ଶ୍ରୀମନ୍ଦିରରେ ଗାନ୍ଧୀ

ସେ ଦିନ ଥିଲା ୧୯୨୧ ମାର୍ଚ୍ଚ ୨୩। କଟକ ରେଳ ଷ୍ଟେଶନ ପାଲଟିଥିଲା ଜନ ସମୁଦ୍ର। ଅସଂଖ୍ୟ ଜନତାଙ୍କ ଆକାଂକ୍ଷିତ ମଣିଷ ମହାତ୍ମା ଗାନ୍ଧୀ ପାଦ ଦେଇଥିଲେ ଉତ୍କଳ ଭୂଇଁରେ। ଓଡ଼ିଶା ଇତିହାସର ଏହି ସ୍ମରଣୀୟ ଦିବସର ଆଜି ଶତବାର୍ଷିକୀ। ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମ୍ପର୍କିତ କେତେକ ବିଷୟକୁ ନେଇ ଏକ ସ୍ବତନ୍ତ୍ର ଉପସ୍ଥାପନା…।

ଜାତିର ଜନକ ମହାତ୍ମା ଗାନ୍ଧୀ। ଅସ୍ପୃଶ୍ୟତା ବିରୋଧରେ ସାରା ଜୀବନ ଲଢେଇ କରିଥିବା ସେହି ମହାନ୍‌ ବ୍ୟକ୍ତିତ୍ୱ ୧୯୨୧ ମାର୍ଚ୍ଚ ୨୩ରେ ଓଡ଼ିଶା ମାଟିରେ ପ୍ରଥମେ ପାଦ ଦେଇଥିଲେ। କଟକରେ ପ୍ରଥମ ରହଣି। ତା’ପରେ ଭଦ୍ରକ। ଭଦ୍ରକରୁ ପୁରୀ। ପୁରୀ ରହଣି ସମୟରେ ୧୯୨୧ ମାର୍ଚ୍ଚ ୨୭ରେ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ ଗାନ୍ଧୀ। ତାଙ୍କ ସହିତ ସହଧର୍ମିଣୀ କସ୍ତୁରବା ଓ ପୁତ୍ର ଦେବଦାସ ଗର୍ଭଗୃହକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଖୁସିମନରେ ଫେରିଥିଲେ। ଏହା କହିଛନ୍ତି ଶ୍ରୀମନ୍ଦିରର କୌଳିକ ପଣ୍ଡା ତଥା ଗୁଜୁରାଟ ଯାତ୍ରୀପଣ୍ଡା ରଘୁନାଥ ଗୋଚ୍ଛିକାର। ରଘୁନାଥ କହିଛନ୍ତି, ତାଙ୍କ ପାଖରେ ଥିବା ନଥିରେ ଗାନ୍ଧିଜୀଙ୍କ ଦସ୍ତଖତ ରହିଛି। ଶ୍ରୀମନ୍ଦିରରେ ଦର୍ଶନ ସାରି ଗାନ୍ଧି ଏହି ନଥିରେ ଦର୍ଶନ ଅନୁଭୂତି ଲେଖି ନିଜ ଦସ୍ତଖତ କରିଥିଲେ। ଗୁଜୁରାଟୀ ଭାଷାରେ ଏହି ଅନୁଭୂତି ଲେଖାଯାଇଛି। ଗୁଜୁରାଟ ଦର୍ଶନାର୍ଥୀଙ୍କ ଖାତାରେ ଗାନ୍ଧିଜୀ ଲେଖିଥିଲେ, ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରି ଅତ୍ୟନ୍ତ ପ୍ରୀତ ହେଲି। ତେବେ ଏହା ତାଙ୍କ ଜେଜେ ଗୋପୀନାଥ ଗୋଚ୍ଛିକାରଙ୍କ ସମୟର କଥା ବୋଲି ରଘୁନାଥ କହିଛନ୍ତି। ସେହିପରି ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ପରିଡ଼ା କହିଛନ୍ତି, ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ଅର୍ଥାତ୍‌ ୧୯୨୧ମାର୍ଚ୍ଚ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ପୁରୀରେ ରହିଥିଲେ। ଏହି ସମୟରେ ପୁରୀ ବଡ଼ଦାଣ୍ଡରେ ତାଙ୍କୁ ବିପୁଳ ସମ୍ଭର୍ଦ୍ଧନା ଦିଆଯାଇଥିଲା। ନିଜେ ଗଜପତି ମହାରାଜା ଏଥିଲାଗି ଭବ୍ୟ ଆୟୋଜନ କରିଥିଲେ।

କଟକରୁ… ଭଦ୍ରକ
୧୯୨୧ ମାର୍ଚ୍ଚ ୨୩ରେ କଟକରେ ପହଞ୍ଚତ୍ବା ପରେ ମହାତ୍ମା ଗାନ୍ଧୀ ସ୍ବରାଜ ଆଶ୍ରମରେ ଅବସ୍ଥାନ କରିଥିଲେ। ସେହି ଦିନ ଅପରାହ୍ନ ୫ଟାରେ କାଠଯୋଡ଼ି କୂଳ ଗଣେଶଘାଟର ବିସ୍ତୃତ ବାଲୁକା ଶଯ୍ୟାରେ ଆୟୋଜିତ ସଭାରେ ଯୋଗଦେଇଥିଲେ। ସେଠାରେ ତାଙ୍କ ସହ ପତ୍ନୀ କସ୍ତୁରବା, ପୁତ୍ର ଦେବଦାସ, ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ବହୁ ନେତାଗଣ ସଭାମଣ୍ଡପରେ ଉପସ୍ଥିତ ହୋଇଥିଲେ। ମାର୍ଚ୍ଚ ୨୪ ଦିନ କଟକରେ ଆୟୋଜିତ ବିଭିନ୍ନ ସଭାରେ ସମବେତ ଜନତାଙ୍କୁ ସମ୍ବୋଧିତ କରିଥିଲେ। ଏହାପରେ ଭଦ୍ରକ ଅଭିମୁଖେ ବାହାରିଥିଲେ ଗାନ୍ଧୀ। ମାର୍ଚ୍ଚ ୨୫ ତାରିଖ ସକାଳେ ଭଦ୍ରକରେ ପହଞ୍ଚି ଏକ ବିରାଟ ସାଧାରଣ ସଭାରେ ଯୋଗଦେଇଥିଲେ। ସଭାରେ ହଜାର ହଜାର ଜନତା ସମବେତ ହୋଇଥିଲେ।
ଭଦ୍ରକରୁ… ପୁରୀ
ମାର୍ଚ୍ଚ ୨୫ ରାତିରେ ଟ୍ରେନ୍‌ରେ ଗାନ୍ଧିଜୀ ଗୋପବନ୍ଧୁଙ୍କ ସାଥିରେ ଧରି ଭଦ୍ରକରୁ ପୁରୀ ଅଭିମୁଖେ ବାହାରିଲେ। ମାର୍ଚ୍ଚ ୨୬ ସକାଳେ ପ୍ରଥମେ ପହଞ୍ଚତ୍ଲେ ସତ୍ୟବାଦୀରେ। ସତ୍ୟବାଦୀର ଅଭିନବ ମୁକ୍ତାକାଶ ଶିକ୍ଷାୟତନ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ଅପରାହ୍ନରେ ସାକ୍ଷୀଗୋପାଳ ଦର୍ଶନ ସାରି ଗାନ୍ଧିଜୀ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିଲେ। ପୁରୀଧାମକୁ ଏହାଥିଲା ତାଙ୍କର ପ୍ରଥମ ଗସ୍ତ। ସେହିଦିନ ସନ୍ଧ୍ୟାରେ ଶରଧା ବାଲିରେ ଏକ ସଭାରେ ଯୋଗଦେଇଥିଲେ ଗାନ୍ଧୀ।

 

ବ୍ରହ୍ମପୁରରେ..୍ଯଯ
ପୁରୀ ଗସ୍ତ ସାରି ମାର୍ଚ୍ଚ ୨୯ରେ ପ୍ରଥମ ଥର ପାଇଁ ବ୍ରହ୍ମପୁରରେ ପହଞ୍ଚତ୍ଥିଲେ ମହାତ୍ମା ଗାନ୍ଧୀ । ସେଠାରେ ଆୟୋଜିତ ସାଧାରଣ ସଭାରେ ଭାଷଣ ଦେଇ ସେ ଭାଷାସୂତ୍ରରେ ପ୍ରଦେଶ ଗଠନ ନୀତିକୁ ସମର୍ଥନ ସହ ଭାଷାଗତ ପ୍ରଦେଶ ଗଠନର ବିବାଦ ପଞ୍ଚାୟତ ଜରିଆରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ଭାଷା ଆନ୍ଦୋଳନର ପ୍ରମୁଖ ନେତା ସ୍ବର୍ଗତ ମଧୁସୂଦନ ପାଣିଗ୍ରାହୀଙ୍କ ଟାଉନହଲ ରୋଡ୍‌ସ୍ଥିତ ବାସଭବନ ‘ମଧୁ ମନ୍ଦିର’ରେ ରାତ୍ର ଯାପନ କରିଥିଲେ ଗାନ୍ଧୀ।

 

ଜାତିର ଜନକ ମହାତ୍ମା ଗାନ୍ଧୀ। ଅସ୍ପୃଶ୍ୟତା ବିରୋଧରେ ସାରା ଜୀବନ ଲଢେଇ କରିଥିବା ସେହି ମହାନ୍‌ ବ୍ୟକ୍ତିତ୍ୱ ୧୯୨୧ ମାର୍ଚ୍ଚ ୨୩ରେ ଓଡ଼ିଶା ମାଟିରେ ପ୍ରଥମେ ପାଦ ଦେଇଥିଲେ। କଟକରେ ପ୍ରଥମ ରହଣି। ତା’ପରେ ଭଦ୍ରକ। ଭଦ୍ରକରୁ ପୁରୀ। ପୁରୀ ରହଣି ସମୟରେ ୧୯୨୧ ମାର୍ଚ୍ଚ ୨୭ରେ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ ଗାନ୍ଧୀ। ତାଙ୍କ ସହିତ ସହଧର୍ମିଣୀ କସ୍ତୁରବା ଓ ପୁତ୍ର ଦେବଦାସ ଗର୍ଭଗୃହକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଖୁସିମନରେ ଫେରିଥିଲେ। ଏହା କହିଛନ୍ତି ଶ୍ରୀମନ୍ଦିରର କୌଳିକ ପଣ୍ଡା ତଥା ଗୁଜୁରାଟ ଯାତ୍ରୀପଣ୍ଡା ରଘୁନାଥ ଗୋଚ୍ଛିକାର। ରଘୁନାଥ କହିଛନ୍ତି, ତାଙ୍କ ପାଖରେ ଥିବା ନଥିରେ ଗାନ୍ଧିଜୀଙ୍କ ଦସ୍ତଖତ ରହିଛି। ଶ୍ରୀମନ୍ଦିରରେ ଦର୍ଶନ ସାରି ଗାନ୍ଧି ଏହି ନଥିରେ ଦର୍ଶନ ଅନୁଭୂତି ଲେଖି ନିଜ ଦସ୍ତଖତ କରିଥିଲେ। ଗୁଜୁରାଟୀ ଭାଷାରେ ଏହି ଅନୁଭୂତି ଲେଖାଯାଇଛି। ଗୁଜୁରାଟ ଦର୍ଶନାର୍ଥୀଙ୍କ ଖାତାରେ ଗାନ୍ଧିଜୀ ଲେଖିଥିଲେ, ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରି ଅତ୍ୟନ୍ତ ପ୍ରୀତ ହେଲି। ତେବେ ଏହା ତାଙ୍କ ଜେଜେ ଗୋପୀନାଥ ଗୋଚ୍ଛିକାରଙ୍କ ସମୟର କଥା ବୋଲି ରଘୁନାଥ କହିଛନ୍ତି। ସେହିପରି ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ପରିଡ଼ା କହିଛନ୍ତି, ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ଅର୍ଥାତ୍‌ ୧୯୨୧ମାର୍ଚ୍ଚ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ପୁରୀରେ ରହିଥିଲେ। ଏହି ସମୟରେ ପୁରୀ ବଡ଼ଦାଣ୍ଡରେ ତାଙ୍କୁ ବିପୁଳ ସମ୍ଭର୍ଦ୍ଧନା ଦିଆଯାଇଥିଲା। ନିଜେ ଗଜପତି ମହାରାଜା ଏଥିଲାଗି ଭବ୍ୟ ଆୟୋଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳରେ ରେମଣ୍ଡର ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୦।୯: ରେମଣ୍ଡର ନୂତନ ତଥା ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌ ନିକଟରେ ଅନୁଗୋଳର ଗାନ୍ଧୀ ମାର୍ଗଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା...

ଏକକ ଷାଣ୍ମାସିକ ପରୀକ୍ଷାରେ ବିଭ୍ରାଟ: ବ୍ଲାକବୋର୍ଡରେ ଲେଖାଗଲା ପ୍ରଶ୍ନ

ଭୁବନେଶ୍ୱର (ବ୍ୟୁରୋ)/ ପୁରୀ ଅଫିସ/ ଗୋପ, (ଡି.ଏନ.ଏ)୨ା୧୧: ରାଜ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଏକକ ଷାଣ୍ମାସିକ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। କିନ୍ତୁ ପ୍ରଥମ ଦିନରେ...

ଆସନ୍ତାକାଲି ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସିଖବର। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳାଫଳ। ଷ୍ଟେଟ ଓପନ ସ୍କୁଲ ଓ...

ବିଶୋଧନାଗାର ତିଆରି କଲା ଖପୁରିଆ ଆଇଟିଆଇ

କଟକ ଅଫିସ,୮।୫: ଜ୍ଞାନକୌଶଳର ସଦୁପଯୋଗ କରି ଆଉ ଏକ ଦୃଷ୍ଟାନ୍ତମୂଳକ ଉଦ୍ଭାବନ କରିଛି ଖପୁରିଆସ୍ଥିତ ସରକାରୀ ଆଇଟିଆଇ। ଲଗାତର ଭାବେ ଏଠାରୁ କରୋନା ମୁକାବିଲା ନିମନ୍ତେ...

ଅନୁଭବଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ

କଟକ ଅଫିସ/ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିଜେଡି ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତିକୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ କାଳିଆ...

ଗଞ୍ଜାମ ବସ୍‌ ଦୁର୍ଘଟଣା ଏସ୍‌ସିବିରେ ଆହତଙ୍କୁ ଭେଟିଲେ ଭାଜପା ରାଜ୍ୟ ସଭାପତି

କଟକ ଅଫିସ,୧୧ା୨: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅଧୀନ ମେଣ୍ଢରାଜପୁର ଛକରେ ରବିବାର ଅପରାହ୍ନରେ ସିଲ୍‌କ ସିଟି ନାମକ ଏକ ବସ୍‌ରେ ୧୧ କେଭି ବିଦ୍ୟୁତ୍‌...

ବାଲେଶ୍ୱରକୁ ପଛରେ ପକାଇଲା ଯାଜପୁର: ପାଲଟିଲା ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଜିଲା

ଭୁବନେଶ୍ୱର, ୧୬।୫(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ସକାଳେ ୬୫ ନୂଆ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ...

ନନ୍ଦ ସାର୍‌ଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର

ଯାଜପୁର ଅଫିସ,୩୧।୧୦: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗ୍ରାମର ଚାଟଶାଳୀ ଶିକ୍ଷକ ତଥା ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କ ଜୀବନୀ ଉପରେ ତିଆରି ହେଉଛି...

Advertisement
Archives

Model This Week