Posted inଖେଳ

ବଟଲରଙ୍କୁ ଗଫ୍‌ଙ୍କ ସତର୍କବାଣୀ

ସାଉଥାମ୍ପଟନ, ୧୪ା୭ (ପି.ଟି.)-ବର୍ତ୍ତମାନ ଫର୍ମରେ ନ ଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ୍‌ ବଟ୍‌ଲ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଆସନ୍ତା ଦୁଇଟି ଟେଷ୍ଟ ମ୍ୟାଚରେ ଯଦି ଭଲ ପ୍ରଦର୍ଶନ ନ କରନ୍ତି ତେବେ ତାଙ୍କ କ୍ୟାରିୟର ପ୍ରତି ବିପଦ ରହିଛି। ଇଂଲଣ୍ଡର ପୂର୍ବତନ ସିମ୍‌ ବୋଲର ଡାରେନ ଗଫ୍‌ ଏକଥା ପ୍ରକାଶ କରିଛନ୍ତି। ବଟଲର ତାଙ୍କର ଗତ ୧୨ଟି ଟେଷ୍ଟ ଇନିଂସରେ ଗୋଟିଏ ହେଲେ ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଜର୍ମେନ ବ୍ଲାକ୍‌ଉଡଙ୍କ କ୍ୟାଚ୍‌ ଡ୍ରପ୍‌ କରିଛନ୍ତି। ଫଳରେ ଏହି ଖେଳାଳି ମ୍ୟାଚ ବିଜୟୀ ୯୫ ରନ ସ୍କୋର କରିବାରେ ସମର୍ଥ ହୋଇଥିଲେ। ଇଂଲଣ୍ଡ ତରଫରୁ ୫୮ ଟେଷ୍ଟ ମ୍ୟାଚ ଖେଳି ୨୨୯ ଉଇକେଟ ଅକ୍ତିଆର କରିଥିବା ଗଫ୍‌ କହିଛନ୍ତି କ୍ୟାରିୟର ବଞ୍ଚାଇବା ଲାଗି ଗଫ୍‌ଙ୍କ ହାତରେ ଆଉ ଦୁଇଟି ଟେଷ୍ଟ ମ୍ୟାଚରେ ସୁଯୋଗ ରହିଛି। ବଟଲରଙ୍କ ନିକଟରେ ପ୍ରଚଣ୍ଡ ପ୍ରତିଭା ରହିଛି। ବହୁ ଯୁବ ଖେଳାଳି ତାଙ୍କୁ ଅନୁସରଣ କରିଥାନ୍ତି। ହେଲେ ଟେଷ୍ଟ କ୍ରିକେଟରେ ଅବଦାନ ନ ରହିଲେ ଦଳରେ ତିଷ୍ଠି ହେବ ନାହିଁ। ଗଫ୍‌ଙ୍କ ଦୃଷ୍ଟିରେ ସିରିଜର ଅବଶିଷ୍ଟ ମ୍ୟାଚରେ ଜୋଫ୍ରା ଆର୍ଚର ଓ ମାର୍କ ଉଡ୍‌ଙ୍କୁ ରୋଟେଶନ ଭିତ୍ତିରେ ଖେଳାଯିବା ଉଚିତ୍‌। ପୁନଶ୍ଚ ଓପନିଂ ଟେଷ୍ଟରେ ଉପେକ୍ଷିତ ଷ୍ଟୁଆର୍ଟ ବ୍ରଡ୍‌ ଓ କ୍ରିସ୍‌ ଓକ୍ସଙ୍କୁ ଦଳରେ ଖେଳାଇବା ଉଚିତ। ସେ କହିଛନ୍ତି ମୋ ବିଚାରରେ ବ୍ରଡ୍‌ ଯଦି ଦଳକୁ ଫେରନ୍ତି ତେବେ ଓଲ୍ଡ ଟ୍ରାଫୋର୍ଡରେ ଉଡ୍‌ ଏବଂ ଆଣ୍ଡରସନଙ୍କୁ ବିଶ୍ରାମ ଦିଆଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ନୂଆ ଅବତାର ଦେଖି ଖେଳ ଜଗତ ଆଶ୍ଚର୍ଯ୍ୟ: ବଦଳାଇ ଦେଲେ…

ନୂଆଦିଲ୍ଲୀ,୧୧।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ‘ଛକା ମାରିବା ମେଶିନ’ କହିବା ଭୁଲ ହେବ ନାହିଁ। ତାଙ୍କ ଟି୨୦ କ୍ୟାରିୟରରେ ସେ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି। ସେ…

ବଡ ଭୁଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶୀ: ଅଳ୍ପକେ…

ନୂଆଦିଲ୍ଲୀ,୧୧।୬: ଆଫଗାନିସ୍ତାନ ଏ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିବାରୁ ବୈଭବ ସୂର୍ଯ୍ୟବଂଶୀ ବଞ୍ଚିତ ହୋଇଥିଲେ। ଗୁରୁବାର ଭାରତ ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଟ୍ରାଏ-ସିରିଜ ମୁକାବିଲାରେ,…

୩୦୦ କିଲୋ ମାଛ, ୬,୦୦୦ କମଳା ଧରି ଫିଫା ବିଶ୍ୱକପ୍‌ରେ ପହଞ୍ଚିଲା ଏହି ଦେଶ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୬: ଫିଫା ବିଶ୍ୱକପ (FIFA ବିଶ୍ୱକପ ୨୦୨୬)ର ୨୩ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏଥର ମୋଟ ୪୮ଟି ଦଳ…

ଆଜିଠୁ ଫିଫା ବିଶ୍ୱକପ୍‌: ଭାଗନେବେ ୪୮ ଦେଶ

ମେକ୍ସିକୋ ସିଟି (ମେକ୍ସିକୋ), ୧୧ା୬:ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଭାବେ ବିବେଚନା କରାଯାଉଥିବା ଫିଫା ବିଶ୍ୱକପ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଇତିହାସରେ ପ୍ରଥମଥର ପାଇଁ ଫୁଟ୍‌ବଲ…

ସୂର୍ଯ୍ୟବଂଶୀଙ୍କୁ ପୁଣି ବଡ଼ ସୁଯୋଗ? ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ରେ ମିଳିବ…

ନୂଆଦିଲ୍ଲୀ,୧୦।୬: ତିଲକ ବର୍ମାଙ୍କ ଅଧିନାୟକତ୍ୱରେ, ଭାରତ ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରି-ସିରିଜର ଏକ ଚମତ୍କାର ଆରମ୍ଭ କରିଛି। ଭାରତୀୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଏ…

୨୦୨୬ ବିଶ୍ୱକପ୍‌ର କନିଷ୍ଠ, ବୟସ୍କ ଖେଳାଳି ସମ୍ପର୍କରେ ଜାଣନ୍ତୁ…

ଓ୍ବାଶିଂଟନ,୯।୬: ଦିନକ ପରେ ଫିଫା ବିଶ୍ୱକପ୍‌। ବିଶ୍ୱକପ୍‌ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀ ଆସି ପହଞ୍ଚି ଯାଇଛନ୍ତି। ପ୍ରସଂଶକ ନିଜ ନିଜ ଦେଶର…

ODI ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର: ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୦।୬: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଜୁନ ୧୩ରୁ ଆରମ୍ଭ ହେବାକୁ ଯାଉଛି। ତଥାପି, ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ…

ଅଧିନାୟକ ପଦ ଛାଡି କ୍ରିକେଟରୁ ବିଦାୟ ଦେବେ ବେନ ଷ୍ଟୋକ୍ସ! ନାଇଟ କ୍ଲବ ଘଟଣା ପରେ କ୍ରିକେଟଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି

ନୂଆଦିଲ୍ଲୀ,୧୦।୬: କ୍ରିକେଟ ଇତିହାସର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ ବେନ ଷ୍ଟୋକ୍ସ ଖୁବ ଶୀଘ୍ର ତାଙ୍କର ଅବସର ଘୋଷଣା କରିପାରନ୍ତି। ରିପୋର୍ଟ ଅନୁସାରେ ଷ୍ଟୋକ୍ସ ଟେଷ୍ଟ ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri