ତିରିଶ ଓ ଦୁଇଟଙ୍କିଆ ଚାଉଳର ଖେଳ

ତୁଷାରକାନ୍ତ

୧୮୯୯ ଜାନୁୟାରୀ ୨୬ରେ ତତ୍କାଳୀନ କଟକ ତଥା ଅଧୁନା ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ବାଗଲପୁରର ଏକ ସ୍ବଚ୍ଛଳ ପରିବାରରେ ଜନ୍ମଗ୍ରହଣ କରିଥିବା ଗୌରାଙ୍ଗ ଚରଣ ଦାସ, ସ୍ବାଧୀନତା ଜରିଆରେ ଦେଶର ସମସ୍ତେ ସ୍ବଚ୍ଛଳରେ ଚଳିବାକୁ ସୁଯୋଗ ପାଇବା ଲକ୍ଷ୍ୟରେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ, ଗ୍ରାମର ଆଉ ସତରଜଣ ଯୁବକ ତଥା ଆଖପାଖର ଆଉ ଅନେକଙ୍କୁ ସେଥିପ୍ରତି ଆକୃଷ୍ଟ କରିପାରିଥିଲେ। ରାଜାମାନଙ୍କ ଦ୍ବାରା ଶୋଷଣ ଓ କଷଣରୁ ପ୍ରଜାମାନଙ୍କୁ ଉଦ୍ଧାର କରିବାକୁ ଗଠିତ ‘ପ୍ରଜାମଣ୍ଡଳ ଆନ୍ଦୋଳନ’ରେ ସେ ଯୋଗଦେଇଥିଲେ। ସେହି ଶୋଷଣ ଓ କଷଣର ସ୍ବରୂପ, ବିପ୍ଳବୀ କବି ରବି ସିଂଙ୍କ ‘ମଣିଷ’ କବିତାର ଗୋଟିଏ ପଦରେ ଅତି ଚମତ୍କାର ଭାବେ ବର୍ଣ୍ଣିତ ଅଛି, ଯାହା ହେଉଛି;
‘ରକତେ ଗୋଳାଇ ଚୂନବାଲି ,
ମୁଣ୍ଡର ଝାଳକୁ ତୁଣ୍ଡେ ମାରି,
ମୁଠାଏ ତ ଚୁଡ଼ା- ପିଠିରେ କୋରଡ଼ା(ଚାବୁକମାଡ଼)
ଯତନନଗର କେତେ ବଡ଼,
ମଣିଷକୁ ଥରେ ପଢ଼ ପଢ଼।’
(ଯତନନଗର- ଢେଙ୍କାନାଳ ରାଜାଙ୍କର ଅନ୍ୟତମ ରାଜପ୍ରାସାଦ ଯାହା ଅଳ୍ପେବହୁତେ ସବୁ ରାଜଶାସନରେ ଅନୁସୃତ ହେଉଥିଲା)।
ଏପରି ଶୋଷଣ ଓ କଷଣ ବିରୋଧରେ ‘ପ୍ରଜାମଣ୍ଡଳ ଆନ୍ଦୋଳନ’ରେ ଯୋଗଦେଇ ଦାସ ଢେଙ୍କାନାଳ ରାଜାଙ୍କ ପୋଲିସଙ୍କଠାରୁ ନିର୍ଘାତ ମାଡ଼ ଖାଇ ମୃତବତ ପଡି ରୁହନ୍ତେ, ପୋଲିସ ସେ ମରି ଯାଇଛନ୍ତି ଭାବି ପଳେଇଥିଲେ। ପାହାନ୍ତିଆ ଥଣ୍ଡା ପବନରେ ତାଙ୍କ ଚେତା ଫେରିଥିଲା ଓ ସେ ଆସି ପୁଣି ସେହି ତଥା ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ବୟସ ବଢ଼ିବା ପରେ ସେହି ମାଡ଼ର ପ୍ରଭାବ ତାଙ୍କ ଉପରେ ପଡିଥିଲା ଓ ଥମ୍ବୋସିସ୍‌ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ୧୯ ଫେବୃୟାରୀ ୧୯୭୨ରେ ମୃତ୍ୟୁ ହୋଇଥିଲା ।
ଗାନ୍ଧିଜୀଙ୍କଠାରୁ ଆରମ୍ଭ କରି ଦାସଙ୍କ ସମେତ ଦେଶର ଯେଉଁ ଲକ୍ଷ ଲକ୍ଷ ଲୋକ ସ୍ବାଧୀନତା ପାଇଁ ଅନେକ କଷ୍ଟ ଓ ତ୍ୟାଗ ସ୍ବୀକାର କରିଥିଲେ,ସ୍ବାଧୀନତା ପ୍ରାପ୍ତି ଯେ ସେମାନଙ୍କ ଈପ୍‌ସିତ ତଥା ଗାନ୍ଧିଜୀଙ୍କ ବର୍ଣ୍ଣିତ ‘ରାମରାଜ୍ୟ’ଟିଏ ସୃଷ୍ଟି କରିପାରିଲା ନାହିଁ, ତାହା ହିଁ ଇତିହାସର ସବୁଠାରୁ ବଡ଼ ବିଡ଼ମ୍ବନା।
ଏଇଠି ମନେପଡୁଛି ହିନ୍ଦୀଭାଷାର କବି ସୁଦାମା ପାଣ୍ଡେ ‘ଧୁମିଲ’ଙ୍କ କବିତ’ରୁଟି ଓ ସଂସଦ’ରୁ ପଦଟିଏ, ଯାହା ଆମ ଓଡ଼ିଆ ଭାଷାରେ ହେଉଛି;
‘ଜଣେ ବ୍ୟକ୍ତି ରୁଟି ବେଲୁଛନ୍ତି,
ଜଣେ ବ୍ୟକ୍ତି ରୁଟି ଖାଉଛନ୍ତି,
ଜଣେ ତୃତୀୟ ବ୍ୟକ୍ତି ଅଛନ୍ତି,
ଯିଏ ନା ରୁଟି ବେଲୁଛନ୍ତି,
ନା ରୁଟି ଖାଉଛନ୍ତି,
ସେ କେବଳ ରୁଟି ସହ ଖେଳୁଛନ୍ତି,
ମୁଁ ଯେତେ ‘ସେ ତୃତୀୟ ବ୍ୟକ୍ତି କିଏ’ ବୋଲି ପଚାରିଲେ ବି, ମୋ ଦେଶର ସଂସଦ ଚୁପ ରହୁଛି’,
ଯାହା ଦେଶର ସଂସଦ ଓ ରାଜ୍ୟ ବିଧାନସଭା କାର୍ଯ୍ୟକ୍ରମରେ ଶତକଡ଼ା ଶହେ ପ୍ରତିଫଳିତ ହେଉଛି।
ଗାନ୍ଧିଜୀଙ୍କ ‘ପ୍ରକୃତି ସମସ୍ତଙ୍କ ଚଳିବା ପାଇଁ ଯଥେଷ୍ଟ ଦେଇଛି, ଲୋଭର ପରିପୂରଣ ପାଇଁ ନୁହେଁ’କୁ ଗ୍ରହଣ କରା ନ ଯାଇ ତଥା ନିର୍ବାଚନକୁ ଅତ୍ୟନ୍ତ ଖର୍ଚ୍ଚବହୁଳ କରେଇ ଦିଆଯାଇଥିବା ପରିପ୍ରେକ୍ଷୀରେ, ପ୍ରବଳ ଚାନ୍ଦାଦାତାମାନଙ୍କର ଋଣ ଓ ସୁଧ ପରିଶୋଧ କରିବା ପରେ ଆଉ ଆପାତତଃ କିଛି ବଳୁ ନ ଥିବାରୁ, ସେମାନେ ସଂସଦ ଓ ବିଧାନସଭାଗୁଡିକରେ କ’ଣ ବା ଉତ୍ତର ଦିଅନ୍ତେ!
ପୁଣି ମନେପଡୁଛି, ଉର୍ଦ୍ଦୁ ସାୟରୀ ରଚନାର କିମ୍ବଦନ୍ତୀ ପୁରୁଷ ମିର୍ଜା ଘାଲିବଙ୍କ ରଚିତ ସାୟରୀଟିଏ, ଯାହା ଆମ ଓଡ଼ିଆ ଭାଷାରେ ହେଉଛି;
‘ଯଦି ତୁମେ ଭାବୁଛ ଯେ , ମୁଁ ତୁମ ପ୍ରତିଶ୍ରୁତି ଉପରେ ଭରସା କରି ବଞ୍ଚତ୍ ରହିଛି,
ତେବେ ତୁମେ ଭ୍ରମରେ ଅଛ, କାରଣ ସେପରି ହୋଇଥିଲେ ତ ମୁଁ କେବେଠାରୁ ଖୁସିରେ ମରି ସାରନ୍ତିଣି’
ଯାହା ଏବେ ବି କାମ ଦେଉଛି ଓ ନେତାମାନଙ୍କ ପ୍ରତିଶ୍ରୁତିରେ ଜନତା ମସ୍‌ଗୁଲ। ଗାନ୍ଧିଜୀ/ ଜୟପ୍ରକାଶଜୀଙ୍କ ଅନୁଗତମାନେ ବାରମ୍ବାର ନିଜ କର୍ମ ଦ୍ବାରା ଜନତାଙ୍କ ବିଶ୍ବାସଭଙ୍ଗ କରାଇଥିବାରୁ (ଯାହାକୁ Crisis of Confidence ବୋଲି କୁହାଯାଏ), ‘ସମସ୍ତେ ସେଇଆ ଓ ନିଜ ସ୍ବାର୍ଥ ପାଇଁ ବ୍ୟସ୍ତ’କୁ ଏକମାତ୍ର ସତ୍ୟ ରୂପେ ଜନତା ଗ୍ରହଣ କରି ସାରିଛନ୍ତି। ତେଣୁ ସେମାନେ ‘ତିରିଶ ଟଙ୍କା ଦେଇ କିଲେ ଚାଉଳ କିଣିବାକୁ ସକ୍ଷମ ହେବାକୁ ସରକାରଙ୍କୁ ବାଧ୍ୟ ନ କରି’, ସରକାରଙ୍କ ସୃଷ୍ଟ ‘ଦୁଇଟଙ୍କିଆ ଚାଉଳ ବିକ୍ରୟ କେନ୍ଦ୍ର’ ଆଗରେ ଲାଗୁଥିବା ଧାଡିରେ ମିଶିବାକୁ ବାଡିଆପିଟା ଓ ଗାନ୍ଧିଜୀଙ୍କ ‘ନ୍ୟାସ ସମ୍ପତ୍ତି ତତ୍ତ୍ୱ’ର ପରିଣତି ହୋଇଛି ଦେଶର ସମୁଦାୟ ସମ୍ପତ୍ତିର ବିରାଟ ଭାଗ କତିପୟଙ୍କ ହାତରେ ଠୁଳ ହେବା।
ମୋ- ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?