ଗ୍ୟାଙ୍ଗ୍‌ଷ୍ଟର ରାଜା, ୨ ସହଯୋଗୀ ଗିରଫ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ରାଜ୍ୟରେ ଦାଦାବଟି ବନ୍ଦ କରିବାକୁ ପୋଲିସ ଡିଜି ଅଭୟ ଶୁକ୍ରବାର ନିର୍ଦ୍ଦେଶ ଦେବାପରେ ଶନିବାର ପଦକ୍ଷେପ ଆରମ୍ଭ କରିଛି କମିଶନରେଟ ପୋଲିସ୍‌। ‘ଦାଦାବଟିକୁ ନା’ ସ୍ପେଶାଲ ଡ୍ରାଇଭ୍‌ର ପ୍ରଥମ ଦିନରେ ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଏଥିସହ ତାଙ୍କର ଦୁଇ ସହଯୋଗୀ ବଡ଼ଗଡ଼ ଅଧେଇ ଖାଲ ବସ୍ତିର ବିନୟ ଦାଶ ଓ ଶିରିପୁର ଛକରେ ରହୁଥିବା ନୃସିଂହ ବେହେରାଙ୍କୁ ମଧ୍ୟ ଗିରଫ କରାଯାଇଛି। ଘଟଣାସ୍ଥଳଳୁ ପୋଲିସ ଶାବଳ, ବାଉଁଶ, ଜରିପାଲ ସହ ରାଜା ବ୍ୟବହାର କରୁଥିବା ବାଇକ ଜବତ ହୋଇଛି। ପୋଲିସ ଆଇପିସି ଦଫା ୩୮୬ରେ ମାମଲା (ନଂ.୪୧୩/୨୦) ରୁଜୁ କରି ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ଏଥିସହ ରାଜାଙ୍କ ବିରୋଧରେ ପୋଲିସ ସିଆର୍‌ପିସି ୧୧୦ ଲଗାଇବାକୁ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀସ୍ତରରେ ବିଚାରବିମର୍ଶ ଚାଲିଥିବା ଜଣାପଡିଛି।
ପୋଲିସ ସୂଚନା ଅନୁସାରେ, ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ରାଜା ଆଚାର୍ଯ୍ୟ ବହୁଦିନ ହେବ ପତିଆରା ଜମାଇବା ସହ ବ୍ୟବସାୟୀଙ୍କୁ ଡରାଇ ନିୟମିତ ଦାଦାବଟି ଆଦାୟ କରୁଥିଲେ। ମାର୍କେଟ ସଂଲଗ୍ନ ସରକାରୀ କ୍ୱାର୍ଟର୍ସ ପାର୍ଶ୍ୱ ସରକାରୀ ଜାଗା ଓ ରାସ୍ତାକୁ ଜବରଦଖଲ କରି ଅନ୍ୟ ଭେଣ୍ଡରମାନଙ୍କୁ ବ୍ୟବସାୟ କରିବାକୁ ଦେଇ ମାସିକିଆ ବଟି ନେଉଥିଲେ। ନିକଟରେ ଏକ ସରକାରୀ କ୍ୱାର୍ଟର୍ସ ପାର୍ଶ୍ୱକୁ ଜବରଦଖଲ କରି ଘର କରୁଥିବାବେଳେ ସେଠାରେ ରହୁଥିବା ସରକାରୀ କର୍ମଚାରୀ ଜଣକ ବିରୋଧ କରିଥିଲେ। ଫଳରେ ଶୁକ୍ରବାର ରାତିରେ ରାଜା ଓ ତା’ର ସହଯୋଗୀ ତାଙ୍କ ଘର ଭିତରକୁ ପଶି ହତ୍ୟା ଧମକ ଦେଇଥିଲେ। ଶନିବାର ସକାଳୁ ରାଜାର ସହଯୋଗୀମାନେ ସେଠାରେ ଘର କରୁଥିବା ସମୟରେ କ୍ୟାପିଟାଲ ଥାନାର ପୋଲିସ ଟିମ୍‌ ଚଢ଼ାଉ କରି ସେମାନଙ୍କୁ ଥାନାକୁ ଉଠାଇନେଇଥିଲା। ଏଥିସହ ବିଏମ୍‌ସି କର୍ମଚାରୀ ସହାୟତାରେ ନିର୍ମାଣାଧୀନ ଘରକୁ ଭଙ୍ଗାଯାଇଥିଲା। ଗ୍ୟାଙ୍ଗଷ୍ଟର ରାଜାଙ୍କ ନିର୍ଦ୍ଦେଶରେ ସେମାନେ ଉକ୍ତ ସରକାରୀ ଜାଗା ଜବରଦଖଲ ସହ ଅସ୍ଥାୟୀ ଘର କରୁଥିବା ଜଣାପଡ଼ିବା ପରେ ପୋଲିସ ତାଙ୍କୁ ପଚରାଉଚରା ପାଇଁ ଥାନାକୁ ଡାକି ଗିରଫ କରିଥିଲା। ତେବେ ଥାନା ଭିତରେ ରାଜା ପୋଲିସ ସହିତ ଉଚ୍ଚସ୍ବରରେ କଥା ହେବା ସହ କୋର୍ଟଚାଲାଣବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରକୁ ଫାଇଲ୍‌ ଫିଙ୍ଗି ଗାଳିଗୁଲଜ କରିଥିଲେ। ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ରାଜା ସରକାରୀ ଜମିରେ ଘର ତିଆରି କରିବା ସହ ପ୍ରତି ମାସରେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ କରୁଥିଲେ। ତେବେ ଦାଦାବଟି ଅଭିଯୋଗ ଆସିଲେ କାହାକୁ ଛଡାଯିବନି ବୋଲି ଷଡ଼ଙ୍ଗୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri