୨ କିଲୋମିଟର ଡ୍ରେନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନାହଁ। ୨ ବର୍ଷ ହେଲା ଏହା ନିର୍ମାଣ ହେଉଥିଲେ ମଧ୍ୟ ଏଯାଏ ଗୋଟିଏ ପାର୍ଶ୍ୱ ମଧ୍ୟ ଶେଷ ହୋଇନାହିଁ। ଫଳରେ ରାସ୍ତା ପାର୍ଶ୍ୱ ଆବର୍ଜନା ଜଳ ନିଷ୍କାସନ ହୋଇ ନ ପାରି ଜମି ରହୁଛି। ଏଥିଯୋଗୁ ସିପିପି ବଜାରବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବଜାରବାସୀଙ୍କ କହିବା ଅନୁଯାୟୀ, କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସିପିପି ବଜାର ଏକ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ। ନିକଟରେ ନାଲ୍‌କୋ ଥିବାରୁ ଏହି ବଜାରକୁ ଦୈନିକ ସହସ୍ରାଧିକ ଲୋକ ଆସୁଛନ୍ତି। ସେହିପରି ଜାତୀୟ ରାଜପଥରେ ସର୍ବଦା ଗାଡ଼ିର ଗହଳି ରହୁଛି। ତେଣୁ ଏହି ଅଞ୍ଚଳରେ ରାସ୍ତା ଓ ଡ୍ରେନ୍‌ କାର୍ଯ୍ୟକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି। କିନ୍ତୁ ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଏଥିପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ଡ୍ରେନ୍‌ କାମ ଆଗେଇପାରୁ ନାହିଁ। ୨ବର୍ଷ ହେଲା ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଜୋର୍‌ଧରୁ ନ ଥିବାରୁ ବର୍ଷାଦିନେ ଏଠାରେ ଯାତାୟାତ ଅତ୍ୟନ୍ତ ମୁସ୍କିଲ ହୋଇଯାଉଛି। ରାଜପଥ ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ଓ ଡ୍ରେନ୍‌ ଜଳ ଜମି ରହୁଥିବାରୁ ବଡ଼ ବଡ଼ ଖାଲ ସୃଷ୍ଟି ହେଉଛି। ଏଥିପାଇଁ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି। ଏବେ ବର୍ଷା ଜଳ ନ ଥିଲେ ମଧ୍ୟ ବଜାରର ଆବର୍ଜନା ପାଣି ନିଷ୍କାସନ ହେବାର ଉପାୟ ନାହିଁ। ତେଣୁ ଏହା ରାସ୍ତା ପାର୍ଶ୍ୱରେ ଜମି ରହି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଦୋକାନ ଆଗରେ ଆବର୍ଜନା ପାଣି ରହୁଥିବାରୁ ବ୍ୟବସାୟୀ ଓ ଗ୍ରାହକମାନେ ଚଳପ୍ରଚଳ କରିପାରୁ ନାହାନ୍ତି। ଏହାଦ୍ୱାରା ବ୍ୟବସାୟ ବାଧାପ୍ରାପ୍ତ ହେଉଥିବା ଦୋକାନୀମାନେ ମତ ଦେଇଛନ୍ତି। ଜିଲା ପ୍ରଶାସନ ତୁରନ୍ତ ଏଠାରେ କିପରି ଡ୍ରେନ୍‌ ନିର୍ମାଣ ଶେଷ ହେବ ସେ ଦିଗରେ ଦୃଷ୍ଟି ଦେବା ସହ ଠିକା ସଂସ୍ଥାକୁ ତାଗିଦ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟବଲ ପ୍ରତିଯୋଗିତା: ଝାରବେଡ଼ା ଚାମ୍ପିୟନ

କୁଆଁରମୁଣ୍ଡା,୨୮।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ କାଲୋଷିହିରିଆ ପଞ୍ଚାୟତ ଲୁଚାବାହାଲ ସ୍କୁଲବସ୍ତି ଖେଳ ପଡ଼ିଆରେ ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…

ଉଲିବୁର ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପ୍ରସଙ୍ଗ, ବେଆଇନ ଖନନର ଉଚ୍ଚସ୍ତରୀୟ ତଦନ୍ତ ପରେ ହେବ: ମନ୍ତ୍ରୀ

କେନ୍ଦୁଝର,୨୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଅଧୀନ ନାଲଦା ସେକ୍ସନ କାରାଖେଣ୍ଡରା ବିଟ ଅନ୍ତର୍ଗତ ଉଲିବୁର ସଂରକ୍ଷିତ ଜଙ୍ଗଲରେ ଡାଇଭରର୍ସନ ନ କରି ଜଙ୍ଗଲ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ପାଣିଡଙ୍ଗର ଜଳ ପ୍ରକଳ୍ପ ଦାବିରେ ଗଣ ପ୍ରତିବାଦ

ଗୁଣପୁର,୨୮ା୮(ସୁଜାତା ପାଢ଼ୀ): ସିପିଆଇ (ଏମ୍‌ଏଲ) ଲିବରେଶନ ପକ୍ଷରୁ ବଂଶଧାରା ନଦୀ ଗୁଡ଼ାରୀର ପାଣି ଡଙ୍ଗରଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଶୁକ୍ରବାର ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରେ ଏକ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri