ଅଗଷ୍ଟ ପହିଲାରୁ ଏସବୁ ରାଶିର ଚମକିବ ଭାଗ୍ୟ: ବଢ଼ିବ ବ୍ୟାଙ୍କ ବାଲାନ୍ସ, ମାନ ସମ୍ମାନ, ଚାକିରିରେ ପଦୋନ୍ନତି ସହ…

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ, ଯିଏକି ପ୍ରାୟ ୨୬ ଦିନରେ ରାଶି ପରିବର୍ତ୍ତନ କରିଥାନ୍ତି। ଏହି ସମୟରେ ସେ ଅନ୍ୟ କୌଣସି ଗ୍ରହ ସହ ମିଶି ଶୁଭ ଯୋଗ ସୃଷ୍ଟି କରିଥାନ୍ତି। ଏବେ ଶୁକ୍ର ବୁଧର ରାଶି ମିଥୁନରେ ବିରାଜମାନ। ଏଠାରେ ପୂର୍ବରୁ ଗୁରୁ ବୃହସ୍ପତି ଅଛନ୍ତି। ଏମିତିରେ ଉଭୟ ଗ୍ରହଙ୍କ ମିଳନରେ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେଉଛି। ଏଣୁ ଅଗଷ୍ଟ ପହିଲାରୁ ଶୁକ୍ର ଶୁଭ ଯୋଗ ସୃଷ୍ଟି ହେଉଛି, ଫଳରେ ଏହି ୩ ରାଶିର ଭାଗ୍ୟ ଚମକିବ। ଆସନ୍ତୁ ଜାଣିବା…

ମିଥୁନ ରାଶି:
ଏହି ରାଶିର ଜାତକଧାରୀଙ୍କ ପାଇଁ ଶୁକ୍ରଙ୍କ ଯୋଗ ଫଳଦାୟକ ହେବ। ଏମାନଙ୍କ କ୍ୟାରିୟରରେ ସଫଳତା, ଚାକିରି କ୍ଷେତ୍ରରେ ବୋନସ, ପଦୋନ୍ନତି ଆଦି ମିଳିପାରେ। କେହି ଚାକିରି ଖୋଜୁଥାନ୍ତି ତେବେ ତାଙ୍କ ଆଶା ପୂର୍ଣ୍ଣ ହେବ। ବୈବାହିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ଜୀବନସାଥୀଙ୍କ ସହ ଚାଲୁଥିବା ମନାନ୍ତର ଶେଷ ହେବ। ଭୌତିକ ସୁଖ ପ୍ରାପ୍ତ ହେବ।

ତୁଳା ରାଶି:
ଶୁକ୍ର ଗୋଚର ଏହି ରାଶି ପାଇଁ ଶୁଭଫଳ ଦାୟୀ ହେବ। ଭାଗ୍ୟ ଉଦୟ ହେବ। ଧର୍ମକର୍ମ ମାମଲାରେ ଭାଗ ନେବେ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। କାମ ଯୋଗୁ ଦୂର ଯାତ୍ରା କରିପାରନ୍ତି। ହେଲେ ଏଥିରେ ଆପଣଙ୍କୁ ଭଲ ଲାଭ ମିଳିପାରେ।

କୁମ୍ଭ ରାଶି:
ଏହି ରାଶିର ଜାତକଧାରୀଙ୍କ ପାଇଁ ଶୁକ୍ର ଗୋଚର ଅନେକ କ୍ଷେତ୍ରରେ ଶୁଭଫଳ ଆଣିବ। ଆପଣଙ୍କ ସବୁ ଇଚ୍ଛା ପୂର୍ଣ୍ଣ ହେବ। ବୈବାହିକ ଜୀବନରେ ଚାଲି ଆସୁଥିବା ଅସୁବିଧା ଦୂର ହେବ। ପାର୍ଟନରଙ୍କ ସହ ଆପଣଙ୍କ ସମ୍ପର୍କ ମଜଭୂତ ହୋଇପାରେ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିପାରେ। ପାର୍ଟନରଶିପରେ କରିଥିବା ବ୍ୟବସାୟରେ ଲାଭ ମିଳିପାରେ। ଆୟ ବି ବଢ଼ିପାରେ। ସନ୍ତାନମାନଙ୍କ କାର୍ଯ୍ୟ ଯୋଗୁ ଖୁସିଖବର ମିଳିପାରେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଜାତକଧାରୀଙ୍କୁ ପରୀକ୍ଷାରେ ସଫଳତା ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?