Posted inଜାତୀୟ

ଶିବସେନା ସଂସଦୀୟ ଦଳ ନେତା ହେଲେ ଗଜାନନ କୀର୍ତ୍ତିକାର

ନୂଆଦିଲ୍ଲୀ,୨୩ା୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନେତୃତ୍ୱାଧୀନ ଶିବସେନା ସଞ୍ଜୟ ରାଉତଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇ ତାଙ୍କ ସ୍ଥାନରେ ଦଳର ଲୋକ ସଭା ସଦସ୍ୟ ଗଜାନନ କୀର୍ତ୍ତିକାରଙ୍କୁ ଏହାର ଦାୟିତ୍ୱ ଦେଇଛି। ଶିବସେନା ମୁଖ୍ୟ ଏକନାଥ ଏନେଇ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କରଙ୍କୁ ଚିଠି ଲେଖି ଜଣାଇଛନ୍ତି। ପାର୍ଲାମେଣ୍ଟ ବିଲ୍ଡିଂର ତୃତୀୟ ମହଲାରେ ଥିବା ପାର୍ଲାମେଣ୍ଟାରି ପାର୍ଟି ଅଫିସରେ କୀର୍ତ୍ତିକାରଙ୍କୁ ଶିବସେନା ନେତାମାନେ ଗୁରୁବାର ସମ୍ବର୍ଦ୍ଧିତ କରିଥିଲେ। ସୂଚନାଯୋଗ୍ୟ, ଲୋକ ସଭାରେ ଶିବସେନାର ୧୮ ସଦସ୍ୟଙ୍କ ମଧ୍ୟରୁ ୪ଜଣଙ୍କର ଉଦ୍ଧବ ଠାକ୍‌ରେଙ୍କ ପ୍ରତି ଆନୁଗତ୍ୟ ରହିଛି। ସେହିପରି ରାଜ୍ୟ ସଭାରେ ଶିବସେନାର ୩ ସଦସ୍ୟ ସଞ୍ଜୟ ରାଉତ, ଅନିଲ ଦେଶାଇ ଏବଂ ପ୍ରିୟଙ୍କା ଚତୁର୍ବେଦୀ ଠାକ୍‌ରେଙ୍କ ଗୋଷ୍ଠୀରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ମଉଜ କରିବାକୁ ଜନ୍ମ ହୋଇନାହିଁ’

ନୂଆଦିଲ୍ଲୀ,୩ା୫: ଲୋକ ସଭା ନିର୍ବାଚନ-୨୦୨୪ ପାଇଁ  ୭ ମେ’ରେ ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ ପ୍ରଚାର ଜୋର୍‌ଦାର ହୋଇଛି। ଏହି...

କୋଭିଶିଲ୍ଡ ଟିକା ନେବାରୁ ଯାଇଥିଲା ଝିଅର ଜୀବନ, ଆଷ୍ଟ୍ରା ଜେନେକା ବିରୋଧରେ ମାମଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ପିତା

ନୂଆଦିଲ୍ଲୀ,୩।୫: କୋଭିଶିଲ୍ଡ ଟିକା ନେବାରୁ ଜଣେ ଝିଅର ଜୀବନ ଯିବାରୁ ଏବେ ତାଙ୍କର ମାତାପିତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ବ୍ରିଟିଶ ଫାର୍ମା...

‘ରାଏବରେଲିରୁ ହାରିବେ ରାହୁଲ’

ନୂଆଦିଲ୍ଲୀ,୩।୫: ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଛି। ଶେଷ ମୁହୂର୍ତ୍ତରେ ଦଳ ନିଷ୍ପତ୍ତି ନେଇଛି ଯେ ରାହୁଲ...

ସିପିଆଇ ନେତା ଅତୁଲ କୁମାର ଅଞ୍ଜାନଙ୍କ ପରଲୋକ

ଲକ୍ଷ୍ନୌ,୩।୫: ଦୀର୍ଘ ଦିନ ଧରି କର୍କଟ ରୋଗ ସହ ସଂଗ୍ରାମ ପରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ) ର ଜାତୀୟ ସଚିବ ଅତୁଲ କୁମାର...

ରାହୁଲ ଗାନ୍ଧୀ ବନାମ ପ୍ରତାପ ସିଂ, ରାଏବରେଲିରେ କିଏ, କାହା ଉପରେ ପଡ଼ିବ ଭାରି

ନୂଆଦିଲ୍ଲୀ,୩।୫: ଶୁକ୍ରବାର କଂଗ୍ରେସ ରାଏବରେଲି ଏବଂ ଆମେଠି ପାଇଁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧୀ ରାଏବରେଲିରୁ ଏବଂ କିଶୋରୀ ଲାଲ ଶର୍ମା ଆମେଠିରୁ ନିର୍ବାଚନ...

୨୫ ବର୍ଷ ପରେ ଆମେଠିରେ ଘଟିବାକୁ ଯାଉଛି ଏମିତି ଘଟଣା..

ଲକ୍ଷ୍ନୌ,୩।୫: ୟୁପିର ଏକ ହାଇପ୍ରୋଫାଇଲ ସିଟ ମଧ୍ୟରୁ ଅନ୍ୟତମ ଆମେଠିକୁ ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଭାବରେ ବିବେଚନା କରାଯାଏ। ୧୯୯୯ ପରେ ପ୍ରଥମଥର ପାଇଁ...

ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ଶେଷରେ କାହିଁକି ହଟିଲେ ପ୍ରିୟଙ୍କା ଗାନ୍ଧୀ: ଭାଇଙ୍କ ପାଇଁ ନା ଅନ୍ୟ କିଛି

ନୂଆଦିଲ୍ଲୀ,୩।୫: ରାଏବରେଲି ଏବଂ ଆମେଠିରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ରାଏବରେଲିରୁ ରାହୁଲ ଗାନ୍ଧୀ ଏବଂ ଆମେଠିରୁ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି। ପ୍ରିୟଙ୍କା ଗାନ୍ଧୀ...

କିଏ ସେହି କେ.ଏଲ୍‌ ଶର୍ମା, ଯାହାଙ୍କୁ ଆମେଠିରୁ ଟିକେଟ୍‌ ଦେଲା କଂଗ୍ରେସ

ଲକ୍ଷ୍ନୌ,୩ା୫: କଂଗ୍ରେସ କମିଟି (ଏଆଇସିସି) ଆମେଠି ଏବଂ ରାଏବରେଲି ଆସନରୁ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ଶୁକ୍ରବାର ସ୍ପଷ୍ଟ କରିଛି। କଂଗ୍ରେସ ଆମେଠି ବଦଳରେ ରାଏବରେଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri