GST 2.0 ଲାଗୁ ପରେ ଏହି କାର୍, ବାଇକ୍ ମୂଲ୍ୟରେ ହେବ ବୃହତ୍ ହ୍ରାସ, ଦେଖନ୍ତୁ ତାଲିକା

ନୂଆଦିଲ୍ଲୀ,୨୧।୯: ଭାରତରେ ଅଟୋମୋବାଇଲ୍ କ୍ରେତାଙ୍କ ପାଇଁ ଖୁସି ଖବର। ସେପ୍ଟେମ୍ବର 22 ରୁ ଲାଗୁ ହେବାକୁ ଥିବା GST 2.0 ନୂଆ ଟିକସ ହାର ସହିତ କାର୍ ଓ ଦୁଇ-ଚକିଆ ଯାନର ମୂଲ୍ୟରେ ବୃହତ୍ ହ୍ରାସ ଆଣିବ। ଏହି ମୂଲ୍ୟ ହ୍ରାସ ଏଣ୍ଟ୍ରି-ଲେଭେଲ ହ୍ୟାଚବ୍ୟାକରୁ ଆରମ୍ଭ କରି ପ୍ରିମିୟମ ବିଳାଶପୂର୍ଣ୍ଣ SUV ପର୍ଯ୍ୟନ୍ତ ପ୍ରଭାବ ପକାଇବ, ଯେଉଁଥିରେ ଗ୍ରାହକମାନେ ମାରୁତି ସୁଜୁକିର ବଜେଟ୍ କାର୍‌ଠାରୁ ରେଞ୍ଜ ରୋଭରର ହାଇ-ଏଣ୍ଡ SUV ଏବଂ ହୋଣ୍ଡା ଆକ୍ଟିଭା ଓ ଶାଇନ୍‌ ଭଳି ଦୁଇ-ଚକିଆ ଯାନରେ ଉଲ୍ଲେଖନୀୟ ସଞ୍ଚୟ କରିପାରିବେ।

କାର୍‌ରେ ମୂଲ୍ୟ ହ୍ରାସ

ମହିନ୍ଦ୍ରା: ବୋଲେରୋ ନିଓରେ ୧.୨୭ ଲକ୍ଷ, XUV 3XO ରେ ୧.୪୦-୧.୫୬ ଲକ୍ଷ, ଥାର୍‌ରେ ୧.୩୫ ଲକ୍ଷ, ସ୍କର୍ପିଓ N ରେ ୧.୪୫ ଲକ୍ଷ ଏବଂ XUV700 ରେ ୧.୪୩ ଲକ୍ଷ ଟଙ୍କା ହ୍ରାସ।

ଟାଟା ମୋଟର୍ସ: ଟିଆଗୋରେ ୭୫,୦୦୦, ନେକ୍ସନରେ ୧.୫୫ ଲକ୍ଷ, ହାରିଅରରେ ୧.୪୦ ଲକ୍ଷ ଏବଂ ସଫାରୀରେ ୧.୪୫ ଲକ୍ଷ ଟଙ୍କା କମ୍।

ଟୟୋଟା: ଫର୍ଚୁନରରେ ୩.୪୯ ଲକ୍ଷ, ଭେଲଫାୟାରରେ ୨.୭୮ ଲକ୍ଷ ଏବଂ ଇନୋଭା ହାଇକ୍ରସରେ ୧.୧୫ ଲକ୍ଷ ଟଙ୍କା ହ୍ରାସ।

ରେଞ୍ଜ ରୋଭର: 4.4P SV LWB ରେ ୩୦.୪ ଲକ୍ଷ, ସ୍ପୋର୍ଟ 4.4 SV ଏଡିସନ ଟୁ’ରେ ୧୯.୭ ଲକ୍ଷ ଏବଂ ଡିଫେଣ୍ଡରରେ ୧୮.୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମ୍।

କିଆ: କାର୍ନିଭାଲରେ ୪.୪୮ ଲକ୍ଷ, ସୋନେଟରେ ୧.୬୪ ଲକ୍ଷ ଏବଂ ସେଲ୍‌ଟୋସରେ ୭୫,୩୭୨ ଟଙ୍କା ହ୍ରାସ।

ହ୍ୟୁଣ୍ଡାଇ: ଗ୍ରାଣ୍ଡ i10 ନିଓସରେ ୭୩,୮୦୮, କ୍ରେଟାରେ ୭୨,୧୪୫ ଏବଂ ଟୁକସନରେ ୨.୪ ଲକ୍ଷ ଟଙ୍କା କମ୍।

ମାରୁତି ସୁଜୁକି: ଆଲଟୋ K10 ରେ ୪୦,୦୦୦, ସୁଇଫ୍ଟରେ ୫୮,୦୦୦, ବ୍ରେଜାରେ ୭୮,୦୦୦ ଏବଂ ଇନଭିକ୍ଟୋରେ ୨.୨୫ ଲକ୍ଷ ଟଙ୍କା ହ୍ରାସ।

ଦୁଇ-ଚକିଆ ଯାନରେ ମୂଲ୍ୟ ହ୍ରାସ
GST ହାର ୨୮% ରୁ ୧୮% କୁ ହ୍ରାସ ହେବା ଯୋଗୁଁ ୩୫୦ସିସି ତଳେ ଥିବା ଦୁଇ-ଚକିଆ ଯାନରେ ମୂଲ୍ୟ କମିବ। ହୋଣ୍ଡା ଆକ୍ଟିଭା ୧୧୦ ରେ ୭,୮୭୪, ଶାଇନ୍ ୧୦୦ ରେ ୫,୬୭୨, CB350 ରେ ୧୮,୮୮୭ ଟଙ୍କା କମ୍। ହିରୋ ସ୍ପ୍ଲେଣ୍ଡର, ବଜାଜ ପଲସର, TVS ଆପାଚୀ ଏବଂ ରୟାଲ ଏନଫିଲ୍ଡ କ୍ଲାସିକ ୩୫୦ ଭଳି ଲୋକପ୍ରିୟ ମଡେଲ ମଧ୍ୟ ଶସ୍ତା ହେବ, ଯାହା ପ୍ରଥମ ଥର କ୍ରେତା ଓ ଉତ୍ସବ ଋତୁ ବିକ୍ରିକୁ ପ୍ରୋତ୍ସାହିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

୬୦ ରୁ ୮୦ ବିଲିୟନ ଡଲାର୍‌ର ସେଟ୍‌ଲମେଣ୍ଟ୍‌!: ଏନ୍‌ଭିଡିଆ CEO ଜେନ୍ସନ୍‌ ହୁଆଙ୍ଗଙ୍କ ସମ୍ଭାବ୍ୟ ଛାଡ଼ପତ୍ରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୧: ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ‘ଏନ୍‌ଭିଡିଆ’ (NVIDIA) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଜେନ୍ସନ୍‌ ହୁଆଙ୍ଗ ଏବଂ ତାଙ୍କ ପତ୍ନୀ ଲୋରି ହୁଆଙ୍ଗଙ୍କୁ ନେଇ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସବିତାଙ୍କୁ ବିଶ୍ରାମ, ଦଳକୁ ଫେରିଲେ ବନସାରି

ନୂଆଦିଲ୍ଲୀ, ୧୦ା୧୧: ଭୋପାଳଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଭେଟେରାନ ଗୋଲ୍‌କିପର ସବିତା ପୁନିଆଙ୍କୁ…

ଜନ୍ମ ହେବାର ଗୋଟିଏ ଦିନରେ ପୁଅକୁ ହରାଇଥିଲେ ସୋନିଆ ଗାନ୍ଧୀ; ବହିରେ ବଡ଼ ଖୁଲାସା, ରାହୁଲ ନୁହନ୍ତି…

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ୧୦ ନଭେମ୍ବର ମଙ୍ଗଳବାର ପ୍ରକାଶିତ ହୋଇଛି। ପୁସ୍ତକରେ ଗାନ୍ଧୀ ପରିବାରଙ୍କ…

ୟୁଏଇ ଜାତୀୟ ଦଳରେ ଖେଳିପାରନ୍ତି ଭାରତର ଏହି ପୂର୍ବତନ ଉଇକେଟକିପର, ଜାଣନ୍ତୁ…

ଆବୁ ଧାବି, ୧୦।୧୧: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର କେଏସ୍‌ ଭରତ ୟୁଏଇ ଜାତୀୟ ଦଳ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା…

ଶୁକ୍ରଙ୍କ ସିଧା ଚଳନ: ୧୪ ନଭେମ୍ୱରରୁ ବଦଳିବ ୪ ରାଶିର ଭାଗ୍ୟ; ବଢିବ ଧନ, ଚାକିରିରେ ଭଲ ଅଫର୍‌…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଭୌତିକ ସୁଖ, ବୈଭବ, ପ୍ରେମ, ଦାମ୍ପତ୍ୟ ଜୀବନ ଏବଂ ଆର୍ଥିକ ସମୃଦ୍ଧିର ପ୍ରତିନିଧି ଗ୍ରହ ଭାବେ ବିବେଚନା କରାଯାଏ। ଏଣୁ ଶୁକ୍ରଙ୍କ ଚଳନରେ…

ବନ୍ୟା ପ୍ରଭାବିତଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ଓ ଭାରତ ସ୍କାଉଟ ଆଣ୍ଡ…

ସାକ୍ଷୀଙ୍କୁ ଜେଲରୁ ଧମକ ମାମଲା ତୃତୀୟଥର ଥାନାରେ ହାଜର ହେଲେ ବିକ୍ରମ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା…

ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ

ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?