Posted inଜାତୀୟ

ରାଜନୀତି ଛାଡ଼ିବା ସଙ୍କେତ ଦେଲେ ଗଡ଼କରୀ

ନାଗପୁର, ୨୯ା୩: ରାଜନୀତି ପ୍ରତି ଆଗ୍ରହ କମୁଥିବା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ପୁଣିଥରେ ସଙ୍କେତ ଦେଇଛନ୍ତି। ତାଙ୍କର ଏଭଳି ମନ୍ତବ୍ୟରୁ ଭାଜପା ଶୀର୍ଷ ନେତୃତ୍ୱରେ ସମ୍ଭାବ୍ୟ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହା ବ୍ୟତୀତ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବା ଲାଗି ତାଙ୍କୁ ଟିକେଟ ଦିଆଯାଇ ନ ପାରେ ବୋଲି ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ରବିବାର ଏକ ପୁରସ୍କାର ବିତରଣ ଉତ୍ସବରେ ଉଦ୍‌ବୋଧନ ଦେଇ ଗଡ଼କରୀ କହିଥିଲେ, ସେ ଦୁଇଥର ନିର୍ବାଚନ ଜିତିଛନ୍ତି। ଯଦି ସେ ଉପଯୁକ୍ତ ବୋଲି ଲୋକେ ଭାବୁଛନ୍ତି, ତେବେ ଭୋଟ ଦିଅନ୍ତୁ। ସୀମା ବାହାରେ କାହାକୁ ଖୁସି କରାଇବାକୁ ସେ ଚାହାନ୍ତି ନାହିଁ ବୋଲି ଗଡ଼କରୀ କହିଥିଲେ। ଯଦି ତାଙ୍କ ସ୍ଥାନରେ ଅନ୍ୟ କେହି ଆସନ୍ତି, ତେବେ ଠିକ୍‌ ଅଛି। ବିକଳ୍ପ ଇନ୍ଧନ ସହ ତାଙ୍କ ଭେଞ୍ଚର ସମ୍ପୃକ୍ତ ଏବଂ ନିଜ କାମରେ ଅଧିକ ସମୟ ଦେବାକୁ ଚାହାନ୍ତି ବୋଲି ଗଡ଼କରୀ କହିଥିଲେ। ତେବେ ଗଣମାଧ୍ୟମ ଗଡ଼କରୀଙ୍କ ମନ୍ତବ୍ୟର ଭୁଲ୍‌ ଉପସ୍ଥାପନ କରିଥିବା ତାଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି। ଭୋଟ ପାଇବା ପାଇଁ ତୁଷ୍ଟୀକରଣ ରାଜନୀତିରେ ସାମିଲ ହେବାକୁ ଗଡ଼କରୀ ଚାହାନ୍ତି ନାହିଁ ବୋଲି କହିଥିବା ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି। ଗତ ଜାନୁୟାରୀରେ ହାଲ୍‌ବା ଆଦିବାସୀ ମହାସଂଘ ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେବାବେଳେ ଯାହାକୁ ପସନ୍ଦ କରୁଛନ୍ତି, ତାଙ୍କୁ ଭୋଟ ଦିଅନ୍ତୁ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଥିଲେ। ସେହିପରି ଗତବର୍ଷ ଜୁଲାଇରେ ସେ କହିଥିଲେ, ରାଜନୀତି ଛାଡ଼ିଦେବା ଉଚିତ ବୋଲି ବେଳେବେଳେ ଅନୁଭବ କରେ। ସମାଜ ପାଇଁ ଅନେକ କାର୍ଯ୍ୟ କରିବାକୁ ହେବ ବୋଲି ସେ କହିଥିଲେ। ଏହା ପରେ ତାଙ୍କୁ ଭାଜପା ସଂସଦୀୟ ବୋର୍ଡ ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟିରୁ ବାଦ୍‌ ଦିଆଯାଇଥିଲା। ସକ୍ରିୟ ରାଜନୀତିରୁ ଗଡ଼କରୀ ଓହରିଯିବା ସମଗ୍ର ମହାରାଷ୍ଟ୍ର ବିଶେଷ କରି ବିଦର୍ଭ ଅଞ୍ଚଳ ପାଇଁ ବଡ଼ କ୍ଷତି ହେବ ବୋଲି ଜଣେ ବରିଷ୍ଠ ଭାଜପା ନେତା କହିଛନ୍ତି। ସେ ଦେଶ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରିଥିବାବେଳେ ମାତ୍ର ୮ ବର୍ଷ ମଧ୍ୟରେ ନିଜ ନିର୍ବାଚନ ମଣ୍ଡଳୀ ନାଗପୁରର ଚେହେରା ବଦଳାଇଦେଇଛନ୍ତି। ତାଙ୍କ କାର୍ଯ୍ୟ ପାଇଁ ବିରୋଧୀ ନେତାମାନେ ମଧ୍ୟ ପ୍ରଶଂସା କରିଥାନ୍ତି ବୋଲି ବରିଷ୍ଠ ନେତା ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri