ହିଞ୍ଜିଳିରୁ ଆନ୍ତଃ ଜିଲା ଗାଡ଼ି ଚୋର ର଼୍ୟାକେଟ ଠାବ : ୩ ଅଭିଯୁକ୍ତ ଗିରଫ

ପୁରୁଷୋତ୍ତମପୁର,୧୧ା୧୧(ଡି.ଏନ.ଏ.): ପୁରୁଷୋତ୍ତମପୁର ପୋଲିସ ହିଞ୍ଜିଳି ନୂଆଁଗଡ ଶିବ ମନ୍ଦିର ନିକଟରୁ ଏକ ଆନ୍ତଃ ଜିଲା ଗାଡିଚୋର ର଼୍ୟାକେଟକୁ ଠାବ କରିଛି। ଏହି ଘଟଣାରେ ହିଞ୍ଜିଳି ଥାନା ସାହିର ତ୍ରିନାଥ ସାହୁ (୨୨), ଉମାକାନ୍ତ ସାହୁ (୩୪) ଓ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗିର ବୁଲୁ ଓରଫ କାମରାଜୁ ମୁନୀ(୩୮)ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାକୁ ନେଇ ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ ଏବଂ ଆଇଆଇସି ପୀୟୂଷ ରଞ୍ଜନ ଛୋଟରାୟ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମୋରାବାଇ ଗ୍ରାମର ନିର୍ମଳ ଚନ୍ଦ୍ର ସାହୁଙ୍କ ରାସ୍ତା ନିର୍ମାଣରେ ବ୍ୟବହୃତ ଏକ ରୋଲର ଗାଡି ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପାଣ୍ଡିଆ ଗ୍ରାମରେ ରଖିଥିବା ବେଳେ ତାହାକୁ ସୋମବାର ମଧ୍ୟ ରାତିରେ ଦୁର୍ବୃତ୍ତତମାନେ ଚୋରିକରି ନେଇଯାଇଥିଲେ। ଏଥିନେଇ ଚୋରି ଘଟଣା ସମ୍ପର୍କରେ ସେ ସିସି ଟିଭି ମାଧ୍ୟମରେ ଦେଖିପାଇ ମଙ୍ଗଳବାର ଥାନାରେ ଅଭିଯୋଗ କରିଥିଲେ। ନଂ ୬୬୯/୨୨ରେ ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲେ। ଏହି ତଦନ୍ତରେ ସିସିଟିଭିରେ ଗାଡି ଚୋରି ସମୟରେ କଏଦ ହୋଇଥିବା ଟ୍ରକ, ଦୁଇ ଗୋଟି ହାଇଡ୍ରା କ୍ରେଇନ ଓ ବାଇକ୍‌ ନମ୍ବରକୁ ଯାଞ୍ଚ କରି ଖୋଳତାଡ ଆରମ୍ଭ କରିଥିଲା। ଯାହାକି ହିଞ୍ଜଳି ସହର ମଧ୍ୟସ୍ଥ ନୂଆଁଗଡରେ ଥିବା ଏକ କବାଡିଆ ଦୋକାନରେ ଏହି ରୋଲରକୁ ବିକ୍ରି କରାଯାଇଥିବାର ପୋଲିସ ସୂଚନା ପାଇଥିଲେ ଓ ସେହି କବାଡି ଦୋକାନୀରେ ଚଢାଉ ବେଳେ ରୋଲରଟିକୁ କାଟି ଖଣ୍ଡ ଖଣ୍ଡ କରି ପକାଇଥିବା ଅବସ୍ଥାରେ ଦେଖିବାକୁ ପାଇ ପୋଲିସ ତାହାକୁ ଜବତ କରିଥିଲା। ଯାହାକି ଗଞ୍ଜାମ ଜିଲାର ପୁରୁଷୋତ୍ତମ ପୁର ସମେତ କବିସୂର୍ଯ୍ୟନଗର, କୋଦଳା, ଚମାଖଣ୍ଡି, ଆସିକା, ରମ୍ଭା, ଗଞ୍ଜାମ ଓ ହିଞ୍ଜିଳି ଥାନା ଅଞ୍ଚଳରୁ ୧୩ ବିଭିନ୍ନ ପ୍ରକାର ଗାଡି ଚୋରି ନେଇ କେସ ହୋଇଛି। ଏହି ଗାଡଗୁଡ଼ିକୁ ଚୋରାଇ ଆଣି ତାହାକୁ ଏଠାରେ କାଟି ଖଣ୍ଡ ଖଣ୍ଡ କରି ବିକ୍ରି କରିବାରେ ଲାଗିଛନ୍ତି। ଏପରିକି ଜିଲା ବାହାରୁ ମଧ୍ୟ କିଛି ଗାଡି ଚୋରାଇ ଆଣିଥିବାର ମଧ୍ୟ ସୂଚନା ମିଳିଛି। ଏହାକୁ ନେଇ ଆହୁରି ଅଧିକ ତଦନ୍ତ ଚାଲିଛି। ଏହି ଚୋରିରେ ବ୍ୟବହୃତ ଦୁଇ ଗୋଟି ହାଇଡ୍ରା କ୍ରେନ (ନଂ ଓଡି ୦୭ ଏଜେ ୭୭୫୫, ଓଡି ୦୭ ଏଏନ ୦୫୩୫), ମୋଟରସାଇକେଲ (ନଂ ଓଡି ୩୨ଏ୭୮୨୪)କୁ ଜବତ କରିବା ସହ ୩ ଡାଲା ଅଟୋକୁ ଜବତ କରାଯାଇଛି। ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା ବିଭିନ୍ନ ଗାଡିର ବହୁ ଯନ୍ତ୍ରାଂଶ ସହ ଗାଡିଗୁଡିକୁ କାଟିବା ଲାଗି ବ୍ୟବହୃତ କରାଯାଉଥିବା ଗ୍ୟାସକଟର, ଗ୍ୟାସ ସିଲିଣ୍ଡର, ଯନ୍ତ୍ରପାତିକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାମାନର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଗିରଫ କରିବା ଲାଗି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri