ହିଞ୍ଜିଳିରୁ ଆନ୍ତଃ ଜିଲା ଗାଡ଼ି ଚୋର ର଼୍ୟାକେଟ ଠାବ : ୩ ଅଭିଯୁକ୍ତ ଗିରଫ

ପୁରୁଷୋତ୍ତମପୁର,୧୧ା୧୧(ଡି.ଏନ.ଏ.): ପୁରୁଷୋତ୍ତମପୁର ପୋଲିସ ହିଞ୍ଜିଳି ନୂଆଁଗଡ ଶିବ ମନ୍ଦିର ନିକଟରୁ ଏକ ଆନ୍ତଃ ଜିଲା ଗାଡିଚୋର ର଼୍ୟାକେଟକୁ ଠାବ କରିଛି। ଏହି ଘଟଣାରେ ହିଞ୍ଜିଳି ଥାନା ସାହିର ତ୍ରିନାଥ ସାହୁ (୨୨), ଉମାକାନ୍ତ ସାହୁ (୩୪) ଓ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗିର ବୁଲୁ ଓରଫ କାମରାଜୁ ମୁନୀ(୩୮)ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାକୁ ନେଇ ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ ଏବଂ ଆଇଆଇସି ପୀୟୂଷ ରଞ୍ଜନ ଛୋଟରାୟ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମୋରାବାଇ ଗ୍ରାମର ନିର୍ମଳ ଚନ୍ଦ୍ର ସାହୁଙ୍କ ରାସ୍ତା ନିର୍ମାଣରେ ବ୍ୟବହୃତ ଏକ ରୋଲର ଗାଡି ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପାଣ୍ଡିଆ ଗ୍ରାମରେ ରଖିଥିବା ବେଳେ ତାହାକୁ ସୋମବାର ମଧ୍ୟ ରାତିରେ ଦୁର୍ବୃତ୍ତତମାନେ ଚୋରିକରି ନେଇଯାଇଥିଲେ। ଏଥିନେଇ ଚୋରି ଘଟଣା ସମ୍ପର୍କରେ ସେ ସିସି ଟିଭି ମାଧ୍ୟମରେ ଦେଖିପାଇ ମଙ୍ଗଳବାର ଥାନାରେ ଅଭିଯୋଗ କରିଥିଲେ। ନଂ ୬୬୯/୨୨ରେ ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲେ। ଏହି ତଦନ୍ତରେ ସିସିଟିଭିରେ ଗାଡି ଚୋରି ସମୟରେ କଏଦ ହୋଇଥିବା ଟ୍ରକ, ଦୁଇ ଗୋଟି ହାଇଡ୍ରା କ୍ରେଇନ ଓ ବାଇକ୍‌ ନମ୍ବରକୁ ଯାଞ୍ଚ କରି ଖୋଳତାଡ ଆରମ୍ଭ କରିଥିଲା। ଯାହାକି ହିଞ୍ଜଳି ସହର ମଧ୍ୟସ୍ଥ ନୂଆଁଗଡରେ ଥିବା ଏକ କବାଡିଆ ଦୋକାନରେ ଏହି ରୋଲରକୁ ବିକ୍ରି କରାଯାଇଥିବାର ପୋଲିସ ସୂଚନା ପାଇଥିଲେ ଓ ସେହି କବାଡି ଦୋକାନୀରେ ଚଢାଉ ବେଳେ ରୋଲରଟିକୁ କାଟି ଖଣ୍ଡ ଖଣ୍ଡ କରି ପକାଇଥିବା ଅବସ୍ଥାରେ ଦେଖିବାକୁ ପାଇ ପୋଲିସ ତାହାକୁ ଜବତ କରିଥିଲା। ଯାହାକି ଗଞ୍ଜାମ ଜିଲାର ପୁରୁଷୋତ୍ତମ ପୁର ସମେତ କବିସୂର୍ଯ୍ୟନଗର, କୋଦଳା, ଚମାଖଣ୍ଡି, ଆସିକା, ରମ୍ଭା, ଗଞ୍ଜାମ ଓ ହିଞ୍ଜିଳି ଥାନା ଅଞ୍ଚଳରୁ ୧୩ ବିଭିନ୍ନ ପ୍ରକାର ଗାଡି ଚୋରି ନେଇ କେସ ହୋଇଛି। ଏହି ଗାଡଗୁଡ଼ିକୁ ଚୋରାଇ ଆଣି ତାହାକୁ ଏଠାରେ କାଟି ଖଣ୍ଡ ଖଣ୍ଡ କରି ବିକ୍ରି କରିବାରେ ଲାଗିଛନ୍ତି। ଏପରିକି ଜିଲା ବାହାରୁ ମଧ୍ୟ କିଛି ଗାଡି ଚୋରାଇ ଆଣିଥିବାର ମଧ୍ୟ ସୂଚନା ମିଳିଛି। ଏହାକୁ ନେଇ ଆହୁରି ଅଧିକ ତଦନ୍ତ ଚାଲିଛି। ଏହି ଚୋରିରେ ବ୍ୟବହୃତ ଦୁଇ ଗୋଟି ହାଇଡ୍ରା କ୍ରେନ (ନଂ ଓଡି ୦୭ ଏଜେ ୭୭୫୫, ଓଡି ୦୭ ଏଏନ ୦୫୩୫), ମୋଟରସାଇକେଲ (ନଂ ଓଡି ୩୨ଏ୭୮୨୪)କୁ ଜବତ କରିବା ସହ ୩ ଡାଲା ଅଟୋକୁ ଜବତ କରାଯାଇଛି। ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା ବିଭିନ୍ନ ଗାଡିର ବହୁ ଯନ୍ତ୍ରାଂଶ ସହ ଗାଡିଗୁଡିକୁ କାଟିବା ଲାଗି ବ୍ୟବହୃତ କରାଯାଉଥିବା ଗ୍ୟାସକଟର, ଗ୍ୟାସ ସିଲିଣ୍ଡର, ଯନ୍ତ୍ରପାତିକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାମାନର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଗିରଫ କରିବା ଲାଗି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

ଇନଷ୍ଟାଗ୍ରାମ୍ ପ୍ରେମିକଙ୍କ ସହ ବିବାହ କରିବାକୁ ରାଜି ହେଲେନି ମା’; ଏମିତି ହତ୍ୟା କଲେ ଝିଅ, ଶୁଣିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୭ା୧୦: ହରିୟାଣାର ସୋନିପତରୁ ଆସିଛି ଛାତିଥରା ଘଟଣା।ଇନଷ୍ଟାଗ୍ରାମ୍‌ରେ ହୋଇଥିବା ପ୍ରେମ ଓ ବିବାହ କରିବାକୁ ନେଇ ମା’ ପ୍ରତିବନ୍ଧକ ସାଜିବାରୁ ନିଜ ପ୍ରେମିକ ସହ ମିଶି ମା’ଙ୍କୁ…

ଘର ଦୋହଲିଲା, ଟିଭି ଭାଙ୍ଗିଲା! ଗାଁଲୋକଙ୍କ ଅଭିଯୋଗ ପରେ ବେଆଇନ ପଥର ଖାଦାନ ଉପରେ ଚଢ଼ାଉ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଆଙ୍କୋରଡ଼ା ମୌଜା ବଡ଼ଢ଼ିମିରା ପାହାଡ଼ରେ ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ ଅଭିଯୋଗ ହୋଇଛି। ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?