ଝାରପଡ଼ା ଜେଲରେ ଗ୍ୟାଙ୍ଗ୍‌ଷ୍ଟର ରାଜ୍‌

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଜେଲରେ ଚାଲୁଛି ଗ୍ୟାଙ୍ଗଷ୍ଟର୍‌ଙ୍କ ରାଜୁତି। ବାହାରେ ଯେପରି ରାଜ୍‌ କରୁଥିଲେ, ଜେଲ ଭିତରେ ବି ସେମିତି ଚାଲିଛି। ବଡ଼ ବଡ଼ ଅପରାଧୀମାନେ ଗୋଷ୍ଠୀ କରି ସେଥିରେ କଏଦୀଙ୍କୁ ସାମିଲ କରୁଛନ୍ତି। ଗୋଷ୍ଠୀ କରି ଖଟି କରୁଛନ୍ତି, ଆଉ ନିଜର ଦବ୍‌ଦବା ପାଇଁ ମୁହାଁମୁହିଁ ହେଉଛନ୍ତି। ଶୁକ୍ରବାର ଭାଇରାଲ ହୋଇଥିବା ଏକ ଭିଡିଓ ଏକଥା କହୁଛି। ଉକ୍ତ ଭିଡିଓରେ ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଗୋଷ୍ଠୀ ଖଟି କରୁଥିବା ଦେଖିବାକୁ ମିଳୁଛି। ଜେଲ ପରିସର ଏକ ଗଛ ମୂଳ ମଣ୍ଡପରେ ଧଳା ରଙ୍ଗର ଧୋତି ପିନ୍ଧି ଟିଟୋ ଅନ୍ୟ ସାଥୀଙ୍କ ସହ ବସି ଖଟି କରୁଛନ୍ତି। ଅପରାଧର ତରିକା ବିଷୟରେ ଆଲୋଚନା କରୁଛନ୍ତି। ସେମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ନ ଥିବାବେଳେ କେହି ବି ମାସ୍କ ପିନ୍ଧିନାହାନ୍ତି। କେହି ଅତି ନିକଟରୁ ଏଭଳି ଭିଡିଓ ଶୁଟ୍‌ କରି ସୋସିଆଲ ମିଡିଆରେ ଛାଡ଼ି ଦେବା ପରେ ଝାରପଡ଼ା ଜେଲର ଗୁମର ପଦାକୁ ଆସିଛି। ତେବେ କଟକଣା ସତ୍ତ୍ୱେ ଜେଲ ଭିତରକୁ ମୋବାଇଲ୍‌ ଫୋନ୍‌ କିପରି ଗଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଏହି ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିବା ଜଣାପଡିଛି।
ମିଳିଥିବା ସୂତ୍ର ଅନୁସାରେ, ଟିଟୋ ଓ ତାଙ୍କ ସହଯୋଗୀମାନେ ଏଭଳି ସବୁଦିନ ସେଠାରେ ଖଟି କରିବା ସହ ବାହାରେ ଅପରାଧ ପାଇଁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରନ୍ତି। ଲୁଚାଇ ରଖିଥିବା ମୋବାଇଲ୍‌ ଫୋନ୍‌ ସାହାଯ୍ୟରେ ଅପରାଧ ଘଟାଉଛନ୍ତି। କେତେଜଣ କର୍ମଚାରୀ ଅର୍ଥ ଲୋଭ ଓ ଭୟରେ ମୋବାଇଲ୍‌ ଫୋନ୍‌ ସହ ନିଶା ସାମଗ୍ରୀ ଯୋଗାଇ ଦେଉଛନ୍ତି। ଜେଲ ଭିତରେ ମଧ୍ୟ ଲୁଚାଛପାରେ ଗ୍ୟାଙ୍ଗଷ୍ଟର୍‌ମାନେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ତାହାକୁ ଅପ୍‌ଡେଟ୍‌ ମଧ୍ୟ କରୁଛନ୍ତି। ତେବେ କେଉଁ ଏକ ଗୋଷ୍ଠୀର ମୋବାଇଲ୍‌ ଫୋନ୍‌ରେ ଉକ୍ତ ଭିଡିଓ ଶୁଟ୍‌ ହୋଇଥିବା କୁହାଯାଉଛି। ଏହାସହ ଟିଟୋ ଏବଂ ତାଙ୍କ ସହ ଖଟି କରୁଥିବା ଅନ୍ୟ କଏଦୀ ନିଜ ସେଲ୍‌ରେ ନ ରହି ପଦାକୁ କିଭଳି ଗଲେ? ତାଙ୍କୁ ଖଟି କରିବା ପାଇଁ ଜେଲ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି କି? ଏଭଳି ଅନେକ ପ୍ରଶ୍ନରେ ଏବେ ଜେଲ ବିଭାଗ ଛନ୍ଦି ହୋଇପଡିଛି।
ଏନେଇ ଝାରପଡା ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ୍‌ ଧୀରେନ୍ଦ୍ର ବାରିକ କହିଛନ୍ତି, ଏନେଇ ଲକ୍ଷ୍ମୀସାଗର ଥାନାରେ ଏକ ଅଭିଯୋଗ ଦିଆଯାଇଛି। କିଭଳି ଜେଲ ଭିତରକୁ ମୋବାଇଲ ଗଲା, କିଏ ଏଭଳି ଭିଡିଓ ରେକର୍ଡିଂ କରି ବାହାରକୁ ଛାଡିଲେ ଓ ଏଥିରେ ଜେଲର କେହି କର୍ମଚାରୀ ସାମିଲି ଅଛନ୍ତି କି ନାହିଁ ତାହାର ତଦନ୍ତ ହେବ। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ ଫାଇନାଲ! କନ୍ଧମାଳରୁ ସିଦ୍ଧାନ୍ତ, କଟକରୁ…

ଭୁବନେଶ୍ୱର,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ମେଣ୍ଟ ଅଙ୍କକଷା ଫେଲ୍‌ ମାରିଥିବାବେଳେ ଏବେ ଏକାକୀ ଲଢିବା ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ଦୁଇ ଦଳ। ଓଡ଼ିଶାର...

ଅପରାଜିତାଙ୍କ ମନ୍ତବ୍ୟକୁ ନେଇ ଝଡ଼: ଖୋର୍ଦ୍ଧାରେ ଅସନ୍ତୁଷ୍ଟ କର୍ମୀଙ୍କ ମେଳି, ଏକାଠି ହେଲେ କାଳୁଙ୍କ ସମର୍ଥକ 

ଖୋର୍ଦ୍ଧା,୨୯ା୩ (ପ୍ରଭାତ ପାଣିଗ୍ରାହୀ) : ଭୁବନେଶ୍ୱର, ବେଗୁନିଆ ପରେ ଏବେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏମ୍‌ପି ଅପରାଜିତାଙ୍କୁ ଦଳୀୟ କର୍ମୀ ବିରୋଧ କରିଛନ୍ତି। ଅପରାଜିତାଙ୍କ...

ନିର୍ବାଚନ ପୂର୍ବରୁ ପୋଲିସର ଚଢ଼ାଉ, ଏତେ ଲିଟର ଦେଶୀ ମଦ ଜବତ

ବ୍ରାହ୍ମଣୀଗାଁ , ୨୯ ।୩ (ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉବେଳେ ୨୨...

‘ବିଜେଡି ସରକାରଙ୍କ ଇଞ୍ଜିନକୁ ୨୪ ବର୍ଷ ହେଲାଣି, କେବଳ ପଲ୍ୟୁସନ କରୁଛି’

ଭୁବନେଶ୍ୱର, ୨୯।୩(ସୁନିତ୍‌ ମିଶ୍ର): ମୋଦି ଗ୍ୟାରେଣ୍ଟି ପାଇଁ ବର୍ତ୍ତମାନ ଓଡିଶାର ଗରିବ ଲୋକଙ୍କ ଜୀବନ ଧାରଣମାନରେ ପରିବର୍ତ୍ତନ ଆସିଛି। ଗରିବ ଲୋକଙ୍କର ମୌଳିକ ଆବଶ୍ୟକତା ଯଥା...

ଘୋଷଣା ହେଲା ବିଜେଡିର ତୃତୀୟ ପ୍ରାର୍ଥୀ ତାଲିକା! ଏହି ପ୍ରାର୍ଥୀଙ୍କ ନାଁରେ ଲାଗିଲା ମୋହର…

ଭୁବନେଶ୍ୱର,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ନବୀନ ନିବାସରେ ଭିଡ ସେତିକି ଜମୁଛି। ତେବେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ହୋଲିରେ...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ତାତି ଛୁଇଁଲା ୪୦

ଭୁବନେଶ୍ୱର,୨୯।୩: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ...

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri