Posted inଖେଳ

ଆଦାନୀ ଓ୍ବିଲ୍‌ମର ବିଜ୍ଞାପନରୁ ବାଦ୍‌ ପଡିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୬।୧: ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମୃଦୁ ହୃଦ୍‌ଘାତର ଶିକାର ହେବାର ୩ ଦିନ ପରେ ଆଦାନୀ ଓ୍ବିଲ୍‌ମର ଲିମିଟେଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି କମ୍ପାନୀ ଗାଙ୍ଗୁଲିଙ୍କ ସହିତ ଜଡିତ ଫର୍ଚ୍ୟୁନ ରାଇସ୍‌ ବ୍ରାନ୍‌ କୁକିଙ୍ଗ୍‌ ଅଏଲର ସବୁ ବିଜ୍ଞାପନକୁ ରୋକି ଦେଇଛି। ସବୁ ପ୍ଲାଟ୍‌ଫର୍ମରୁ ଗାଙ୍ଗୁଲିଙ୍କ ସହିତ ତିଆରି ହୋଇଥିବା ସମସ୍ତ ବିଜ୍ଞାପନକୁ ମଙ୍ଗଳବାର ହଟାଇବାକୁ କମ୍ପାନୀ ନିଷ୍ପତ୍ତି ନେଇଛି।
ହୃଦ୍‌ଘାତର ଶିକାର ହୋଇ ଅସୁସ୍ଥ ହେବା ସତ୍ତ୍ୱେ ବିଜ୍ଞାପନ ପ୍ରସାରିତ ହେଉଥିବାରୁ କମ୍ପାନୀ ଉପଭୋକ୍ତା ତଥା ପ୍ରଶଂସକମାନେ ବହୁ ସଂଖ୍ୟାରେ ସମାଲୋଚନା କରିବା ସହ ଟ୍ରୋଲ କରିଥିଲେ। ବିଜ୍ଞାପନରେ ଏହି ତେଲ ହାର୍ଟ ପାଇଁ ବେଶ୍‌ ଉପଯୋଗୀ ବୋଲି ଦର୍ଶାଯାଇଥିଲା। ଏହି ବିଜ୍ଞାପନ ‘ଦାଦା ବୋଲେ ଓ୍ବେଲକମ୍‌ ଟୁ ଦି ଫଟିଜ୍‌’ ଟ୍ୟାଗ୍‌ ଲାଇନ୍‌ରେ ପ୍ରସାରିତ ହୋଇ ଆସୁଥିଲା। ଏଥିରେ ‘୪୦ ପରେ ଆପଣ ବଞ୍ଚିବା ଛାଡି ଦେବେକି’ ବୋଲି ଗାଙ୍ଗୁଲି ଲୋକଙ୍କୁ ପଚାରୁଥିବାର ଦେଖାଯାଉଛି। ଏହା ବିରୋଧାଭାସ ସୃଷ୍ଟି କରୁଥିବାରୁ କମ୍ପାନୀକୁ ଶେଷରେ ଏହି ନିଷ୍ପତ୍ତି ନେବାକୁ ହୋଇଥିଲା। ଫର୍ଚ୍ୟୁନ ରାଇସ୍‌ ବ୍ରାନ୍‌ କୁକିଙ୍ଗ୍‌ ଅଏଲ ଆଦାନୀ ଗ୍ରୁପ୍‌ର ଏକ ଉତ୍ପାଦନ।
ଆଦାନୀ ଓ୍ବିଲ୍‌ମର ଫର୍ଚ୍ୟୁନ ବ୍ରାଣ୍ଡକୁ ସମର୍ଥନ କରିଛି। ଏହି ତେଲ ବେଶ୍‌ ସ୍ବାସ୍ଥ୍ୟକର। ଗାଙ୍ଗୁଲିଙ୍କ ସହିତ ଆଗକୁ କାର୍ଯ୍ୟ କରିବା ଜାରି ରଖିବୁ। ଏହି ବ୍ୟବସାୟିକ ବିଜ୍ଞାପନକୁ ସାମୟିକ ଭାବେ ରୋକି ଦିଆଯାଇଛି ଓ ଖୁବ୍‌ଶୀଘ୍ର ଏହା ପ୍ରତ୍ୟାବର୍ତ୍ତନ କରିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।
ଆମ ରାଇସ୍‌ ବ୍ରାନ୍‌ ତେଲ ବିଶ୍ୱର ଶ୍ରେଷ୍ଠ ବିବେଚିତ ହୋଇ ଆସୁଛି ବୋଲିଂ ଆଦାନୀ ଓ୍ବିଲ୍‌ମର ଲିମିଟେଡ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଙ୍ଗସୁ ମଲିକ କହିଛନ୍ତି। ଏହ ତେଲରେ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଏଥିରେ ଗାମା ଓରିଜନାଲ ରହିଥିବାରୁ ଶରୀରରେ ଏହା କୋଲେଷ୍ଟରଲ କମ୍‌ କରିବାରେ ସହାୟକ ହୋଇଥାଏ। ଏହା ଏକ ରନ୍ଧନ ତେଲ। ଔଷଧ ନୁହେଁ। ଆହର ସମ୍ପର୍କିତ ଓ ବଂଶାନୁକ୍ରମିକ ମାମଲା ଭଳି ଅନ୍ୟ ଭିନ୍ନ ଭିନ୍ନ କାରଣରୁ ଲୋକେ ହୃଦ୍‌ଘାତର ଶିକାର ହୋଇଥାନ୍ତି। ହୃଦ୍‌ଘାତ କାହାକୁ ବି ହୋଇପାରେ। ଗାଙ୍ଗୁଲି ଏହାର ଶିକାର ହେବା ଏକ ଦୁର୍ଭାଗ୍ୟଜନକ ଘଟଣା। ଗାଙ୍ଗୁଲି ମଧ୍ୟ ଆଗକୁ ଆମ ସହିତ ଜଡିତ ରହିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଦିନେ ଦୁଇଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ଛାଡ଼ ମିଳିବାର ସମ୍ଭାବନା ରହିଛି। ଗାଙ୍ଗୁଲି ୨୦୨୦ ଜାନୁୟାରୀରେ ଆମର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଥିଲେ ଓ ଫର୍ଚ୍ୟୁନ ରାଇସ୍‌ ବ୍ରାନ ତେଲର ବିଜ୍ଞାପନ କରିଥିଲେ। ଶନିବାର ଗାଙ୍ଗୁଲି ହୃଦ୍‌ଘାତର ଶିକାର ହୋଇଥିଲେ ଓ ତାଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri