Posted inଫୁରସତ

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

ମନ୍ଦିରରେ ସାଧାରଣତଃ ଦେବାଦେୀଙ୍କର ପୂଜା କରାଯାଇଥାଏ। ହେଲେ ଉତ୍ତର ପ୍ରଦେଶ ଲଖିମପୁର-ଖିରେ ଜିଲାର ଓୟଲଠାରେ ଥିବା ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ। ଏହା ଭାରତର ଏକମାତ୍ର ମନ୍ଦିର ଯେଉଁଠି ବେଙ୍ଗ ପୂଜା କରାଯାଏ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କୁହାଯାଏ ଓୟଲ ଶୈବ ସମ୍ପ୍ରଦାୟର ଏକ ପ୍ରମୁଖ କେନ୍ଦ୍ରସ୍ଥଳ ଥିଲା। ଆଉ ଏଠାକାର ଶାସକ ଶିବ ଉପାସକ ଥିଲେ। ଏହି ଅଞ୍ଚଳ ୧୧ଶହ ଶତାବ୍ଦିରୁ ୧୯ଶହ ଶତାଦ୍ଦି ପର୍ଯ୍ୟନ୍ତ ଚାହମାନ ଶାସକଙ୍କ ଅଧିନରେ ଥିଲା। ଚାହମାନ ବଂଶର ରାଜା ବଖାତ୍‌ ସିଂ ଏହି ନିଆରା ମନ୍ଦିରର ନିର୍ମାଣ କରିଥିବା କୁହାଯାଏ। ଆହୁରି ମଧ୍ୟ ଏହି ମନ୍ଦିରର ବାସ୍ତୁ ପରିକଳ୍ପନା କପିଳର ଜଣେ ମହାନ୍‌ ତାନ୍ତ୍ରୀକ କରିଥିଲେ। ତନ୍ତ୍ରବାଦ ଉପରେ ଅଧାରିତ ଏହି ମନ୍ଦିରର ବାସ୍ତୁ କଳ୍ପନା ଯୋଗୁ ଏହା ଦର୍ଶକଙ୍କ ମନ ମୋହିଥାଏ। ଏହା ୨ଶହ ବର୍ଷ ପୁରୁଣା ମନ୍ଦିର ବୋଲି କୁହାଯାଏ। ତେବେ ବନ୍ୟା ଓ ପ୍ରାକୃତିକ ବିପତ୍ତିରୁ ରକ୍ଷା ପାଇଁ ଏହି ମନ୍ଦିରର ନିର୍ମାଣ କରାଯାଇଥିବା ସ୍ଥାନୀୟ ଲୋକେ ମତ ଦିଅନ୍ତି। ଦୀପାବଳୀ ଓ ମହାଶିବରାତ୍ରୀରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ। ଏହି ମନ୍ଦିରର ମୁଖ୍ୟ ଦେବତା ଶିବ ହୋଇଥିବା ବେଳେ ବେଙ୍ଗ ପୂଜା ପାଇଁ କିନ୍ତୁ ଏହା ପ୍ରସିଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri