Posted inଫୁରସତ

ବନ୍ଧୁ ପାଇଁ ଦିନଟିଏ…

ଭୁବନେଶ୍ୱର,୧।୮(ବ୍ୟୁରୋ)- ଆଜି ହେଉଛି ବିଶ୍ୱ ବନ୍ଧୁତା ଦିବସ ବା ଫ୍ରେଣ୍ଡଶିପ୍‌ ଡେ’। ସୁଖ, ଦୁଃଖ ଭଲମନ୍ଦ ସବୁଥିରେ ପାଖରେ ଛିଡ଼ା ହେଉଥିବା ବ୍ୟକ୍ତି ଜଣଙ୍କ ହେଉଛି ପ୍ରକୃତ ବନ୍ଧୁ। ବନ୍ଧୁତାର ପରିଭାଷା ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ। ଏହା ଏପରି ଏକ ସମ୍ପର୍କ ଯାହାକୁ ଆମେ ନିଜେ ବାଛିଥାଉ। ସବୁ ସମ୍ପର୍କର ଊର୍ଦ୍ଧ୍ୱରେ ଏହି ସମ୍ପର୍କ। ଯାହା କାହାକୁ କହିହୁଏ ନାହିଁ ତାହା ଜଣେ ପ୍ରକୃତ ବନ୍ଧୁଙ୍କୁ କୁହାଯାଇପାରିବ। ପୁରାଣ ଯୁଗରେ କୃଷ୍ଣ ସୁଦାମାଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସବୁ ସମୟରେ ବନ୍ଧୁତାକୁ ନେଇ ବିଭିନ୍ନ କଥା, କାହାଣୀ ଏବଂ ଅନୁଭୂତି ରହି ଆସିଛି। ଜୀବନର ସେହି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିକୁ ଅନ୍ତରରୁ ସ୍ନେହ, ଭଲପାଇବା ଜଣାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡଶିପ୍‌ ଡେ’ ଭାବେ ପାଳନ କରାଯାଏ।

ସାଙ୍ଗ ବ୍ୟାଗ୍‌ରୁ ଟିଫିନ୍‌ କାଢ଼ିକି ଖାଇଦିଏ
ମୋ ଜୀବନରେ ଦୁଇଜଣ ଭଲ ବନ୍ଧୁ ଅଛନ୍ତି। ସେମାନେ ହେଉଛନ୍ତି ଅବନୀନ୍ଦ୍ର ଓ ସନ୍ତୋଷ। ଆମେ ପିଲାବେଳର ସାଙ୍ଗ। ପିଲାବେଳୁ ମତେ ଖାଇବାକୁ ବହୁତ ଭଲ ଲାଗେ। ସେମାନେ କ୍ଲାସ୍‌ରେ ନ ଥିବା ସମୟରେ ମୁଁ ତାଙ୍କ ବ୍ୟାଗରୁ ଟିଫିନ୍‌ କାଢିକି ଖାଇଦିଏ। ପରେ ସେମାନେ ଟିଫିନ୍‌ କାଢ଼ିବା ବେଳକୁ କିଛି ନ ଥାଏ। ତା’ପରେ ମତେ ମିଶିକି ମାରନ୍ତି। ଜଣେ ହାସ୍ୟାଭିନେତା ହେବାରେ ଅବନୀନ୍ଦ୍ରର ବହୁତ ହାତ ରହିଛି। ତା’ଠାରୁ ପ୍ରେରଣା ପାଇ ମୁଁ ଆଜି ଏଠାରେ ପହଞ୍ଚତ୍ ପାରିଛି। ସେହିପରି ସନ୍ତୋଷ ମଧ୍ୟ ପ୍ରତି ପାଦରେ ମୋ ସହିତ ରହିଛି। ଫ୍ରେଣ୍ଡଶିପ୍‌ ଡେ’ରେ ସେମାନଙ୍କ ସହ ଖୁବ୍‌ ମଜା କରିବି ବୋଲି ଭାବିଛି।
– ଗୁଡୁ, ହାସ୍ୟାଭିନେତା

ନୀରବତା ଭିତରେ ବି ଭଲପାଇବା ରହିଛି
ମୋ ସ୍କୁଲ ବେଳର ବେଷ୍ଟ ଫ୍ରେଣ୍ଡ୍‌ ଅମିତ ସେନାପତି। ବନ୍ଧୁତା ଯେ ଭାଇ ଭାଇର ସମ୍ପର୍କର ଊର୍ଦ୍ଧ୍ୱରେ ତାହା ଆମେ ଅନୁଭବ କରିଥିଲୁ। ମୋର ସେତେବେଳେ ସାଇକେଲ ନ ଥାଏ। ସେ ସାଇକେଲ ନେଇ ଆମ ଘରକୁ ଆସେ ସ୍କୁଲ ଯିବା ପାଇଁ। ମୁଁ ସବୁବେଳେ ତାକୁ ପଚାରେ ତୁ ସାଇକେଲ ଚଲେଇବୁ ନା ମତେ ବସେଇବୁ। ଏକଥାରେ ସେ ସବୁବେଳେ ଦ୍ୱନ୍ଦ୍ୱରେ ପଡ଼େ ଆଉ ମତେ ସାଇକେଲରେ ବସେଇକି ନିଏ। ଆମେ ଦୁହେଁ ବହୁତ ଭଲ ସାଙ୍ଗ ଥିଲୁ। ମାତ୍ର କିଛି ଭୁଲ୍‌ ବୁଝାମଣା ପାଇଁ ଆମେ ଦୁହେଁ ଏବେ ଅଲଗା ହୋଇ ଯାଇଛୁ। ଏହା ବି ବନ୍ଧୁତାର ଏକ ଅଂଶ। ନୀରବତା ଭିତରେ ବି ଭଲପାଇବା ରହିଛି। କେହି କାହା ସହ କଥା ନ ହେଲେ ବି ଆଜି ବି ମୁଁ ତା’ ସହ ଅଛି ଆଉ ସେ ମୋ ସହ ଅଛି।
-ଶ୍ରୀନିବାସ ଘଟୁଆରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ

ଉପହାର ଭାବେ ବହି ମିଳିଥିଲା
ଏଥର ଫ୍ରେଣ୍ଡଶିପ୍‌ ଡେ’ରେ ମୋ ଡ୍ୟାନ୍ସ ଗ୍ରୁପ୍‌ର ପିଲାମାନଙ୍କ ସହ ମିଶି ମୁଁ ବନ୍ଧୁତା ଦିବସକୁ ପାଳନ କରିବି। ସେମାନେ ପରସ୍ପରକୁ ଗୋଲାପ ଫୁଲ ଦେଇ ହାତ ତିଆରି ବ୍ୟାଣ୍ଡ ପିନ୍ଧାଇ ଏହାକୁ ସେଲିବ୍ରେଟ କରିବେ। ମୋର ବେଷ୍ଟ ଫ୍ରେଣ୍ଡ ହେଉଛନ୍ତି ଅଭିନେତା ଆକାଶ ଦାସନାୟକ ଓ ସବ୍ୟସାଚୀ ମିଶ୍ର। ଥରେ ସବ୍ୟସାଚୀଙ୍କ ଘରକୁ ଯାଇଥାଏ। ସେଠି ତାଙ୍କ କୁକୁର ମୋ ଜୋତା କାମୁଡ଼ିକି ନଷ୍ଟ କରିଦେଇଥିଲା। ତାଙ୍କ ଘରୁ ମୁଁ ଖାଲି ପାଦରେ ଆସିଥିଲି। ସବ୍ୟସାଚୀଙ୍କ ମା’ ପରେ ଏହି ଘଟଣାକୁ ନେଇ ଏକ ବହି ଲେଖିଥିଲେ। ଉକ୍ତ ବହିକି ସବ୍ୟସାଚୀ ମତେ ଉପହାର ଭାବେ ଦେଇଥିଲେ।
– ଦିଲୀପ କୁମାର ସ୍ବାଇଁ, ନିର୍ଦ୍ଦେଶକ ତଥା କୋରିଓଗ୍ରାଫର

ଫ୍ରେଣ୍ଡଶିପ୍‌ ଡେ’ରେ ଶର୍ଟ ଫିଲ୍ମ ଶୁଟିଂ କରିବୁ
ବନ୍ଧୁତା ଏପରି ଏକ ସମ୍ପର୍କ ଯାହା କିଣାଯାଇ ପାରେ ନାହିଁ କିମ୍ବା ବାଧ୍ୟବାଧକତାରେ ହୁଏ ନାହିଁ। କାହାକୁ ବନ୍ଧୁ କରିବା ନ କରିବା ତାହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ହୋଇଥାଏ। ମୋର ଅନେକ ଭଲ ବନ୍ଧୁ ଅଛନ୍ତି। ଏମିତି ବି ବହୁତ ଛୋଟ ବଡ଼ ଘଟଣା ଅଛି ଯାହା ମୁଁ ସାଙ୍ଗମାନଙ୍କ ବ୍ୟତୀତ ଆଉ କାହାକୁ କହି ବି ପାରିବି ନାହିଁ। ଏଥର ଫ୍ରେଣ୍ଡଶିପ୍‌ ଡେ’ରେ ଆମେ ସାଙ୍ଗମାନେ ମିଶି ନିଜ ପ୍ରଡକ୍ସନ ହାଉସ୍‌ରେ ଏକ ଶର୍ଟଫିଲ୍ମର ଶୁଟିଂ ଆରମ୍ଭ କରିବୁ। ଏହି ଫିଲ୍ମର ନଁା ‘ମଞ୍ଜୁନାଥ’ ରହିଛି।
– ସ୍ବରାଜ ବାରିକ, ଅଭିନେତା

ପାରିବାରିକ ସମ୍ପର୍କ ପାଲଟିଛି ବନ୍ଧୁତା
ପ୍ରତିବର୍ଷ ଆମେ ଫ୍ରେଣ୍ଡଶିପ୍‌ ଡେ’ରେ ଦେଖାକରୁ। ମାତ୍ର ଏଥର ଶଟ୍‌ଡାଉନ ପାଇଁ କେହି କାହା ପାଖକୁ ଯାଇପାରିବୁ ନାହିଁ। କେବଳ ଅନ୍‌ଲାଇନ୍‌ରେ ଦେଖା କରି ପରସ୍ପରକୁ ବନ୍ଧୁତ୍ୱ ଦିବସର ଶୁଭେଚ୍ଛା ଜଣାଇବୁ। ସ୍କୁଲ ଜୀବନରୁ ସାଙ୍ଗ ହୋଇଥିବାରୁ ଏବେ ତାହା ପାରିବାରିକ ବନ୍ଧୁତାରେ ପରିଣତ ହୋଇଛି। ଜୀବନର ଶେଷପର୍ଯ୍ୟନ୍ତ ଏହାକୁ ବଜାୟ ରଖିବାକୁ ପରସ୍ପରକୁ ପ୍ରତିଶ୍ରୁତି ଦେଇଛୁ।
– ଜ୍ୟୋତ୍ସାରାଣୀ ନନ୍ଦ, ଶିକ୍ଷୟିତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri