Posted inଫୁରସତ

ଗଛରେ ଶୁଖିଗଲାଣି ଫଳ

ବେଜିଂ: ଚାଇନାରେ ଗ୍ରୀଷ୍ମ ପ୍ରବାହ ୬୦ ବର୍ଷର ରେକର୍ଡ ଭାଙ୍ଗିଛି। ତାପମାତ୍ର ବୃଦ୍ଧି କାରଣରୁ ଦେଶରେ ମରୁଡ଼ି ସ୍ଥିତି ଦେଖିବାକୁ ମିଳିଛି। ଟାଙ୍ଗରା ଭୂଇଁ ଫାଟି ଆଁ କରିଥିବାବେଳେ ଗଛରେ ଫଳସବୁ ଶୁଖି ଝଡ଼ିବା ଆରମ୍ଭ କଲାଣି। ସମ୍ଭାବ୍ୟ ଜଳ ସଙ୍କଟ ଯୋଗୁ ବିଦ୍ୟୁତ୍‌ ସରବରାହ ପ୍ରଭାବିତ ମଧ୍ୟ ହୋଇଛି। ୫୦ ବର୍ଷରୁ ଅଧିକ ବର୍ଷ ଧରି ନିଜ ଜମିରେ ଡ୍ରାଗନ୍‌ ଫ୍ରୁଟ ଭଳି ଦାମୀ ଫଳ ଫସଲ କରିଆସୁଛନ୍ତି ୫୦ ବର୍ଷୀୟ କୁଇନ୍‌ ବିନ୍‌। ଚଳିତ ବର୍ଷର ଫସଲ ପାଇଁ କୁଇନ୍‌ଙ୍କ ମନରେ ଖୁସି ନାହିଁ। କାରଣ ରେକର୍ଡ ଭାଙ୍ଗିଥିବା ଏହି ଗ୍ରୀଷ୍ଣ ପ୍ରବାହ ଖାଲି କୁଇନ୍‌ କାହିଁକି ଦେଶର ଅଧିକାଂଶ କୃଷକଙ୍କ ମୁହଁରୁ ହସ ଛଡ଼ାଇ ନେଇଛି। କାରଣ ତାପମାତ୍ରା ବୃଦ୍ଧି କାରଣରୁ ଦେଶରେ ଜଳର ଅଭାବ ଏବଂ ତା’ ଦ୍ୱାରା ଫସଲ ପ୍ରଭାବିତ ହୋଇଛି। ଫସଲ ଅମଳ ସମୟରେ ମଲା ତଥା ଶୁଖିଲା ଫଳ ଚାଷୀଙ୍କ ମନୋବଳକୁ ଏକ ପ୍ରକାର ଭାଙ୍ଗି ନେଇଛି।
ଦେଶରେ ବଢ଼ିଥିବା ବିଦ୍ୟୁତ୍‌ କାଟ୍‌ ମଧ୍ୟ ଚାଷୀକୁଳକୁ ଏକ ପ୍ରକାର ପ୍ରଭାବିତ କରିଛି। ଚାଷ କାର୍ଯ୍ୟ ପାଇଁ ଅଧିକାଂଶ ଚାଷୀ ବିଦ୍ୟୁତ୍‌ ଉପରେ ନିର୍ଭରଶୀଳ। ନିୟମିତ ବିଦ୍ୟୁତ୍‌ କାଟ୍‌ ଯୋଗୁ ଚାଷ କାମ ଅଟକି ରହିଛି। ଗ୍ରୀଷ୍ଣ ପ୍ରବାହ ବୃଦ୍ଧି କାରଣରୁ ଫସଲ ସାଙ୍ଗକୁ ଗଛ ମଧ୍ୟ ମରିବାକୁ ବସିଲାଣି। ସରକାର ଏ ନେଇ ଯେଉଁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦ୍ୱାରା କେବଳ ଗଛ ବଞ୍ଚି ପାରିବ ଫସଲ ନୁହେଁ। ଏ ପ୍ରକାର ପ୍ରକୃତିକ ଦୁର୍ବିପାକ ଦ୍ୱାରା ହଜାର ଏକର ଜମିର ଫସଲ ନଷ୍ଟ ହେବାକୁ ବସିଲାଣି। ତାପମାତ୍ରା ବଢ଼ିବା କାରଣରୁ ଚାଷୀ ଏବେ ଦିନ ବଦଳରେ ରାତିରେ ଚାଷ କାମ କରିବା ଆରମ୍ଭ କଲେଣି। ସନ୍ଧ୍ୟାରେ ଜମିରୁ କାମ ସାରି ଫେରିବା ବଦଳରେ ସେମାନେ ଦିନରେ ବିଶ୍ରାମ ନେଇ ରାତିରେ ଜମିକୁ ହଳ ଧରି ବାହାରୁଥିବାର ଦେଖାଯାଉଛି। ଯଦି ଆସନ୍ତା ମାସ ୪ ତାରିଖ ପର୍ଯ୍ୟନ୍ତ ଦେଶରେ ଗ୍ରୀଷ୍ମର ପ୍ରବାହ ବଳବତ୍ତର ରୁହେ ତେବେ ସମ୍ପୂର୍ଣ୍ଣ ଚାରା ମରିଯିବ ବୋଲି କୃଷକ କହିଛନ୍ତି। ସୂଚନାଯୋଗ୍ୟ ଚାଇନାରେ ଜାରିରହିଥିବା ଗ୍ରୀଷ୍ଣ ପ୍ରବାହ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଲାଗି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋ ମୁହଁରେ ଭର୍ତ୍ତି କରି ଦେଇଥିଲେ AK-47, ସେଦିନର ଲୋମଟାଙ୍କୁରା ଘଟଣା ବଖାଣିଲେ ପାଇଲଟ୍‌

ନୂଆଦିଲ୍ଲୀ,୨୬ା୭: ଆଜି ଅର୍ଥାତ୍‌ ୨୬ ଶୁକ୍ରବାର କାର୍‌ଗିଲ ବିଜୟ ଦିବସର ୨୫ବର୍ଷ ପୂରଣ ହୋଇଛି। ଏହି ଦିନ କାର୍‌ଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ...

ଜୀବନ୍ତ ଗିଳି ଦେବାକୁ ଚେଷ୍ଟା କରୁଥିଲା ଅଜଗର, ବ୍ୟକ୍ତି ଜଣଙ୍କ କଲେ ଏଭଳି, ଭିଡିଓ ଦେଖିଲେ…

ଭୋପାଳ,୨୬।୭: ମଧ୍ୟପ୍ରଦେଶର ଜବଲପୁରର କଲ୍ୟାଣପୁର ଗ୍ରାମରେ ୧୫ ଫୁଟ ଲମ୍ବର ଅଜଗର ସାପ ଆକ୍ରମଣ କରିବା ପରେ ଜଣେ ବ୍ୟକ୍ତି ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି।...

ଜନ୍ମନେଲେ ଅଜବ ଶିଶୁ: ରହିଛି ୨୫ ଆଙ୍ଗୁଠି

ବେଙ୍ଗାଲୁରୁ,୨୪।୭:କର୍ନାଟକର ବାଗଲକୋଟ ଜିଲାର ବନହଟ୍ଟି ଅଞ୍ଚଳର ସନ୍‌ସାଇନ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ମଙ୍ଗଳବାର ୨୫ ଆଙ୍ଗୁଠି ଥିବା ଏକ ଦୁର୍ଲଭ ଶିଶୁ ଜନ୍ମ ହୋଇଛି। ଏହି...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

ଜୀବନରେ ‘ରିଫ୍ରେଶ’ ରହିବା ଜରୁରୀ

ପ୍ରତିବର୍ଷ ଜୁଲାଇ ମାସର ଚତୁର୍ଥ ଗୁରୁବାର ନ୍ୟାଶନାଲ୍‌ ରିଫ୍ରେଶ୍‌ମେଣ୍ଟ ଡେ’ ପାଳନ କରାଯାଏ। ଏହି ଦିନ ଲୋକମାନେ ଥଣ୍ଡା ଲେମ୍ବୁ, ବରଫଯୁକ୍ତ ଚା’, କୋଲ୍ଡ ପାନୀୟ,...

ବାପାଙ୍କୁ କୁଣ୍ଢାଇ ଧରି କାନ୍ଦିକାନ୍ଦି ଏମିତି କହିଲେ ଝିଅ: ବାପାଙ୍କ ଆଖିରେବି ରହିଲାନି ଲୁହ, ଭାଇରାଲ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଚା’  ବିକାଳଙ୍କ  ଝିଅ ତାଙ୍କ ବାପାଙ୍କୁ କୁଣ୍ଢାଇ ଧରିି କହନ୍ତି, ପାପା,...

ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରେ

ପ୍ରତିବର୍ଷ ଜୁଲାଇ ୨୩ରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଇଥାଏ। ୧୯୨୭ରେ ବମ୍ବେ (ମୁମ୍ବାଇ)ଷ୍ଟେଶନରୁ ପ୍ରସାରିତ ପ୍ରଥମ ରେଡିଓ ପ୍ରସାରଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି...

ଜାଣନ୍ତି କି ନୁଡଲ୍ସର ଜନକ କିଏ? ଏହା କେମିତି ହେଲା ଲୋକପ୍ରିୟ…

ବ୍ୟାଚେଲର୍‌ ହୁଅନ୍ତୁ ଅବା ହଷ୍ଟେଲରେ ରହି ପଢୁଥିବା ପିଲା, ସମସ୍ତଙ୍କର ପ୍ରଥମ ପସନ୍ଦ ଇନ୍‌ଷ୍ଟାଣ୍ଟ ନୁଡଲ୍ସ। ଖୁବ୍‌ ଜୋର୍‌ରେ ଭୋକ ହେଉଥିବା ବେଳେ ଫଟାଫଟ୍‌ ତିଆରି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri