ମହରଗରୁ କାନ୍ତାରରେ

ଚାଇନାର ତିଆନ୍‌ଜିନ୍‌ଠାରେ ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ନେତାଙ୍କ ସମ୍ମିଳନୀ ୩୧ ଅଗଷ୍ଟ ୨୦୨୫ରେ ଆରମ୍ଭ ହୋଇଛି। ସମ୍ମିଳନୀ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଏକ ଘଣ୍ଟା ଧରି ଆଲୋଚନା କରିଛନ୍ତି। କଥାବାର୍ତ୍ତା ଲାଗି ୪୦ ମିନିଟ୍‌ ସମୟ ରହିଥିବା ବେଳେ ଦୁଇ ନେତା ଗପୁଗପୁ ଏକ ଘଣ୍ଟା ହୋଇଯାଇଥିବା ଭାରତୀୟ ଗଣମାଧ୍ୟମରୁ ଖବର ମିଳିଛି। ମନେପକାଇ ଦିଆଯାଇପାରେ ଯେ, ରୁଷିଆର କାଜାନଠାରେ ଗତବର୍ଷ ଅକ୍ଟୋବର ୨୩ରେ ହୋଇଥିବା ବ୍ରିକ୍ସ ଶିଖର ସମ୍ମିଳନୀ ପୃଷ୍ଠଭୂମିରେ ଉଭୟ ନେତା ପରସ୍ପରକୁ ଭେଟି ସୀମା ବିବାଦ ନେଇ ଆଲୋଚନା କରିଥିଲେ। ତେବେ ଜନସଂଖ୍ୟା ୨.୮ ବିଲିୟନ ଧାରଣ କରିଥିବା ଏହି ଦୁଇ ଦେଶର ଶୀର୍ଷ ନେତାଙ୍କ ଭେଟଘାଟ ଏବେ ଗୁରୁତ୍ୱ ବହନ କରିବାର ଏକାଧିକ କାରଣ ରହିଛି। ପ୍ରମୁଖ କାରଣ ହେଲା ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍‌ ଲଗାଇବା ପରେ ମୋଦି ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଛି। ଏହି ପରିପ୍ରେକ୍ଷୀରେ ବିଶ୍ୱର ପ୍ରାଚୀନ ଦୁଇ ପ୍ରାଚ୍ୟ ସଭ୍ୟତା ଚାଇନା ଓ ଭାରତ ମଧ୍ୟରେ ଦୀର୍ଘବର୍ଷ ହେବ ରହିଆସିଥିବା ଶତ୍ରୁତାରେ ମୋଦି ଓ ଜିନ୍‌ପିଙ୍ଗ୍‌ ଆଲୋଚନା କିଭଳି ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଯେଉଁ ବାଣିଜ୍ୟ ପ୍ରସଙ୍ଗକୁ ନେଇ ଗୋଟେ ବଡ଼ ଡିଲ୍‌ ହୋଇପାରେ ବୋଲି ଆଶା କରାଯାଉଥିଲା, କଥାବାର୍ତ୍ତାରୁ ସେଭଳି ଅଗ୍ରଗତି ହେଲା ଭଳି ପ୍ରତୀୟମାନ ହୋଇନାହିଁ। ମନେପଡ଼େ ୨୦୧୪ ସେପ୍ଟେମ୍ବରରେ ମୋଦି ଓ ଜିଙ୍ଗପିଙ୍ଗ୍‌ ଗୁଜରାଟର ଅହମଦାବାଦଠାରେ ଦୋଳି ଖେଳିବା ସହ ଅନେକ ବ୍ୟକ୍ତିଗତ ବନ୍ଧୁତ୍ୱ ପ୍ରଦର୍ଶନ କରିଥିଲେ। ଏହା ପରେ ଡୋକ୍‌ଲାମରେ ଭାରତ-ଚାଇନା ସେନା ମୁହାଁମୁହିଁ ହେବାରୁ ଏକପ୍ରକାର ଯୁଦ୍ଧ ସ୍ଥିତି ଦେଖାଦେଇଥିଲା, ଯାହା ପରେ ଭାରତ ଜମି ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲା। ସେହିପରି ୨୦୧୯ ଅକ୍ଟୋବରରେ ତାମିଲନାଡୁର ମହାବଳିପୁରମ୍‌ରେ ଉଭୟଙ୍କ ବନ୍ଧୁତ୍ୱ ଚର୍ଚ୍ଚାକୁ ଆସିଥିଲା। ତା’ର କିଛିମାସ ପରେ ୨୦୨୦ ଜୁନ୍‌ରେ ଗଲଓ୍ବାନ୍‌ରେ ୨୦ ଭାରତୀୟ ଯବାନଙ୍କୁ ଚାଇନା ସୈନ୍ୟ ହତ୍ୟା କରିଥିଲେ। ଏବେ ତିଆନଜିନ୍‌ଠାରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ଆଲୋଚନା ସୀମାରେ ଶାନ୍ତି ବଜାୟ ରଖିବା ସହ ପାରସ୍ପରିକ ବିଶ୍ୱାସ ବଢ଼ାଇବା ଓ ଦୀର୍ଘ ୫ ବର୍ଷ ପରେ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବା ବିଷୟ ସ୍ଥାନ ପାଇଛି। ଏହାର ବାସ୍ତବ ପ୍ରତିଫଳନ କେଉଁଭଳି ହେବ ତାହା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ।
ଆମେରିକାଠାରୁ ଭାରତ ମୁହଁ ଫେରାଇ ଚାଇନା ଆଡ଼କୁ ଢଳିବାକୁ ନେଇ ଆଶା କରାଯାଉଥିଲା ଯେ କିଛି ଗୋଟେ ବଡ଼ ବାଣିଜି୍ୟକ ଆଶ୍ୱାସନା ମିଳିପାରେ । କିନ୍ତୁ ଜଣାପଡ଼ିଛି, ଉଭୟେ ଦେଶ ଦ୍ୱିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି କରିବା ସହ ବାଣିଜି୍ୟକ ନିଅଣ୍ଟକୁ ହ୍ରାସ କରିବେ ବୋଲି କଥା ହୋଇଛନ୍ତି। ବିଶ୍ୱ ବାଣିଜ୍ୟରେ ସ୍ଥିରତା ଆଣିବା ଦିଗରେ ଚାଇନା ଓ ଭାରତର ଭୂମିକାକୁ ଜିନ୍‌ପିଙ୍ଗ ସ୍ବୀକୃତି ଦେଇଥିବା ବିଷୟ ଆଲୋଚନା ହୋଇଛି। ଚାଇନାର ଜଣେ କୂଟନୀତିଜ୍ଞ କହିଛନ୍ତି, ଆମେରିକା ଯେଉଁଭଳି ଭାବେ ଭାରତ ଉପରେ ଅତ୍ୟଧିକ ଟାରିଫ୍‌ ଲାଗୁ କରିଛି ସେହି ଦୃଷ୍ଟିରୁ ନୂଆଦିଲ୍ଲୀକୁ ବେଜିଂ ସମର୍ଥନ ଦେବ। ତେବେ ମନେରଖିବାକୁ ହେବ ଯେ, ଚାଇନା ନିଜ ସୀମା ବାହାରେ କୌଣସି ଶିଳ୍ପ ବସାଇବାର ନଜିର ନାହିଁ। କେବଳ ଭିତ୍ତିଭୂମି ଯଥା ପାଣିଜାହାଜ ପାଇଁ ବନ୍ଦର, ଓବର ଭଳି ଯୋଜନାରେ ରାସ୍ତା, ବିମାନବନ୍ଦର ଆଦିରେ ପୁଞ୍ଜି ବିନିଯୋଗ କରି ଚାଇନା ତା’ର ପ୍ରଭାବ ବିସ୍ତାର କରିଆସୁଛି। ସେଥିପାଇଁ ଆମେରିକା ସହିତ ଅପଡ଼ ହେବା ପରେ ଚାଇନା ସହିତ ବନ୍ଧୁତ୍ୱ କରିବା ଭାରତ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ଭାରତର କୂଟନୀତିରେ ଚାଇନାକୁ ନେଇ ୧୯୬୨ରୁ ଯେଉଁ ସନ୍ଦେହ ରହିଆସିଛି, ସେହି ସ୍ଥିତିରେ କୌଣସି ପରିବର୍ତ୍ତନ ଆସିଥିଲା ଭଳି ମନେହେଉନାହିଁ। ଆଜି ଯଦି ଚାଇନା କୋଳରେ ବସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଷ୍ପତ୍ତି ନିଅନ୍ତି, ତେବେ ତାହା ଭବିଷ୍ୟତରେ ଭାରତର ନିରାପତ୍ତାକୁ କ୍ଷୁଣ୍ଣ କରିପାରେ। ଯଦି ବାସ୍ତବରେ ଭାରତର ଅର୍ଥନୀତି ଶକ୍ତିଶାଳୀ ହେଉଛି ଏବଂ ୭.୮ ଜିଡିପି ଅଭିବୃଦ୍ଧି ଘଟିବା ସହିତ ଭାରତ ଏବେ ବିଶ୍ୱର ୪ର୍ଥ ବୃହତ୍‌ ଅର୍ଥନୀତି ହୋଇଗଲାଣି, ତେବେ କୌଣସି ପଡ଼ୋଶୀ ଦେଶର ବୋଲକରା ହେବା ପରିବର୍ତ୍ତେ ନିଜ ଗୋଡ଼ରେ ଛିଡ଼ା ହେବାପାଇଁ ଭାରତ ଉଦ୍ୟମ କରିବା ଦରକାର। ଏଠାରେ ମନେପଡ଼େ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମୁଲାୟମ ସିଂ ଯାଦବ ସଂସଦରେ ବାରମ୍ବାର ଦେଇଥିବା ଚେତାବନୀ। ତାଙ୍କ ପାର୍ଲାମେଣ୍ଟ ଭାଷଣରେ ସେ ଚାଇନାକୁ ଭାରତର ମୁଖ୍ୟ ଶତ୍ରୁ ଭାବେ ଦୋହରାଇଥିଲେ । ଏହା ପରେ ୧୯୯୮ରେ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ ପ୍ରତିରକ୍ଷାମନ୍ତ୍ରୀ ଥିବାବେଳେ ଚାଇନା ଭାରତର ଏକନମ୍ବର ଶତ୍ରୁ ବୋଲି ଆଖ୍ୟା ଦେଇଥିଲେ। ଇତିହାସକୁ ଦେଖିଲେ ପ୍ରତ୍ୟେକ ଥର ମୋଦି-ଜିନ୍‌ପିଙ୍ଗ୍‌ଙ୍କ ଭେଟ ହୋଇଛି, ତା’ପରେ ସାମରିକ ଅଘଟଣ ଘଟିଛି; ଯେଉଁଥିରେ ପ୍ରମାଣ ମିଳୁଛି ଯେ ଚାଇନା ତା’ର ବନ୍ଧୁତ୍ୱକୁ ଦୁଇପଇସାରେ ଖାତିର କରେନାହିଁ। ତଥାପି ସେହି ଦେଶରୁ ସବୁ ପ୍ରକାର ସାମଗ୍ରୀ ଭାରତକୁ ଆସିବାରେ ଲାଗିଛି ଏବଂ ଏଥିରେ କୌଣସି ରୋକ୍‌ ଲଗାଇଯାଇ ପାରୁନାହିଁ। ପରିସଂଖ୍ୟାନ ଦେଖିଲେ ଚାଇନା ସହ ଭାରତର ବାଣିଜି୍ୟକ ନିଅଣ୍ଟ ୯୯.୨ ବିଲିୟନ ଆମେରିକୀୟ ଡଲାର ରହିଛି। ଅର୍ଥାତ୍‌ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ରପ୍ତାନି ଚାଇନାକୁ ୧୪.୨୫ ବିଲିୟନ ଆମେରିକୀୟ ଡଲାର ରହିଥିବା ବେଳେ ଆମଦାନୀ ୧୧୩.୫ ବିଲିୟନ ଆମେରିକୀୟ ଡଲାର ରହିଛି। ଏହି ବିଶାଳ ବ୍ୟବଧାନ କମିବା ନେଇ କେତେ ବର୍ଷ ଲାଗିବ କହିବା ମୁସ୍କିଲ। କାରଣ ଚାଇନାର ଚରିତ୍ରକୁ ଦେଖିଲେ ଏହା ସର୍ବଦା ନିଜ ବ୍ୟବସାୟିକ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇଥାଏ। ଯୁଦ୍ଧ କିମ୍ବା ଅନ୍ୟାନ୍ୟ ସଂଘର୍ଷରେ ବେଶି ମୁଣ୍ଡ ନ ଖେଳାଇ କିଭଳି ତା’ର ସାମଗ୍ରୀ ସମଗ୍ର ବିଶ୍ୱବଜାରରେ ଜବରଦସ୍ତ ଉପଲବ୍ଧ ହେବ ସେହି ଦିଗରେ କାର୍ଯ୍ୟ କରୁଥାଏ। ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ଅନ୍ୟ ବାଣିଜି୍ୟକ ସହଯୋଗୀ ଖୋଜି ତା’ ସହ ଦୃଢ଼ ଆର୍ଥିକ ସମ୍ବନ୍ଧ ବାନ୍ଧିବା ଭାରତ ପାଇଁ କାଠିକର ପାଠ ହୋଇପଡ଼ିବ। ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରିବା ପରେ ଭାରତୀୟ ମୁଦ୍ରା ଆମେରିକୀୟ ଡଲାର ତୁଳନାରେ ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚତ୍ୟାଇଛି। ଏହାର ପ୍ରଭାବ ଭାରତର ଗୁରୁତ୍ୱପୂର୍ଣ୍ଣ ଆମଦାନୀ ଉପରେ ଦରବୃଦ୍ଧି ଭଳି ପ୍ରଭାବ ପକାଇବ। ଭାରତୀୟ ଟଙ୍କାକୁ ଯେଉଁଭଳି ବିମୁଦ୍ରୀକରଣ ପରେ ଦୁର୍ବଳ କରିଦିଆଯାଇଛି, ତାହା ଫଳରେ ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟ ଏବେ ଭାରତୀୟ ଟଙ୍କାରେ ଭାରତ ସହିତ ବ୍ୟବସାୟ କରିବାକୁ ଅମଙ୍ଗ ହେଉଛନ୍ତି। ଇତିମଧ୍ୟରେ ବୟନ, ଚିଙ୍ଗୁଡ଼ି, ଔଷଧୀୟ ସାମଗ୍ରୀ ରପ୍ତାନିକୁ କ୍ଷତି ପହଞ୍ଚତ୍ ସାରିଲାଣି। ଆଗକୁ ଏହାର ଭୟଙ୍କର ପ୍ରଭାବ ଅନ୍ୟାନ୍ୟ କ୍ଷେତ୍ର ଉପରେ ପଡ଼ିବା ଥୟ। ଯଦି ଭାରତର ଘରୋଇ ଆର୍ଥିକ ସମସ୍ୟାକୁ ଦେଖାଯାଏ, ନଭେମ୍ବର ୨୦୧୬ ବିମୁଦ୍ରୀକରଣ ଓ ୨୦୧୭ ଜୁଲାଇରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରଠାରୁ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପଗୁଡ଼ିକ ଉପରକୁ ଉଠିପାରି ନାହାନ୍ତି। ଯେଉଁ କେତୋଟି ମୁଣ୍ଡ ଟେକୁଥିଲେ ସେଗୁଡ଼ିକ ଟ୍ରମ୍ପ୍‌ ଟାରିଫ୍‌ରେ ଭୂପତିତ।
ଭାରତର ନେତୃତ୍ୱ ବିଶ୍ୱ ବହିର୍ବ୍ୟାପାର ଓ ବାଣିଜି୍ୟକ ନୀତିକୁ ଖୁବ୍‌ ହାଲୁକା ଭାବେ ଦେଖିବାରୁ ଆଜି ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଜର୍ମାନୀର ଏକ ଖବରକାଗଜ ଅନୁଯାୟୀ ନିକଟରେ ଟ୍ରମ୍ପ୍‌ଙ୍କ ୪ ଥର ଫୋନ୍‌ କଲ୍‌କୁ କାଳେ ମୋଦି ଉଠାଇ ନ ଥିଲେ। ଘଟଣା ସତ୍ୟ ହୋଇଥିଲେ ସାଂଘାତିକ। ବିଶ୍ୱବାସୀ ଜାଣିଛନ୍ତି ଟ୍ରମ୍ପ୍‌ ଜଣେ ଏକଜିଦିଆ ନେତା। ତାଙ୍କୁ ଯିଏ ଅମାନ୍ୟ କରିବେ ତାଙ୍କ ପ୍ରତି ପ୍ରତିଶୋଧପରାୟଣ ହେବା ଥୟ। ମୋଦିଙ୍କ ସହ ଟାରିଫ୍‌ ପ୍ରସଙ୍ଗରେ କଥା ହେବାକୁ ଆଶା ରଖି ଯଦି ସେ ଫୋନ୍‌ କରିଥିବେ ଓ ତାହା ସମ୍ଭବ ନ ହେବାରୁ ସ୍ଥିତି ବିଗିଡ଼ି ଯାଇଥିବା ଅନୁମାନ କରାଯାଇପାରେ। ଗୋଟେ ବଡ଼ ଆର୍ଥିକ ବିଶ୍ୱଶକ୍ତିକୁ କିଭଳି କୌଶଳକ୍ରମେ ପରିଚାଳନା କରିବା ହେବା କଥା ଭାରତର କୂଟନୀତି। ସେଥିରେ ବିଫଳ ହେବା ପରେ ଏବେ ଅନ୍ୟଆଡ଼େ ଥୋପ ପକାଇଲେ ହୁଏତ ତାହା ଖୁବ୍‌ଶୀଘ୍ର ଫଳ ଦେବ ବୋଲି କହି ହେବ ନାହିଁ। ବିଶେଷକରି ଚାଇନା ସହିତ କୌଣସି ପ୍ରକାର ବନ୍ଧୁତ୍ୱ ସୃଷ୍ଟି କରିବା ଭାରତ ପାଇଁ ନିଶ୍ଚିତ ଭାବେ କ୍ଷତିକାରକ ହେବ। ଓଡ଼ିଆରେ ଢଗ ଅଛି-‘ମହରଗରୁ ଯାଇ କାନ୍ତାରରେ ପଡ଼ିବା’। ଭାରତର ଅବସ୍ଥା ବର୍ତ୍ତମାନ ସେଇଆ।


Enter your email to get our daily news in your inbox.

All Right Reserved By Dharitri.Com

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ମୋଦି-ଜିନ୍‌ପିଙ୍ଗ୍‌ ଦ୍ୱିପାକ୍ଷିକ ବୈଠକ: ଚାଇନା ଭାରତ ସହ ତା’ର…

ନୂଆଦିଲ୍ଲୀ,୧୨ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ…

ବ୍ରିକ୍ସ ଘୋଷଣାପତ୍ରରେ ଏକପାଖିଆ ଯୁଦ୍ଧକୁ ନିନ୍ଦା, ଭାରତର ବଡ଼ କୂଟନୈତିକ ବିଜୟ କହି…

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?