ନୀଳରକ୍ତରୁ ଦାମୀ ଔଷଧ, କଙ୍କଡ଼ା ବିଲୁପ୍ତପ୍ରାୟ

ବାଲେଶ୍ୱର ଅଫିସ,୧୫।୫:ଜଳଜୀବ ଉପକାରୀ କଙ୍କଡ଼ା (ନୀଳରକ୍ତ କଙ୍କଡ଼ା) କେବଳ ଆମେରିକା ଓ ଏସିଆ ମହାଦେଶରେ ହିଁ ଦେଖିବାକୁ ମିଳିଥାନ୍ତି। ଏହା ୪ପ୍ରଜାତିର ହୋଇଥିବାବେଳେ ଭାରତରେ ଦୁଇ ପ୍ରଜାତିର ଦେଖାଯାଇଥାନ୍ତି। ବିଶେଷକରି ନୀଳରକ୍ତ କଙ୍କଡ଼ା ବଙ୍ଗୋପସାଗର ଉପକୂଳରେ ବିଶେଷଭାବେ ଦେଖିବାକୁ ମିଳିଥାଏ। ନଦୀ ଓ ସମୁଦ୍ରର ମିଶ୍ରଣ ସ୍ଥାନ ଯଥା ପଶ୍ଚିମବଙ୍ଗର ସୁନ୍ଦରବନ, ଦୀଘା ଏବଂ ଓଡ଼ିଶାର ଉଦୟପୁର, ତାଳସାରୀ, ବିଚିତ୍ରପୁର, ଦୁବୁଲାଗଡ଼ି, ବଳରାମଗଡ଼ି, ଖଣ୍ଡିଆ ମୁହାଣ, ଖପରା ମୁହାଣ ସମେତ ଭିତରକନିକାରେ ମଧ୍ୟ ନୀଳରକ୍ତ କଙ୍କଡ଼ା ଦେଖା ଯାଇଥାନ୍ତି। ସ୍ତ୍ରୀ ଓ ପୁରୁଷ ଯୋଡ଼ି ହୋଇ ନଦୀ ମୁହାଣଗୁଡ଼ିକରେ ନରମ ବାଲୁକା ଶଯ୍ୟାରେ ଅଣ୍ଡା ଦେବାକୁ ଆସିଥାନ୍ତି। ସ୍ଥାନୀୟ ଲୋକେ ଏଗୁଡ଼ିକୁ ଲକ୍ଷ୍ମଣ ପାତିଆ, କାଙ୍କ, କକୁଆ, ଟେଳୀ, ରାମଲିଖନ ମଧ୍ୟ କୁହନ୍ତି। ଏହାର ରକ୍ତ ନୀଳବର୍ଣ୍ଣର ହୋଇଥିବାରୁ ଏହାକୁ ନୀଳରକ୍ତ କଙ୍କଡ଼ା କୁହାଯାଏ। ଦେଖିବାକୁ ଅଶ୍ୱଖୁରା କୃତି ଭଳି ହୋଇଥିବାରୁ ଏହାର ବୈଜ୍ଞାନିକ ନାମ ‘ହର୍ସ ସୁ କ୍ରାବ’। ଆମେରିକାରୁ ମିଳିଥିବା ତଥ୍ୟରୁ ନୀଳରକ୍ତ କଙ୍କଡ଼ାର ରକ୍ତକୁ ପରୀକ୍ଷା କରି ବହୁ ମୂଲ୍ୟବାନ ଔଷଧୀୟ ଗୁଣ ମିଳିଛି, ଯାହା ମାନବଜାତିର ମଙ୍ଗଳ ପାଇଁ କାର୍ଯ୍ୟରେ ଲାଗୁଛି। ବିଶ୍ୱରେ ଏହା ଉପରେ ଗବେଷଣା ଜାରି ରହିଛି। ବହୁ ପୂର୍ବରୁ ଆମେରିକା, ଚାଇନା, ଜାପାନ, ଇଣ୍ଡୋନେସିଆ ଆଦି ଦେଶରେ ଏହି ନୀଳରକ୍ତ କଙ୍କଡ଼ା ଉପରେ ଗବେଷଣା ଆରମ୍ଭ ହୋଇଥିବା ବେଳେ ଭାରତରେ ପ୍ରାୟ ୮୦ଦଶକରୁ ଗବେଷଣା ଚାଲିଛି। ଏହାର ପ୍ରମୁଖ ଭୂମିକା ଡ. ଅନିଲ ଚାଟାର୍ଜୀ ନେଇଥିବାବେଳେ ଓଡ଼ିଶାରେ ପ୍ରଫେସର ଡ. ଜୟନ୍ତ କୁମାର ମିଶ୍ର ଗବେଷଣା ଆରମ୍ଭ କରିଛନ୍ତି। ଆଧିୁନିକ ଚିକିତ୍ସା ବିଜ୍ଞାନର ଅଗ୍ରଗତିରେ ଏହି କଙ୍କଡ଼ା ବିଶେଷ ସହାୟକ ହୋଇଛି। ଏଣ୍ଡୋଟକ୍ସିନ୍‌ ଚିହ୍ନରେ ଏହାର ରକ୍ତକୁ ବ୍ୟବହାର କରାଯାଇଥାଏ। ଏଣ୍ଡୋଟକ୍ସିନ ହେଉଛି ବ୍ୟାକ୍ଟେରିଆରେ ଥିବା ବିଷାକ୍ତ ପଦାର୍ଥ, ତେଣୁ ଇଞ୍ଜେକ୍ସନ ନେଇଥିବା କିମ୍ବା ଅସ୍ତ୍ରୋପଚାର କରିଥିବା ବ୍ୟକ୍ତିଙ୍କ ଶରୀରରେ ନୀଳ କଙ୍କଡ଼ାର ରକ୍ତର ପ୍ରୟୋଗ ତାଙ୍କୁ ବିପଦମୁକ୍ତ କରିଥାଏ। ହେଲେ ଏହି କଙ୍କଡ଼ାର ରକ୍ତକୁ ଔଷଧୀୟ ବ୍ୟବହାର ପାଇଁ ଅଧିକରୁ ଅଧିକ କଢ଼ା ଯିବା ଯୋଗୁ ଏହା ବିଲୁପ୍ତପ୍ରାୟ ଅବସ୍ଥାକୁ ଚାଲିଆସିବାର ପ୍ରମୁଖ କାରଣ ସାଜିଛି।
ବର୍ତ୍ତମାନ ସମୟରେ ଓଡ଼ିଶାର ଉଦୟପୁର ପାଖରୁ ଧାମରା ନଦୀ ମୁହାଣରେ ଆଗଭଳି ନୀଳରକ୍ତ କଙ୍କଡ଼ା ଦେଖିବାକୁ ମିଳୁ ନାହଁି। ଆଗରୁ ମୁହାଣଗୁଡ଼ିକରେ ମାଛ ଧରିବା ପାଇଁ ଲଞ୍ଚ, ଟ୍ରଲର, ନୌକା ନ ଥିଲା। ସେତେବେଳେ ସେମାନେ ସୁବିଧାରେ ନଦୀ ମୁହାଣକୁ ଆସି ଅଣ୍ଡା ଦେଇ ବଂଶ ବିସ୍ତାର କରିପାରୁଥିଲେ। ଏବେ ସଚେତନତା ଅଭାବରୁ ମତ୍ସ୍ୟଜୀବୀମାନଙ୍କ ବିଭିନ୍ନ ପ୍ରକାରର ମାଛ ଧରା ଜାଲରେ ପଡ଼ି ମରୁଛନ୍ତି। ଅଧିକ ନୀଳରକ୍ତ କଙ୍କଡ଼ା ମତ୍ସ୍ୟଜୀବୀଙ୍କ ଜାଲରେ ମରୁଥିବା ବେଳେ କୁକୁର, କାଉ, ଗୋରୁ ଓ ମଇଁଷିଙ୍କ ଖୁରା ଇତ୍ୟାଦି ଦ୍ୱାରା ମୃତ୍ୟୁମୁଖରେ ପଡ଼ିବା ସହ ସେମାନଙ୍କ ଅଣ୍ଡା ମଧ୍ୟ ନଷ୍ଟ ହୋଇଯାଉଛି। ଏମାନଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବା ସହ ଅଧିକ ଗବେଷଣା ଆବଶ୍ୟକ।
‘ଆସୋସିଏଶନ୍‌ ଫର୍‌ ବାୟୋଡାଇଭର୍‌ସିଟି କଞ୍ଜର୍ଭେସନ୍‌’ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରତିଷ୍ଠାତା ଗବେଷକ ଡ. ସିଦ୍ଧାର୍ଥ ପତି କହନ୍ତି, ନୀଳରକ୍ତ କଙ୍କଡ଼ା ଦେଉଥିବା ଅଣ୍ଡାରେ ଥିବା ଲିକ୍ୟୁଇଡ୍‌ (ଫ୍ଲୁଇଟ୍‌) କୁ ପେରିଭିଟିଲାଇନ୍‌ କୁହାଯାଏ। ଏହି ପେରିଭିଟିଲାଇନ୍‌ କ୍ୟାନ୍‌ସର ଭଳି ମାରାମତ୍କ ରୋଗର ଜୀବାଣୁକୁ ରୋକିବାରେ ସମର୍ଥ ହୋଇଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ମାଛଙ୍କ ପ୍ରଜନନର ଦକ୍ଷତା ବଢ଼ାଇବା ପାଇଁ ଏହି ପେରିଭିଟିଲାଇନ୍‌ ବେଶ୍‌ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ। ବରିଷ୍ଠ ଗବେଷକ ଡ. ବିଷ୍ଣୁପ୍ରସାଦ ଦାସଙ୍କ ମତରେ ନୀଳରକ୍ତ କଙ୍କଡ଼ା ନିଜର ବଂଶ ବୃଦ୍ଧି ପାଇଁ ନଦୀମୁହାଣକୁ ଆସନ୍ତି। ନୀଳରକ୍ତ କଙ୍କଡ଼ାର ଅବସ୍ଥିତି ଉକ୍ତ ଅଞ୍ଚଳର ସୁସ୍ଥ ଜଳଭାଗର ନିଦର୍ଶନ ଭାବରେ ଗ୍ରହଣ କରାଯାଏ। ସାମୁଦ୍ରିକ ଜୀବଗୁଡ଼ିକର ଉତ୍ତମ ସ୍ଥିତି ଓ ଖାଦ୍ୟ ଶୃଙ୍ଖଳା ରକ୍ଷା କରିବାରେ ନୀଳରକ୍ତ କଙ୍କଡ଼ାଙ୍କର ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ। ଶିଳ୍ପୀ କେଶୁଦାସଙ୍କ ମତରେ, ଛୋଟ ବେଳେ ନଦୀ ମୁହାଣ ଓ ଆଖପାଖ ସମୁଦ୍ରକୂଳରେ ଅସଂଖ୍ୟ ନୀଳରକ୍ତ କଙ୍କଡ଼ା ଦେଖିବାକୁ ମିଳୁଥିଲା। ଏବେ ପ୍ରାୟ ବିଲୁପ୍ତ। ବିଭିନ୍ନ ସାମାଜିକ ଅନୁଷ୍ଠାନ, ସରକାରୀ ତଥା ବେସରକାରୀ କ୍ଷେତ୍ରରେ ନୀଳରକ୍ତ କଙ୍କଡ଼ାକୁ ବଞ୍ଚାଇ ରଖିବା ପାଇଁ ସଚେତନତା ସହ ସ୍ଥାନୀୟ ଲୋକ ଓ ମତ୍ସ୍ୟଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ପ୍ରକାଶ କରିଛନ୍ତି।

ମାନସ ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri