ଆଜି ବିରାଜିବେ ବିଘ୍ନରାଜ: ଅଗ୍ରପୂଜ୍ୟଙ୍କ ଆବାହନ ପାଇଁ ସହର ଚଳଚଞ୍ଚଳ

ଭୁବନେଶ୍ୱର,୧୯।୯(ଅନୁରାଧା ମହାରଣା):ରାଜଧାନୀ ସମେତ ସାରା ରାଜ୍ୟରେ ଆଜି ପବିତ୍ର ଗଣେଶ ପୂଜା ମହା ଆଡ଼ମ୍ବରରେ ପାଳିତ ହେବ। ଭୁବନେଶ୍ୱରର ବିଭିନ୍ନ ମଣ୍ଡପ, ଶିକ୍ଷାନୁଷ୍ଠାନ ସମେତ ଶତାଧିକ ସ୍ଥାନରେ ବିରାଜିବେ ବିଘ୍ନରାଜ। ଏଥିପାଇଁ ପ୍ରସ୍ତୁତି ସରିଥିବାବେଳେ ପୂଜା କମିଟି ସଦସ୍ୟ, ଛାତ୍ରୀଛାତ୍ରଙ୍କ ମଧ୍ୟରେ ବେଶ୍‌ ଉତ୍ସହ ଦେଖିବାକୁ ମିଳିଛି। ଅଗ୍ରପୂଜ୍ୟଙ୍କ ଆବାହନ ପାଇଁ ସହର ଚଳଚଞ୍ଚଳ ହୋଇପଡ଼ିଛି। ପୂଜା ସାମଗ୍ରୀ ଦୋକାନଠାରୁ ଆରମ୍ଭ କରି ମୂର୍ତ୍ତି ଦୋକାନ, ସପିଂ ମଲ୍‌, ହାଟ ବଜାରରେ ଲୋକଙ୍କର ଖୁବ୍‌ ଭିଡ଼ ଦେଖିବାକୁ ମିଳିଛି। ଆଲୋକମାଳାରେ ରାଜଧାନୀ ଝଲସି ଉଠିଥିବାବେଳେ ଗଣେଶଙ୍କ ଆବାହନ ସହ ବିଭିନ୍ନ ସ୍ଥାନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। କେତେକ ସ୍ଥାନରେ ମୀନାବଜାରର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଭିନ୍ନ ଭିନ୍ନ ଶୈଳୀରେ ଗଣେଶ ପୂଜା ଆୟୋଜନ କରାଯାଇଛି। ବକୁଳ ଫାଉଣ୍ଡେଶନ ପକ୍ଷରୁ ପୂର୍ବବର୍ଷ ପରି ଫରେଷ୍ଟ ପାର୍କରେ ଗଛରେ ଗଣେଶ ପୂଜା କରାଯିବ। ସେହିପରି ରାଜଧାନୀର ରାମମନ୍ଦିରସ୍ଥିତ ଗଣେଶ ମନ୍ଦିର, କୋଚିଲେଇ ହାଟସ୍ଥିତ ଗଣେଶ ମନ୍ଦିର, ଆଇଗିଣିଆ ଲକ୍ଷ୍ମୀନାରାୟଣ ମନ୍ଦିରରେ ପୂଜା ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ଝାରପଡ଼ା, ଶହୀଦନଗର ଓ୍ବିନର୍ସ ଆସୋସିଏଶନ, ସିଜୁଆ, ଖଣ୍ଡଗିରିସ୍ଥିତ ଜୟଦେବ ୟୁଥ୍‌ କ୍ଲବ୍‌, ନୟାପଲ୍ଲୀ ଆଖଣ୍ଡଳମଣି ଯୁବକ ସଂଘର ପୂଜା ଆୟୋଜନ ବେଶ୍‌ ଆକର୍ଷଣୀୟ ହୋଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri