ମୌଳିକ ସୁବିଧାରୁ ବଞ୍ଚିତ ସିମନବାଡ଼ି ଛାତ୍ରୀଛାତ୍ର

ଦାରିଙ୍ଗବାଡି,୨୩।୮(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗିରହିଥିବା ସହ ଛାତ୍ରୀଛାତ୍ରଙ୍କୁ ମୌଳିକ ସୁବିଧା ମିଳିବା କଷ୍ଟ ହୋଇପଡିଛି। ବିଦ୍ୟାଳୟରେ ୨୦୦୩ରୁ କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା କରାଯାଇଥିଲା କିନ୍ତୁ ତାହା କିଛିଦିନ ପରେ ଅଚଳ ହୋଇ ଦୀର୍ଘ ୨୦ ବର୍ଷ ହେଲା ଆଉ କମ୍ପ୍ୟୁଟର ଶିକ୍ଷା ହେଉନି ଏବଂ ତା’ର ଆଉ ବିକାଶ କରାଯାଉନାହିଁ। ସେହିପରି ବିଦ୍ୟାଳୟରେ ପିଇବା ପାଣିର ବ୍ୟବସ୍ଥା ନାହିଁ, ଖେଳ ପଡିଆ ନ ଥିବାରୁ ଛାତ୍ରୀଛାତ୍ରଙ୍କ ବୌଦ୍ଧିକ, ଶାରୀରିକ ଉନ୍ନତିରେ ବାଧକ ସୃଷ୍ଟି ହେଉଛି। ସେହିପରି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ମୋଟ ୨୭୦ ଛାତ୍ରୀଛାତ୍ର ପଢୁଛନ୍ତି । ଆବଶ୍ୟକ ଶିକ୍ଷୟିତ୍ରୀଶିକ୍ଷକ ରହିଛନ୍ତି ହେଲେ ୮ ଟି ଶ୍ରେଣୀ କୋଠାର ଆବଶ୍ୟକତା ରହିଥିବା ବେଳେ ରହିଛି ମାତ୍ର ୪ଟି। ତେଣୁ ବାଧ୍ୟ ହୋଇ ବିପଦ ସଂକୁଳ ଅବସ୍ଥାରେ ରହିଥିବା ଭଙ୍ଗା ଦଦରା ଘରେ ଶିକ୍ଷାଦାନ କରାଯାଉଛି। ବର୍ଷା ଦିନରେ ଘରେ ପାଣି ଗଳୁଥିବା ବେଳେ ଖରା ଦିନରେ ପଙ୍ଖା ନ ଥିବାରୁ ପିଲାଙ୍କ ପାଠପଢ଼ାରେ ବହୁ ସମସ୍ୟା ଦେଖାଯାଉଛି। ଏକ ଭଙ୍ଗା ଦଦରା ଘରେ ରୋଷେଇ କରାଯାଉଥିବା ବେଳେ ଅଧା କିଲୋମିଟର ଦୂର ଯାଇ ଅଙ୍ଗନାୱାଡି କେନ୍ଦ୍ରରେ ରହିଥିବା ନଳକୂପରୁ ପାଣି ଆଣି ମଧ୍ୟାହ୍ନଭୋଜନ ରୋଷେଇ କରାଯାଉଥିବା ରୋଷେଇ ଦାୟିତ୍ୱରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ କୁହାଯାଇଛି। ସେମାନେ ଆହୁରି କହିଛନ୍ତି ଯେ ଡାଇନିଂ ହଲ ନ ଥିବାରୁ ଛାତ୍ରୀଛାତ୍ରମାନେ ଖରା, ବର୍ଷାରେ ବାହାରେ ଏଣେ ତେଣେ ବୁଲି ଖାଉଛନ୍ତି ତେଣୁ ଏହି ସବୁ ସମସ୍ୟାର ସମାଧାନ କରିବାକୁ ମହିଳାମାନେ କହିଛନ୍ତି। ବିଦ୍ୟାଳୟକୁ ରୂପାନ୍ତର କରାଗଲେ ଛାତ୍ରୀଛାତ୍ରଙ୍କୁ ଅତ୍ୟାଧୁନିକ ଶ୍ରେଣୀଗୃହ ମିଳିବ, ଯେଉଁଥିରେ ସ୍ମାର୍ଟ ଡିଜିଟାଲ ଶିକ୍ଷା ବ୍ୟବସ୍ଥା ସହ ଲାଇବ୍ରେରୀ, ଖେଳପଡିଆ, ଶୁଦ୍ଧ ପାନୀୟ ଜଳ, କମ୍ପ୍ୟୁଟର ଶିକ୍ଷା, ବିଜ୍ଞାନ କକ୍ଷ, ସ୍ଥାୟୀ ପାଚେରି ନିର୍ମାଣ, ଅତିରିକ୍ତ ଶ୍ରେଣୀ କୋଠା ନିର୍ମାଣ ଆଦି ସୁବିଧା ହୋଇପାରିବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ପୁରାତନ ବିଦ୍ୟାଳୟକୁ ଅନ୍ୟ ସ୍ମାର୍ଟ ସ୍କୁଲ ଭଳି ରୂପାନ୍ତର କରିବା ଆବଶ୍ୟକ ବୋଲି ପ୍ରଧାନ ଶିକ୍ଷକ ବିଦେଶୀ ନାୟକ କହିଛନ୍ତି। ଏ ନେଇ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର କହିଛନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ପାଚେରି ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଏମ୍‌ସିଏଲ (ମହାନଦୀ କୋଲଫିଲ୍‌ଡ ଲିମିଟେଡ୍‌) ପକ୍ଷରୁ ଅନୁଦାନରେ ଉକ୍ତ ବିଦ୍ୟାଳୟର ରୂପାନ୍ତର କାର୍ଯ୍ୟ କରାଯିବାକୁ ଏକ ପ୍ରସ୍ତାବ ଦିଆଯାଇଛି ଏବଂ ଏବେ ବିଦ୍ୟାଳୟର ଶ୍ରେଣୀକୋଠା ମରାମତି କରାଯାଇଛି ବୋଲି ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri