Posted inଜାତୀୟ

କଂଗ୍ରେସ ଉପରେ ବର୍ଷିଲେ ସ୍ମୃତି ଇରାନୀ, କହିଲେ ସେଙ୍ଗୋଲକୁ ‘ନେହେରୁଙ୍କ ବାଡି’ ଭାବରେ ରଖିଥିଲେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ଆସନ୍ତାକାଲି ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ବିରୋଧୀ ଉଦଘାଟନୀ ସମାରୋହକୁ ବର୍ଜନ କରିଛନ୍ତି। ତେବେ ଏନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଇରାନୀ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଗାନ୍ଧୀ ପରିବାର ସେଙ୍ଗୋଲକୁ ‘ନେହେରୁଜୀଙ୍କ ବାଡି’ ଭାବେ ମ୍ୟୁଜିୟମ୍‌ର ଅନ୍ଧାର କୋଣରେ ରଖିଥିଲେ।

ସେ ଆହୁରି କହିଛନ୍ତି, ସେଙ୍ଗୋଲ ଆମର ସ୍ବାଧୀନତାର ପ୍ରତୀକ, ଗାନ୍ଧୀ ପରିବାର ସେଙ୍ଗୋଲକୁ ନେହେରୁଜୀଙ୍କ ବାଡି ଭାବେ ମ୍ୟୁଜିୟମ୍‌ର ଅନ୍ଧାର କୋଣରେ ରଖିଥିଲେ। ମୁଁ ପ୍ରତ୍ୟେକ ଭାରତୀୟଙ୍କୁ ପଚାରିବାକୁ ଚାହେଁ ଯେ, ସେଙ୍ଗୋଲଙ୍କୁ ଏହିପରି ରଖିବା ଏବଂ ଏହାକୁ ବାଡି ଭାବରେ ବର୍ଣ୍ଣନା କରିବା ଦର୍ଶାଉଛି କି, ଦେଶର ଇତିହାସ ଏବଂ ଗଣତନ୍ତ୍ରକୁ ନେଇ ଗାନ୍ଧୀ ପରିବାରର କେଉଁ ଭଳି ଭାବେ ବିଚାରାଧାରା ରଖିଛି ତାହା ପ୍ରତିଫଳିତ ହୋଇଛି। ଏଥିପାଇଁ ଗାନ୍ଧୀ ପରିବାର ସମାନ ବିଚାରାଧାର ଲୋକଙ୍କୁ ନୂଆ ସଂସଦ ଭବନର ଉଦ୍‌ଘାଟନୀ ଉତ୍ସବରେ ସାମିଲ୍‌ ନ ହେବାକୁ ଉତ୍ସକାଉଛି। ତେବେ ଏହା ଆମକୁ ଆଶ୍ଚର୍ଯ୍ୟ ଲାଗୁନାହିଁ।

ଖବର ସରବରାହ ସଂସ୍ଥା ଏଏନଆଇକୁ ଟାଇମ ମାଗାଜିନର ଏକ ପୁରୁଣା ଆର୍ଟିକିଲ ଦେଖାଇ ସେ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଏହା ଆର୍ଟିକିଲଟି ଅଗଷ୍ଟ ୨୫ ୧୯୪୭ରେ ଟାଇମ ମାଗାଜିନର ଏକ ସଂଖ୍ୟାରେ ପ୍ରକାଶ ପାଇଥିଲା। ମୋର ସମସ୍ତ ବନ୍ଧୁ ଯେଉଁମାନେ ନୂଆ ସଂସଦ ଭବନକୁ ବିରୋଧ କରୁଛନ୍ତ ମୁଁ ଚାହୁଁଛି ସେମାନେ ଏହି ଆର୍ଟିକିଲଟି ପଢନ୍ତୁ। ଯାହାଦ୍ୱାରା ସେମାନେ ସେଙ୍ଗୋଲ ବିଷୟରେ କିଛି ତଥ୍ୟ ପାଇପାରିବେ। ୧୯୪୭ରେ ସେଙ୍ଗୋଲକୁ ନେଇ କ’ଣ ଘଟିଛି ଦେଖନ୍ତୁ। ଏଭଳି ଡ୍ରାମା କରି ସେମାନେ ନିଜ ନେତା ଜବାହରଲାଲ ନେହେରୁଙ୍କୁ ମଧ୍ୟ ବିରୋଧ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଝାଡୁ ଧରିଲେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ଏକାଠି ହୋଇ…

ଭଞ୍ଜନଗର,୧୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ସ୍ବଚ୍ଛତା ପଖଓ୍ବାଡ଼ା ଅବସରରେ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ଓ…

ବିଦେଶୀ ମଦ ଦୋକାନ ବନ୍ଦ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରାଉ

ବୀରମହାରାଜପୁର, ୧୦/୯ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ନୁଆଁପଡ଼ାଠାରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ମହିଳାମାନେ…

ଚାଷୀମାରଣ ନୀତିକୁ ବିରୋଧ, ଜେଲ୍‌ଭରୋ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): କୃଷିକ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ନୀତିକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ସୋମବାର ବରଗଡ଼…

ଓଲଟିଲା କୋଇଲା ବୋଝେଇ ଟ୍ରକ୍‌, ଓଡ଼ିଶା-ଆନ୍ଧ୍ର ରାସ୍ତା ଜାମ୍‌

ଗୁଣପୁର,୧୦ା୮(ସୁଜାତା ପାଢ଼ୀ): କୋଇଲା ବୋଝେଇ ଟ୍ରକ୍‌ ଓଲଟିଯିବା ଫଳରେ ଓଡ଼ିଶା ଆନ୍ଧ୍ର ରାସ୍ତା ଦୀର୍ଘ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜାମ ହୋଇ ରହିଛି। ରବିବାର…

ସରକାରୀ କାର୍ଯ୍ୟକ୍ରମରେ ତାମିଲ ସଙ୍ଗୀତ ଗାନ ବାଧ୍ୟତାମୂଳକ; ତାମିଲନାଡୁ ବିଧାନସଭାରେ ପ୍ରସ୍ତାବ ଉପସ୍ଥାପିତ; ସମର୍ଥନ କଲେ DMK-AIADMK

ଚେନ୍ନାଇ,୧୦।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ, ରାଜ୍ୟ ସାରା ସରକାରୀ କାର୍ଯ୍ୟ ଆରମ୍ଭରେ…

ଅଧିକ ସମୟ ଭିଡିଓଗେମ୍‌ ଖେଳୁଥିଲେ…

ଭିଡିଓ ଗେମ୍‌ ଖେଳିବା ଆଜିକାଲି ଯୁବପିଢ଼ିଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ। କିନ୍ତୁ…

ବୈଭବ ସୂର୍ଯ୍ୟବଂଶୀଙ୍କ ବୟସକୁ ନେଇ ଏମିତି ବୟାନ ଦେଲେ ବ୍ରେଟ ଲି, ସଭିଏଁ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୮: ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କମ ବୟସରେ ତାଙ୍କ ଖେଳ ଦ୍ୱାରା କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ, ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ…

ଅନ୍ୟ ଗ୍ରହରେ ବସତି ସମସ୍ୟା

ପ୍ରଥମେ ସୌର ଗ୍ରହମାନଙ୍କ ତଥ୍ୟାବଳୀ ସମ୍ପର୍କରେ ଜ୍ଞାତ ହେବା ପ୍ରାସଙ୍ଗିକ ହେବ। ଗ୍ରହଗୁଡିକରେ ବସତି ସ୍ଥାପନ ନେଇ ଅନେକ ଆଲୋଚନା ଚାଲିଛି। ତେବେ ଏ ବିଷୟରେ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri