ଗାଁଠୁ ସହର ସବୁଆଡ଼େ ଉତ୍ସବର ମାହୋଲ

ଭବାନୀପାଟଣା,୧୯।୯(ଉତ୍ତମ କୁମାର ଦାଶ): ଦିନକ ପରେ ଅର୍ଥାତ୍‌ ବୁଧବାର ପଶ୍ଚିମ ଓଡିଶାର କୃଷିଭିତ୍ତିକ ତଥା ଗଣପର୍ବ ନୂଆଁଖାଇ। ପଶ୍ଚିମ ଓଡିଶାର ସମସ୍ତ ଜିଲାରେ ନୂଆଁଖାଇ ବେଶ ଆଡମ୍ବର ଭାବେ ପାଳନ କରାଯାଉଥିବାବେଳେ କଳାହାଣ୍ଡି ଜିଲାରେ ଏକ ଭିନ୍ନ ସ୍ବତନ୍ତ୍ରତା ରହିଛି। ଚାରିଆଡେ କେବଳ ଗୋଟିଏ ଦିନ ନୂଆଁଖାଇ ହୋଇଥାଏ। ହେଲେ କଳାହାଣ୍ଡି ଜିଲାରେ ପର୍ଯ୍ୟାୟକ୍ରମେ ପାଳନ ହୋଇଥାଏ ନୂଆଁଖାଇ। ଉତ୍ସବ ପାଳନରେ ବିଭିନ୍ନତା ଥିଲେ ମଧ୍ୟ ସମସ୍ତଙ୍କୁ ଏକାଠି ବାନ୍ଦିରଖେ ନୂଆଁଖାଇ। କଳାହାଣ୍ଡି ଜିଲାରେ ନୂଆଁଖାଇ ସପ୍ତପୁରୀ ଅମାବାସ୍ୟାଠାରୁ ଆରମ୍ଭ ହୋଇ ଦଶହରା ଦଶମୀରେ ଶେଷ ହୁଏ। ଏହାରିଭିତରେ ବୁଧବାର (ରଷି ପଞ୍ଚମୀ ଦିନ) ଜିଲାର ବଡ ଭାଗ ଲୋକେ ନୂଆଁଖାଇ ପାଳନ କରିଥାନ୍ତି। ହାତରେ ଆଉ ଗୋଟିଏ ଦିନ ସମୟ ଥିବାରୁ ସମସ୍ତେ ଏବେ ନୂଆଁଖାଇ ପ୍ରସ୍ତୁତି ପାଇଁ ଲାଗିପଡିଛନ୍ତି। ଗାଁଠୁ ସହର ଚାରିଆଡେ ପର୍ବର ମାହୋଲ ଦେଖିବାକୁ ମିଳିଛି। ଇତିମଧ୍ୟରେ ଗୃହିଣୀମାନେ ଘର ସମସ୍ତ ଜିିନିଷ ଟେକାରଖା, ସଫାସୁତୁରା କରିସାରି ନୂଅଁାଖାଇ ପାଇଁ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଏପଟେ ଗୃହ କର୍ତ୍ତାମାନେ ବଜାର ସଉଦା ସବୁ କିଣିସାରିଥିବା ଦେଖିବାକୁ ମିଳିଛି। ଚଳିତବର୍ଷ କଳାହାଣ୍ଡି ଜିଲାର ଲୋକେ ଏଥର ଆନନ୍ଦ ଓ ଉତ୍ସାହର ସହ ନୂଆଁଖାଇ ପର୍ବ ପାଳନ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଧାନଚାଷ ବିଳମ୍ବ ହୋଇଛି। ଫଳରେ ଜିଲାର ବିଭିନ୍ନ ଅଞ୍ଚଳରେ ନୂଆଁଖାଇ ପାଇଁ ସବୁଠି ନୂଅଁାଧାନ ମିଳୁନାହିଁ। କେବଳ ପାହାଡିଆ ଅଞ୍ଚଳରେ ନୂଆଁଧାନ ମିଳୁଛି। ଫଳରେ ନବାନ୍ନ ଭୋଗ ପାଇଁ ଲୋକେ ବିଭିନ୍ନ ବଜାରକୁ ଯାଇ ନୂଅଁାଧାନ କିଣିବାକୁ ବାଧ୍ୟ ହେଉଛନ୍ତି। ଗୋଟିଏ ଲେଖାଏଁ ଧାନ କେଣ୍ଡାକୁ ବିଭିନ୍ନ ବଜାରରେ ୧୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ ନବାନ୍ନ ଭୋଗ ଲଗାଇବା ଲାଗି ସରଗି, କଦଳୀ, କୁରେଇ, ସାରୁ, ଭଲିଆ, ମହୁଲ, ପଣସ, ଶିଆଲ ଆଦିପତ୍ର ବିଡା ଗତଥର ୫ଟଙ୍କା ଥିବା ବେଳେ ଏଥର ୧୦ ଟଙ୍କାରେ ବିକ୍ରି ହେଉଛି। ହାଟରେ ଯେଉଁ ନୂଆହାଣ୍ଡି ଆଗରେ ୧୦ ଟଙ୍କାରେ ମିଳୁଥିଲା ଏଥର ତାହା ୨୦ ଟଙ୍କାରେ ବିକ୍ରି ହେଉଛି। ରବିବାର ଜୁନାଗଡ ସାପ୍ତାହିକ ବଜାରରେ ନୂଆଁଖାଇ ସକାସେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ନବାନ୍ନ ଭକ୍ଷଣ ପାଇଁ ନୂଆଁ ଦନା, ନୂଆମାଟି ହାଣ୍ଡି, ନୂଆଧାନ ବିକ୍ରେତାଙ୍କ ପାଖରେ ଅଧିକ ଭିଡ ରହିଥିଲା। ଚାଷୀ ଅମଳ କରିଥିବା ନୂଅଁାଧାନକୁ ନୂଅଁାଖାଇରେ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବା ପରେ ନିଜେ ନୂଆଁ ଅର୍ଣ୍ଣ ଗ୍ରହଣ କରିଥାନ୍ତି। ଆକାଶ ଛୁଆଁ ପରିସ୍ଥିତି ସତ୍ତ୍ୱେ ବି ଲୋକେ ପରମ୍ପରାର ରକ୍ଷାଲାଗି ବାଧ୍ୟ ହୋଇ ଚଢାଦର ଦେଇ ବିଭିନ୍ନ ଜିନିଷ କିଣୁଥିବା ଦେଖିବାକୁ ମିଳିଛି। ଏପଟେ ଜିଲା ତଥା ରାଜ୍ୟ ବାହାରେ ରହୁଥିବା ବ୍ୟକ୍ତମାନେ ମଧ୍ୟ ଖୁସିରେ ପରିବାର ସହ ନୂଆଁଖାଇ ପାଳନ କରିବା ପାଇଁ ଘରକୁ ଆସୁଥିବା ଦେଖିବାକୁ ମିଳୁଛି। ସେହିପରି ଯେତେ ଅଭାବ ଅସୁବିଧା ଥିଲେ ବି ଧାରଉଧାର କରି ଏହି ବର୍ଷର ନୂଆଖାଇଁ ପର୍ବ ପାଳନ କରିବୁ ବୋଲି ଅଞ୍ଚଳବାସୀ କହୁଛନ୍ତି। ସାମାଜିକ ଭାଇଚାରା, ଜୁହାର ଭେଟ୍‌ ପରମ୍ପରାର ଏହି ନୂଆଁଖାଇ ପର୍ବ ଅଞ୍ଚଳବାସୀଙ୍କ ପାଇଁ ପାଳିବା ଚଳିତବର୍ଷ ପାଇଁ କଷ୍ଠସାଧ୍ୟ ହେଉଥିଲେ ମଧ୍ୟ ଆଗ୍ରହ କମି ନ ଥିବା ପରିଲକ୍ଷିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?