Posted inଫୁରସତ

କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ମିଳୁଛି ଅଜବ ମାସ୍କ

ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇ ଚାଲିଛି। ଏହି ମହାମାରୀ ପାଇଁ ସମଗ୍ର ବିଶ୍ୱବାସୀ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଏହାର ଔଷଧ ଏ ପର୍ଯ୍ୟନ୍ତ ବାହାରି ନ ଥିବାରୁ ଏହାକୁ ପ୍ରତିହତ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ କ୍ରମାଗତ ଭାବରେ ଏହା ବିଷୟରେ ସଚେତନତା ସୃଷ୍ଟି କରୁଛି। ନିଜକୁ ରକ୍ଷା କରିବା ପାଇଁ ସମସ୍ତେ ମାସ୍କ ବ୍ୟବହାର କରୁଛନ୍ତି। ତେବେ ଏହି ସମୟରେ କେତେକ ଅଜବ ମାସ୍କ ବଜାରରେ ଦେଖିବାକୁ ମିଳୁଛି। ଏହା ମଧ୍ୟରୁ କିଛି କୌତୂହଳ ସୃଷ୍ଟି କରୁଥିବା ବେଳେ ଆଉ କିଛି ମାସ୍କ ଦେଖି ଡର ଲାଗୁଛି।


କେତେକ ମାସ୍କରେ ବଡ଼ ଦାନ୍ତର ପ୍ରିଣ୍ଟ୍‌ ଅଛି ତ ଆଉ କେଉଁଥିରେ ପାଟି ଆଁ କରିଥିବା ମାସ୍କ ଦେଖିବାକୁ ମିଳୁଛି। ଏପରିକି କେହି ମାସ୍କରେ ମାଙ୍କଡ଼ ମୁହଁ ରଖିଛନ୍ତି। ଏହି ଚିତ୍ରଗୁଡ଼ିକ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ନିକଟରେ ମହାରାଷ୍ଟ୍ରର ପୁଣେରେ ରହୁଥିବା ଶଙ୍କର କୁରାଦେ ନାମକ ଜଣେ ବ୍ୟକ୍ତି ୨.୮୯ ଲକ୍ଷ ଟଙ୍କା ମୂଲ୍ୟରେ ନିର୍ମିତ ସୁନା ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ। ମାସ୍କ ଆମ ଜୀବନର ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ହୋଇପାରିଛି। ବିଶେଷକରି କରୋନା ଭୂତାଣୁ ରୋକିବା ପାଇଁ ଏହା ନିହାତି ଜରୁରୀ। ପାଟି ଏବଂ ନାକକୁ ଘୋଡ଼ାଇ ରଖିଲେ ଏହି ଭୂତାଣୁ ପ୍ରବେଶ କରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ପ୍ରକୃତ ଏହାର ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

ସ୍କୁଲ ଯାଉଥିଲେ ରୋନକ, ଧକ୍କା ଦେଲା ବସ୍‌: ଆଉ ତା’ପରେ…

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ):ବରଗଡ ଘରୋଇ ବସଷ୍ଟାଣ୍ଡ ପାଖରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି। ମୃତ…

ଇରାନ-ଆମେରିକା ମଧ୍ୟରେ ପୁଣି ହେଲା ସିଧାସଳଖ ଯୁଦ୍ଧ, ଆମେରିକାର ଆକ୍ରମଣ ପରେ ସିଧା ଜବାବ ରଖିଲା ଇରାନ

ତେହରାନ,୮।୭: ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ପରେ, ଆମେରିକା ଏବଂ ଇରାନ ଏବେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି। ହର୍ମୁଜ ପ୍ରଣାଳୀରେ ଆକ୍ରମଣ ପରେ ଦୁଇ ଦେଶ…

ବ୍ରେକ୍‌ ବଦଳରେ କାର୍‌ ଏକ୍ସିଲେଟର ଦବାଇ ଦେଲେ ମହିଳା: ଆଉ ତା’ପରେ ଘଟିଗଲା…

ନୋଏଡା,୮।୭: ଗ୍ରେଟର ନୋଏଡା ପଶ୍ଚିମର ବିସରାଖ ପୋଲିସ ଷ୍ଟେଶନ ଅଞ୍ଚଳର ପଞ୍ଚଶୀଳ ଗ୍ରୀନ-୨ ସୋସାଇଟି ବାହାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ରିପୋର୍ଟ…

ପ୍ରଧାନଶିକ୍ଷକ ମାଗୁଛନ୍ତି ଫେବର: ଡିଡବ୍ଲ୍ୟୁଓଙ୍କୁ ଅଭିଯୋଗ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁରର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସ୍କୁଲର ମେଟ୍ରନ ଓ ୨ ଏଲ୍‌ସିସିଏଙ୍କୁ…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

୧୧ ବର୍ଷର ନାବାଳିକାକୁ ବଳାତ୍କାର ପରେ ହତ୍ୟା ମାମଲାର ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ

କୋଲକାତା,୮।୭: ପଶ୍ଚିମବଙ୍ଗ ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସୋମବାର ବେଙ୍ଗଲ ପୋଲିସ ତାଙ୍କୁ ଗିରଫ କରିଥିଲା।…

ଚାରନାଳିଆରେ ବଢୁଛି ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଆଲୋକ ବ୍ୟବସ୍ଥା ଦାବି କରି…

ବଞ୍ଚୋ,୮ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଚାରନାଳିଆ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଅଁରା଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri