ଗ୍ୟାଙ୍ଗ୍‌ଷ୍ଟର ରାଜା, ୨ ସହଯୋଗୀ ଗିରଫ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ରାଜ୍ୟରେ ଦାଦାବଟି ବନ୍ଦ କରିବାକୁ ପୋଲିସ ଡିଜି ଅଭୟ ଶୁକ୍ରବାର ନିର୍ଦ୍ଦେଶ ଦେବାପରେ ଶନିବାର ପଦକ୍ଷେପ ଆରମ୍ଭ କରିଛି କମିଶନରେଟ ପୋଲିସ୍‌। ‘ଦାଦାବଟିକୁ ନା’ ସ୍ପେଶାଲ ଡ୍ରାଇଭ୍‌ର ପ୍ରଥମ ଦିନରେ ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଏଥିସହ ତାଙ୍କର ଦୁଇ ସହଯୋଗୀ ବଡ଼ଗଡ଼ ଅଧେଇ ଖାଲ ବସ୍ତିର ବିନୟ ଦାଶ ଓ ଶିରିପୁର ଛକରେ ରହୁଥିବା ନୃସିଂହ ବେହେରାଙ୍କୁ ମଧ୍ୟ ଗିରଫ କରାଯାଇଛି। ଘଟଣାସ୍ଥଳଳୁ ପୋଲିସ ଶାବଳ, ବାଉଁଶ, ଜରିପାଲ ସହ ରାଜା ବ୍ୟବହାର କରୁଥିବା ବାଇକ ଜବତ ହୋଇଛି। ପୋଲିସ ଆଇପିସି ଦଫା ୩୮୬ରେ ମାମଲା (ନଂ.୪୧୩/୨୦) ରୁଜୁ କରି ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ଏଥିସହ ରାଜାଙ୍କ ବିରୋଧରେ ପୋଲିସ ସିଆର୍‌ପିସି ୧୧୦ ଲଗାଇବାକୁ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀସ୍ତରରେ ବିଚାରବିମର୍ଶ ଚାଲିଥିବା ଜଣାପଡିଛି।
ପୋଲିସ ସୂଚନା ଅନୁସାରେ, ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ରାଜା ଆଚାର୍ଯ୍ୟ ବହୁଦିନ ହେବ ପତିଆରା ଜମାଇବା ସହ ବ୍ୟବସାୟୀଙ୍କୁ ଡରାଇ ନିୟମିତ ଦାଦାବଟି ଆଦାୟ କରୁଥିଲେ। ମାର୍କେଟ ସଂଲଗ୍ନ ସରକାରୀ କ୍ୱାର୍ଟର୍ସ ପାର୍ଶ୍ୱ ସରକାରୀ ଜାଗା ଓ ରାସ୍ତାକୁ ଜବରଦଖଲ କରି ଅନ୍ୟ ଭେଣ୍ଡରମାନଙ୍କୁ ବ୍ୟବସାୟ କରିବାକୁ ଦେଇ ମାସିକିଆ ବଟି ନେଉଥିଲେ। ନିକଟରେ ଏକ ସରକାରୀ କ୍ୱାର୍ଟର୍ସ ପାର୍ଶ୍ୱକୁ ଜବରଦଖଲ କରି ଘର କରୁଥିବାବେଳେ ସେଠାରେ ରହୁଥିବା ସରକାରୀ କର୍ମଚାରୀ ଜଣକ ବିରୋଧ କରିଥିଲେ। ଫଳରେ ଶୁକ୍ରବାର ରାତିରେ ରାଜା ଓ ତା’ର ସହଯୋଗୀ ତାଙ୍କ ଘର ଭିତରକୁ ପଶି ହତ୍ୟା ଧମକ ଦେଇଥିଲେ। ଶନିବାର ସକାଳୁ ରାଜାର ସହଯୋଗୀମାନେ ସେଠାରେ ଘର କରୁଥିବା ସମୟରେ କ୍ୟାପିଟାଲ ଥାନାର ପୋଲିସ ଟିମ୍‌ ଚଢ଼ାଉ କରି ସେମାନଙ୍କୁ ଥାନାକୁ ଉଠାଇନେଇଥିଲା। ଏଥିସହ ବିଏମ୍‌ସି କର୍ମଚାରୀ ସହାୟତାରେ ନିର୍ମାଣାଧୀନ ଘରକୁ ଭଙ୍ଗାଯାଇଥିଲା। ଗ୍ୟାଙ୍ଗଷ୍ଟର ରାଜାଙ୍କ ନିର୍ଦ୍ଦେଶରେ ସେମାନେ ଉକ୍ତ ସରକାରୀ ଜାଗା ଜବରଦଖଲ ସହ ଅସ୍ଥାୟୀ ଘର କରୁଥିବା ଜଣାପଡ଼ିବା ପରେ ପୋଲିସ ତାଙ୍କୁ ପଚରାଉଚରା ପାଇଁ ଥାନାକୁ ଡାକି ଗିରଫ କରିଥିଲା। ତେବେ ଥାନା ଭିତରେ ରାଜା ପୋଲିସ ସହିତ ଉଚ୍ଚସ୍ବରରେ କଥା ହେବା ସହ କୋର୍ଟଚାଲାଣବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରକୁ ଫାଇଲ୍‌ ଫିଙ୍ଗି ଗାଳିଗୁଲଜ କରିଥିଲେ। ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ରାଜା ସରକାରୀ ଜମିରେ ଘର ତିଆରି କରିବା ସହ ପ୍ରତି ମାସରେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ କରୁଥିଲେ। ତେବେ ଦାଦାବଟି ଅଭିଯୋଗ ଆସିଲେ କାହାକୁ ଛଡାଯିବନି ବୋଲି ଷଡ଼ଙ୍ଗୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri