ଗଞ୍ଜାମ ବାଲ୍ୟ ବିବାହମୁକ୍ତ ଘୋଷଣାରେ ସୀମିତ

ଛତ୍ରପୁର,୨୨ା୮(ସନ୍ତୋଷ ପାଢ଼ୀ): ୨୦୨୨ ଜାନୁୟାରୀ ୩ରୁ ଗଞ୍ଜାମକୁ ବାଲ୍ୟ ବିବାହ ମୁକ୍ତ ଜିଲା ଭାବେ ଘୋଷଣା କରାଯାଇଛି । ଜିଲାରେ ୩୩୦୯ ଗ୍ରାମ, ୨୮୦ଟି ସହରାଞ୍ଚଳ ୱାର୍ଡ ଓ ୫୦୩ଟି ପଞ୍ଚାୟତକୁ ବାଲ୍ୟବିବାହ ମୁକ୍ତ ବୋଲି ଘୋଷଣା କରାଯାଇଥିଲା। ତତ୍କାଳୀନ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଘୋଷଣା କରିଥିଲେ। ଏହା ସତ୍ତ୍ୱେ ଜିଲାରେ କେଉଁଠି ନା କେଉଁଠି ବାଲ୍ୟ ବିବାହ ହେଉଛି । ଚଳିତ ବର୍ଷ ୬ମାସ ମଧ୍ୟରେ ଜିଲା ପ୍ରଶାସନ ପକ୍ଷରୁ ୬୪ଟି ବାଲ୍ୟ ବିବାହ ରୋକାଯାଇଛି। ଜିଲାରେ ବାଲ୍ୟ ବିବାହ, କନ୍ୟା ଭ୍ରୂଣ ହତ୍ୟା, ଶିଶୁ ଶ୍ରମିକ ରୋକିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଶତପ୍ରତିଶତ ସୁଫଳ ମିଳୁନି।
ଗଞ୍ଜାମ ଜିଲାରେ ବାଲ୍ୟ ବିବାହ ରୋକିବା ନେଇ ଜିଲା ପ୍ରଶାସନ ପକ୍ଷରୁୁ ‘ମୋ ଗେହ୍ଲା ଝିଅ’, ‘ନିର୍ଭୟା କଢି’ ଆଦି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବାଲ୍ୟ ବିବାହ ସମ୍ପୂର୍ଣ୍ଣ ରୋକିବା ଲାଗି ବ୍ୟାପକ ସଚେତନତା କରିବାକୁ ଏଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି। ଏପରିକି ବାଲ୍ୟ ବିବାହର ସୂଚନା ଦେଲେ ସୂଚନାଦାତାକୁ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ତତ୍କାଳୀନ ଜିଲାପାଳ କୁଲାଙ୍ଗେ ଘୋଷଣା କରିଥିଲେ। ମୁଖ୍ୟତଃ ଅଧାରୁ ପାଠ ଛାଡୁଥିବା ଝିଅମାନଙ୍କୁ ସେମାନଙ୍କ ଅଭିଭାବକ ବିବାହ କରିଦେଉଛନ୍ତି। ଏଭଳି ପିଲାମାନଙ୍କୁ ଚିହ୍ନଟ କରି ପୁଣି ସ୍କୁଲ ପଠାଇବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ରହିଛି। ଯେଉଁ ଅଞ୍ଚଳର ସ୍କୁଲରେ କୌଣସି ଝିଅ ସ୍କୁଲରେ ଲଗାତର ୫ଦିନ ଅନୁପସ୍ଥିତ ରହିଲେ, ତୁରନ୍ତ ତାହାର କାରଣ ଜାଣିବା ପାଇଁ ଶିକ୍ଷକ ତଦନ୍ତ କରିବେ। ଯାହାଫଳରେ ସତ୍ୟତା ଜଣାପଡିବ। ଏପରିକି ଯେଉଁମାନେ ବାଲ୍ୟ ବିବାହକୁ ନା’ କରିଛନ୍ତି ସେମାନେ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ ହେବେ। ବାଲ୍ୟ ବିବାହ ରୋକିବା ଉପରେ କୂଳ ସମାଜର ମୁଖ୍ୟ ଭୂମିକା ଏବଂ ଗ୍ରାମ୍ୟ କମିଟିର ମଧ୍ୟ ମୁଖ୍ୟ ଭୂମିକା ରହିଛି। ସେମାନେ ବାଲ୍ୟ ବିବାହକୁ ମନା କଲେ ଜିଲାରେ ଆଉ ବାଲ୍ୟ ବିବାହ ହେବନାହିଁ । ନଚେତ ବାଲ୍ୟ ବିବାହ ସଚେତନତା କେବଳ ବୈଠକରେ ସୀମିତ ରହିଯିବ। ଚଳିତ ବର୍ଷ ବାଲ୍ୟବିବାହ ରୋକିବା ପାଇଁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଆଦିରେ ସଚେତନତା କରାଯାଇଛି । କେବଳ ବାଲ୍ୟ ବିବାହ ନୁହେଁ କନ୍ୟା ଭ୍ରୂଣ ହତ୍ୟା, ଶିଶୁ ଶ୍ରମିକ ରୋକିବା ନେଇ ଜିଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲାରେ ଯେ କୌଣସି ସ୍ଥାନରେ କନ୍ୟାଭ୍ରୂଣ ହତ୍ୟା ହେଉଥିବାର ସୂଚନା ପାଇଲେ ସୂଚନା ଦାତାକୁ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ୯୪୩୯୯୮୫୦୦୭ ଏକ ମୋବାଇଲ ନଂ ମଧ୍ୟ ଜାରି ହୋଇଛି । ଜିଲାର ବିଭିନ୍ନ ମନ୍ଦିର, ଚର୍ଚ୍ଚ ଆଦି ଅଞ୍ଚଳର କାନ୍ଥରେ ବାଲ୍ୟ ବିବାହକୁ ମନା ବୋଲି ଲେଖାଯାଇଛି। ଜାନୁୟାରୀରୁ ଜୁନ ମାସରେ ଜିଲାରେ ୬୮୫୩ଟି ସଚେତନତା କାର୍ଯ୍ୟକ୍ରମ ହୋଇଛି। ୨୮୪୩ କୁଳ ମୁଖିଆ , ୨୮୬୯ ପିଆରଆଇ ମେମ୍ବର, ୧୧,୯୩୯ ସ୍ବୟଂ ସହାୟକ ସଦସ୍ୟ, ୮୨୬୪ ଫ୍ରଣ୍ଟଲାଇନ ୱାର୍କର,୧୬,୨୨୨ ସ୍କୁଲ ଓ କଲେଜ ଛାତ୍ର/ଛାତ୍ରୀ ଓ ୧୦,୭୮୨ ଅନ୍ୟାନ୍ୟ ଲୋକ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏସବୁ ପରେ ବି ଜିଲାରେ ହେଉଥିବା ବାଲ୍ୟ ବିବାହ ପ୍ରଶାସନ ନଜରକୁ ଆସୁନାହିଁ । ଜିଲାରେ ୬ବର୍ଷ ମଧ୍ୟରେ ୯୧୫ଟି ବାଲ୍ୟବିବାହ ଜିଲା ପ୍ରଶାସନ ପକ୍ଷରୁ ରୋକାଯାଇଛି। ୨୦୧୭ରେ ୨୪, ୨୦୧୮ରେ ୨୨, ୨୦୧୯ରେ ୪୫, ୨୦୨୦ରେ ୨୨୮, ୨୦୨୧ରେ ୨୦୧ ଓ ୨୦୨୨ରେ ସର୍ବାଧିକ ୩୩୧ ବାଲ୍ୟ ବିବାହକୁ ପ୍ରଶାସନ ରୋକିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?