Posted inଫୁରସତ

ମୋହରିରରୁ ନୃତଶିଳ୍ପୀ

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]

କେତେବେଳେ ସେ ମୀରା ହୋଇ ଶ୍ରୀକୃଷ୍ଣଙ୍କୁ ଖୋଜନ୍ତି ତ ଆଉ କେତେବେଳେ କାଳୀ, ଅର୍ଦ୍ଧନାରୀଶ୍ୱର, ଶିବତାଣ୍ଡବ, ଶ୍ରୀକୃଷ୍ଣ ରାସରେ ଦର୍ଶକଙ୍କୁ ବିମୋହିତ କରନ୍ତି। ଆଉ ଏହି ସୁନ୍ଦର ନୃତ୍ୟାଭିନୟ ତାଙ୍କୁ ଜଣେ ଯୁବ ନୃତ୍ୟଶିଳ୍ପୀ ଭାବେ ଶ୍ରୀକ୍ଷେତ୍ର ମାଟିରେ ଏକ ସ୍ବତନ୍ତ୍ର ପରିଚୟ ଦେଇପାରିଛି। ସେ ହେଉଛନ୍ତି ପୁରୀ ଜିଲା ବ୍ରହ୍ମଗିରି ଗୌଡ଼ବନ୍ଧ ଗ୍ରାମର ଶାନ୍ତିଲତା ଓ ରାଜ କିଶୋର ପ୍ରଧାନଙ୍କ ପୁଅ ସନ୍ତୋଷ। ପିଲାବେଳୁ କଳା ପ୍ରତି ତାଙ୍କର ରୁଚି ରହିଥିଲା। ନୃତ୍ୟାଭିନୟ ଶିକ୍ଷା କରିବାକୁ ଆଗ୍ରହ ରହିଥିଲା। ତେବେ ରକ୍ଷଣଶୀଳ ପରିବାରରୁ ଆସିଥିବାରୁ ବାପା ରୋକଠୋକ୍‌ ମନା କରିଥିଲେ। ପିଲାବେଳୁ ଟିଭି ପରଦାରେ ଅନେକ ସ୍ବନାମଧନ୍ୟ ନୃତ୍ୟଶିଳ୍ପୀଙ୍କୁ ଦେଖି ଅଭ୍ୟାସ ଜାରି ରଖିଥିଲେ। କଲେଜ ଶିକ୍ଷା ପରେ ପୁରୀ କୋର୍ଟରେ ଓକିଲ ମନୋଜ ମହାପାତ୍ରଙ୍କ ନିକଟରେ ରହି କାମ କରୁଥିଲେ। ସେଠାରୁ ମୋହରିର କାମ ଆରମ୍ଭ କରିଥିଲେ। ତେବେ ପୁରୀରେ ରହିବା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରିବାର ସୁଯୋଗ ପାଇଲେ। ପିଲାବେଳୁ ରହିଥିବା ଆଗ୍ରହ ଯୁବାବସ୍ଥାରେ ଉଜ୍ଜୀବିତ ହୋଇଥିଲା। ସେ ପ୍ରଥମେ ନୃତ୍ୟଶିଳ୍ପୀ ରୂପଲତା ମହାନ୍ତିଙ୍କଠାରୁ ନୃତ୍ୟଶିକ୍ଷା ଆରମ୍ଭ କଲେ। ଧୀରେ ଧୀରେ ବିଭିନ୍ନ ମଞ୍ଚରେ ନୃତ୍ୟାଭିନୟ କରିବା ଦ୍ୱାରା ତାଙ୍କ ପ୍ରତିଭା ବିକଶିତ ହେବାକୁ ଲାଗିଲା। ଏହା ତାଙ୍କ ନିଶାରେ ପରିଣତ ହୋଇଯାଇଥିଲା। ଓଡ଼ିଶୀ ପାଇଁ ସେ ମୋହରିର କାମ ଛାଡ଼ି ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତିଙ୍କ ନିକଟରେ ନିୟମିତ ନୃତ୍ୟାଭ୍ୟାସ ଜାରି ରଖିଲେ। ତାଙ୍କ ସଂସ୍ପର୍ଶରେ ଆସିବା ପରେ ସନ୍ତୋଷଙ୍କ ନୃତ୍ୟାଭିନୟରେ ପରିପକ୍ୱତା ଆସିଥିଲା। ବିଭିନ୍ନ ମଞ୍ଚରେ ତାଙ୍କ ନୂପୁରର ରୁଣୁଝୁଣୁ ଝଙ୍କୁରିତ ହେବାରେ ଲାଗିଲା। ୨୦୧୬ରେ ପୁରୀରେ ଅନନ୍ୟା କଳା ମନ୍ଦିର ଗଠନ କରି ଓଡ଼ିଶୀ ପ୍ରତି ଆଗ୍ରହ ରଖୁଥିବା ଶିଶୁ ଏବଂ ଯୁବବର୍ଗଙ୍କୁ ନୃତ୍ୟଶିକ୍ଷା ଦେଉଛନ୍ତି। ଶ୍ରୀକ୍ଷେତ୍ରର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ରଥଯାତ୍ରା, ଚନ୍ଦନଯାତ୍ରା ସମୟରେ ଏକକ, ଦଳଗତ ନୃତ୍ୟାଭିନୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି। ଏଥିସହିତ ଓଡ଼ିଶା ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି। ଅନେକ ମଞ୍ଚ, ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହେବାର ଗୌରବ ହାସଲ କରିଛନ୍ତି। ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ରଙ୍ଗମଞ୍ଚ ଅନ୍ନପୂର୍ଣ୍ଣା, ରବୀନ୍ଦ୍ର ମଣ୍ଡପ, ଓଡ଼ିଶୀ ଗବେଷଣା କେନ୍ଦ୍ର ସମେତ ପ୍ରତିଷ୍ଠିତ ମଞ୍ଚ, ମହୋତ୍ସବରେ ଓଡ଼ିଶୀ ପରିବେଷଣ କରିବାର ସୁଯୋଗ ପାଇଛନ୍ତି। ଆଗକୁ ଓଡ଼ିଶୀ ଏବଂ ଅନ୍ୟାନ୍ୟ ପାରମ୍ପରିକ କଳାର ବିକାଶ ଲାଗି ଆଉ ଏକ ଏକାଡେମୀ ପ୍ରତିଷ୍ଠା ଲକ୍ଷ୍ୟ ରଖିଛନ୍ତି ସନ୍ତୋଷ।
– ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?