Posted inଖେଳ

ଗେଲ, ମୁଜିବୁରଙ୍କୁ ଖେଳାଇବ ପଞ୍ଜାବ

ନୂଆଦିଲ୍ଲୀ, ୭।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ କିଙ୍ଗ୍ସ ଇଲେଭେନ ପଞ୍ଜାବର ଅଭିଯାନ ଭଲ ରହିନାହିଁ। ଦଳ ଖେଳିଥିବା ୫ଟି ମ୍ୟାଚରୁ ୪ଟିରେ ପରାଜିତ ହୋଇ ପଏଣ୍ଟ ଟେବୁଲର ନିମ୍ନରେ ରହିଛି। ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଲିଗ୍‌ ପର୍ଯ୍ୟାୟର ଅଧିକାଂଶ ମ୍ୟାଚରେ ଦଳକୁ ଜିତିବାକୁ ପଡ଼ିବ। ଏପରି ସ୍ଥିତିରେ ଦଳରେ କିଛି ପରିବର୍ତ୍ତନ ପାଇଁ ଚିନ୍ତା କରୁଛି ଟିମ୍‌ ମ୍ୟାନେଜମେଣ୍ଟ। ତେଣୁ ଆଗାମୀ ମ୍ୟାଚ ଗୁଡ଼ିକରେ ମ୍ୟାଚ ବିଜେତା କ୍ରିସ୍‌ ଗେଲ୍‌ ଓ ସ୍ପିନର ମୁଜିବୁର ରହମନଙ୍କୁ ସୁଯୋଗ ମିଳିବା ସମ୍ଭାବନା ସମ୍ପର୍କରେ ସୂଚନା ଦେଇଛନ୍ତି ବ୍ୟାଟିଂ କୋଚ୍‌ ଓ୍ବାସିମ୍‌ ଜାଫର। ”ଆମର ଅଭିଯାନ ନୈରାଶ୍ୟଜନକ ରହିଛି। ପ୍ଲେ-ଅଫ୍‌ ପାଇଁ ସବୁ ମ୍ୟାଚ ଜିତିବା ପରିସ୍ଥିତି ଆସିବା ପୂର୍ବରୁ ଆମକୁ ସଜାଗ ରହିବାକୁ ହେବ। ଦଳରେ ଅନେକ ମ୍ୟାଚ ବିଜେତା ଅଛନ୍ତି। ତେଣୁ ଶୀଘ୍ର ଫଳାଫଳରେ ଭିନ୍ନତା ନେଇ ଆଶା ରହିଛି। ଗେଲ୍‌ ନେଟ୍ସରେ କଠିନ ପରିଶ୍ରମ କରୁଛନ୍ତି। ଏହି ୪୧ ବର୍ଷୀୟ ବ୍ୟାଟ୍ସମ୍ୟାନ ଏବେ ମଧ୍ୟ ରନ ସଂଗ୍ରହ ପାଇଁ ଭୋକିଲା ଅଛନ୍ତି“ ବୋଲି ଜାଫର କହିଛନ୍ତି। ପଏଣ୍ଟ ଟେବୁଲର ଶୀର୍ଷ ୪ ମଧ୍ୟରେ ରହିବାକୁ ହେଲେ କିଙ୍ଗ୍ସ ଇଲେଭେନକୁ ଅବଶିଷ୍ଟ ୯ ଗେମ୍‌ରୁ ୭ଟିରେ ଜିତିବାକୁ ହେବ। ଏହା କଷ୍ଟସାଧ୍ୟ ହେଲେ ମଧ୍ୟ ଅସମ୍ଭବ ନୁହେଁ ବୋଲି ଜାଫର କହିଛନ୍ତି। ବିଦେଶୀ ଖେଳାଳି କୋଟା ହିସାବରେ ଗେଲ, ମୁଜିବୁର, ଗ୍ଲେନ ମ୍ୟାକ୍ସଓ୍ବେଲ ଓ ନିକୋଲସ ପୁରନଙ୍କୁ ନେଇ କିପରି ପ୍ଲେଇଂ ଇଲେଭେନ ପ୍ରସ୍ତୁତ କରାଯାଇ ପାରିବ ସେ ସମ୍ପର୍କରେ ଅଧିନାୟକ ଲୋକେଶ ରାହୁଲ ଓ କୋଚ୍‌ ଅନୀଲ କୁମ୍ବଲେଙ୍କ ସହିତ ଆଲୋଚନା କରାଯିବ। ବିଦେଶୀ ଖେଳାଳିଭାବେ ଶେଲଡନ କଟ୍ରେଲ ଓ କ୍ରିସ୍‌ ଜୋର୍ଡାନ ଗତ ମ୍ୟାଚରେ ଖେଳିଥିଲେ। ଏଥିରେ ଦଳ ଚେନ୍ନାଇ ସୁପରକିଙ୍ଗ୍ସଠାରୁ ୧୦ ଉଇକେଟରେ ହାରିଥିଲା। ଡେଥ୍‌ ବୋଲିଂ ସହ ବ୍ୟାଟିଂରେ ମଧ୍ୟ ଉନ୍ନତି ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri