ପୁଣି ଜମି ଦଖଲକାରୀ ଗ୍ୟାଙ୍ଗ୍‌ର ଆତଙ୍କ

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜଧାନୀରେ ପୁଣି ଜମି ଦଖଲକାରୀ ଗ୍ୟାଙ୍ଗ ଆତଙ୍କ ଖେଳାଇଛନ୍ତି। ଏକ ବିବାଦୀୟ ଜମିରେ ହସ୍ତକ୍ଷେପ କରି ଫାଇଦା ନେବାକୁ ଉଦ୍ୟମ କରିବାକୁ ଯାଇ ସିକ୍ୟୁରିଟି ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ କ୍ରେନରେ ପାଚେରି ଭାଙ୍ଗି ମୂଲ୍ୟବାନ ସମ୍ପତ୍ତି ନଷ୍ଟ କରିଛନ୍ତି। ଏ ନେଇ ଏତଲା ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଏହି ଗ୍ୟାଙ୍ଗର ୪ଜଣଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ରହୁଥିବା ଗଞ୍ଜାମର ସିଦ୍ଧାନ୍ତ ଦାସ ଓ ବାବୁ ନାୟକ ଏବଂ ଉତ୍ତରପ୍ରଦେଶର ଅଂଶୁ ମୋହରିଆ ଓ ମନୋଜ ଯାଦବ ଦାସ। ପୋଲିସ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନ ମିଳିବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ କାହାଠାରୁ ଟଙ୍କା ନେଇ ଏଭଳି କାଣ୍ଡ ଘଟାଇଛନ୍ତି ତାହାକୁ ନେଇ ପୋଲିସ ଖୋଳତାଡ଼ କରୁଛି ।
ପୋଲିସ ସୂଚନାନୁସାରେ, ସ୍ଥାନୀୟ ଥାନା ଅଞ୍ଚଳରେ ଏକ ପ୍ଲଟ୍‌ ରହିଛି। ଡକ୍ଟର ତୁଷାର ମିଶ୍ର ଓ କିରୁଥିକା ପ୍ରଭାକରନ ଉକ୍ତ ପ୍ଲଟ୍‌ଟିକୁ ପରସ୍ପର ନିଜର ଦାବି କରିବା ସହ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହା ଉପରେ ୧୧୪ ଧାରା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଉଭୟ ପକ୍ଷ ଥାନାରେ ହାଜର ହୋଇ ମକଦ୍ଦମା ଜମି ବଣ୍ଟନ ପାଇଁ ଅନୁରୋଧ କରିଥିଲେ। କିରୁଥିକା ପ୍ରଭାକରନ ଉକ୍ତ ପ୍ଲଟ୍‌ ଉପରେ ଗୋଟିଏ ଆଉଟ୍‌ ହାଉସ ନିର୍ମାଣ କରିଥିଲେ ଓ ପ୍ଲଟ ଭିତରେ ୪ଟି ସୋଲାର୍‌ ପ୍ୟାନେଲ ବ୍ୟବହାର କରି ସିସିଟିଭି କ୍ୟାମେରା ଲଗାଇଥିଲେ। ପରେ ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନ ହୋଇଥିଲା। ହେଲେ ଗୁରୁବାର ରାତିରେ ହଠାତ୍‌ ଅଭିଯୁକ୍ତମାନେ କେତେଜଣ ସହଯୋଗୀଙ୍କୁ ଧରି ଗୋଟିଏ କ୍ରେନ ସହିତ ଉକ୍ତ ପ୍ଲଟ୍‌ ପାଖକୁ ଆସି ସୁରକ୍ଷା ଦାୟିତ୍ୱରେ ଥିବା ଗୋବିନ୍ଦ ଓବାସୁଦେବଙ୍କୁ ମରଣାସ୍ତ୍ର ଦେଖାଇ ଆକ୍ରମଣ କରିବା ସହ ମୋବାଇଲ ଫୋନ ଛଡାଇ ନେଇଥିଲେ। ଏହାପରେ କ୍ରେନ ଦ୍ୱାରା ପାଚେରି ଭାଙ୍ଗିବା ସହିତ ଘର, ସୋଲାର ପ୍ୟାନେଲ, ସିସିଟିଭି କ୍ୟାମେରା ଆଦିକୁ ନଷ୍ଟ କରିଦେଇଥିଲେ। ଏନେଇ ଥାନାରେ ଏତଲା ପରେ ପୋଲିସ ଆଇପିସିର ବିଭିନ୍ନ ଦଫାରେ ମାମଲା ଏକ ମାମଲା (ନଂ.୨୬୬/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?