ଶିଖରଚଣ୍ଡୀ ପାହାଡ଼ ଜୈବ ବିବିଧତା ନଷ୍ଟ ମାମଲା: ୧୧ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୧।୯(ବନ୍ଦନା ସେଠୀ): ଶିଖରଚଣ୍ଡୀ ପାହାଡ଼ ଜୈବ ବିବିଧତା ନଷ୍ଟ ମାମଲାରେ ଗୁରୁବାର ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ରେ ଶୁଣାଣି ହୋଇଥିଲା। ଏଥିସହ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୧କୁ ଧାର୍ଯ୍ୟ କରାଯାଇଥିବାବେଳେ ସେ ପର୍ଯ୍ୟନ୍ତ ପାହାଡ଼ ଉପରେ ଓ୍ବାଟ୍‌କୋର କୌଣସି କାର୍ଯ୍ୟ କରା ନ ଯିବା ନିର୍ଦ୍ଦେଶକୁ କାଏମ ରଖାଯାଇଛି। ତେବେ ଏହାକୁ ନେଇ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସମିତି ଅସନ୍ତୋଷ ପ୍ରକାଶ କରିଛି। ରାଜ୍ୟ ସରକାର ପାହାଡ଼ ଉପରେ ଗଛ ଲଗାଇବା ସହ ବିକାଶ ନାମରେ ପୁରୁଣା ଗଛକୁ କାଟୁଥିବା ଅଭିଯୋଗ କରାଯାଇଛି। ଏନ୍‌ଜିଟିର ନିର୍ଦ୍ଦେଶକ୍ରମେ ଗଛକଟା ହୋଇଥିବା ସ୍ଥାନରେ ଗଛ ନ ଲଗାଇ ରାତି ଅଧରେ ମେଶିନ ଲଗାଇ ପାହାଡ଼ ପାଦଦେଶରେ ଥିବା ବଡ଼ ଗଛକୁ ସଫା କରାଯାଉଛି ଓ ସକାଳୁ ଛୋଟ ଛୋଟ ଗଛ ଆଣି ଲଗାଯାଉଛି। ଏନେଇ ଆଗାମୀ ଶୁଣାଣିରେ ଏନ୍‌ଜିଟିରେ ଲିଖିତ ଅଭିଯୋଗ କରାଯିବ ବୋଲି ସମିତି ପକ୍ଷରୁ ସଚିନ୍‌ ମହାପାତ୍ର କହିଛନ୍ତି। ଗଛ ଲାଗାଇବା ପାଇଁ ସମିତି କୌଣସି ବିରୋଧ କରୁନାହିଁ। ଜଙ୍ଗଲ ବିଭାଗ ସହ ମିଶି ଗଛ ଲଗାଇବାରେ ସହଯୋଗ କରାଯାଉଛି। ମାତ୍ର ଗଛ କାଟି ସେହି ସ୍ଥାନରେ ପୁଣି ଗଛ ଲଗାଇବା କାମକୁ ବିରୋଧ କରାଯାଉଛି। ଏଥିସହ ପାନୀୟ ଜଳ ପ୍ରକଳ୍ପ ପାଇଁ ଯେଉଁ ସ୍ଥାନରେ ଗଛକଟା ଯାଇଛି ସମ୍ପୃକ୍ତ ସ୍ଥାନରେ ବିଡିଏ ଏବଂ ଓ୍ବାଟ୍‌କୋ ପକ୍ଷରୁ ଗଛ ଲଗାଇବାକୁ ଦାବି କରାଯାଇଛି। ତେବେ ଏପରି ବେଆଇନ କାର୍ଯ୍ୟରୁ ବିରତ ନ ହେଲେ ଆସନ୍ତା ଦିନରେ ଏହା ବିରୋଧରେ ଆନ୍ଦୋଳନ କରାଯିବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।
ସୂଚନାଯୋଗ୍ୟ, ଜଙ୍ଗଲ (ସଂରକ୍ଷଣ) ଆଇନ୍‌ ୧୯୮୦କୁ ଉଲ୍ଲଂଘନ କରି ଶିଖରଚଣ୍ଡୀ ପାହାଡ଼ରେ ମେଗା ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଯାଉଥିବା ଅଭିଯୋଗ କରି ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହୋଇଥିଲା। ଘଟଣାର ଗୁରୁତ୍ୱକୁ ଅନୁଭବ କରି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେଠାରେ ପ୍ରକଳ୍ପ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ ଜୁଲାଇ ୫ରେ ପ୍ରଥମ ଶୁଣାଣି ହୋଇଥିବାବେଳେ ଦ୍ୱିତୀୟ ଶୁଣାଣି ଜୁଲାଇ ୨୭ରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri