Posted inଜାତୀୟ

ସମତଳ ହେବ ଆବର୍ଜନା ପାହାଡ଼

ନୂଆଦିଲ୍ଲୀ, ୧୨।୯: ରାଜଧାନୀ ଦିଲ୍ଲୀର ପୂର୍ବ ଅଞ୍ଚଳରେ ଥିବା ଗାଜିପୁରର ଏସିଆର ବୃହତମ ଆବର୍ଜନା ପାହାଡ଼ ସମତଳ କରାଯିବ। ମାଟି ଉପରେ ଏହାକୁ ସ୍ତର ସ୍ତର କରି ବିଛାଇ ଦିଆଯିବ। ୭୦ ଏକର ପରିମିତ ଜମିରେ ଥିବା ଏହି ଆବର୍ଜନା ପାହାଡ଼ର ଉଚ୍ଚତା ଗତ ଏକ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବଢ଼ିବା ବଦଳରେ କମିବାକୁ ଆରମ୍ଭ କରିଛିି। ଏହାକୁ ସମତଳ କରିବା କାର୍ଯ୍ୟ ଜାରି ରହିବା ଯୋଗୁ ଆବର୍ଜନା ପାହାଡ଼ର ଲମ୍ବ ଏବେ ବଢୁଥିବା କୁହାଯାଉଛି। ଗତ ଏକ ବର୍ଷ ମଧ୍ୟରେ ଆବର୍ଜନା ପାହାଡ଼ର ଉଚ୍ଚତା ୧୨.୫ ମିଟର କମିଛି। ଏବେ ଏହାର ଉଚ୍ଚତା ୫୩ ମିଟର ରହିଛି। ଏକ ବର୍ଷ ପୂର୍ବରୁ ଏହା ୬୫ ମିଟର ଉଚ୍ଚ ଥିଲା। ପ୍ରତିଦିନ ଏଠାରେ ୨୬୦୦ଟନ୍‌ର ବର୍ଜ୍ୟ ଗଦା ହୋଇଥାଏ। ଗତ ଏକବର୍ଷ ଧରି ଜାତୀୟ ସବୁଜ ପ୍ରାଧିକରଣ ନିର୍ଦ୍ଦେଶକୁ ପାଳନ କରାଯାଇ ପ୍ରତିଦିନ ଏଠାରେ ୧୨୦୦ ଟନ୍‌ ଆବର୍ଜନାର ସମତଳିକରଣ କାର୍ଯ୍ୟ କରାଯାଉଥିଲା। ସାଂସଦ ଗୌତମ ଗମ୍ଭୀର ଏବେ ଏଠାରେ ୬ଟି ମେସିନ୍‌ ଲୋକାର୍ପଣ ମଧ୍ୟ କରିଛନ୍ତି। ଫଳରେ ପ୍ରତିଦିନ ୨୪୦୦ ଟନ୍‌ ଆବର୍ଜନାକୁ ସମତଳ କରାଯାଇ ପାରିବ ବୋଲି ଆକଳନ କରାଯାଇଛି। ଏଭଳି ଭାବେ କାର୍ଯ୍ୟ ଜାରି ରହିଲେ ଆସନ୍ତା ୧୬ ବର୍ଷ ମଧ୍ୟରେ ଆବର୍ଜନା ପାହାଡ଼ ସମ୍ପୂର୍ଣ୍ଣ ଭାବେ ସମତଳ ହୋଇଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ…

ଗଞ୍ଜେଇ ମାମଲାରେ ଯୁବକଙ୍କୁ ମୋହନାରୁ ଗିରଫ କଲା ତାମିଲନାଡୁ ପୋଲିସ

ମୋହନା, ୨୮।୮ (ମନ୍ମଥ ମିଶ୍ର): ତାମିଲନାଡୁରେ ଗଞ୍ଜେଇ ଜବତ ଘଟଣାର ତଦନ୍ତ କରି ଓଡ଼ିଶାର ଗଜପତି ଜିଲାରେ ପହଞ୍ଚିଛି ତାମିଲନାଡୁ ପୋଲିସ। ଗଞ୍ଜେଇ ଚାଲାଣ ମାମଲାରେ ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri