Posted inଜାତୀୟ

ସମତଳ ହେବ ଆବର୍ଜନା ପାହାଡ଼

ନୂଆଦିଲ୍ଲୀ, ୧୨।୯: ରାଜଧାନୀ ଦିଲ୍ଲୀର ପୂର୍ବ ଅଞ୍ଚଳରେ ଥିବା ଗାଜିପୁରର ଏସିଆର ବୃହତମ ଆବର୍ଜନା ପାହାଡ଼ ସମତଳ କରାଯିବ। ମାଟି ଉପରେ ଏହାକୁ ସ୍ତର ସ୍ତର କରି ବିଛାଇ ଦିଆଯିବ। ୭୦ ଏକର ପରିମିତ ଜମିରେ ଥିବା ଏହି ଆବର୍ଜନା ପାହାଡ଼ର ଉଚ୍ଚତା ଗତ ଏକ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବଢ଼ିବା ବଦଳରେ କମିବାକୁ ଆରମ୍ଭ କରିଛିି। ଏହାକୁ ସମତଳ କରିବା କାର୍ଯ୍ୟ ଜାରି ରହିବା ଯୋଗୁ ଆବର୍ଜନା ପାହାଡ଼ର ଲମ୍ବ ଏବେ ବଢୁଥିବା କୁହାଯାଉଛି। ଗତ ଏକ ବର୍ଷ ମଧ୍ୟରେ ଆବର୍ଜନା ପାହାଡ଼ର ଉଚ୍ଚତା ୧୨.୫ ମିଟର କମିଛି। ଏବେ ଏହାର ଉଚ୍ଚତା ୫୩ ମିଟର ରହିଛି। ଏକ ବର୍ଷ ପୂର୍ବରୁ ଏହା ୬୫ ମିଟର ଉଚ୍ଚ ଥିଲା। ପ୍ରତିଦିନ ଏଠାରେ ୨୬୦୦ଟନ୍‌ର ବର୍ଜ୍ୟ ଗଦା ହୋଇଥାଏ। ଗତ ଏକବର୍ଷ ଧରି ଜାତୀୟ ସବୁଜ ପ୍ରାଧିକରଣ ନିର୍ଦ୍ଦେଶକୁ ପାଳନ କରାଯାଇ ପ୍ରତିଦିନ ଏଠାରେ ୧୨୦୦ ଟନ୍‌ ଆବର୍ଜନାର ସମତଳିକରଣ କାର୍ଯ୍ୟ କରାଯାଉଥିଲା। ସାଂସଦ ଗୌତମ ଗମ୍ଭୀର ଏବେ ଏଠାରେ ୬ଟି ମେସିନ୍‌ ଲୋକାର୍ପଣ ମଧ୍ୟ କରିଛନ୍ତି। ଫଳରେ ପ୍ରତିଦିନ ୨୪୦୦ ଟନ୍‌ ଆବର୍ଜନାକୁ ସମତଳ କରାଯାଇ ପାରିବ ବୋଲି ଆକଳନ କରାଯାଇଛି। ଏଭଳି ଭାବେ କାର୍ଯ୍ୟ ଜାରି ରହିଲେ ଆସନ୍ତା ୧୬ ବର୍ଷ ମଧ୍ୟରେ ଆବର୍ଜନା ପାହାଡ଼ ସମ୍ପୂର୍ଣ୍ଣ ଭାବେ ସମତଳ ହୋଇଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?