ଗଙ୍ଗାଧର ଉଠା ଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜଳ ବରଗଡ ମୁଖ୍ୟ କେନାଲର ଆର୍‌ଡି ୩୪.୧୦ କି.ମି.ରୁ ଉତ୍ତୋଳନ ପାଇଁ ପ୍ରାବଧାନ କରାଯାଇଥିଲା। ପ୍ରକଳ୍ପ ରିପୋର୍ଟରେ ଥିବା ପ୍ରାବଧାନକୁ କାର୍ଯ୍ୟକାରୀ କରିବାକୁ ହେଲେ ବରଗଡ ମୁଖ୍ୟ କେନାଲ ଆର୍‌ଡି ୩୪.୧୦ କି.ମି. ପର୍ଯ୍ୟନ୍ତ ଲାଇନିଂ କରିବା ସହିତ ତତ୍‌ସଂଲଗ୍ନ ଷ୍ଟ୍ରକ୍ଚରଗୁଡିକର ସମ୍ପ୍ରସାରଣ ଏବଂ ମରାମତି ଆବଶ୍ୟକ। ଏହି କାର୍ଯ୍ୟ କରିବା ପାଇଁ ବରଗଡ ମୁଖ୍ୟ କେନାଲକୁ ଅନୂ୍ୟନ ୨ ବର୍ଷ ବନ୍ଦ କରିବାକୁ ହେବ। ବରଗଡ ମୁଖ୍ୟ କେନାଲ ବନ୍ଦ ହେଲେ ଜଳସେଚନ ବାଧାପ୍ରାପ୍ତ ହେବ ଏବଂ କେନାଲ ଉପରେ ନିର୍ଭର କରୁଥିବା ଚାଷୀମାନେ ଅସନ୍ତୋଷ ହେବେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଏକ ବିକଳ୍ପ ପ୍ରସ୍ତାବ ଯଥା ବରଗଡ ମୁଖ୍ୟ କେନାଲ ହେଡ୍‌ ରେଗୁଲେଟଠାରୁ ସିଧାସଳଖ ୩୪.୧୦ କି.ମି. ପର୍ଯ୍ୟନ୍ତ ପାଇପ ବିଛାଇ ଜଳ ଉତ୍ତୋଳନ କରି ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଲାଗି ଆବଶ୍ୟକ ଜଳ ଯୋଗାଇ ଦେବା ପାଇଁ ପରିକଳ୍ପନା କରାଯାଇ ଏହି କାର୍ଯ୍ୟ କରିବାକୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏହି ଟେଣ୍ଡର ପ୍ରକ୍ରିୟାରେ ୪ ଜଣ ଏଜେନ୍ସିଂ ଅଂଶଗ୍ରହଣ କରିଥିଲେ। ତନ୍ମଧ୍ୟରୁ ଏକ କମ୍ପାନୀ ୩୪୦ କୋଟି ୩୬ ଲକ୍ଷ ଟଙ୍କା ବିନିମୟରେ ଏହି କାର୍ଯ୍ୟ କରିବାକୁ ଆବେଦନ କରି ସର୍ବନିମ୍ନ ବିଡ୍‌ର ଭାବେ ପରିଗଣିତ ହୋଇଛନ୍ତି। ରାଜ୍ୟ କ୍ୟାବିନେଟ୍‌ ଏହି ପ୍ରକଳ୍ପର ଟେଣ୍ଡରକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପ କାମ ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଛି।
ଜନସଂଖ୍ୟା ବୃଦ୍ଧି ଯୋଗୁ ଗତ କିଛି ବର୍ଷ ହେବ ଭୂତଳ ଜଳ ବ୍ୟବହାର ବହୁଗୁଣିତ ଭାବେ ବୃଦ୍ଧି ପାଇଛି। ଭୂତଳ ଜଳର ଅନୁସନ୍ଧାନ, ମନିଟରିଂ ଏବଂ ସମନ୍ବିତ ପରିଚାଳନା ପାଇଁ ଉନ୍ନତ ବୈଜ୍ଞାନିକ କୌଶଳର ପ୍ରୟୋଗ ମାଧ୍ୟମରେ ଏହାର ସମାଧାନ କରିବା ପାଇଁ ରାଜ୍ୟ ସରକାର ୨୦୧୮ ନଭେମ୍ବର ୨ ତାରିଖରେ ଭୂତଳ ନିର୍ଦ୍ଦେଶାଳୟ ଅଧୀନରେ ଥିବା ଜିଓଲୋଜିକାଲ କ୍ୟାଡ୍‌ରକୁ ପୁନର୍ଗଠନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରୁ କୁମ୍ଭମେଳା ଯାଇଛନ୍ତି ୪୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ଭୁବନେଶ୍ୱର, ୧୯।୪(ବ୍ୟୁରୋ): ଓଡ଼ିଶାରୁ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଉତ୍ତରାଖଣ୍ଡର କୁମ୍ଭମେଳାକୁ ଯାଇଛନ୍ତି। ୧୫୦ରୁ ଊର୍ଦ୍ଧ୍ୱ ପରିବାରରୁ ଏହି ଶ୍ରଦ୍ଧାଳୁ ରହିଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ପଞ୍ଜୀକରଣ...

୩୨ ଲକ୍ଷ ଶ୍ରମିକ ପାଇଲେ ୩୫୨ କୋଟି

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ନିୟୋଜିତ ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଜରିଆରେ ସ୍ବତନ୍ତ୍ର...

ବିକ୍ରି ଉପରେ କଟକଣା, ତଥାପି ଚାଲିଥିଲା ବାଣ କାରଖାନା

ଆସିକା,୧ା୧୧(ଡି.ଏନ.ଏ.): ଆସିକା-ବ୍ରହ୍ମପୁର ୫୯ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନଳବଣ୍ଟା ଗ୍ରାମରେ ପୋଲିସ ଚଢାଉ କରି ବାଣ ପ୍ରସ୍ତୁତି କାରଖାନାରୁ ବହୁ ପରିମାଣର ବାଣ ଓ...

୨ୟ ପର୍ଯ୍ୟାୟରେ ୩୯,୮୮୪ ଛାତ୍ରୀଛାତ୍ର ମନୋନୀତ

ଭୁବନେଶ୍ୱର, ୧୮।୯(ବ୍ୟୁରୋ): ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଶନିବାର ପ୍ରକାଶ ପାଇଛି। ମୋଟ ୩୯,୮୮୪ଜଣ ଛାତ୍ରୀଛାତ୍ର ମନୋନୀତ...

ମହୋତ୍ସବରେ ସ୍ଥାନୀୟ କଳାକାରଙ୍କୁ ମିଳିବ ଅଗ୍ରାଧିକାର

ଭୁବନେଶ୍ୱର,୨୧।୧(ବ୍ୟୁରୋ): ସାରା ଓଡ଼ିଶାର କଳାକାର ଓ ଶିଳ୍ପୀଙ୍କୁ ନେଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କାମ କରିବ। ଏକାଡେମୀ ପକ୍ଷରୁ ଆୟୋଜିତ କୌଣସି କାର୍ଯ୍ୟକ୍ରମ ବନ୍ଦ...

ପରିତ୍ୟକ୍ତ ଅବସ୍ଥାରେ ଛାତ୍ରାବାସ

କଟକ ଅଫିସ,୪ା୨: କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ କେଶରପୁର ଓ ବେପାରୀ ସାହି ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଗଣେଶ ପ୍ରସାଦ ଭଗତ ଛାତ୍ରାବାସ ପରିତ୍ୟକ୍ତ ହୋଇପଡିଛି।...

ବର୍ଷିଲେ ବିରୋଧୀ

ଭୁବନେଶ୍ବର, ୧୪ା୪(ବ୍ୟୁରୋ): ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ଲାଗି କରାଯାଇଥିବା ଜମି ଅଧିଗ୍ରହଣ ଅବୈଧ ବୋଲି ସୁପ୍ରିମ କୋର୍ଟ ରାୟ ଦେବାପରେ ଉଭୟ ରାଜ୍ୟ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ, ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ

ରାୟଗଡ଼ା ଅଫିସ,୨୯ା୧: ରାୟଗଡ଼ା ବିଇଓ ଅଫିସରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେଳି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କଠାରୁ ସାଢ଼େ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି...

Advertisement
Archives

Model This Week