Posted inଫୁରସତ

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

ମନ୍ଦିରରେ ସାଧାରଣତଃ ଦେବାଦେୀଙ୍କର ପୂଜା କରାଯାଇଥାଏ। ହେଲେ ଉତ୍ତର ପ୍ରଦେଶ ଲଖିମପୁର-ଖିରେ ଜିଲାର ଓୟଲଠାରେ ଥିବା ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ। ଏହା ଭାରତର ଏକମାତ୍ର ମନ୍ଦିର ଯେଉଁଠି ବେଙ୍ଗ ପୂଜା କରାଯାଏ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କୁହାଯାଏ ଓୟଲ ଶୈବ ସମ୍ପ୍ରଦାୟର ଏକ ପ୍ରମୁଖ କେନ୍ଦ୍ରସ୍ଥଳ ଥିଲା। ଆଉ ଏଠାକାର ଶାସକ ଶିବ ଉପାସକ ଥିଲେ। ଏହି ଅଞ୍ଚଳ ୧୧ଶହ ଶତାବ୍ଦିରୁ ୧୯ଶହ ଶତାଦ୍ଦି ପର୍ଯ୍ୟନ୍ତ ଚାହମାନ ଶାସକଙ୍କ ଅଧିନରେ ଥିଲା। ଚାହମାନ ବଂଶର ରାଜା ବଖାତ୍‌ ସିଂ ଏହି ନିଆରା ମନ୍ଦିରର ନିର୍ମାଣ କରିଥିବା କୁହାଯାଏ। ଆହୁରି ମଧ୍ୟ ଏହି ମନ୍ଦିରର ବାସ୍ତୁ ପରିକଳ୍ପନା କପିଳର ଜଣେ ମହାନ୍‌ ତାନ୍ତ୍ରୀକ କରିଥିଲେ। ତନ୍ତ୍ରବାଦ ଉପରେ ଅଧାରିତ ଏହି ମନ୍ଦିରର ବାସ୍ତୁ କଳ୍ପନା ଯୋଗୁ ଏହା ଦର୍ଶକଙ୍କ ମନ ମୋହିଥାଏ। ଏହା ୨ଶହ ବର୍ଷ ପୁରୁଣା ମନ୍ଦିର ବୋଲି କୁହାଯାଏ। ତେବେ ବନ୍ୟା ଓ ପ୍ରାକୃତିକ ବିପତ୍ତିରୁ ରକ୍ଷା ପାଇଁ ଏହି ମନ୍ଦିରର ନିର୍ମାଣ କରାଯାଇଥିବା ସ୍ଥାନୀୟ ଲୋକେ ମତ ଦିଅନ୍ତି। ଦୀପାବଳୀ ଓ ମହାଶିବରାତ୍ରୀରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ। ଏହି ମନ୍ଦିରର ମୁଖ୍ୟ ଦେବତା ଶିବ ହୋଇଥିବା ବେଳେ ବେଙ୍ଗ ପୂଜା ପାଇଁ କିନ୍ତୁ ଏହା ପ୍ରସିଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି ଜିରାଫର ବେକ ଲମ୍ବା କାହିଁକି

ଚିଡ଼ିଆଖାନା ହେଉ କିମ୍ବା କୌଣସି ଜାତୀୟ ଉଦ୍ୟାନ, ଜିରାଫକୁ ନିଶ୍ଚିତ ଦେଖିଥିବେ। ଏହା ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲମ୍ବା। ଜିରାଫର ଲମ୍ବା ବେକ, ଗୋଡ଼ ଏବଂ...

ଶାନ୍ତି, ଏକତା, ଭାଇଚାରା ମୂଳ ଲକ୍ଷ୍ୟ

ପ୍ରତିବର୍ଷ ଅଗଷ୍ଟ ୨୦ରେ ଦେଶବ୍ୟାପୀ ସଦ୍‌ଭାବନା ଦିବସ ପାଳନ କରାଯାଇଥାଏ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସକୁ ୨୦୦୮ଠାରୁ ସଦ୍‌ଭାବନା ଦିବସ ଭାବେ ପାଳନ...

ସୋମବାର ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ସୌଭାଗ୍ୟ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ…

ନୂଆଦିଲ୍ଲୀ,୨୯।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଭାରତରେ ଏହା ଦେଖାଯିବ...

ବିଶ୍ୱର ସବୁଠୁ ଉଚ୍ଚ ଅଟ୍ଟାଳିକା

ରିୟାଦ୍‌: ପୂର୍ବରୁ ବୁର୍ଜ ଖଲିଫା ନାଁ ଶୁଣିଥିବେ ଯାହା ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା। ଏହାର ଉଚ୍ଚତା ୮୨୯.୮ ମିଟର ଅର୍ଥାତ୍‌ ୨,୭୨୨ ଫୁଟ। କିନ୍ତୁ...

ଲକ୍‌ଡାଉନ୍‌ ସ୍ଥିତି: ବାଲ୍‌କୋନିରେ ବିବାହ କଲେ ଏହି ଯୋଡ଼ି, ଝରକା ପଟେ ଶୁଭେଚ୍ଛା ଜଣାଇଲେ ପଡ଼ୋଶୀ

ସ୍ପେନ୍‌: ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଥିବା ବେଳେ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ବିବାହ ପରି ସାମାଜିକ କାର୍ଯ୍ୟକ୍ରମ ପ୍ରତି...

ଭାଇଚାରାରେ ହୋଲି

ଶୀତଋତୁ ପରେ ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରାପୃଷ୍ଠକୁ ଅବତରଣ କରେ। ଆମ୍ବ୍ର କାନନରେ କୋଇଲିର କୁହୁକୁହୁ ସ୍ବର ଶୁଭେ। ପ୍ରକୃତିରାଣୀ ସବୁଜ ଗଛପତ୍ରର...

ଗିନିଜ୍‌ ୱାଲର୍‌ଡ ରେକଡର୍‌ସରେ କ୍ଷୁଦ୍ର ଚର୍ମ କର୍କଟ

ୱାଶିଂଟନ୍‌: ପୋର୍ଟଲ୍ୟାଣ୍ଡର ଓରିଗନ ହେଲ୍‌ଥ ଅଫ୍‌ ସାଇନ୍ସ ୟୁନିଭର୍ସିଟିର ଡାକ୍ତର ଆଲେକ୍‌ଜାଣ୍ଡର ୱିଟ୍‌କୋକସ୍କି ଏବଂ ତାଙ୍କର କିଛି ସହଯେଗୀ ନିକଟରେ ଏକ କ୍ଷୁଦ୍ର ଚର୍ମ କର୍କଟ...

ଗାଈ କି ମଇଁଷି ନୁହେଁ ହାତୀଠାରୁ କ୍ଷୀର ପିଉଛି କୁନି ଝିଅ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week