ଅମିତାଭଙ୍କ ସହ ସନ୍ଧ୍ୟା କାଟିବା ପାଇଁ ଚାହୁଁଥିଲେ ରେଖା, ହାତରୁ ଚାଲିଯାଇଥିଲା ଏହି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ଏବଂ ରେଖାଙ୍କ ଯୋଡ଼ିକୁ କିଏ ବା ନ ଜାଣେ। ‘ମୁକଦ୍ଦର କା ସିକନ୍ଦର’ରୁ ‘ସିଲସିଲା’ ପର୍ଯ୍ୟନ୍ତ ଏହି ଯୋଡ଼ିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏହି ଯୋଡ଼ିଙ୍କ ଫିଲ୍ମ ଆସିବା ମାତ୍ରେ ବକ୍ସ ଅଫିସରେ ହିଟ୍‌ ହେଉଥିଲା। ଯଦିଓ ଏହି ଯୋଡ଼ି ଏବେ ଆଉ ଫିଲ୍ମରେ ଆସୁନାହାନ୍ତି ତଥାପି ତାଙ୍କ ଲୋକପ୍ରିୟତାକୁ ଦର୍ଶକ ବେଶ୍‌ ଭଲ ଭାବେ ଅନୁଭବ କରନ୍ତି।

୭୦ ଦଶକରେ ରେଖା-ଅମିତାଭ ସେମାନଙ୍କ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥିଲେ। ଅନ୍ୟ ପଟେ, ଉଭୟ ନିଜ ପ୍ରେମ-ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଚର୍ଚ୍ଚାକୁ ଆସୁଥିଲେ। ବିବାହ ସତ୍ତ୍ୱେ ରେଖାଙ୍କ ସହିତ ଅମିତାଭଙ୍କ ନାମ ଯୋଡ଼ି ହୋଇଥିଲା। ଆଜି ବି ସେମାନଙ୍କ ସମ୍ପର୍କ ସମ୍ବନ୍ଧୀୟ କାହାଣୀ ଲୋକଙ୍କଠାରୁ ଶୁଣିବାକୁ ମିଳେ। ଆଜି ଦୁହିଁଙ୍କୁ ନେଇ ଏମିତି ଏକ କଥା ଅଛି ଯାହା ଖୁବ୍‌ କମ୍‌ ଲୋକ ଜାଣିଥିବେ।

Rekha Wanted To Change Her Shift To Spend Time With Amitabh Bachchan |  Bollywood Kisse: जब अमिताभ के साथ वक्त बिताने के लिए रेखा बदलवाना चाहती थीं  अपनी शिफ्ट, डायरेक्टर ने किया

ନିର୍ଦ୍ଦେଶକ ରଣଜିତ ଏକଥା ଏକ ସାକ୍ଷାତକାରରେ କହିଥିଲେ। ସେ କହିଥିଲେ, ‘ସାଓ୍ବନ ଭାଦୋ’ ଫିଲ୍ମରୁ ପ୍ରଥମ ଶୁଟ୍‌ରୁ ମୁଁ ଏବଂ ରେଖା ବହୁତ ଭଲ ବନ୍ଧୁ ହୋଇଥିଲୁ। ଯେତେବେଳେ ମୁଁ ଫିଲ୍ମ ‘କାରନାମା’ ପାଇଁ ରେଖାଙ୍କୁ ଅଫର୍‌ କଲି, ସେ ଫିଲ୍ମ କରିବାକୁ ପ୍ରସ୍ତୁତ ଥିଲେ। ପରେ ଯେତେବେଳେ ଫିଲ୍ମର ପ୍ରଥମ କାର୍ଯ୍ୟସୂଚୀ ସନ୍ଧ୍ୟାରେ ରଖାଗଲା, ରେଖା ସମସ୍ୟାର ସମ୍ମୁଖୀନ ହେବାକୁ ଲାଗିଲେ। ରଣଜିତଙ୍କ ଅନୁଯାୟୀ, ରେଖା ତାଙ୍କୁ ଡାକି ପଚାରିଥିଲେ ଯେ, ମୁଁ ଅମିତାଭ ବଚ୍ଚନଙ୍କ ସହ ସନ୍ଧ୍ୟା ବିତାଇବାକୁ ଚାହୁଁଥିବାରୁ ମୁଁ ସକାଳେ ଶୁଟିଂ ଜାରି ରଖିବି କି? ଏହା ପରେ ରଣଜିତ ତାଙ୍କୁ ବହୁତ ବୁଝାଇଥିଲେ। ମାତ୍ର ରେଖା ରାଜି ହୋଇ ନ ଥିଲେ। ଯେଉଁଥିପାଇଁ ତାଙ୍କୁ ଏହି ଫିଲ୍ମ ଛାଡ଼ିବାକୁ ପଡ଼ିଥିଲା। ପରେ ଫରାହ, କିମି ଏବଂ ବିନୋଦ ଖାନ୍ନାଙ୍କୁ ନେଇ ଫିଲ୍ମ କରିବାକୁ ପଡ଼ିଥିଲା ରଣଜିତଙ୍କୁ। ଖାଲି ଏତିକି ନୁହେଁ, ରେଖା ସାଇନ୍‌ କରିବା ସମୟରେ ନେଇଥିବା ଟଙ୍କା ବି ଫେରାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri