Posted inଫୁରସତ

ଫ୍ରେଣ୍ଡଶିପ୍‌ ଡେ’

ସୁଖ ହେଉ ଅବା ଦୁଃଖ, ଯିଏ ସବୁବେଳେ ପାଖରେ ଥାଏ, ଆଉ ଯାହା ଆଗରେ ସବୁ ମନ କଥା କହି ହୋଇଯାଏ, ସିଏ ହେଉଛି ବନ୍ଧୁ। ଯଦିଓ ଏହି ସୁନ୍ଦର ସମ୍ପର୍କ ଲାଗି ପ୍ରତିଟି ଦିନ ସ୍ପେଶାଲ ତଥାପି ଏହାକୁ ଆହୁରି ନିବିଡ କରିବା ଲାଗି ପାଳନ ହୋଇଥାଏ ବନ୍ଧୁତ୍ୱ ଦିବସ। ତେବେ ଆସନ୍ତୁ ଜାଣିବା ଏହି ଦିବସ ସମ୍ପର୍କରେ କିଛି ରୋଚକ ତଥ୍ୟ:

ମସିହାରେ ହଲ୍‌ମାର୍କ କାର୍ଡର ପ୍ରତିଷ୍ଠାତା ଜଏସ୍‌ ହଲ୍‌ ପ୍ରଥମେ ଅଗଷ୍ଟ ମାସ ପ୍ରଥମ ରବିବାରକୁ ଫ୍ରେଣ୍ଡଶିପ୍‌ ଡେ’ ଭାବେ ଆରମ୍ଭ କରିଥିଲେ। ସେ ଏହାକୁ ଏକ ବ୍ୟବସାୟ ରଣନୀତି ଭାବେ ଆରମ୍ଭ କରିଥିଲେ ହେଁ ଏହା ଦିନକୁ ଦିନ ଖୁବ୍‌ ଲୋକପ୍ରିୟ ହୋଇଥିଲା ।

ଷ୍ଟେଟ୍‌ ଅଫ୍‌ କଂଗ୍ରେସ୍‌ ପକ୍ଷରୁ ୧୯୩୫ ମସିହାରେ ଅଗଷ୍ଟ ପ୍ରଥମ ରବିବାରକୁ ଜାତୀୟ ବିନ୍ଧୁତ୍ୱ ଦିବସ ଭାବେ ଘୋଷଣା କରାଗଲା। କିନ୍ତୁ ପାରାଗୁଏର ଡା. ରାମନ୍‌ ଆର୍ଟେମିଓ ବ୍ରାକୋ ଜୁଲାଇ ୩୦ ତାରିଖକୁ ବିଶ୍ୱ ବନ୍ଧୁତ୍ୱ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ତାଙ୍କ ଦେଶରେ ୧୯୫୮ ମସିହାରେ ପାଳନ କରାଯାଇଥିଲା। ସେବେଠୁ ବିଭିନ୍ନ ଦେଶରେ ଏହି ଦିବସ ପାଳନ କରାଯାଇ ଆସୁଥିଲେ ହେଁ ୟୁନାଇଟେଡ୍‌ ଷ୍ଟେଟ୍‌ ଜେନେରାଲ୍‌ ଆସେମ୍ବ୍ଲୀ ପକ୍ଷରୁ ଏପ୍ରିଲ୍‌ ୨୭, ୨୦୧୧ରେ ଜୁଲାଇ ୩୦କୁ ବିଶ୍ୱ ବନ୍ଧୁତ୍ୱ ଦିବସର ମାନ୍ୟତା ମିଳିଲା।

ସ୍ପେନ୍‌, ବ୍ରାଜିଲ୍‌ ଏବଂ ଉରୁଗୁଏରେ ଏହି ଦିବସ ଜୁଲାଇ ୩୦ ପରିବର୍ତ୍ତେ ୨୦ ତାରିଖରେ ପାଳନ ହେଉଥିବା ବେଳେ ଇକୁଆଡର, ମେକ୍ସିକୋ, ଭେନେଜୁଏଲା ଆଦି ଦେଶରେ ଏହା ଫେବୃୟାରୀ ୧୪ ତାରିଖରେ ପାଳନ କରାଯାଏ।
ମେମ୍ଫିସ୍‌ କାପ୍ପା ଡେଲ୍ଟା ସରୋରିଟୀ ପକ୍ଷରୁ ମହିଳାଙ୍କ ଜୀବନରେ ମହିଳା ବନ୍ଧୁଙ୍କ ଗୁରୁତ୍ୱ ଦର୍ଶାଇବା ଲାଗି ୧୯୯୯ରେ ସେପ୍ଟେମ୍ବର ୩ୟ ରବିବାରକୁ ନ୍ୟାଶନାଲ୍‌ ଓମେନ୍ସ ଫ୍ରେଣ୍ଡଶିପ୍‌ ଡେ’ ଭାବେ ପାଳନ କରାଯାଉଛି।

ଦେଶରେ ୧୯୨୦ ମସିହାରେ ଗ୍ରୀଟିଙ୍ଗ୍‌ କାର୍ଡ ନ୍ୟାଶନାଲ୍‌ ଆସୋସିଏଶନ୍‌ ପକ୍ଷରୁ ଫ୍ରେଣ୍ଡଶିପ୍‌ ଡେ’ ପ୍ରମୋଶନ୍‌ କରାଯାଇଥିଲା। ହେଲେ ଅନେକେ ଏହାକୁ ଗ୍ରୀଟିଙ୍ଗ୍‌ କାର୍ଡ ବିକ୍ରି ବୃଦ୍ଧି ଲାଗି ଏକ ବିଜ୍‌ନେସ୍‌ ପ୍ଲାନ୍‌ ବୋଲି ଭାବିନେଇଥିଲେ।
ୟୁଏନ୍‌ ସେକ୍ରେଟାରୀ ଜେନେରାଲ କୋଫି ଆନନ୍‌ଙ୍କ ପତ୍ନୀ ନାନେ ଆନନ୍‌ କାର୍ଟୁନ ଚରିତ୍ର ଓ୍ବନୀ ଦ ପୁହ୍‌କୁ ଫ୍ରେଣ୍ଡଶିପ୍‌ର ଗ୍ଲୋବାଲ୍‌ ଆମ୍ବାସାଡର ଘୋଷଣା କରିଥିଲେ। ମାସକୁ ଇଣ୍ଟରନ୍ୟାଶନାଲ ମନ୍ଥ ଅଫ୍‌ ଫ୍ରେଣ୍ଡଶିପ୍‌ ଭାବେ ପାଳନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri