ଶିଖରଚଣ୍ଡୀ ପାହାଡ଼ ଜୈବ ବିବିଧତା ନଷ୍ଟ ମାମଲା: ୧୧ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୧।୯(ବନ୍ଦନା ସେଠୀ): ଶିଖରଚଣ୍ଡୀ ପାହାଡ଼ ଜୈବ ବିବିଧତା ନଷ୍ଟ ମାମଲାରେ ଗୁରୁବାର ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ରେ ଶୁଣାଣି ହୋଇଥିଲା। ଏଥିସହ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୧କୁ ଧାର୍ଯ୍ୟ କରାଯାଇଥିବାବେଳେ ସେ ପର୍ଯ୍ୟନ୍ତ ପାହାଡ଼ ଉପରେ ଓ୍ବାଟ୍‌କୋର କୌଣସି କାର୍ଯ୍ୟ କରା ନ ଯିବା ନିର୍ଦ୍ଦେଶକୁ କାଏମ ରଖାଯାଇଛି। ତେବେ ଏହାକୁ ନେଇ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସମିତି ଅସନ୍ତୋଷ ପ୍ରକାଶ କରିଛି। ରାଜ୍ୟ ସରକାର ପାହାଡ଼ ଉପରେ ଗଛ ଲଗାଇବା ସହ ବିକାଶ ନାମରେ ପୁରୁଣା ଗଛକୁ କାଟୁଥିବା ଅଭିଯୋଗ କରାଯାଇଛି। ଏନ୍‌ଜିଟିର ନିର୍ଦ୍ଦେଶକ୍ରମେ ଗଛକଟା ହୋଇଥିବା ସ୍ଥାନରେ ଗଛ ନ ଲଗାଇ ରାତି ଅଧରେ ମେଶିନ ଲଗାଇ ପାହାଡ଼ ପାଦଦେଶରେ ଥିବା ବଡ଼ ଗଛକୁ ସଫା କରାଯାଉଛି ଓ ସକାଳୁ ଛୋଟ ଛୋଟ ଗଛ ଆଣି ଲଗାଯାଉଛି। ଏନେଇ ଆଗାମୀ ଶୁଣାଣିରେ ଏନ୍‌ଜିଟିରେ ଲିଖିତ ଅଭିଯୋଗ କରାଯିବ ବୋଲି ସମିତି ପକ୍ଷରୁ ସଚିନ୍‌ ମହାପାତ୍ର କହିଛନ୍ତି। ଗଛ ଲାଗାଇବା ପାଇଁ ସମିତି କୌଣସି ବିରୋଧ କରୁନାହିଁ। ଜଙ୍ଗଲ ବିଭାଗ ସହ ମିଶି ଗଛ ଲଗାଇବାରେ ସହଯୋଗ କରାଯାଉଛି। ମାତ୍ର ଗଛ କାଟି ସେହି ସ୍ଥାନରେ ପୁଣି ଗଛ ଲଗାଇବା କାମକୁ ବିରୋଧ କରାଯାଉଛି। ଏଥିସହ ପାନୀୟ ଜଳ ପ୍ରକଳ୍ପ ପାଇଁ ଯେଉଁ ସ୍ଥାନରେ ଗଛକଟା ଯାଇଛି ସମ୍ପୃକ୍ତ ସ୍ଥାନରେ ବିଡିଏ ଏବଂ ଓ୍ବାଟ୍‌କୋ ପକ୍ଷରୁ ଗଛ ଲଗାଇବାକୁ ଦାବି କରାଯାଇଛି। ତେବେ ଏପରି ବେଆଇନ କାର୍ଯ୍ୟରୁ ବିରତ ନ ହେଲେ ଆସନ୍ତା ଦିନରେ ଏହା ବିରୋଧରେ ଆନ୍ଦୋଳନ କରାଯିବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।
ସୂଚନାଯୋଗ୍ୟ, ଜଙ୍ଗଲ (ସଂରକ୍ଷଣ) ଆଇନ୍‌ ୧୯୮୦କୁ ଉଲ୍ଲଂଘନ କରି ଶିଖରଚଣ୍ଡୀ ପାହାଡ଼ରେ ମେଗା ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଯାଉଥିବା ଅଭିଯୋଗ କରି ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହୋଇଥିଲା। ଘଟଣାର ଗୁରୁତ୍ୱକୁ ଅନୁଭବ କରି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେଠାରେ ପ୍ରକଳ୍ପ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ ଜୁଲାଇ ୫ରେ ପ୍ରଥମ ଶୁଣାଣି ହୋଇଥିବାବେଳେ ଦ୍ୱିତୀୟ ଶୁଣାଣି ଜୁଲାଇ ୨୭ରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

କେଉଁ ଦଳକୁ ଯିବେ ସୌମ୍ୟରଞ୍ଜନ, ଆସିଲା ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର,୨୮।୪: ପୂର୍ବତନ ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri